< Job 7 >
1 “Ṣé ìjà kò ha si fún ènìyàn lórí ilẹ̀? Ọjọ́ rẹ̀ pẹ̀lú kò ha dàbí ọjọ́ alágbàṣe?
ପୃଥିବୀରେ କʼଣ ମନୁଷ୍ୟର ଯୁଦ୍ଧ ହୁଏ ନାହିଁ? ଓ ତାହାର ଦିନସମୂହ କʼଣ ବେତନଜୀବୀର ଦିନ ତୁଲ୍ୟ ନୁହେଁ?
2 Bí ọmọ ọ̀dọ̀ tí máa ń kánjú bojú wo òjìji, àti bí alágbàṣe ti í kánjú wo ọ̀nà owó iṣẹ́ rẹ̀.
ଦାସ ଯେପରି ଛାୟାର ଆକାଂକ୍ଷା କରେ, ବେତନଜୀବୀ ଯେପରି ଆପଣା ବେତନର ଅପେକ୍ଷା କରେ;
3 Bẹ́ẹ̀ ni a mú mi ní ìbànújẹ́ ní ọ̀pọ̀lọpọ̀ oṣù, òru ìdáni-lágara ni a sì là sílẹ̀ fún mi.
ମୁଁ ସେପରି ଅସାରତାବିଶିଷ୍ଟ ମାସମାନର ଅଧିକାରୀ କରାଯାଇଅଛି ଓ କ୍ଳାନ୍ତିଜନକ ରାତ୍ରିମାନ ମୋʼ ପାଇଁ ନିରୂପିତ ହୋଇଅଛି।
4 Nígbà ti mo dùbúlẹ̀, èmi wí pé, ‘Nígbà wo ni èmi ó dìde?’ Tí òru yóò sì kọjá, ó sì tó fún mi láti yí síyìn-ín yí sọ́hùn-ún, títí yóò fi di àfẹ̀mọ́júmọ́.
ମୁଁ ଶୟନ କାଳରେ କହେ, ‘କେବେ ମୁଁ ଉଠିବି?’ ମାତ୍ର ରାତ୍ରି ଦୀର୍ଘ ହୁଏ; ଆଉ, ମୁଁ ପ୍ରଭାତ ପର୍ଯ୍ୟନ୍ତ ନିରନ୍ତର ଛଟପଟ ହେଉଥାଏ।
5 Kòkòrò àti ògúlùtu erùpẹ̀ ni á fi wọ̀ mi ni aṣọ, awọ ara mi bù, o sì di bíbàjẹ́.
ମୋହର ମାଂସ କୀଟ ଓ ଧୂଳିଟେଳା ପରିହିତ; ମୋହର ଚର୍ମ ମିଶିଯାଏ ଓ ପୁନର୍ବାର ଫାଟିଯାଏ।
6 “Ọjọ́ mi yára jù ọkọ̀ ìhunṣọ lọ, o sì di lílò ní àìní ìrètí.
ମୋହର ଦିନ ତନ୍ତୀର ନଳୀଠାରୁ ଶୀଘ୍ରଗାମୀ ଓ ଭରସା ବିନା ବ୍ୟୟ ହୋଇଯାଏ।
7 Háà! Rántí pé afẹ́fẹ́ ni ẹ̀mí mi; ojú mi kì yóò padà rí rere mọ́.
ଆହେ, ମୋହର ପ୍ରାଣ ବାୟୁ ମାତ୍ର ବୋଲି ସ୍ମରଣ କର; ମୋହର ଚକ୍ଷୁ ଆଉ ମଙ୍ଗଳ ଦେଖିବ ନାହିଁ।
8 Ojú ẹni tí ó rí mi, kì yóò rí mi mọ́; ojú rẹ̀ tẹ̀ mọ́ra mi, èmi kò sí mọ́.
ଯାହାର ଚକ୍ଷୁ ମୋତେ ଦେଖେ, ସେ ଆଉ ମୋତେ ଦେଖିବ ନାହିଁ; ମୋʼ ପ୍ରତି ତୁମ୍ଭର ଦୃଷ୍ଟି ପଡ଼ିବ, ମାତ୍ର ମୁଁ ନ ଥିବି।
9 Bí ìkùùkuu tí i túká, tí í sì fò lọ, bẹ́ẹ̀ ni ẹni tí ń lọ sí ipò òkú tí kì yóò padà wa mọ́. (Sheol )
ମେଘ ଯେପରି କ୍ଷୟ ପାଇ ଅନ୍ତର୍ହିତ ହୁଏ, ସେପରି ଯେ ପାତାଳକୁ ଓହ୍ଲାଇଯାଏ, ସେ ଆଉ ଉଠି ଆସିବ ନାହିଁ। (Sheol )
10 Kì yóò padà sínú ilé rẹ̀ mọ́, bẹ́ẹ̀ ní ipò rẹ̀ kì yóò mọ̀ ọn mọ́.
ସେ ଆଉ ଆପଣା ଗୃହକୁ ଫେରି ଆସିବ ନାହିଁ, କିଅବା ତାହାର ବାସସ୍ଥାନ ତାହାକୁ ଆଉ ଚିହ୍ନିବ ନାହିଁ।
11 “Nítorí náà èmi kì yóò pa ẹnu mi mọ́, èmi yóò máa sọ nínú ìrora ọkàn mi, èmi yóò máa ṣe ìráhùn nínú kíkorò ọkàn mi.
ଏହେତୁ ମୁଁ ଆପଣା ମୁଖ ବନ୍ଦ କରିବି ନାହିଁ; ମୁଁ ଆପଣା ମନର ବେଦନାରେ କଥା କହିବି; ମୁଁ ଆପଣା ପ୍ରାଣର ତିକ୍ତତାରେ ବିଳାପ କରିବି।
12 Èmi a máa ṣe Òkun tàbí ẹ̀mí búburú, tí ìwọ fi ń yan olùṣọ́ tì mi?
