< Job 42 >
1 Nígbà náà ní Jobu dá Olúwa lóhùn, ó sì wí pé,
ଏଥିଉତ୍ତାରେ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା,
2 “Èmi mọ̀ pé, ìwọ lè e ṣe ohun gbogbo, àti pé, kò si ìrò inú tí a lè fa sẹ́yìn kúrò lọ́dọ̀ rẹ.
“ହେ ସଦାପ୍ରଭୁ, ମୁଁ ଜାଣେ ଯେ, ତୁମ୍ଭେ ସବୁ କରିପାର ଓ ତୁମ୍ଭର କୌଣସି ସଂକଳ୍ପ ନିବାରଣ କରାଯାଇ ନ ପାରେ।
3 Ìwọ béèrè, ta ni ẹni tí ń fi ìgbìmọ̀ pamọ́ láìní ìmọ̀? Nítorí náà ní èmi ṣe ń sọ èyí tí èmi kò mọ̀, ohun tí ó ṣe ìyanu jọjọ níwájú mi, ti èmi kò mòye.
‘ଜ୍ଞାନ ବିନା ମନ୍ତ୍ରଣା ଗୋପନକାରୀ ଏ କିଏ?’ ସତ୍ୟ, ମୁଁ ଯାହା ବୁଝିଲି ନାହିଁ, ଯେଉଁ ଅତି ଆଶ୍ଚର୍ଯ୍ୟ କଥା ଜାଣିଲି ନାହିଁ, ତାହା ହିଁ କହିଅଛି।
4 “Ìwọ wí pé, ‘Gbọ́ tèmi báyìí, èmi ó sì sọ; èmi ó béèrè lọ́wọ́ rẹ, ìwọ yóò sì dá mi lóhùn.’
ବିନୟ କରୁଅଛି, ‘ଶୁଣ, ମୁଁ କଥା କହିବି; ମୁଁ ତୁମ୍ଭଙ୍କୁ ପ୍ରଶ୍ନ କରିବି, ଆଉ ତୁମ୍ଭେ ମୋତେ ବୁଝାଇ ଦିଅ।’
5 Etí mi sì ti gbọ́ nípa rẹ, ṣùgbọ́n nísinsin yìí ojú mi ti rí ọ.
ମୁଁ କର୍ଣ୍ଣରେ ତୁମ୍ଭ ବିଷୟ ଶୁଣିଥିଲି; ମାତ୍ର ଏବେ ମୋହର ଚକ୍ଷୁ ତୁମ୍ଭଙ୍କୁ ଦେଖୁଅଛି,
6 Ǹjẹ́ nítorí náà èmi kórìíra ara mi, mo sì ronúpìwàdà nínú ekuru àti eérú.”
ଏହେତୁ ମୁଁ ଆପଣାକୁ ଘୃଣା କରୁଅଛି, ପୁଣି ଧୂଳି ଓ ଭସ୍ମରେ ବସି ଅନୁତାପ କରୁଅଛି।”
7 Bẹ́ẹ̀ ó sì rí, lẹ́yìn ìgbà tí Olúwa ti sọ ọ̀rọ̀ wọ̀nyí fún Jobu, Olúwa sì wí fún Elifasi, ará Temani pé, mo bínú sí ọ, àti sí àwọn ọ̀rẹ́ rẹ méjèèjì, nítorí pé ẹ̀yin kò sọ̀rọ̀, ní ti èmi, ohun tí ó tọ́, bí Jobu ìránṣẹ́ mi ti sọ.
