< Joshua 13 >
1 Nígbà tí Joṣua sì darúgbó tí ọjọ́ orí rẹ̀ sì pọ̀ jọjọ, Olúwa sọ fún un pé, “Ìwọ ti darúgbó púpọ̀, bẹ́ẹ̀ ni ilẹ̀ sì kù lọ́pọ̀lọ́pọ̀ fún yín láti gbà.
ଏହି ସମୟରେ ଯିହୋଶୂୟ ବୃଦ୍ଧ ଓ ଗତବୟସ୍କ ହୋଇଥିଲେ; ପୁଣି ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ବୃଦ୍ଧ ଓ ଗତବୟସ୍କ ହେଲ; ମାତ୍ର ଏବେ ହେଁ ବହୁତ ଦେଶ ଅଧିକାର କରିବାକୁ ଅବଶିଷ୍ଟ ଅଛି।
2 “Èyí ni ilẹ̀ tí ó kù: “gbogbo àwọn agbègbè àwọn Filistini, àti ti ara Geṣuri:
ସେହି ଅବଶିଷ୍ଟ ଦେଶ ଏହି; ପଲେଷ୍ଟୀୟମାନଙ୍କ ସମସ୍ତ ମଣ୍ଡଳ ଓ ଗଶୂରୀୟମାନଙ୍କ ସମସ୍ତ ଅଞ୍ଚଳ;
3 láti odò Ṣihori ní ìlà-oòrùn Ejibiti sí agbègbè Ekroni ìhà àríwá, gbogbo rẹ̀ ni a kà kún Kenaani (agbègbè ìjòyè Filistini márùn-ún ní Gasa, Aṣdodu, Aṣkeloni, Gitti àti Ekroni; ti àwọn ará Affimu);
ଅର୍ଥାତ୍, ମିସର-ସମ୍ମୁଖସ୍ଥିତ ଶୀହୋରଠାରୁ ଇକ୍ରୋଣର ଉତ୍ତର ସୀମା ପର୍ଯ୍ୟନ୍ତ କିଣାନୀୟମାନଙ୍କ ଦେଶ; ଘସାତୀୟ ଓ ଅସ୍ଦୋଦୀୟ, ଅସ୍କିଲୋନୀୟ, ଗାଥୀୟ ଓ ଇକ୍ରୋଣୀୟ, ପଲେଷ୍ଟୀୟ ଏହି ପାଞ୍ଚ ଅଧିପତିମାନଙ୍କ ଦେଶ;
4 láti gúúsù; gbogbo ilẹ̀ àwọn ará Kenaani, láti Arah ti àwọn ará Sidoni títí ó fi dé Afeki, agbègbè àwọn ará Amori,
ଆଉ ଦକ୍ଷିଣ ଦିଗସ୍ଥ ଅବ୍ବୀୟମାନଙ୍କ ଦେଶ; କିଣାନୀୟମାନଙ୍କ ସମସ୍ତ ଦେଶ ଓ ଇମୋରୀୟମାନଙ୍କ ସୀମାସ୍ଥିତ ଅଫେକ ପର୍ଯ୍ୟନ୍ତ ସୀଦୋନୀୟମାନଙ୍କ ଅଧୀନ ମୀୟାରା।
5 àti ilẹ̀ àwọn ará Gebali; àti gbogbo àwọn Lebanoni dé ìlà-oòrùn, láti Baali-Gadi ní ìsàlẹ̀ òkè Hermoni dé Lebo-Hamati.
