< Job 6 >

1 Jobu sì dáhùn ó si wí pé,
ଏଥିରେ ଆୟୁବ ଉତ୍ତର କରି କହିଲା,
2 “Háà! À bá lè wọ́n ìbìnújẹ́ mi nínú òsùwọ̀n, kí a sì le gbé ọ̀fọ̀ mi lé orí òsùwọ̀n ṣọ̀kan pọ̀!
“ଆହା, ଯଦି ମୋହର ଦୁଃଖ ତୌଲା ଯାଇଥାʼନ୍ତା ଓ ମୋହର ଦୁର୍ଗତି ତରାଜୁରେ ଏକତ୍ର ରଖା ଯାଇଥାʼନ୍ତା!
3 Ǹjẹ́ nísinsin yìí, ìbá wúwo jú iyanrìn òkun lọ, nítorí náà ni ọ̀rọ̀ mi ṣe ń tàsé.
ତେବେ ତାହା ଏତେବେଳେ ସମୁଦ୍ର ବାଲିଠାରୁ ଭାରୀ ହୁଅନ୍ତା; ଏଣୁ ମୋହର ବାକ୍ୟ ଅବିବେଚନାଯୁକ୍ତ ହୋଇଅଛି।
4 Nítorí pé ọfà Olódùmarè wọ̀ mi nínú, oró èyí tí ọkàn mi mú; ìpayà-ẹ̀rù Ọlọ́run dúró tì mí.
କାରଣ ସର୍ବଶକ୍ତିମାନଙ୍କ ତୀରସବୁ ମୋର ଅନ୍ତରରେ ଅଛି, ମୋହର ପ୍ରାଣ ତହିଁର ବିଷ ପାନ କରୁଅଛି; ପରମେଶ୍ୱରଙ୍କ ଭୟରୂପ ସୈନ୍ୟ ମୋʼ ପ୍ରତିକୂଳରେ ଶ୍ରେଣୀବଦ୍ଧ ହୁଅନ୍ତି।
5 Ǹjẹ́ kẹ́tẹ́kẹ́tẹ́ igbó á máa dún nígbà tí ó bá ní koríko, tàbí ọ̀dá màlúù a máa dún lórí ìjẹ rẹ̀?
ଘାସ ଥିଲେ କʼଣ ବନ୍ୟ ଗର୍ଦ୍ଦଭ ବୋବାଏ? ଆହାର ପାଖରେ କʼଣ ଗୋରୁ ହମାଳେ?
6 A ha lè jẹ ohun tí kò ní adùn ní àìní iyọ̀, tàbí adùn ha wà nínú funfun ẹyin?
ଅସ୍ୱାଦ ଦ୍ରବ୍ୟ କʼଣ ଲବଣ ବିନା ଭୋଜନ କରାଯାଇପାରେ? ଅବା ଡିମ୍ବର ଲାଳରେ କି କିଛି ସ୍ୱାଦ ଅଛି?
7 Ohun ti ọ̀kan mi kọ̀ láti tọ́wò, òun ni ó dàbí oúnjẹ tí ó mú mi ṣàárẹ̀.
ମୋହର ପ୍ରାଣ ତାହା ସ୍ପର୍ଶ କରିବାକୁ ଅସମ୍ମତ; ତାହାସବୁ ମୋʼ ପ୍ରତି ଘୃଣିତ ଭକ୍ଷ୍ୟ ସ୍ୱରୂପ।
8 “Háà! èmi ìbá lè rí ìbéèrè mi gbà; àti pé, kí Ọlọ́run lè fi ohun tí èmi ṣàfẹ́rí fún mi.
ଆହା, ଯେବେ ମୁଁ ଆପଣା ବାଞ୍ଛିତ ବିଷୟ ପ୍ରାପ୍ତ ହୁଅନ୍ତି; ଯାହା ମୁଁ ଅପେକ୍ଷା କରେ, ତାହା ଯେବେ ପରମେଶ୍ୱର ମୋତେ ଦିଅନ୍ତେ।
9 Àní Ọlọ́run ìbá jẹ́ pa mí run, tí òun ìbá jẹ́ ṣíwọ́ rẹ̀ kì ó sì ké mi kúrò.
ହଁ, ଯେବେ ପରମେଶ୍ୱର ଅନୁଗ୍ରହ କରି ମୋତେ ଚୂର୍ଣ୍ଣ କରନ୍ତେ; ଯେବେ ସେ ଆପଣା ହସ୍ତ ମୁକୁଳା କରି ମୋତେ ଛେଦନ କରି ପକାନ୍ତେ!
10 Nígbà náà ní èmi ìbá ní ìtùnú síbẹ̀, àní, èmi ìbá mú ọkàn mi le nínú ìbànújẹ́ mi ti kò dá ni sí: nítorí èmi kò fi ọ̀rọ̀ ẹni mímọ́ ni sin rí.
