< Joshua 5 >

1 Nígbà tí gbogbo àwọn ọba Amori ti ìlà-oòrùn Jordani àti gbogbo àwọn ọba Kenaani tí ń bẹ létí òkun gbọ́ bí Olúwa ti mú Jordani gbẹ ní iwájú àwọn ọmọ Israẹli títí ti a fi kọjá, ọkàn wọn pami, bẹ́ẹ̀ ni wọn kò ní ìgboyà mọ́ láti dojúkọ àwọn ọmọ Israẹli.
ଏଥିଉତ୍ତାରେ ଆମ୍ଭେମାନେ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯର୍ଦ୍ଦନ ନଦୀର ଜଳ କିପରି ଶୁଷ୍କ କଲେ, ଏହା ଯେତେବେଳେ ଯର୍ଦ୍ଦନର ପଶ୍ଚିମପାରିସ୍ଥିତ ଇମୋରୀୟ ରାଜାଗଣ ଓ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳି ଗଲା ଓ ଇସ୍ରାଏଲ ସନ୍ତାନମାନଙ୍କ ମୁଖ ସକାଶୁ ସେମାନଙ୍କଠାରେ ଆତ୍ମା ଆଉ ରହିଲା ନାହିଁ।
2 Nígbà náà ni Olúwa wí fún Joṣua pé, “Fi akọ òkúta ṣe abẹ kí o sì kọ àwọn ọmọ Israẹli ní ilà ní ìgbà ẹ̀ẹ̀kejì.”
ସେସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଶିଳାର ଛୁରୀମାନ ନିର୍ମାଣ କରି ପୁନର୍ବାର ଦ୍ୱିତୀୟ ଥର ଇସ୍ରାଏଲ-ସନ୍ତାନଗଣକୁ ସୁନ୍ନତ କର।”
3 Bẹ́ẹ̀ ni Joṣua sì ṣe abẹ akọ òkúta, ó sì kọ àwọn ọmọ Israẹli ní ilà, ní Gibiati-Haralotu.
ଏଥିରେ ଯିହୋଶୂୟ ଶିଳା-ଛୁରୀମାନ ନିର୍ମାଣ କରି ତ୍ୱକ୍‍-ପର୍ବତ ନିକଟରେ ଇସ୍ରାଏଲ-ସନ୍ତାନଗଣର ସୁନ୍ନତ କରାଇଲେ।
4 Wàyí o, ìdí tí Joṣua fi kọ wọ́n nílà nìyìí. Gbogbo àwọn ọkùnrin tí ó ti Ejibiti jáde wá, gbogbo àwọn ọkùnrin ogun kú ní aginjù ní ọ̀nà lẹ́yìn ìgbà tí wọ́n jáde kúrò ní ilẹ̀ Ejibiti.
ପୁଣି ଯିହୋଶୂୟ ସୁନ୍ନତ କରାଇବାର କାରଣ ଏହି; ମିସରରୁ ବାହାରି ଆସିବା ସମସ୍ତ ଲୋକ ମଧ୍ୟରେ ଯେତେ ପୁରୁଷ ଥିଲେ, ଯୋଦ୍ଧା ମନୁଷ୍ୟ ସମସ୍ତେ, ମିସରରୁ ବାହାରି ଆସିଲା ଉତ୍ତାରେ ପ୍ରାନ୍ତର ମଧ୍ୟରେ ବାଟରେ ମଲେ।
5 Bí ó tilẹ̀ jẹ́ pé, gbogbo àwọn ọkùnrin tó jáde láti Ejibiti ni a ti kọ ní ilà, síbẹ̀ gbogbo ènìyàn tí a bí nínú aginjù lẹ́yìn tí wọ́n jáde ní Ejibiti ni wọn kò kọ ní ilà.
ବାହାରି ଆସିଥିବା ସମସ୍ତ ଲୋକ ସୁନ୍ନତ ହୋଇଥିଲେ; ମାତ୍ର ମିସରରୁ ବାହାରି ଆସୁ ଆସୁ ଯେତେ ଲୋକ ବାଟରେ ପ୍ରାନ୍ତର ମଧ୍ୟରେ ଜନ୍ମିଥିଲେ, ସେମାନଙ୍କର ସୁନ୍ନତ ହୋଇ ନ ଥିଲା।
6 Àwọn ará Israẹli rìn ní aginjù fún ogójì ọdún títí gbogbo àwọn ọkùnrin tí ó tó ogun n jà nígbà tí wọ́n kúrò ni Ejibiti fi kú, nítorí wọn kò gbọ́rọ̀ sí Olúwa. Nítorí Olúwa ti búra fún wọn pé wọn kò ní rí ilẹ̀ tí òun ṣe ìlérí fún àwọn baba wọn láti fi fun wa, ilẹ̀ tí ń sàn fún wàrà àti fún oyin.
