< Joel 1 >

1 Ọ̀rọ̀ Olúwa tí ó tọ Joẹli ọmọ Petueli wá.
ପଥୂୟେଲଙ୍କ ପୁତ୍ର ଯୋୟେଲଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
2 Ẹ gbọ́ èyí ẹ̀yin àgbàgbà; ẹ fi etí sílẹ̀ gbogbo ẹ̀yin ènìyàn ará ilẹ̀ náà. Ǹjẹ́ irú èyí ha wà ní ọjọ́ yín, tàbí ní ọjọ́ àwọn baba yín?
ହେ ଇସ୍ରାଏଲର ପ୍ରାଚୀନଗଣ, ତୁମ୍ଭେମାନେ ଏହି କଥା ଶୁଣ, ଆଉ ହେ ଦେଶନିବାସୀସକଳ, ତୁମ୍ଭେମାନେ କର୍ଣ୍ଣପାତ କର। ତୁମ୍ଭମାନଙ୍କ ସମୟରେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସମୟରେ କି ଏହା ଘଟିଅଛି?
3 Ẹ sọ ọ́ fún àwọn ọmọ yín, ki àwọn ọmọ yín sọ fún àwọn ọmọ wọn, ki àwọn ọmọ wọn sọ fún àwọn ìran mìíràn.
ତୁମ୍ଭେମାନେ ଆପଣା ଆପଣା ସନ୍ତାନଗଣକୁ ଏହା ଜଣାଅ ଓ ତୁମ୍ଭମାନଙ୍କର ସନ୍ତାନଗଣ ସେମାନଙ୍କ ସନ୍ତାନଗଣକୁ ଜଣାଉନ୍ତୁ, ଆଉ ସେମାନଙ୍କର ସନ୍ତାନଗଣ ଆସନ୍ତା ପିଢ଼ିଙ୍କୁ ଜଣାଉନ୍ତୁ।
4 Èyí tí eṣú tí agénijẹ jẹ kù ní ọ̀wọ́ eṣú ńlá ńlá ti jẹ, èyí tí ọ̀wọ́ eṣú ńlá ńlá jẹ kù ní eṣú kéékèèké jẹ, èyí tí eṣú kéékèèké jẹ kù ni eṣú apanirun mìíràn jẹ.
ଶୂକ କୀଟ ଯାହା ଛାଡ଼ିଲା, ପଙ୍ଗପାଳ ତାହା ଖାଇଅଛି ଓ ପଙ୍ଗପାଳ ଯାହା ଛାଡ଼ିଲା, ପତଙ୍ଗ ତାହା ଖାଇଅଛି ଓ ପତଙ୍ଗ ଯାହା ଛାଡ଼ିଲା, ଘୁର୍ଘୁରିଆ ତାହା ଖାଇଅଛି।
5 Ẹ jí gbogbo ẹ̀yin ọ̀mùtí kí ẹ sì sọkún ẹ hu gbogbo ẹ̀yin ọ̀mu-wáìnì; ẹ hu nítorí wáìnì tuntun nítorí a gbà á kúrò lẹ́nu yín.
ହେ ମତୁଆଳାମାନେ, ଜାଗି ଉଠ ଓ ରୋଦନ କର, ହେ ମଦ୍ୟପାୟୀ ସମସ୍ତେ, ମିଷ୍ଟ ଦ୍ରାକ୍ଷାରସ ସକାଶୁ ହାହାକାର କର; କାରଣ ତାହା ତୁମ୍ଭମାନଙ୍କର ମୁଖରୁ ଅନ୍ତର କରାଯାଇଅଛି।
6 Nítorí orílẹ̀-èdè kan ti ṣígun sí ilẹ̀ mìíràn ó ní agbára púpọ̀, kò sì ní òǹkà; ó ní eyín kìnnìún ó sì ní èrìgì abo kìnnìún.
ଯେହେତୁ ଆମ୍ଭ ଦେଶ ବିରୁଦ୍ଧରେ ଏକ ଗୋଷ୍ଠୀ ଉଠି ଆସିଅଛି, ସେ ବଳବାନ ଓ ଅସଂଖ୍ୟ; ତାହାର ଦନ୍ତ ସିଂହଦନ୍ତ ତୁଲ୍ୟ ଓ ତାହାର କଳଦନ୍ତ ଏକ ବୃହତ ସିଂହର କଳଦନ୍ତ ତୁଲ୍ୟ।
7 Ó ti pa àjàrà mi run, ó sì ti ya ẹ̀ka igi ọ̀pọ̀tọ́ mi kúrò, ó ti bò èèpo rẹ̀ jálẹ̀, ó sì sọ ọ́ nù; àwọn ẹ̀ka rẹ̀ ni a sì sọ di funfun.
