< Joshua 22 >

1 Joṣua sì pe àwọn ẹ̀yà Reubeni, ẹ̀yà Gadi àti ìdajì ẹ̀yà Manase
ଏଥିଉତ୍ତାରେ ଯିହୋଶୂୟ ରୁବେନୀୟ ଓ ଗାଦୀୟ ବଂଶକୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଡାକି ସେମାନଙ୍କୁ କହିଲେ,
2 ó sì sọ fún wọn pé, “Ẹ̀yin ti ṣe gbogbo èyí tí Mose ìránṣẹ́ Olúwa pàṣẹ, ẹ sì ti ṣe ìgbọ́ràn sí ohun gbogbo tí mo pàṣẹ.
“ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେ ସବୁ ତୁମ୍ଭେମାନେ ପାଳନ କରିଅଛ; ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଇଅଛୁ, ସେସବୁରେ ତୁମ୍ଭେମାନେ ଆମ୍ଭ ରବ ଶୁଣିଅଛ;
3 Ẹ kò fi àwọn arákùnrin yín sílẹ̀ láti ìgbà yí títí di òní, ṣùgbọ́n ẹ ti kíyèsára láti pa òfin Olúwa Ọlọ́run yín mọ́.
ତୁମ୍ଭେମାନେ ବହୁଦିନାବଧି ଆଜି ପର୍ଯ୍ୟନ୍ତ ଆପଣା ଆପଣା ଭ୍ରାତୃଗଣକୁ ତ୍ୟାଗ କରି ନାହଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞା ପାଳନ କରିଅଛ।
4 Nísinsin yìí tí Olúwa Ọlọ́run yín ti fún àwọn arákùnrin yín ní ìsinmi gẹ́gẹ́ bí ó ti ṣèlérí, ẹ padà sí ilẹ̀ yín níbi tí Mose ìránṣẹ́ Olúwa fi fún yin ní òdìkejì Jordani.
ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭମାନଙ୍କ ଭ୍ରାତୃଗଣକୁ ବିଶ୍ରାମ ଦେଇଅଛନ୍ତି; ଏନିମନ୍ତେ ସଦାପ୍ରଭୁଙ୍କ ସେବକ ମୋଶା ଯର୍ଦ୍ଦନ ସେପାରିରେ ତୁମ୍ଭମାନଙ୍କ ଯେଉଁ ଅଧିକାର ଦେଇଅଛନ୍ତି, ତୁମ୍ଭେମାନେ ଏବେ ଆପଣାମାନଙ୍କୁ ସେହି ଅଧିକୃତ ଦେଶକୁ ଓ ଆପଣା ଆପଣା ତମ୍ବୁକୁ ଫେରିଯାଅ।
5 Ṣùgbọ́n ẹ ṣọ́ra gidigidi láti pa àṣẹ àti òfin tí Mose ìránṣẹ́ Olúwa fi fún yin mọ́. Láti fẹ́ràn Olúwa Ọlọ́run yín, láti rìn nínú gbogbo ọ̀nà rẹ̀, láti gbọ́rọ̀ sí àṣẹ rẹ̀, láti dìímú ṣinṣin àti láti sìn ín pẹ̀lú gbogbo ọkàn yín àti gbogbo àyà yín.”
ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କର ସମସ୍ତ ପଥରେ ଗମନ କରିବାକୁ ଓ ତାହାଙ୍କ ଆଜ୍ଞା ପାଳନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ରହିବାକୁ ଓ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହାଙ୍କୁ ସେବା କରିବାକୁ ସଦାପ୍ରଭୁଙ୍କ ସେବକ ମୋଶା ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଓ ବ୍ୟବସ୍ଥା ଦେଇଅଛନ୍ତି, ତାହାସବୁ ପାଳନ କରିବାକୁ ଅତିଶୟ ଯତ୍ନବାନ ହୁଅ।”