ମିସରରୁ ନିର୍ଗତ ସମସ୍ତ ଗୋଷ୍ଠୀୟ ଲୋକ, ଯୋଦ୍ଧା ମନୁଷ୍ୟମାନେ, ସଦାପ୍ରଭୁଙ୍କ ରବ ନ ଶୁଣିବା ସକାଶୁ ସେସମସ୍ତଙ୍କ ସଂହାର ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ଚାଳିଶ ବର୍ଷ ପ୍ରାନ୍ତରରେ ଭ୍ରମଣ କଲେ; କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ବିଷୟରେ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସଦାପ୍ରଭୁ ସେମାନଙ୍କୁ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେଖିବାକୁ ଦେବେ ନାହିଁ ବୋଲି ଶପଥ କଲେ।
7 Bẹ́ẹ̀ ni ó gbé àwọn ọmọ wọn dìde dípò wọn, àwọn wọ̀nyí sì ni Joṣua kọ ní ilà. Wọ́n wà ní aláìkọlà nítorí a kò tí ì kọ wọ́n ní ilà ní ojú ọ̀nà.
ଏଣୁ ସେମାନଙ୍କ ପରିବର୍ତ୍ତେ ସେମାନଙ୍କ ଯେଉଁ ସନ୍ତାନଗଣକୁ ସେ ଉଠାଇଲେ, ଯିହୋଶୂୟ ସେମାନଙ୍କର ସୁନ୍ନତ କରାଇଲେ; ସେମାନେ ଅସୁନ୍ନତ ଥିଲେ, ଯେହେତୁ ପଥ ମଧ୍ୟରେ ସେମାନଙ୍କର ସୁନ୍ନତ କରାଯାଇ ନ ଥିଲା।
8 Lẹ́yìn ìgbà tí gbogbo orílẹ̀-èdè náà kọ ilà tan, wọ́n dúró ní ibi tí wọ́n wà ní ibùdó títí ilà wọn fi jinná.
ସେହି ସମସ୍ତ ଗୋଷ୍ଠୀୟ ଲୋକଙ୍କର ସୁନ୍ନତ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ସେମାନେ ଛାଉଣି ମଧ୍ୟରେ ଆପଣା ଆପଣା ସ୍ଥାନରେ ସତେଜ ହେବା ପର୍ଯ୍ୟନ୍ତ ରହିଲେ।
9 Nígbà náà ní Olúwa wí fún Joṣua pé, “Ní òní ni mo yí ẹ̀gàn Ejibiti kúrò ní orí yín.” Nítorí náà ni a ṣe ń pe orúkọ ibẹ̀ ní Gilgali títí ó fi di òní yìí.
ଏଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆଜି ଆମ୍ଭେ ତୁମ୍ଭମାନଙ୍କଠାରୁ ମିସରର ଦୁର୍ନାମ ଘୁଞ୍ଚାଇଲୁ;” ଏହେତୁ ଆଜିଯାଏ ସେହି ସ୍ଥାନର ନାମ ଗିଲ୍‍ଗଲ୍‍ ରହିଲା।
10 Ní ìrọ̀lẹ́ ọjọ́ kẹrìnlá oṣù náà, nígbà tí wọ́n pàgọ́ ní Gilgali ní pẹ̀tẹ́lẹ̀ Jeriko, àwọn ọmọ Israẹli sì ṣe ọdún àjọ ìrékọjá.
