< Jonah 2 >

1 Nígbà náà ni Jona gbàdúrà sí Olúwa Ọlọ́run rẹ̀ láti inú ẹja náà wá,
ସେତେବେଳେ ଯୂନସ ସେହି ମତ୍ସ୍ୟ ଉଦରରେ ଥାଇ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ।
2 Ó sì wí pé: “Nínú ìpọ́njú mi ni mo kígbe sí Olúwa, òun sì gbọ́ ohùn mi. Mo kígbe láti inú ipò òkú, mo pè fún ìrànwọ́, ìwọ sì gbọ́ ohùn mi. (Sheol h7585)
ଆଉ, ସେ କହିଲେ, “ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି, ତହିଁରେ ସେ ମୋତେ ଉତ୍ତର ଦେଲେ, ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି, ତୁମ୍ଭେ ମୋର ରବ ଶୁଣିଲ। (Sheol h7585)
3 Nítorí tí ìwọ ti sọ mí sínú ibú, ní àárín Òkun, ìṣàn omi sì yí mi káàkiri; gbogbo bíbì omi àti rírú omi rékọjá lórí mi.
କାରଣ ତୁମ୍ଭେ ସମୁଦ୍ର ଗର୍ଭର ଗଭୀର ଜଳରେ ମୋତେ ନିକ୍ଷେପ କଲ, ତହିଁରେ ସ୍ରୋତ ମୋତେ ଚାରିଆଡ଼େ ଘେରିଲା; ତୁମ୍ଭର ଢେଉ ଓ ତରଙ୍ଗସବୁ ମୋʼ ଉପର ଦେଇ ଗଲା।
4 Nígbà náà ni mo wí pé, ‘A ta mí nù kúrò níwájú rẹ; ṣùgbọ́n síbẹ̀ èmi yóò tún máa wo ìhà tẹmpili mímọ́ rẹ.’
ଆଉ, ମୁଁ କହିଲି, ମୁଁ ତୁମ୍ଭ ଦୃଷ୍ଟିଗୋଚରରୁ ଦୂରୀକୃତ ହୋଇଅଛି; ତଥାପି ମୁଁ ପୁନର୍ବାର ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ଦୃଷ୍ଟିପାତ କରିବି।
5 Omi yí mi káàkiri, àní títí dé ọkàn; ibú yí mi káàkiri, a fi koríko odò wé mi lórí.
ଜଳରାଶି ପ୍ରାଣ ପର୍ଯ୍ୟନ୍ତ ହିଁ ମୋତେ ଘେରିଲା; ଗଭୀର ସାଗର ମୋତେ ଚାରିଆଡ଼େ ଘେରିଲା; ସମୁଦ୍ରର ଦଳ ମୋʼ ମସ୍ତକର ଚାରିଆଡ଼େ ଜଡ଼ିତ ହେଲା।
6 Èmi sọ̀kalẹ̀ lọ sí ìsàlẹ̀ àwọn òkè ńlá; ilẹ̀ ayé pẹ̀lú ìdènà rẹ̀ yí mi ká títí: ṣùgbọ́n ìwọ ti mú ẹ̀mí mi wá sókè láti inú ibú wá, Olúwa Ọlọ́run mi.
ମୁଁ ପର୍ବତଗଣର ମୂଳ ପର୍ଯ୍ୟନ୍ତ ତଳକୁ ଗଲି; ମୋʼ ପଶ୍ଚାତ୍‍ ପୃଥିବୀ ଆପଣାର ଅର୍ଗଳସକଳ ଚିରକାଳ ନିମନ୍ତେ ରୁଦ୍ଧ କଲା; ତଥାପି ହେ ସଦାପ୍ରଭୁ, ମୋʼ ପରମେଶ୍ୱର, ତୁମ୍ଭେ ଗର୍ତ୍ତରୁ ମୋʼ ପ୍ରାଣକୁ ବାହାର କରି ଆଣିଲ।
7 “Nígbà tí ó rẹ ọkàn mi nínú mi, èmi rántí rẹ, Olúwa, àdúrà mi sì wá sí ọ̀dọ̀ rẹ, nínú tẹmpili mímọ́ rẹ.
ମୋʼ ମଧ୍ୟରେ ମୋʼ ପ୍ରାଣ ମୂର୍ଚ୍ଛିତ ହେବା ବେଳେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି; ପୁଣି, ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ, ତୁମ୍ଭ ପବିତ୍ର ମନ୍ଦିରରେ ଉପସ୍ଥିତ ହେଲା।
8 “Àwọn tí ń fàmọ́ òrìṣà èké kọ àánú ara wọn sílẹ̀.
ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି, ସେମାନେ ନିଜ ଦୟାନିଧିଙ୍କୁ ପରିତ୍ୟାଗ କରନ୍ତି।
9 Ṣùgbọ́n èmi yóò fi orin ọpẹ́, rú ẹbọ sí ọ. Èmi yóò san ẹ̀jẹ́ tí mo ti jẹ́. ‘Ìgbàlà wá láti ọ̀dọ̀ Olúwa.’”
ମାତ୍ର ମୁଁ ଧନ୍ୟବାଦ ସହିତ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି; ମୁଁ ଯାହା ମାନତ କରିଅଛି, ତାହା ପରିଶୋଧ କରିବି; ପରିତ୍ରାଣ ସଦାପ୍ରଭୁଙ୍କଠାରୁ ହୁଏ।”
10 Olúwa sì pàṣẹ fún ẹja náà, ó sì pọ Jona sí orí ilẹ̀ gbígbẹ.
ଏଥିରେ ସଦାପ୍ରଭୁ ସେହି ମତ୍ସ୍ୟକୁ ଆଜ୍ଞା କରନ୍ତେ, ସେ ଯୂନସଙ୍କୁ ଶୁଷ୍କ ଭୂମିରେ ଉଦ୍ଗାର କଲା।

< Jonah 2 >