ସଦାପ୍ରଭୁ ଆୟୁବକୁ ଏହିସବୁ କଥା କହିଲା ଉତ୍ତାରେ, ସଦାପ୍ରଭୁ ତୈମନୀୟ ଇଲୀଫସ୍କୁ କହିଲେ, “ତୁମ୍ଭ ପ୍ରତି ଓ ତୁମ୍ଭର ଦୁଇ ମିତ୍ର ପ୍ରତି ଆମ୍ଭର କୋପ ପ୍ରଜ୍ୱଳିତ ହୋଇଅଛି; କାରଣ ତୁମ୍ଭେମାନେ ଆମ୍ଭ ଦାସ ଆୟୁବ ପରି ଆମ୍ଭ ବିଷୟରେ ଯଥାର୍ଥ କଥା କହି ନାହଁ।
8 Nítorí náà, ẹ mú akọ ẹgbọrọ màlúù méje, àti àgbò méje, kí ẹ sì tọ̀ Jobu ìránṣẹ́ mi lọ, kí ẹ sì fi rú ẹbọ sísun fún ara yín; Jobu ìránṣẹ́ mi yóò sì gbàdúrà fún yin; nítorí pé àdúrà rẹ̀ ní èmi yóò gbà; kí èmi kí ó má ba ṣe si yín bí ìṣìnà yín, ní ti pé ẹ̀yin kò sọ̀rọ̀ ohun tí ó tọ́ sí mi bi Jobu ìránṣẹ́ mi ti ṣe.
ଏଣୁ ଏବେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ସାତ ବୃଷ ଓ ସାତ ମେଷ ନେଇ ଆମ୍ଭ ଦାସ ଆୟୁବ ନିକଟକୁ ଯାଅ ଓ ଆପଣାମାନଙ୍କ ନିମନ୍ତେ ହୋମବଳି ରୂପେ ତାହା ଉତ୍ସର୍ଗ କର, ତହିଁରେ ଆମ୍ଭ ଦାସ ଆୟୁବ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବ; କାରଣ ଆମ୍ଭେ ତାହାକୁ ଗ୍ରାହ୍ୟ କରି ତୁମ୍ଭମାନଙ୍କ ମୂର୍ଖତା ପ୍ରମାଣେ ତୁମ୍ଭମାନଙ୍କ ପ୍ରତି ବ୍ୟବହାର କରିବା ନାହିଁ; ଯେହେତୁ ତୁମ୍ଭେମାନେ ଆମ୍ଭ ଦାସ ଆୟୁବ ପରି ଆମ୍ଭ ବିଷୟରେ ଯଥାର୍ଥ କଥା କହି ନାହଁ।”
9 Bẹ́ẹ̀ ní Elifasi, ara Temani, àti Bilidadi, ará Ṣuhi, àti Sofari, ará Naama lọ, wọ́n sì ṣe gẹ́gẹ́ bí Olúwa ti pàṣẹ fún wọn. Olúwa sì gbọ́ àdúrà Jobu.
ତହିଁରେ ତୈମନୀୟ ଇଲୀଫସ୍ ଓ ଶୂହୀୟ ବିଲ୍ଦଦ୍ ଓ ନାମାଥୀୟ ସୋଫର ଯାଇ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ଗ୍ରାହ୍ୟ କଲେ।
10 Olúwa sì yí ìgbèkùn Jobu padà, nígbà tí ó gbàdúrà fún àwọn ọ̀rẹ́ rẹ̀; Olúwa sì bùsi ohun gbogbo ti Jobu ní rí ní ìṣẹ́po méjì ohun tí ó ní tẹ́lẹ̀ rí.
ପୁଣି, ଆୟୁବ ଆପଣା ମିତ୍ରମାନଙ୍କ ପାଇଁ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାହାର ବନ୍ଦୀ ଅବସ୍ଥା ପରିବର୍ତ୍ତନ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ତାହାର ପୂର୍ବ ସମ୍ପଦର ଦ୍ୱିଗୁଣ ପ୍ରଦାନ କଲେ।
11 Nígbà náà ní gbogbo àwọn arákùnrin rẹ̀, àti gbogbo àwọn arábìnrin rẹ̀, àti gbogbo àwọn tí ó ti ṣe ojúlùmọ̀ rẹ̀ rí; wọ́n bá a jẹun nínú ilé rẹ̀. Wọ́n sì ṣe ìdárò rẹ̀, wọ́n sì ṣìpẹ̀ fún un nítorí ibi gbogbo tí Olúwa ti mú bá a. Olúkúlùkù ènìyàn pẹ̀lú sì fún un ní ẹyọ owó kọ̀ọ̀kan àti olúkúlùkù ni òrùka wúrà etí kọ̀ọ̀kan.