6 Nígbà náà ni Joṣua súre fún wọn, ó sì jẹ́ kí wọn máa lọ sí ilẹ̀ wọn.
ଏଉତ୍ତାରେ ଯିହୋଶୂୟ ସେମାନଙ୍କୁ ଆଶୀର୍ବାଦ କରି ବିଦାୟ କଲେ, ତହିଁରେ ସେମାନେ ଆପଣା ଆପଣା ତମ୍ବୁକୁ ପ୍ରସ୍ଥାନ କଲେ।
7 (Mose ti fi ilẹ̀ fún ìdajì ẹ̀yà Manase ní Baṣani, Joṣua sì ti fún ìdajì ẹ̀yà yòókù ní ilẹ̀ ní ìwọ̀-oòrùn Jordani, pẹ̀lú àwọn arákùnrin wọn). Joṣua súre fún wọn ó sì jẹ́ kí wọn máa lọ sí ilẹ̀ wọn,
ମୋଶା ମନଃଶିର ଅର୍ଦ୍ଧ ବଂଶକୁ ବାଶନରେ ଅଧିକାର ଦେଇଥିଲେ; ମାତ୍ର ଅନ୍ୟ ଅର୍ଦ୍ଧ ବଂଶକୁ ଯିହୋଶୂୟ ଯର୍ଦ୍ଦନର ପଶ୍ଚିମ ପାରିରେ ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ଅଧିକାର ଦେଲେ। ଆହୁରି ସେମାନଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କରିବା ସମୟରେ ଯିହୋଶୂୟ ଆଶୀର୍ବାଦ କରି ସେମାନଙ୍କୁ କହିଲେ,
8 Ó sì wí pé, “Ẹ padà sí ilẹ̀ ẹ yín pẹ̀lú ọrọ̀ púpọ̀ yín, pẹ̀lú agbo ẹran ọ̀sìn, pẹ̀lú fàdákà, wúrà, idẹ àti irin, àti ọ̀pọ̀lọpọ̀ aṣọ, kí ẹ sì pín ìkógun tí ẹ rí gbà láti ọ̀dọ̀ àwọn ọ̀tá yín pẹ̀lú àwọn arákùnrin yín.”
“ତୁମ୍ଭେମାନେ ପ୍ରଚୁର ସମ୍ପତ୍ତି ଓ ପଲ ପଲ ପଶୁ, ରୂପା, ସୁନା ଓ ପିତ୍ତଳ ଓ ଲୁହା ଓ ଅପାର ବସ୍ତ୍ର ସଙ୍ଗେ ନେଇ ଆପଣା ଆପଣା ତମ୍ବୁକୁ ଫେରିଯାଅ; ଆପଣା ଶତ୍ରୁମାନଙ୍କଠାରୁ ଲୁଟିତ ଦ୍ରବ୍ୟ ଆପଣା ଆପଣା ଭ୍ରାତୃଗଣ ମଧ୍ୟରେ ବିଭାଗ କର।”
9 Báyìí ni àwọn ẹ̀yà Reubeni, ẹ̀yà Gadi àti ìdajì ẹ̀yà Manase fi àwọn ará Israẹli sílẹ̀ ní Ṣilo ní Kenaani láti padà sí Gileadi, ilẹ̀ wọn, èyí tí wọ́n ti gbà gẹ́gẹ́ bí àṣẹ Olúwa láti ẹnu Mose wá.
ତହିଁରେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ କିଣାନ ଦେଶାନ୍ତର୍ଗତ ଶୀଲୋଠାରେ ଇସ୍ରାଏଲ-ସନ୍ତାନଗଣ ନିକଟରୁ ବିଦାୟ ନେଇ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଦତ୍ତ ଆଜ୍ଞାନୁସାରେ ସେମାନେ ଯହିଁର ଅଧିକାରୀ ହୋଇଥିଲେ, ଆପଣାମାନଙ୍କ ସେହି ଅଧିକୃତ ଗିଲୀୟଦ ଦେଶକୁ ଫେରିଗଲେ।
10 Nígbà tí wọ́n wá dé Geliloti ní ẹ̀bá Jordani ní ilẹ̀ Kenaani, àwọn ẹ̀yà Reubeni, ẹ̀yà Gadi àti ìdajì ẹ̀yà Manase mọ pẹpẹ ńlá tí ó tóbi kan ní ẹ̀bá Jordani.
