< Joshua 20 >

1 Nígbà náà ni Olúwa sọ fún Joṣua pé,
ଏଥିଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ;
2 “Sọ fún àwọn ọmọ Israẹli pé kí wọn yan àwọn ìlú ààbò, gẹ́gẹ́ bí mo ti pàṣẹ fún ọ láti ẹnu Mose,
‘ଆମ୍ଭେ ମୋଶା ହାତରେ ଯେଉଁସବୁ ଆଶ୍ରୟ ନଗର ବିଷୟ ତୁମ୍ଭମାନଙ୍କୁ କହିଅଛୁ, ତାହା ତୁମ୍ଭେମାନେ ଆପଣାମାନଙ୍କ ପାଇଁ ନିରୂପଣ କର।
3 kí ẹni tí ó bá ṣèèṣì pa ènìyàn tàbí tí ó bá pa ènìyàn láìmọ̀-ọ́n-mọ̀ lè sálọ sí ibẹ̀, fún ààbò lọ́wọ́ olùgbẹ̀san ẹ̀jẹ̀ ẹni tí ó pa.
ତହିଁରେ ଯେଉଁ ନରହତ୍ୟାକାରୀ ଭ୍ରାନ୍ତିରେ ଓ ଅଜ୍ଞାତସାରରେ କାହାକୁ ବଧ କରେ, ସେ ସେଠାକୁ ପଳାଇ ଯାଇ ପାରିବ; ପୁଣି ସେହି ସବୁ ନଗର ରକ୍ତର ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟ ନଗର ହେବ।
4 Nígbà tí ó bá sálọ sí ọ̀kan nínú àwọn ìlú wọ̀nyí, yóò sì dúró ní ẹnu-ọ̀nà àtiwọ ibodè ìlú, kí ó sì ṣe àlàyé ara rẹ̀ ní iwájú àwọn àgbàgbà ìlú náà. Nígbà náà ni wọn yóò gbà á sí ìlú wọn, wọn yóò sì fun ní ibùgbé láàrín wọn.
ଆଉ ତହିଁ ମଧ୍ୟରୁ କୌଣସି ନଗରକୁ ପଳାୟନକାରୀ ଲୋକ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଠିଆ ହୋଇ ନଗରର ପ୍ରାଚୀନମାନଙ୍କ କର୍ଣ୍ଣଗୋଚରରେ ଆପଣାର କଥା କହିବ, ତହୁଁ ସେମାନେ ନଗର ମଧ୍ୟରେ ଆପଣାମାନଙ୍କ ନିକଟକୁ ତାହାକୁ ଆଣି ଆପଣାମାନଙ୍କ ମଧ୍ୟରେ ବାସ କରିବାକୁ ସ୍ଥାନ ଦେବେ।
5 Bí olùgbẹ̀san ẹ̀jẹ̀ bá ń lépa rẹ̀, wọn kò gbọdọ̀ fi àwọn ọ̀daràn náà lé wọn lọ́wọ́, nítorí tí ó pa aládùúgbò rẹ̀ láìmọ̀, tí kò sì kórìíra rẹ̀ tẹ́lẹ̀ rí.
ପୁଣି ରକ୍ତର ପ୍ରତିହନ୍ତା ତାହା ପଛେ ପଛେ ଗୋଡ଼ାଇଲେ, ସେମାନେ ନରହତ୍ୟାକାରୀକୁ ତାହା ହସ୍ତରେ ସମର୍ପଣ କରିବେ ନାହିଁ; କାରଣ ସେ ଅଜ୍ଞାତସାରରେ ଆପଣା ପ୍ରତିବାସୀକୁ ବଧ କରିଅଛି ଓ ସେ ପୂର୍ବରେ ତାହାକୁ ହିଂସା କରି ନ ଥିଲା।
6 Òun ó sì máa gbé inú ìlú náà, títí yóò fi jẹ́jọ́ níwájú ìjọ ènìyàn àti títí ikú olórí àlùfáà tí ó ń ṣiṣẹ́ ìsìn nígbà náà. Nígbà náà ó lè padà sí ilé rẹ̀ ní ìlú tí ó ti sá wá.”