ସେ ଆମ୍ଭର ଦ୍ରାକ୍ଷାଲତା ଉଜାଡ଼ କରିଅଛି ଓ ଆମ୍ଭ ଡିମ୍ବିରି ବୃକ୍ଷର ଛେଲି ଛଡ଼ାଇ ପକାଇଅଛି; ସେ ତାହା ସମ୍ପୂର୍ଣ୍ଣ ଛେଲିଶୂନ୍ୟ କରି ପକାଇ ଦେଇଅଛି; ତହିଁର ଶାଖାସବୁ ଶୁକ୍ଳ କରାଯାଇଅଛି।
8 Ẹ pohùnréré ẹkún bí wúńdíá tí a fi aṣọ ọ̀fọ̀ dí ni àmùrè, nítorí ọkọ ìgbà èwe rẹ̀.
ଯୌବନକାଳୀନ ସ୍ୱାମୀ ଶୋକରେ ଚଟବସ୍ତ୍ର ପରିହିତା କନ୍ୟା ତୁଲ୍ୟ ବିଳାପ କର।
9 A ké ọrẹ jíjẹ́ àti ọrẹ mímu kúrò ní ilé Olúwa. Àwọn àlùfáà ń ṣọ̀fọ̀, àwọn ìránṣẹ́ Olúwa.
ସଦାପ୍ରଭୁଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ଅନ୍ତର କରାଯାଇଅଛି; ସଦାପ୍ରଭୁଙ୍କର ପରିଚାରକ ଯାଜକଗଣ ଶୋକ କରନ୍ତି।
10 Oko di ìgboro, ilẹ̀ ń ṣọ̀fọ̀, nítorí a fi ọkà ṣòfò: ọtí wáìnì tuntun gbẹ, òróró ń bùṣe.
କ୍ଷେତ୍ର ଉଜାଡ଼ ହୋଇଅଛି, ଭୂମି ଶୋକ କରୁଅଛି; କାରଣ ଶସ୍ୟ ଉଜାଡ଼ ହୋଇଅଛି, ନୂତନ ଦ୍ରାକ୍ଷାରସ ଶୁଖି ଯାଇଅଛି; ତୈଳ କ୍ଷୟ ପାଇଅଛି।
11 Kí ojú kí ó tì yín, ẹ̀yin àgbẹ̀; ẹ pohùnréré ẹkún ẹ̀yin olùtọ́jú àjàrà, nítorí alikama àti nítorí ọkà barle; nítorí ìkórè oko ṣègbé.
ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ, ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ, ତୁମ୍ଭେମାନେ ଗହମ ଓ ଯବ ବିଷୟରେ ହାହାକାର କର; କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି।
12 Àjàrà gbẹ, igi ọ̀pọ̀tọ́ sì rọ̀ dànù; igi pomegiranate, igi ọ̀pẹ pẹ̀lú, àti igi apiili, gbogbo igi igbó ni o rọ. Nítorí náà ayọ̀ ọmọ ènìyàn gbẹ kúrò lọ́dọ̀ wọn.
ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି ଓ ଡିମ୍ବିରିବୃକ୍ଷ ମ୍ଳାନ ହେଉଅଛି; ଡାଳିମ୍ବ ବୃକ୍ଷ, ମଧ୍ୟ ଖର୍ଜ୍ଜୁର ବୃକ୍ଷ ଓ ନାଗରଙ୍ଗ ବୃକ୍ଷ, ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି; କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଆନନ୍ଦ ଶୁଷ୍କ ହୋଇ ଯାଇଅଛି।
13 Ẹ di ara yín ni àmùrè, sí pohùnréré ẹkún ẹ̀yin àlùfáà: ẹ pohùnréré ẹkún, ẹ̀yin ìránṣẹ́ pẹpẹ: ẹ wá, fi gbogbo òru dùbúlẹ̀ nínú aṣọ ọ̀fọ̀, ẹ̀yin ìránṣẹ́ Ọlọ́run mi, nítorí tí a dá ọrẹ-jíjẹ àti ọrẹ mímu dúró ní ilé Ọlọ́run yín.