ପୁଣି ଗିବ୍ଲୀୟମାନଙ୍କ ଦେଶ ଓ ହର୍ମୋଣ ପର୍ବତର ତଳସ୍ଥିତ ବାଲ୍ଗାଦ୍ଠାରୁ ହମାତରେ ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ଦିଗସ୍ଥ ସମସ୍ତ ଲିବାନୋନ।
6 “Ní ti gbogbo àwọn olùgbé agbègbè òkè, láti Lebanoni sí Misrefoti-Maimu, àní, gbogbo àwọn ará Sidoni, èmi fúnra mi ní yóò lé wọn jáde ní iwájú àwọn ará Israẹli. Kí o ri dájú pé o pín ilẹ̀ yí fún Israẹli ní ilẹ̀ ìní, gẹ́gẹ́ bí mo ṣe fi àṣẹ fún ọ,
ଲିବାନୋନଠାରୁ ମିଷ୍ରଫୋତ୍-ମୟିମ୍ ପର୍ଯ୍ୟନ୍ତ ପର୍ବତ ନିବାସୀ ସମସ୍ତ ସୀଦୋନୀୟମାନଙ୍କ ଦେଶ; ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ସେମାନଙ୍କୁ ତଡ଼ିଦେବା; ତୁମ୍ଭେ ଆମ୍ଭ ଆଜ୍ଞାନୁସାରେ ତାହା ଅଧିକାର କରିବା ପାଇଁ ଇସ୍ରାଏଲଙ୍କୁ କେବଳ ବାଣ୍ଟି ଦିଅ।
7 pín ilẹ̀ yìí ní ilẹ̀ ìní fún àwọn ẹ̀yà mẹ́sàn-án àti ìdajì ẹ̀yà Manase.”
ଏନିମନ୍ତେ ଏବେ ଅଧିକାର ନିମିତ୍ତ ନଅ ବଂଶକୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଏହି ଦେଶ ବିଭାଗ କରିଦିଅ।”
8 Àwọn ìdajì ẹ̀yà Manase tí ó kù, àti àwọn Reubeni àti àwọn Gadi ti gba ilẹ̀ ìní, tí Mose ti fún wọn ní ìhà ìlà-oòrùn Jordani bí Mose ìránṣẹ́ Olúwa ti fi fún wọn.
ତାହା ସଙ୍ଗେ ରୁବେନୀୟ ଓ ଗାଦୀୟ ଲୋକମାନେ ଯର୍ଦ୍ଦନର ପୂର୍ବପାରିରେ ମୋଶାଦତ୍ତ ଆପଣା ଆପଣା ଅଧିକାର ପାଇଅଛନ୍ତି, ଯେହେତୁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ,
9 Ó sì lọ títí láti Aroeri tí ń bẹ létí àfonífojì Arnoni, àti láti ìlú náà tí ń bẹ ní àárín àfonífojì náà, àti pẹ̀lú gbogbo pẹ̀tẹ́lẹ̀ Medeba títí dé Diboni.
ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଦୀବୋନ୍ ପର୍ଯ୍ୟନ୍ତ ମେଦବାର ସମସ୍ତ ସମଭୂମି,
10 Gbogbo ìlú Sihoni ọba àwọn Amori, tí ó ṣe àkóso ní Heṣboni, títí dé ààlà àwọn ará Ammoni.
ଆଉ ଅମ୍ମୋନ-ସନ୍ତାନଗଣର ସୀମା ପର୍ଯ୍ୟନ୍ତ ହିଷ୍ବୋନରେ କର୍ତ୍ତୃତ୍ୱକାରୀ ଇମୋରୀୟମାନଙ୍କ ସୀହୋନ ରାଜାର ସମସ୍ତ ନଗର;
11 Àti Gileadi, ní agbègbè àwọn ènìyàn Geṣuri àti Maakati, gbogbo òkè Hermoni àti gbogbo Baṣani títí dé Saleka,
ପୁଣି ଗିଲୀୟଦ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ଅଞ୍ଚଳ ଓ ସମୁଦାୟ ହର୍ମୋଣ ପର୍ବତ ଓ ସଲଖା ପର୍ଯ୍ୟନ୍ତ ସମସ୍ତ ବାଶନ,
12 ìyẹn, gbogbo ilẹ̀ ọba Ogu ní Baṣani, tí ó jẹ ọba ní Aṣtarotu àti Edrei, ẹni tí ó kù nínú àwọn Refaimu ìyókù. Mose ti ṣẹ́gun wọn, ó sì ti gba ilẹ̀ wọn.
ଅର୍ଥାତ୍, ଅଷ୍ଟାରୋତ୍ରେ ଓ ଇଦ୍ରିୟୀରେ ରାଜତ୍ୱକାରୀ ରଫାୟୀୟମାନଙ୍କ ମଧ୍ୟରେ ଅବଶିଷ୍ଟ ଓଗ୍ ବାଶନ ରାଜ୍ୟ ଦେଇଥିଲା; କାରଣ ମୋଶା ଏମାନଙ୍କୁ ପରାଜୟ କରି ଘଉଡ଼ାଇ ଦେଇଥିଲେ।
13 Ṣùgbọ́n àwọn ará Israẹli kò lé àwọn ará Geṣuri àti Maakati jáde, bẹ́ẹ̀ ni wọ́n ń gbé ní àárín àwọn ará Israẹli títí di òní yìí.