ପୁଣି ଯେତେବେଳେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ କିଣାନ ଦେଶାନ୍ତର୍ଗତ ଯର୍ଦ୍ଦନ ସୀମାରେ ଉପସ୍ଥିତ ହେଲେ, ସେତେବେଳେ ସେମାନେ ସେଠାରେ ଯର୍ଦ୍ଦନ ନିକଟରେ ଗୋଟିଏ ଯଜ୍ଞବେଦି ନିର୍ମାଣ କଲେ, ସେହି ବେଦି ଦେଖିବାକୁ ବଡ଼।
11 Nígbà tí àwọn ọmọ Israẹli gbọ́ pé àwọn ọmọ Reubeni, àti àwọn ọmọ Gadi àti ìlàjì ẹ̀yà Manase mọ pẹpẹ kan dojúkọ ilẹ̀ Kenaani ní Geliloti ní ẹ̀bá Jordani ní ìhà kejì àwọn ọmọ Israẹli,
ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଏହି କଥା ଶୁଣିଲେ, ଦେଖ, ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ଇସ୍ରାଏଲ ସନ୍ତାନମାନଙ୍କ ଅଧିକୃତ ପାର୍ଶ୍ୱରେ ଯର୍ଦ୍ଦନ ସୀମାନ୍ତର୍ଗତ କିଣାନ ଦେଶ ଆଗରେ ଏକ ଯଜ୍ଞବେଦି ନିର୍ମାଣ କରିଅଛନ୍ତି।
12 gbogbo àjọ Israẹli péjọ ní Ṣilo láti lọ bá wọn jagun.
ତହୁଁ ଇସ୍ରାଏଲ-ସନ୍ତାନଗଣ ଯେତେବେଳେ ଏହି କଥା ଶୁଣିଲେ, ସେତେବେଳେ ସେମାନଙ୍କ ପ୍ରତିକୂଳରେ ଯୁଦ୍ଧକୁ ଯିବା ପାଇଁ ଇସ୍ରାଏଲ-ସନ୍ତାନଗଣର ସମଗ୍ର ମଣ୍ଡଳୀ ଶୀଲୋରେ ଏକତ୍ରିତ ହେଲେ।
13 Àwọn ọmọ Israẹli rán Finehasi ọmọ Eleasari àlùfáà, sí ilẹ̀ Gileadi, sí Reubeni, sí Gadi àti sí ìdajì ẹ̀yà Manase.
ଏଥିଉତ୍ତାରେ ଇସ୍ରାଏଲ ସନ୍ତାନମାନେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ନିକଟକୁ ଇଲୀୟାସର ଯାଜକର ପୁତ୍ର ପୀନହସ୍‍କୁ
14 Pẹ̀lú rẹ̀ wọ́n rán àwọn ọkùnrin olóyè mẹ́wàá, ẹnìkan fún ẹ̀yà Israẹli kọ̀ọ̀kan, olórí ọ̀kọ̀ọ̀kan tiwọn jẹ́ olórí ìdílé láàrín àwọn ọmọ Israẹli.
ଓ ତାହା ସଙ୍ଗେ ଇସ୍ରାଏଲର ପ୍ରତ୍ୟେକ ବଂଶରୁ ଏକ ଏକ ପିତୃଗୃହାଧିପତି, ଏରୂପେ ଦଶ ଅଧିପତି ଗିଲୀୟଦ ଦେଶକୁ ପଠାଇଲେ, ସେମାନେ ଇସ୍ରାଏଲର ସହସ୍ର ସହସ୍ର ମଧ୍ୟରେ ଆପଣା ଆପଣା ପିତୃଗୃହର ପ୍ରଧାନ ଥିଲେ।
15 Nígbà tí wọ́n lọ sí Gileadi—sí Reubeni, Gadi àti ìdajì ẹ̀yà Manase—wọ́n sì sọ fún wọn pé,
ତହୁଁ ସେମାନେ ଗିଲୀୟଦ ଦେଶରେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ନିକଟକୁ ଆସି ସେମାନଙ୍କୁ କହିଲେ,
16 “Gbogbo àjọ ènìyàn Olúwa wí pe, ‘A fẹ́ mọ ìdí tí ẹ fi sẹ̀ sí Ọlọ́run Israẹli nípa yíyí padà kúrò lọ́dọ̀ rẹ̀ tí ẹ sì kọ́ pẹpẹ ìṣọ̀tẹ̀ ní ìlòdì sí Olúwa?