ମୁଁ କʼଣ ସମୁଦ୍ର ଅବା ତିମିମତ୍ସ୍ୟ ଯେ, ତୁମ୍ଭେ ମୋʼ ଉପରେ ପ୍ରହରୀ ରଖୁଅଛ?
13 Nígbà tí mo wí pé, ibùsùn mi yóò tù mí lára, ìtẹ́ mi yóò mú ara mi fúyẹ́ pẹ̀lú.
ମୋʼ ପଲଙ୍କ ମୋତେ ସାନ୍ତ୍ୱନା ଦେବ, ମୋହର ଶଯ୍ୟା ମୋର ଦୁଃଖ ଉପଶମ କରିବ ବୋଲି କହିଲା ବେଳେ,
14 Nígbà náà ni ìwọ fi àlá da yọ mi lénu bò mi, ìwọ sì fi ìran òru dẹ́rùbà mí.
ତୁମ୍ଭେ ସ୍ୱପ୍ନରେ ମୋତେ ଭୟ ଦେଖାଉଅଛ ଓ ନାନା ଦର୍ଶନ ଦ୍ୱାରା ମୋତେ ତ୍ରାସଯୁକ୍ତ କରୁଅଛ।
15 Bẹ́ẹ̀ ni ọkàn mí yàn láti fún pa àti ikú ju kí ń wà láààyè ní ipò tí ara mí wà yìí lọ.
ତେଣୁ ମୋହର ପ୍ରାଣ ମୋହର ଏହି ଅସ୍ଥି ଅପେକ୍ଷା ଶ୍ୱାସରୋଧ ଓ ମରଣ ପସନ୍ଦ କରେ।
16 O sú mi, èmi kò le wà títí: jọ̀wọ́ mi jẹ́, nítorí pé asán ni ọjọ́ mi.
ମୁଁ ଆପଣା ପ୍ରାଣକୁ ଘୃଣା କରେ, ମୁଁ ସର୍ବଦା ବଞ୍ଚିବାକୁ ଇଚ୍ଛା କରେ ନାହିଁ; ମୋତେ ଛାଡ଼; କାରଣ ମୋହର ଆୟୁ ଅସାର।
17 “Kí ni ènìyàn tí ìwọ o máa kókìkí rẹ̀? Àti tí ìwọ ìbá fi gbé ọkàn rẹ lé e?
ମନୁଷ୍ୟ କିଏ ଯେ, ତୁମ୍ଭେ ତାହା ପ୍ରତି ମନୋଯୋଗ କରିବ ଓ ତାହା ପ୍ରତି ଆପଣା ହୃଦୟ ରଖିବ,
18 Àti ti ìwọ ó fi máa wá í bẹ̀ ẹ́ wò ni òròòwúrọ̀, ti ìwọ o sì máa dán an wò nígbàkígbà!
ଆଉ, ପ୍ରତି ପ୍ରଭାତରେ ତାହାର ତତ୍ତ୍ୱ ନେବ ଓ ପ୍ରତି ନିମିଷରେ ତାହାର ପରୀକ୍ଷା କରିବ?
19 Yóò ti pẹ́ tó kí ìwọ kí ó tó fi mí sílẹ̀ lọ, tí ìwọ o fi mí sílẹ̀ jẹ́ẹ́ títí èmi yóò fi lè dá itọ́ mi mì.
ତୁମ୍ଭେ କେତେ କାଳ ମୋʼ ଠାରୁ ଆପଣା ଦୃଷ୍ଟି ଫେରାଇବ ନାହିଁ, କିଅବା ମୁଁ ଆପଣା ଛେପ ଢୋକିବା ପର୍ଯ୍ୟନ୍ତ ମୋତେ ଛାଡ଼ିଦେବ ନାହିଁ?
20 Èmi ti ṣẹ̀, ki ní èmi ó ṣe sí ọ. Ìwọ Olùsójú ènìyàn? Èéṣe tí ìwọ fi fi mí ṣe àmì itasi níwájú rẹ, bẹ́ẹ̀ ni èmi sì di ẹrẹ̀ wíwo fún ọ?
ହେ ମନୁଷ୍ୟ-ପ୍ରହରୀ, ମୁଁ ପାପ କଲେ ତୁମ୍ଭର କʼଣ କରେ? କାହିଁକି ତୁମ୍ଭେ ମୋତେ ଆପଣା ଲକ୍ଷ୍ୟ ରୂପେ ରଖିଅଛ? ତେଣୁ ମୁଁ ଆପଣା ପ୍ରତି ଭାର ସ୍ୱରୂପ ହେଉଅଛି?
21 Èéṣe tí ìwọ kò sì dárí ìrékọjá mi jìn, kí ìwọ kí ó sì mú àìṣedéédéé mi kúrò? Ǹjẹ́ nísinsin yìí ni èmi ìbá sùn nínú erùpẹ̀, ìwọ ìbá sì wá mi kiri ní òwúrọ̀, èmi kì bá tí sí.”
ପୁଣି, ତୁମ୍ଭେ କାହିଁକି ମୋହର ଅପରାଧ କ୍ଷମା କରୁ ନାହଁ ଓ ମୋହର ଅଧର୍ମ ଦୂର କରୁ ନାହଁ? କାରଣ ଏବେ ମୁଁ ଧୂଳିରେ ଶୟନ କରିବି; ପୁଣି, ତୁମ୍ଭେ ଯତ୍ନପୂର୍ବକ ମୋହର ଅନ୍ଵେଷଣ କରିବ, ମାତ୍ର ମୁଁ ନ ଥିବି।”