ତଥାପି ଇସ୍ରାଏଲ-ସନ୍ତାନଗଣ ଗଶୂରୀୟମାନଙ୍କୁ ଓ ମାଖାଥୀୟମାନଙ୍କୁ ଘଉଡ଼ାଇ ଦେଲେ ନାହିଁ; ସେହି ଗଶୂରୀୟ ଓ ମାଖାଥୀୟମାନେ ଆଜିଯାଏ ଇସ୍ରାଏଲ ମଧ୍ୟରେ ବାସ କରୁଅଛନ୍ତି।
14 Ṣùgbọ́n àwọn ẹ̀yà Lefi ni kò fi ogún kankan fún, níwọ̀n ìgbà tí ó ti jẹ́ pé ọrẹ àfinásun sí Olúwa Ọlọ́run Israẹli ni ogún tiwọn, gẹ́gẹ́ bí o ti ṣèlérí fún wọn.
କେବଳ ଲେବୀ ବଂଶକୁ ମୋଶା କିଛି ଅଧିକାର ଦେଲେ ନାହିଁ; କାରଣ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ସେମାନଙ୍କର ଅଧିକାର ହେଲା, ଯେପରି ସଦାପ୍ରଭୁ ମୋଶାଙ୍କୁ କହିଥିଲେ।
15 Èyí ni Mose fi fún ẹ̀yà Reubeni ni agbo ilé sí agbo ilé,
ପୁଣି ମୋଶା ରୁବେନ୍ ବଂଶର ସନ୍ତାନଗଣକୁ ସେମାନଙ୍କ ବଂଶ ଅନୁସାରେ ଅଧିକାର ଦେଲେ।
16 láti agbègbè Aroeri ní etí Arnoni Jọ́ọ́jì àti láti ìlú tí ń bẹ láàrín Jọ́ọ́jì, àti gbogbo pẹ̀tẹ́lẹ̀ ní ìkọjá Medeba
ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ସେମାନଙ୍କର ସୀମା ଥିଲା ଓ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମଭୂମି;
17 sí Heṣboni àti gbogbo ìlú rẹ̀ ní pẹ̀tẹ́lẹ̀, pẹ̀lú Diboni, Bamoti Baali, Beti-Baali-Mioni,
ହିଷ୍ବୋନ ଓ ସମଭୂମିସ୍ଥିତ ଦୀବୋନ୍ ଓ ବାମତ୍ବାଲ ଓ ବେଥ୍-ବାଲ-ମିୟୋନ,
18 Jahisa, Kedemoti, Mefaati,
ଯହସ ଓ କଦେମୋତ୍ ଓ ମେଫାତ୍
19 Kiriataimu, Sibma, Sereti Ṣahari lórí òkè ní àfonífojì.
ଓ କିରୀୟାଥୟିମ୍ ଓ ସିବ୍ମା ଓ ତଳଭୂମିର ପର୍ବତସ୍ଥ ସେରତ୍ ସହର
20 Beti-Peori, gẹ̀rẹ́gẹ̀rẹ́ Pisga, àti Beti-Jeṣimoti
ଓ ବେଥ୍-ପିୟୋର ଓ ଅସଦୋତ୍-ପିସ୍ଗା ଓ ବେଥ୍-ଯିଶିମୋତ, ତହିଁର ଏହି ସମସ୍ତ ନଗର।
21 gbogbo ìlú tí ó wà ní pẹ̀tẹ́lẹ̀ àti gbogbo agbègbè Sihoni ọba Amori, tí ó ṣe àkóso Heṣboni. Mose sì ti ṣẹ́gun rẹ̀ àti àwọn ọmọ ìjòyè Midiani, Efi, Rekemu, Suri, Huri àti Reba, àwọn ọmọ ọba pawọ́pọ̀ pẹ̀lú Sihoni tí ó gbé ilẹ̀ náà.