“ସଦାପ୍ରଭୁଙ୍କ ସମଗ୍ର ମଣ୍ଡଳୀ ଏରୂପ କହନ୍ତି, ‘ଆଜି ସଦାପ୍ରଭୁଙ୍କର ବିଦ୍ରୋହୀ ହେବା ନିମନ୍ତେ ଆପଣାମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କରି ତୁମ୍ଭେମାନେ ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହୋଇ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ଏହି ଯେ ସତ୍ୟ-ଲଙ୍ଘନ କରିଅଛ, ଏ କʼଣ?
17 Ẹ̀ṣẹ̀ Peori kò ha tó fún wa bí? Títí di òní yìí àwa kò tí ì wẹ ara wa mọ́ kúrò nínú ẹ̀ṣẹ̀ náà, bí ó tilẹ̀ jẹ́ pé àjàkálẹ̀-ààrùn ti jà láàrín ènìyàn Olúwa!
ପିୟୋର ବିଷୟକ ଯେଉଁ ଅପରାଧ ସକାଶୁ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲେ ହେଁ ତହିଁରୁ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ଆପଣାମାନଙ୍କୁ ପରିଷ୍କୃତ କରିପାରି ନାହୁଁ, ଏହା କି ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ,
18 Ṣé ẹ tún wá ń padà kúrò lẹ́yìn Olúwa ni báyìí? “‘Tí ẹ̀yin bá ṣọ̀tẹ̀ sí Olúwa ní òní, ní ọ̀la ní òun o bínú sí gbogbo ìpéjọpọ̀ Israẹli.
ଯେ ଆଜି ତୁମ୍ଭେମାନେ ସଦାପ୍ରଭୁଙ୍କର ଅନୁସରଣରୁ ବିମୁଖ ହେଉଅଛ? ତୁମ୍ଭେମାନେ ଆଜି ସଦାପ୍ରଭୁଙ୍କର ବିଦ୍ରୋହୀ ହେଲେ, ସେ କାଲି ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କ୍ରୋଧ କରିବେ।
19 Bí ilẹ̀ ìní yín bá di àìmọ́, ẹ wá sí orí ilẹ̀ ìní Olúwa, ní ibi tí àgọ́ Olúwa dúró sí, kí ẹ sì pín ilẹ̀ náà pẹ̀lú wa. Ṣùgbọ́n kí ẹ má ṣe ṣọ̀tẹ̀ sí Olúwa tàbí sí wa nípa mímọ pẹpẹ fún ara yín, lẹ́yìn pẹpẹ Olúwa Ọlọ́run wa.
ଯେବେ ତୁମ୍ଭମାନଙ୍କ ଅଧିକାର-ଦେଶ ଅଶୁଚି ହୁଏ, ତେବେ ପାର ହୋଇ ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଆବାସ ବାସ କରେ, ସଦାପ୍ରଭୁଙ୍କ ସେହି ଅଧିକାର-ଦେଶକୁ ଆସ ଓ ଆମ୍ଭମାନଙ୍କ ମଧ୍ୟରେ ଅଧିକାର ଗ୍ରହଣ କର; ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦି ଛଡ଼ା ଆପଣାମାନଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ନ ହୁଅ, କିଅବା ଆମ୍ଭମାନଙ୍କର ବିଦ୍ରୋହୀ ନ ହୁଅ।
20 Nígbà tí Akani ọmọ Sera ṣe àìṣòótọ́ nípa ohun ìyàsọ́tọ̀, ǹjẹ́ ìbínú kò wá sí orí gbogbo àjọ ènìyàn Israẹli nítorí rẹ̀ bí? Òun nìkan kọ́ ni ó kú fún ẹ̀ṣẹ̀ ẹ rẹ̀.’”
ସେରହର ପୁତ୍ର ଆଖନ୍‍ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କରନ୍ତେ, ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କି କ୍ରୋଧ ପଡ଼ିଲା ନାହିଁ? ଆଉ ସେ ବ୍ୟକ୍ତି ଆପଣା ଅପରାଧରେ ଏକାକୀ ବିନଷ୍ଟ ହେଲା ନାହିଁ?’”