ତାହାହେଲେ, ଏବେ ହେଁ ମୁଁ ସାନ୍ତ୍ୱନାପ୍ରାପ୍ତ ହୁଅନ୍ତି; ହଁ, ମୁଁ ନିର୍ଦ୍ଦୟ ଯାତନା ମଧ୍ୟରେ ହେଁ ଅତ୍ୟନ୍ତ ଆନନ୍ଦ କରନ୍ତି; କାରଣ ମୁଁ ଧର୍ମମୟଙ୍କର ବାକ୍ୟସବୁ ଅସ୍ୱୀକାର କରି ନାହିଁ।
11 “Kí ní agbára mi tí èmi ó fi retí? Kí sì ní òpin mi tí èmi ó fi ní sùúrù?
ମୋହର ବଳ କଅଣ ଯେ, ମୁଁ ଅପେକ୍ଷା କରିବି? ମୋହର ପରିଣାମ କଅଣ ଯେ, ମୁଁ ସହିଷ୍ଣୁ ହେବି?
12 Agbára mi ha ṣe agbára òkúta bí? Ẹran-ara mi í ṣe idẹ?
ମୋହର ବଳ କʼଣ ପ୍ରସ୍ତରମାନଙ୍କର ବଳ? ଅବା ମୋହର ମାଂସ କʼଣ ପିତ୍ତଳ?
13 Ìrànlọ́wọ́ mi kò ha wà nínú mi: ọgbọ́n kò ha ti sálọ kúrò lọ́dọ̀ mi bí?
ମୋʼ ଦ୍ୱାରା ମୋହର କିଛି ଉପକାର ନାହିଁ ଓ ଫଳଦାୟକ କର୍ମଣ୍ୟତା ମୋʼ ଠାରୁ ସମ୍ପୂର୍ଣ୍ଣ ଦୂରୀକୃତ ହୋଇଅଛି, ଏହା କʼଣ ସତ୍ୟ ନୁହେଁ?
14 “Ẹni tí àyà rẹ̀ yọ́ dànù, ta ni a bá máa ṣàánú fún láti ọ̀dọ̀ ọ̀rẹ́ rẹ̀ wá, kí ó má ba à kọ ìbẹ̀rù Olódùmarè sílẹ̀?
କ୍ଷୀଣ ହେବାକୁ ଉଦ୍ୟତ ଲୋକ ପ୍ରତି, ମଧ୍ୟ ସର୍ବଶକ୍ତିମାନଙ୍କ ଭୟତ୍ୟାଗୀ ଲୋକ ପ୍ରତି ବନ୍ଧୁଠାରୁ ଦୟା ପ୍ରକାଶିତ ହେବା ଉଚିତ।
15 Àwọn ará mi dàbí odò tí kò ṣe gbẹ́kẹ̀lé bí ìṣàn omi odò, wọ́n sàn kọjá lọ.
ମୋହର ଭ୍ରାତୃଗଣ ନଦୀ ତୁଲ୍ୟ, ପ୍ରବାହିତ ନଦୀସ୍ରୋତ ତୁଲ୍ୟ ପ୍ରବଞ୍ଚନା କରିଅଛନ୍ତି;
16 Tí ó dúdú nítorí omi dídì, àti níbi tí yìnyín dídì gbé di yíyọ́.
ତାହାସବୁ ହିମ ସକାଶୁ କୃଷ୍ଣବର୍ଣ୍ଣ ଓ ତହିଁ ମଧ୍ୟରେ ତୁଷାର ଲୀନ ହୁଏ;
17 Nígbàkígbà tí wọ́n bá gbóná wọn a sì yọ́ sàn lọ, nígbà tí oòrùn bá mú, wọn a sì gbẹ kúrò ni ipò wọn.
ନଦୀ ଉତ୍ତପ୍ତ ହେଲେ, ତାହା ଲୁପ୍ତ ହୁଏ; ଗ୍ରୀଷ୍ମ ପାଇଲେ ସ୍ୱ ସ୍ଥାନରୁ ଅନ୍ତର୍ହିତ ହୁଏ।
18 Àwọn oníṣòwò yà kúrò ní ọ̀nà wọn, wọ́n gòkè sí ibi asán, wọ́n sì run.
ପଥିକ ଦଳ ତହିଁ ନିକଟ ଦେଇ ଯାତ୍ରା କରିବା ବେଳେ ପଥ ଛାଡ଼ନ୍ତି; ସେମାନେ ମରୁଭୂମିକୁ ଯାଇ ବିନଷ୍ଟ ହୁଅନ୍ତି।
19 Ẹgbẹ́ oníṣòwò Tema ń wá omi, àwọn oníṣòwò Ṣeba ń dúró dè wọ́n ní ìrètí.
ତେମାର ପଥିକ ଦଳ ଅନ୍ଵେଷଣ କଲେ, ଶିବାର ଯାତ୍ରୀ ଦଳ ତହିଁ ପାଇଁ ଅପେକ୍ଷା କଲେ।
20 Wọ́n káàárẹ̀, nítorí tí wọ́n gbẹ́kẹ̀ wọn lé e; wọ́n dé bẹ̀, wọ́n sì dààmú.
ସେମାନେ ପ୍ରତ୍ୟାଶା କରିଥିବା ସକାଶୁ ଲଜ୍ଜିତ ହେଲେ; ସେମାନେ ସେଠାରେ ଉପସ୍ଥିତ ହୋଇ ଘାବରା ହେଲେ।
21 Ǹjẹ́ nísinsin yìí, ẹ̀yin dàbí wọn; ẹ̀yin rí ìrẹ̀sílẹ̀ mi àyà sì fò mí.