ପୁଣି ସମଭୂମିସ୍ଥିତ ସମସ୍ତ ନଗର ଓ ହିଷ୍ବୋନରେ ରାଜତ୍ୱକାରୀ ଇମୋରୀୟମାନଙ୍କ ସୀହୋନ ରାଜାର ସମୁଦାୟ ରାଜ୍ୟ, କାରଣ ମୋଶା ତାହାକୁ ଓ ସେହି ଦେଶ ନିବାସୀ ମିଦୀୟନର ପ୍ରଧାନବର୍ଗ ଇବି ଓ ରେକମ୍ ଓ ସୂର୍ ଓ ହୂର ଓ ରେବା ନାମକ ସୀହୋନର ଏହି ଅଧିପତିମାନଙ୍କୁ ବିନାଶ କରିଥିଲେ।
22 Ní àfikún àwọn tí a pa ní ogun, àwọn ọmọ Israẹli fi idà pa Balaamu ọmọ Beori alásọtẹ́lẹ̀.
ଇସ୍ରାଏଲ-ସନ୍ତାନଗଣ ଖଡ୍ଗଧାରରେ ଯେଉଁମାନଙ୍କୁ ବଧ କରିଥିଲେ, ସେମାନଙ୍କ ମଧ୍ୟରେ ବିୟୋରର ପୁତ୍ର ମନ୍ତ୍ରଜ୍ଞ ବିଲୀୟମ୍କୁ ମଧ୍ୟ ବଧ କରିଥିଲେ।
23 Ààlà àwọn ọmọ Reubeni ni etí odò Jordani. Àwọn ìlú wọ̀nyí àti abúlé rẹ̀ ni ilẹ̀ ìní àwọn ọmọ Reubeni ní agbo ilé ní agbo ilé.
ଆଉ ଯର୍ଦ୍ଦନ ଓ ତହିଁର ଅଞ୍ଚଳ ରୁବେନ୍-ସନ୍ତାନଗଣର ସୀମା ଥିଲା, ରୁବେନ୍-ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା।
24 Èyí ni ohun tí Mose ti fi fún ẹ̀yà Gadi, ní agbo ilé ní agbo ilé.
ଆଉ ମୋଶା ଗାଦ୍ ବଂଶୀୟ ଗାଦ୍-ସନ୍ତାନମାନକୁ ସେମାନଙ୍କ ବଂଶାନୁସାରେ ଅଧିକାର ଦେଲେ।
25 Agbègbè ìlú Jaseri, gbogbo ìlú Gileadi àti ìdajì orílẹ̀-èdè àwọn ọmọ ará Ammoni títí dé Aroeri, ní ẹ̀bá Rabba;
ଯାସେର ଓ ଗିଲୀୟଦର ସମସ୍ତ ନଗର ଓ ରବ୍ବାର ସମ୍ମୁଖସ୍ଥ ଅରୋୟେର ପର୍ଯ୍ୟନ୍ତ ଅମ୍ମୋନ-ସନ୍ତାନଗଣର ଅର୍ଦ୍ଧ ଦେଶ ସେମାନଙ୍କର ସୀମା ହେଲା।
26 àti láti Heṣboni lọ sí Ramati-Mispa àti Betonimu, àti láti Mahanaimu sí agbègbè ìlú Debiri,
ପୁଣି ହିଷ୍ବୋନଠାରୁ ରାମତ୍-ମିସ୍ପେ ଓ ବଟନୀମ୍ ପର୍ଯ୍ୟନ୍ତ ଓ ମହନୟିମଠାରୁ ଦବୀର ସୀମା ପର୍ଯ୍ୟନ୍ତ
27 àti ní àfonífojì Beti-Haramu, Beti-Nimra, Sukkoti àti Safoni pẹ̀lú ìyókù agbègbè ilẹ̀ Sihoni ọba Heṣboni (ní ìhà ìlà-oòrùn Jordani, agbègbè rẹ̀ títí dé òpin Òkun Kinnereti).