ହେ ଯାଜକଗଣ, ତୁମ୍ଭେମାନେ ଚଟବସ୍ତ୍ରରେ କଟି ବାନ୍ଧି ବିଳାପ କର; ହେ ଯଜ୍ଞବେଦିର ପରିଚାରକଗଣ, ତୁମ୍ଭେମାନେ ହାହାକାର କର; ହେ ଆମ୍ଭ ପରମେଶ୍ୱରଙ୍କର ପରିଚାରକଗଣ, ତୁମ୍ଭେମାନେ ଆସ, ଚଟବସ୍ତ୍ର ପିନ୍ଧି ସାରାରାତ୍ରି କ୍ଷେପଣ କର; କାରଣ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ନିବୃତ୍ତ କରାଯାଇଅଛି।
14 Ẹ yà àwẹ̀ kan sí mímọ́, ẹ pe àjọ kan tí o ní ìrònú, ẹ pe àwọn àgbàgbà, àti gbogbo àwọn ará ilẹ̀ náà jọ sí ilé Olúwa Ọlọ́run yín, kí ẹ sí ké pe Olúwa.
ତୁମ୍ଭେମାନେ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଗୃହରେ ପ୍ରାଚୀନଗଣଙ୍କୁ ଓ ଦେଶ ନିବାସୀ ସମସ୍ତଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।
15 A! Fún ọjọ́ náà, nítorí ọjọ́ Olúwa kù sí dẹ̀dẹ̀, yóò de bí ìparun láti ọwọ́ Olódùmarè.
ହାୟ ହାୟ ସେ ଦିନ! କାରଣ ସଦାପ୍ରଭୁଙ୍କ ଦିନ ସନ୍ନିକଟ, ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ତୁଲ୍ୟ ତାହା ଉପସ୍ଥିତ ହେବ।
16 A kò ha ké oúnjẹ kúrò níwájú ojú wá yìí, ayọ̀ àti inú dídùn kúrò nínú ilé Ọlọ́run wá?
ଆମ୍ଭମାନଙ୍କ ଦୃଷ୍ଟିରୁ ଖାଦ୍ୟ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ ଆନନ୍ଦ ଓ ଉଲ୍ଲାସ କି ଅଲଗା କରାଯାଇ ନାହିଁ?
17 Irúgbìn bàjẹ́ nínú ebè wọn, a sọ àká di ahoro, a wó àká palẹ̀; nítorí tí a mú ọkà rọ.
ବିହନସବୁ ଟେଳା ତଳେ ପଚି ଯାଉଅଛି; ଗୋଲାସବୁ ଧ୍ୱଂସିତ, ଶସ୍ୟ ଅମାରସବୁ ଭଗ୍ନ ହୋଇଅଛି; କାରଣ ଶସ୍ୟ ଶୁଷ୍କ ହୋଇଅଛି।
18 Àwọn ẹranko tí ń kérora tó! Àwọn agbo ẹran dààmú, nítorí tí wọ́n kò ni pápá oko; nítòótọ́, àwọn agbo àgùntàn jìyà.
ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି! ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି; ମେଷପଲ ଦଣ୍ଡ ପାଉଅଛନ୍ତି।
19 Olúwa, sí ọ ni èmi o ké pè, nítorí iná tí run pápá oko tútù aginjù, ọwọ́ iná sí ti jó gbogbo igi igbó.
ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; କାରଣ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନସବୁ ଗ୍ରାସ କରିଅଛି ଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷସବୁ ଦଗ୍ଧ କରିଅଛି।
20 Àwọn ẹranko igbó gbé ojú sókè sí ọ pẹ̀lú, nítorí tí àwọn ìṣàn omi gbẹ, iná sí ti jó àwọn pápá oko aginjù run.
ହଁ, କ୍ଷେତ୍ରସ୍ଥ ପଶୁସକଳ ତୁମ୍ଭ ନିକଟରେ ଧଇଁସଇଁ ହେଉଅଛନ୍ତି; ଯେହେତୁ ଜଳସ୍ରୋତସବୁ ଶୁଷ୍କ ହୋଇଅଛି ଓ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନସବୁ ଗ୍ରାସ କରିଅଛି।

< Joel 1 >