ଇସ୍ରାଏଲ-ସନ୍ତାନଗଣ ଗିଲ୍‍ଗଲ୍‍ରେ ଛାଉଣି ସ୍ଥାପନ କଲେ; ପୁଣି ସେମାନେ ସେହି ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ବେଳେ ଯିରୀହୋ ପଦାରେ ନିସ୍ତାର ପର୍ବ ପାଳନ କଲେ।
11 Ní ọjọ́ kejì àjọ ìrékọjá, ní ọjọ́ náà gan an ni, wọ́n jẹ nínú àwọn ìre oko ilẹ̀ náà: àkàrà aláìwú, àti ọkà yíyan.
ଆଉ ନିସ୍ତାର ପର୍ବର ପରଦିନ ସେମାନେ ଦେଶର ପୁରାତନ ଶସ୍ୟ ଭୋଜନ କଲେ, ସେହି ଦିନ ତାଡ଼ିଶୂନ୍ୟ ରୁଟି ଓ ଭଜା ଶସ୍ୟ ଖାଇଲେ।
12 Manna náà sì tan ní ọjọ́ kejì tí wọ́n jẹ oúnjẹ tí ilẹ̀ náà mú jáde, kò sì sí manna kankan mọ́ fún àwọn ará Israẹli, ṣùgbọ́n ní ọdún náà wọ́n jẹ ìre oko ilẹ̀ Kenaani.
ପୁଣି ଦେଶର ପୁରାତନ ଶସ୍ୟ ଭୋଜନ କରିବାର ପରଦିନ ମାନ୍ନା ନିବୃତ୍ତ ହେଲା; ତହୁଁ ଇସ୍ରାଏଲ-ସନ୍ତାନଗଣ ଆଉ ମାନ୍ନା ପାଇଲେ ନାହିଁ; ମାତ୍ର ସେମାନେ ସେହି ବର୍ଷ କିଣାନ ଦେଶର ଫଳ ଭୋଜନ କଲେ।
13 Nígbà tí Joṣua súnmọ́ Jeriko, ó wo òkè ó sì rí ọkùnrin kan tí ó dúró ní iwájú rẹ̀ pẹ̀lú idà ní ọwọ́ rẹ̀. Joṣua sì tọ̀ ọ́ lọ, ó sì bi í pé, “Ǹjẹ́ ìwọ wà fún wa tàbí fún ọ̀tá a wa?”
ପୁଣି ଯିହୋଶୂୟ ଯିରୀହୋ ନିକଟରେ ଥିବା ବେଳେ ଏପରି ହେଲା ଯେ, ସେ ଚକ୍ଷୁ ମେଲାଇ ଅନାଇଲେ, ଆଉ ଦେଖ, ନିଷ୍କୋଷ ଖଡ୍ଗ ହସ୍ତ ଏକ ପୁରୁଷ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ; ଏଥିରେ ଯିହୋଶୂୟ ତାଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, “ତୁମ୍ଭେ ଆମ୍ଭମାନଙ୍କ ପକ୍ଷ କି ଆମ୍ଭମାନଙ୍କ ବିପକ୍ଷମାନଙ୍କ ପକ୍ଷ?”
14 “Kì í ṣe fún èyíkéyìí ó fèsì, ṣùgbọ́n gẹ́gẹ́ bí olórí ogun Olúwa ni mo wá nísinsin yìí.” Nígbà náà ni Joṣua sì wólẹ̀ ní iwájú u rẹ̀ ní ìbẹ̀rù, ó sì bi í léèrè, “Kí ni Olúwa ní í sọ fún ìránṣẹ́ rẹ̀?”
ତହୁଁ ସେ କହିଲେ, “ନା; ମାତ୍ର ଆମ୍ଭେ ସଦାପ୍ରଭୁଙ୍କ ସୈନ୍ୟର ସେନାପତି, ଏବେ ଆସିଲୁ;” ତହିଁରେ ଯିହୋଶୂୟ ଭୂମିରେ ମୁହଁ ମାଡ଼ି ପଡ଼ି ପ୍ରଣାମ କରି ତାହାଙ୍କୁ କହିଲେ, “ମୋହର ପ୍ରଭୁ ଆପଣା ଦାସକୁ କି ଆଜ୍ଞା ଦେଉଅଛନ୍ତି?”
15 Olórí ogun Olúwa sì dá a lóhùn pé, “Bọ́ sálúbàtà rẹ kúrò ní ẹsẹ̀ rẹ, nítorí pé ibi tí ìwọ dúró sí yìí, ilẹ̀ mímọ́ ni.” Joṣua sì ṣe bẹ́ẹ̀.
ତହୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଯିହୋଶୂୟଙ୍କୁ କହିଲେ, “ତୁମ୍ଭ ପାଦରୁ ପାଦୁକା କାଢ଼, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହେଉଅଛ, ତାହା ପବିତ୍ର।” ଆଉ ଯିହୋଶୂୟ ସେପରି କଲେ।

< Joshua 5 >