ଓ ତଳଭୂମିରେ ବେଥ୍-ହାରମ୍ ଓ ବେଥ୍-ନିମ୍ରା ଓ ସୁକ୍କୋତ ଓ ସାଫୋନ୍ ଓ ହିଷ୍ବୋନସ୍ଥ ସୀହୋନ ରାଜାର ଅବଶିଷ୍ଟ ରାଜ୍ୟ, ପୁଣି ଯର୍ଦ୍ଦନର ପୂର୍ବ ତୀରସ୍ଥ କିନ୍ନେରତ୍ ହ୍ରଦର ପ୍ରାନ୍ତ ପର୍ଯ୍ୟନ୍ତ ଯର୍ଦ୍ଦନ ଓ ତହିଁର ଅଞ୍ଚଳ।
28 Àwọn ìlú wọ̀nyí àti abúlé rẹ̀ jẹ́ ogún àwọn ọmọ Gadi, ní agbo ilé ní agbo ilé.
ଗାଦ୍ର ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା।
29 Èyí ni ohun tí Mose ti fi fún ìdajì ẹ̀yà Manase, èyí ni pé, fún ìdajì ìdílé irú-ọmọ Manase, ní agbo ilé ní agbo ilé.
ଆଉ ମୋଶା ମନଃଶିର ଅର୍ଦ୍ଧ ବଂଶକୁ ଅଧିକାର ଦେଲେ; ମନଃଶି-ସନ୍ତାନଗଣର ବଂଶାନୁସାରେ ତାହା ସେମାନଙ୍କ ଅର୍ଦ୍ଧ ବଂଶର ହେଲା।
30 Ilẹ̀ náà fẹ̀ dé Mahanaimu àti gbogbo Baṣani, gbogbo agbègbè ilẹ̀ Ogu ọba Baṣani, èyí tí í ṣe ibùgbé Jairi ní Baṣani, ọgọ́ta ìlú,
ସେମାନଙ୍କର ସୀମା ମହନୟିମଠାରୁ ସମସ୍ତ ବାଶନ ଦେଶ, ବାଶନର ରାଜା ଓଗ୍ର ସମସ୍ତ ରାଜ୍ୟ ଓ ବାଶନର ଅନ୍ତର୍ଗତ ଯାୟୀରର ସମସ୍ତ ଉପନଗର, ଏରୂପେ ଷାଠିଏ ନଗର
31 ìdajì Gileadi, àti Aṣtarotu àti Edrei (àwọn ìlú ọba Ogu ní Baṣani). Èyí ni fún irú àwọn ọmọ Makiri ọmọ Manase fún ààbọ̀ àwọn ọmọ Makiri, ní agbo ilé ní agbo ilé.
ପୁଣି ଅର୍ଦ୍ଧ ଗିଲୀୟଦ ଓ ଅଷ୍ଟାରୋତ୍ ଓ ଇଦ୍ରିୟୀ, ଓଗ୍ର ବାଶନ ରାଜ୍ୟସ୍ଥିତ ଏହି ଏହି ନଗର ମନଃଶିର ପୁତ୍ର ମାଖୀର-ସନ୍ତାନଗଣର ବଂଶାନୁସାରେ ମାଖୀର-ସନ୍ତାନଗଣର ଅର୍ଦ୍ଧ ବଂଶର ହେଲା।
32 Èyí ni ogún tí Mose fi fún wọn nígbà tí ó wà ní pẹ̀tẹ́lẹ̀ Moabu ní ìhà kejì Jordani ní ìlà-oòrùn Jeriko.
ଯର୍ଦ୍ଦନ-ପୂର୍ବପାରିରେ ଯିରୀହୋ ନିକଟସ୍ଥ ମୋୟାବ-ପଦାରେ ମୋଶା ଏହିସବୁ ଅଧିକାର ବିଭାଗ କରିଦେଲେ।
33 Ṣùgbọ́n fún ẹ̀yà Lefi, Mose kò fi ogún fún un; Olúwa, Ọlọ́run Israẹli, ní ogún wọn, gẹ́gẹ́ bí ó ti ṣe ìlérí fún wọn.
ମାତ୍ର ମୋଶା ଲେବୀ ବଂଶକୁ କୌଣସି ଅଧିକାର ଦେଲେ ନାହିଁ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସେମାନଙ୍କ ପ୍ରତି ଆପଣା ବାକ୍ୟାନୁସାରେ ସେମାନଙ୍କ ଅଧିକାର ଅଟନ୍ତି।