21 Nígbà náà ni Reubeni, Gadi àti ẹ̀yà Manase sọ nínú ìdáhùn wọn fún àwọn olórí Israẹli pé.
ତହିଁରେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନଙ୍କୁ ଉତ୍ତର ଦେଇ କହିଲେ,
22 Olúwa Ọlọ́run àwọn ọlọ́run! Olúwa Ọlọ́run àwọn ọlọ́run, Òun mọ̀, jẹ́ kí Israẹli pẹ̀lú kí ó mọ̀! Bí èyí bá wà ní ìṣọ̀tẹ̀ tàbí àìgbọ́ràn sí Olúwa, ẹ má ṣe gbà wa ní òní yìí.
“ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ସେ ଜାଣନ୍ତି ଓ ଇସ୍ରାଏଲ ମଧ୍ୟ ଜାଣିବ; ଯେବେ ଏହା ବିଦ୍ରୋହ ଭାବରେ, ଅବା ଯେବେ ସଦାପ୍ରଭୁଙ୍କ ନିକଟରେ ସତ୍ୟ-ଲଙ୍ଘନ ଭାବରେ ହୋଇଥାଏ, ତେବେ ତୁମ୍ଭେ ଆଜି ଆମ୍ଭମାନଙ୍କୁ ରକ୍ଷା ନ କର;
23 Bí àwa bá ti mọ pẹpẹ wa láti yí padà kúrò ní ọ̀dọ̀ Olúwa àti láti rú ẹbọ sísun àti ẹbọ oúnjẹ jíjẹ, tàbí ẹbọ àlàáfíà ní orí rẹ, kí Olúwa fún ara rẹ̀ gba ẹ̀san.
ଯେବେ ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବା ପାଇଁ ଅବା ଏହି ଯଜ୍ଞବେଦି ଉପରେ ହୋମ କି ଭକ୍ଷ୍ୟ ନୈବେଦ୍ୟ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ତାହା ନିର୍ମାଣ କରିଥାଉ, ତେବେ ସଦାପ୍ରଭୁ ସ୍ୱୟଂ ତହିଁର ପ୍ରତିଫଳ ଦେଉନ୍ତୁ;
24 “Bẹ́ẹ̀ kọ́! Àwa ṣe èyí ní ìbẹ̀rù pé ní ọjọ́ tí àwọn ọmọ yín yóò wí fún wa pé, ‘Kí ni ẹ̀yin ní ṣe pẹ̀lú Olúwa, Ọlọ́run Israẹli?
ବରଞ୍ଚ ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଚାର କରି ଏହା କରିଅଛୁ, ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସଙ୍ଗେ ତୁମ୍ଭମାନଙ୍କର କି ସମ୍ପର୍କ ଅଛି।
25 Olúwa ti fi Jordani ṣe ààlà láàrín àwa àti ẹ̀yin—àwọn ọmọ Reubeni àti àwọn ọmọ Gadi! Ẹ kò ni ní ìpín nínú Olúwa.’ Bẹ́ẹ̀ ni àwọn ọmọ yín lè mú kí àwọn ọmọ wa dẹ́kun láti máa bẹ̀rù Olúwa.
କାରଣ ହେ ରୁବେନ୍‍-ସନ୍ତାନଗଣ, ହେ ଗାଦ୍‍-ସନ୍ତାନଗଣ, ସଦାପ୍ରଭୁ ଆମ୍ଭ ଓ ତୁମ୍ଭ ମଧ୍ୟରେ ଯର୍ଦ୍ଦନକୁ ସୀମା କରିଅଛନ୍ତି; ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ;’ ଏରୂପେ ତୁମ୍ଭମାନଙ୍କ ସନ୍ତାନଗଣ କେଜାଣି ଆମ୍ଭମାନଙ୍କ ସନ୍ତାନଗଣକୁ ସଦାପ୍ରଭୁଙ୍କୁ ଭୟ କରିବାରୁ କ୍ଷାନ୍ତ କରାଇବେ;
26 “Nítorí èyí ni àwa ṣe wí pé, ‘Ẹ jẹ́ kí àwa múra láti mọ pẹpẹ kan, ṣùgbọ́n kì í ṣe fún ẹbọ sísun, tàbí fún àwọn ìrúbọ.’