ଏହି ନିମନ୍ତେ ସେ ବିଚାରାର୍ଥେ ମଣ୍ଡଳୀ ସାକ୍ଷାତରେ ଠିଆ ହେବା ଯାଏ, ପୁଣି ସେହି ସମୟର ମହାଯାଜକର ମୃତ୍ୟୁୁ ହେବା ଯାଏ ସେ ସେହି ନଗରରେ ବାସ କରିବ; ତହିଁ ଉତ୍ତାରେ ସେହି ନରହତ୍ୟାକାରୀ ଯେଉଁ ନଗରରୁ ପଳାୟନ କରିଥିଲା, ଆପଣା ନିଜର ସେହି ନଗରକୁ ଓ ଆପଣା ନିଜ ଗୃହକୁ ଫେରି ଆସିବ।’”
7 Bẹ́ẹ̀ ni wọ́n yan Kedeṣi ní Galili ní ìlú òkè Naftali, Ṣekemu ní ìlú òkè Efraimu, àti Kiriati-Arba (tí í ṣe, Hebroni) ní ìlú òkè Juda.
ଏଣୁ ସେମାନେ ନପ୍ତାଲିର ପର୍ବତମୟ ଦେଶସ୍ଥ ଗାଲିଲୀରେ କେଦଶ ଓ ଇଫ୍ରୟିମ-ପର୍ବତମୟ ଦେଶରେ ଶିଖିମ ଓ ଯିହୁଦାର ପର୍ବତମୟ ଦେଶରେ କିରୀୟଥ୍‍-ଅର୍ବ (ଏହାକୁ ହିବ୍ରୋଣ କହନ୍ତି) ପ୍ରତିଷ୍ଠା କଲେ।
8 Ní ìhà ìlà-oòrùn Jordani ti Jeriko, wọ́n ya Beseri ní aginjù ní pẹ̀tẹ́lẹ̀ ní ẹ̀yà Reubeni, Ramoti ní Gileadi ní ẹ̀yà Gadi, àti Golani ní Baṣani ní ẹ̀yà Manase.
ପୁଣି ଯିରୀହୋ ନିକଟସ୍ଥ ଯର୍ଦ୍ଦନ-ପୂର୍ବପାରିରେ ରୁବେନ୍‍ ବଂଶର ସମଭୂମି ପ୍ରାନ୍ତରରେ ବେତ୍ସର ଓ ଗାଦ୍‍ ବଂଶର ଗିଲୀୟଦରେ ରାମୋତ୍‍ ଓ ମନଃଶି ବଂଶର ବାଶନରେ ଗୋଲନ୍‍ ନିରୂପଣ କଲେ।
9 Ẹnikẹ́ni nínú àwọn ọmọ Israẹli tàbí àlejò tí ń gbé ní àárín wọn tí ó ṣèèṣì pa ẹnìkan lè sálọ sí àwọn ìlú tí a yà sọ́tọ̀ wọ̀nyí, kí olùgbẹ̀san ẹ̀jẹ̀ má sì ṣe pa á kí ó to di àkókò tí yóò jẹ́jọ́ níwájú ìjọ ènìyàn.
କେହି ଭ୍ରାନ୍ତିରେ ନରହତ୍ୟା କଲେ, ମଣ୍ଡଳୀ ସାକ୍ଷାତରେ ଠିଆ ହେବା ପର୍ଯ୍ୟନ୍ତ ସେହି ସ୍ଥାନକୁ ପଳାଇ ଯେପରି ରକ୍ତର ପ୍ରତିହନ୍ତାର ହସ୍ତରେ ନ ମରେ, ଏନିମନ୍ତେ ଇସ୍ରାଏଲ ସନ୍ତାନ ସମସ୍ତଙ୍କ ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକ ପାଇଁ ଏସବୁ ନଗର ନିରୂପିତ ହେଲା।

< Joshua 20 >