ଦେଖ, ଏବେ ତୁମ୍ଭେମାନେ କିଛି ନୁହଁ; ତୁମ୍ଭେମାନେ ବିପତ୍ତି ଦେଖି ଭୀତ ହେଉଅଛ।
22 Èmi ó ha wí pé, ‘Ẹ mú ohun fún mi wá, tàbí pé ẹ fún mi ní ẹ̀bùn nínú ohun ìní yín?
‘ମୋତେ କିଛି ଦିଅ,’ ଅବା ‘ତୁମ୍ଭମାନଙ୍କ ସମ୍ପତ୍ତିରୁ ମୋʼ ପାଇଁ ଉପହାର ଯାଚ,’
23 Tàbí, ẹ gbà mí lọ́wọ́ ọ̀tá ni, tàbí, ẹ rà mí padà kúrò lọ́wọ́ alágbára nì’?
କିଅବା ‘ବିପକ୍ଷ ହସ୍ତରୁ ମୋତେ ଉଦ୍ଧାର କର,’ ଅଥବା ‘ଉପଦ୍ରବୀମାନଙ୍କ ହସ୍ତରୁ ମୋତେ ମୁକ୍ତ କର, ଏହା କି ମୁଁ କହିଲି?’
24 “Ẹ kọ́ mi, èmi ó sì pa ẹnu mi mọ́ kí ẹ sì mú mi wòye níbi tí mo gbé ti ṣìnà.
ମୋତେ ଶିକ୍ଷା ଦିଅ, ତହିଁରେ ମୁଁ ନୀରବ ହେବି ଓ ମୁଁ କେଉଁ ବିଷୟରେ ଭୁଲିଗଲି, ତାହା ମୋତେ ବୁଝାଇ ଦିଅ।
25 Wò ó! Bí ọ̀rọ̀ òtítọ́ ti lágbára tó ṣùgbọ́n kí ni àròyé ìbáwí yín jásí?
ସରଳ ବାକ୍ୟ କିପରି ପ୍ରବଳ! ମାତ୍ର ତୁମ୍ଭମାନଙ୍କ ତର୍କ କେଉଁ ଦୋଷ ବ୍ୟକ୍ତ କରେ?
26 Ẹ̀yin ṣè bí ẹ tún ọ̀rọ̀ mi ṣe àti ohùn ẹnu tí ó dàbí afẹ́fẹ́ ṣe àárẹ̀.
ତୁମ୍ଭେମାନେ କʼଣ ଶବ୍ଦର ଦୋଷ ଧରିବାକୁ କଳ୍ପନା କରୁଅଛ? କାରଣ ନିରାଶ ଲୋକର ବାକ୍ୟ ବାୟୁ ତୁଲ୍ୟ।
27 Àní ẹ̀yin ṣe gẹ́gẹ́ bí aláìní baba, ẹ̀yin sì da iye lé ọ̀rẹ́ yín.
ହଁ, ତୁମ୍ଭେମାନେ ପିତୃହୀନ ପାଇଁ ଗୁଲିବାଣ୍ଟ କରିବ ଓ ଆପଣା ବନ୍ଧୁକୁ ବାଣିଜ୍ୟ ଦ୍ରବ୍ୟ କରିବ।
28 “Nítorí náà, kí èyí kí ó tó fún yín. Ẹ má wò mi! Nítorí pé ó hàn gbangba pé, ní ojú yín ni èmi kì yóò ṣèké.
ଏହେତୁ ଏବେ ଅନୁଗ୍ରହ କରି ମୋʼ ପ୍ରତି ଦୃଷ୍ଟି କର; କାରଣ ମୁଁ ନିଶ୍ଚୟ ତୁମ୍ଭ ମୁଖ ଆଗରେ ମିଥ୍ୟା କହିବି ନାହିଁ।
29 Èmi ń bẹ̀ yín, ẹ padà, kí ó má sì ṣe jásí ẹ̀ṣẹ̀; àní, ẹ sì tún padà, àre mi ń bẹ nínú ọ̀rọ̀ yìí.
ମୁଁ ବିନୟ କରୁଅଛି, ଫେର, କୌଣସି ଅନ୍ୟାୟ ନ ହେଉ; ହଁ, ପୁନର୍ବାର ଫେର, ମୋହର ଗୁହାରି ଯଥାର୍ଥ।
30 Àìṣedéédéé ha wà ní ahọ́n mi? Ǹjẹ́ ìtọ́wò ẹnu mi kò kúkú le mọ ohun ti ó burú jù?
ମୋʼ ଜିହ୍ୱାରେ କʼଣ ଅନ୍ୟାୟ ଅଛି? ମୋହର ରସନେନ୍ଦ୍ରିୟ କʼଣ ଅନିଷ୍ଟ ବିଷୟ ବାରି ନ ପାରେ?

< Job 6 >