ଏହେତୁ ଆମ୍ଭେମାନେ କହିଲୁ, ‘ଆସ, ଆମ୍ଭେମାନେ ଏକ ବେଦି ନିର୍ମାଣ କରିବାକୁ ଉଦ୍‍ଯୋଗ କରୁ, ହୋମ କି ବଳିଦାନ ନିମନ୍ତେ ନୁହେଁ,
27 Ní ọ̀nà mìíràn, yóò jẹ́ ẹ̀rí kan láàrín àwa àti ẹ̀yin àti àwọn ìran tí ń bọ̀, pé àwa yóò jọ́sìn fún Olúwa ní ibi mímọ́ rẹ̀ pẹ̀lú ẹbọ sísun wa, ẹbọ àti ọrẹ àlàáfíà. Nígbà náà ni ẹ̀yìn ọ̀la, àwọn ọmọ yín kò ní lè sọ fún tiwa pé, ‘Ẹ kò ní ìpín nínú ti Olúwa.’
ମାତ୍ର ଆମ୍ଭେମାନେ ଯେ ହୋମ ଓ ବଳି ଓ ମଙ୍ଗଳାର୍ଥକ ଉପହାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେବା କରି ପାରୁ, ଏଥିପାଇଁ ତାହା ତୁମ୍ଭମାନଙ୍କ ଓ ଆମ୍ଭମାନଙ୍କ ମଧ୍ୟରେ, ପୁଣି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷ ମଧ୍ୟରେ ଏକ ସାକ୍ଷୀ ହେବ; ତହିଁରେ ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ, ଏପରି କଥା ଆସନ୍ତା କାଳରେ ତୁମ୍ଭମାନଙ୍କ ସନ୍ତାନଗଣ ଆମ୍ଭମାନଙ୍କ ସନ୍ତାନଗଣକୁ କହି ପାରିବେ ନାହିଁ।’
28 “Àwa sì wí pé, ‘Tí wọ́n bá tilẹ̀ sọ èyí fún wa, tàbí sí àwọn ọmọ wa, a ó dáhùn pé, “Ẹ wo àpẹẹrẹ pẹpẹ Olúwa, èyí tí àwọn baba wa mọ, kì í ṣe fún ẹbọ sísun àti ẹbọ ṣùgbọ́n fún ẹ̀rí láàrín àwa àti ẹ̀yin.”’
ଆହୁରି ଆମ୍ଭେମାନେ କହିଲୁ, ‘ସେମାନେ ଯେବେ ଆମ୍ଭମାନଙ୍କୁ କି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷକୁ ଏରୂପ କଥା କହିବେ, ତେବେ ଆମ୍ଭେମାନେ କହିବୁ, ସଦାପ୍ରଭୁଙ୍କ ଯଜ୍ଞବେଦିର ଆଦର୍ଶ ଦେଖ, ଏହା ଆମ୍ଭମାନଙ୍କ ପୂର୍ବପୁରୁଷମାନେ ନିର୍ମାଣ କରିଅଛନ୍ତି, ହୋମ କି ବଳିଦାନାର୍ଥେ ନୁହେଁ, ମାତ୍ର ଆମ୍ଭମାନଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଏହା ଏକ ସାକ୍ଷୀ ଅଟେ।’
29 “Kí Ọlọ́run má jẹ́ kí àwa kí ó ṣọ̀tẹ̀ sí Olúwa, kí àwa sì yípadà kúrò ní ọ̀dọ̀ rẹ ní òní nípa mímọ pẹpẹ ẹbọ sísun, ọrẹ oúnjẹ jíjẹ àti ẹbọ lẹ́yìn pẹpẹ Olúwa Ọlọ́run wa tí ó dúró níwájú àgọ́ rẹ̀.”
ଆମ୍ଭେମାନେ ଯେ ହୋମ କି ଭକ୍ଷ୍ୟ ନୈବେଦ୍ୟ ଓ ବଳିଦାନ ନିମନ୍ତେ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଆବାସ-ସମ୍ମୁଖସ୍ଥିତ ତାହାଙ୍କ ଯଜ୍ଞବେଦି ଛଡ଼ା ଅନ୍ୟ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ହେବୁ, କି ଆଜି ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବୁ, ଏହା ଦୂରେ ଥାଉ।”
30 Nígbà tí Finehasi àlùfáà àti àwọn olórí ìjọ ènìyàn, àwọn olórí ìdílé Israẹli gbọ́ ohun tí Reubeni, Gadi àti Manase ti sọ, ó dùn mọ́ wọn.
ସେତେବେଳେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶି-ସନ୍ତାନଗଣ ଯାହା କହିଲେ, ତାହା ଶୁଣି ପୀନହସ୍‍ ଯାଜକ ଓ ତାହାର ସଙ୍ଗୀ ମଣ୍ଡଳୀର ଅଧିପତିମାନେ ଓ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନେ ସନ୍ତୁଷ୍ଟ ହେଲେ।
31 Finehasi ọmọ Eleasari, àlùfáà wí fún Reubeni, Gadi àti Manase pé, “Ní òní ni àwa mọ̀ pé Olúwa wà pẹ̀lú wa, nítorí tí ẹ̀yin kò hùwà àìṣòótọ́ sí Olúwa ní orí ọ̀rọ̀ yí nísinsin yìí, ẹ̀yin ti yọ àwọn ará Israẹli kúrò ní ọwọ́ Olúwa”.
ପୁଣି ଇଲୀୟାସର ଯାଜକର ପୁତ୍ର ପୀନହସ୍‍ ରୁବେନ୍‍-ସନ୍ତାନଗଣକୁ ଓ ଗାଦ୍‍-ସନ୍ତାନଗଣକୁ ଓ ମନଃଶି-ସନ୍ତାନଗଣକୁ କହିଲା, “ସଦାପ୍ରଭୁ ଯେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ଆମ୍ଭେମାନେ ଆଜି ଜାଣିଲୁ, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସତ୍ୟ-ଲଙ୍ଘନ କରି ନାହଁ; ଏବେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣକୁ ସଦାପ୍ରଭୁଙ୍କ ହସ୍ତରୁ ଉଦ୍ଧାର କଲ।”
32 Nígbà náà ni Finehasi ọmọ Eleasari àlùfáà àti àwọn olórí padà sí Kenaani láti ibi ìpàdé wọn pẹ̀lú àwọn ẹ̀yà Reubeni àti ẹ̀yà Gadi ní Gileadi, wọ́n sì mú ìròyìn tọ àwọn ọmọ Israẹli lọ.
ତହୁଁ ଇଲୀୟାସର ଯାଜକର ପୁତ୍ର ପୀନହସ୍‍ ଓ ଅଧିପତିମାନେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ନିକଟରୁ ଗିଲୀୟଦ ଦେଶରୁ ବାହାରି କିଣାନ ଦେଶକୁ ଇସ୍ରାଏଲ-ସନ୍ତାନଗଣ ନିକଟକୁ ଫେରିଯାଇ ସେମାନଙ୍କୁ ସମ୍ବାଦ ଦେଲେ।
33 Inú wọn sì dùn láti gbọ́ ìròyìn náà, wọ́n sì yin Ọlọ́run. Wọn kò sì sọ̀rọ̀ mọ́ nípa lílọ bá wọn jagun láti run ilẹ̀ tí àwọn ẹ̀yà Reubeni àti ẹ̀yà Gadi ń gbé.
ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହି କଥାରେ ସନ୍ତୁଷ୍ଟ ହେଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ପରମେଶ୍ୱରଙ୍କର ଧନ୍ୟବାଦ କଲେ, ଆଉ ରୁବେନ୍‍-ସନ୍ତାନଗଣର ଓ ଗାଦ୍‍-ସନ୍ତାନଗଣର ବସତି-ଦେଶ ବିନାଶ କରିବା ପାଇଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା କଥା ଆଉ କହିଲେ ନାହିଁ।
34 Ẹ̀yà Reubeni àti ẹ̀yà Gadi sì fún pẹpẹ náà ní orúkọ yìí, “Ẹ̀rí láàrín wa pé Olúwa ni Ọlọ́run.”
ଏଉତ୍ତାରେ ରୁବେନ୍‍-ସନ୍ତାନମାନେ ଓ ଗାଦ୍‍-ସନ୍ତାନମାନେ ସେହି ବେଦିର ନାମ ଏଦ୍‍ ରଖିଲେ, କାରଣ ସେମାନେ କହିଲେ, “ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଆମ୍ଭମାନଙ୍କ ମଧ୍ୟରେ ଏଥିର ସାକ୍ଷୀ ଏହି।”

< Joshua 22 >