ତହିଁରେ ଆୟୁବର ସମସ୍ତ ଭ୍ରାତା ଓ ସମସ୍ତ ଭଗିନୀ ଓ ତାହାର ପୂର୍ବ ପରିଚିତ ସମସ୍ତେ ତାହା ନିକଟକୁ ଆସି ତାହାର ଗୃହରେ ତାହା ସଙ୍ଗେ ଭୋଜନ କଲେ; ଆଉ, ସଦାପ୍ରଭୁ ତାହା ଉପରେ ଯେସବୁ ବିପଦ ଘଟାଇଥିଲେ, ତହିଁ ସକାଶୁ ସେମାନେ ଦୁଃଖ ପ୍ରକାଶ କରି ତାହାକୁ ସାନ୍ତ୍ୱନା କଲେ; ମଧ୍ୟ ପ୍ରତ୍ୟେକ ଲୋକ ଏକ ଏକ କସୀତା ମୁଦ୍ରା ଓ ପ୍ରତ୍ୟେକେ ଏକ ଏକ ସୁବର୍ଣ୍ଣ ମୁଦ୍ରିକା ଦେଲେ।
12 Bẹ́ẹ̀ ni Olúwa bùkún ìgbẹ̀yìn Jobu ju ìṣáájú rẹ̀ lọ; ẹgbàá méje àgùntàn, ẹgbẹ̀rún mẹ́fà ìbákasẹ, àti ẹgbẹ̀rún àjàgà ọ̀dá màlúù, àti ẹgbẹ̀rún abo kẹ́tẹ́kẹ́tẹ́.
ଏହିରୂପେ ସଦାପ୍ରଭୁ ଆୟୁବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାକୁ ଅଧିକ ଆଶୀର୍ବାଦଯୁକ୍ତ କଲେ; ତହିଁରେ ତାହାର ଚଉଦ ହଜାର ମେଷ ଓ ଛଅ ହଜାର ଉଷ୍ଟ୍ର ଓ ଏକ ହଜାର ହଳ ବଳଦ ଓ ଏକ ହଜାର ଗର୍ଦ୍ଦଭୀ ହେଲେ।
13 Ó sì ní ọmọkùnrin méje àti ọmọbìnrin mẹ́ta.
ମଧ୍ୟ ତାହାର ସାତ ପୁତ୍ର ଓ ତିନି କନ୍ୟା ଜନ୍ମିଲେ।
14 Ó sì sọ orúkọ àkọ́bí ní Jemima, àti orúkọ èkejì ni Kesia àti orúkọ ẹ̀kẹta ní Kereni-Happuki.
ପୁଣି, ସେ ପ୍ରଥମ କନ୍ୟାର ନାମ ଯିମୀମା ଓ ଦ୍ୱିତୀୟାର ନାମ କତ୍ସୀୟା ଓ ତୃତୀୟାର ନାମ କେରଣ-ହପ୍ପୁକ୍ ଦେଲା।
15 Àti ní gbogbo ilẹ̀ náà, a kò rí obìnrin tí ó ní ẹwà bí ọmọ Jobu; baba wọ́n sì pínlẹ̀ fún wọn nínú àwọn arákùnrin wọn.
ସାରା ଦେଶରେ କୌଣସି ସ୍ତ୍ରୀ ଆୟୁବର କନ୍ୟାମାନଙ୍କ ପରି ରୂପବତୀ ନ ଥିଲେ; ଆଉ, ସେମାନଙ୍କ ପିତା ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ଅଧିକାର ଦେଲା।
16 Lẹ́yìn èyí Jobu wà ní ayé ní ogóje ọdún, ó sì rí àwọn ọmọ rẹ̀ ọkùnrin àti ọmọ ọmọ rẹ̀ ọkùnrin, àní ìran mẹ́rin.
ପୁଣି, ଏଥିଉତ୍ତାରେ ଆୟୁବ ଏକ ଶହ ଚାଳିଶ ବର୍ଷ ବଞ୍ଚି ଚାରି ପିଢ଼ି ପର୍ଯ୍ୟନ୍ତ ଆପଣାର ପୁତ୍ରପୌତ୍ରମାନଙ୍କୁ ଦେଖିଲା।
17 Bẹ́ẹ̀ ni Jobu kú, ó gbó, ó sì kún fún ọjọ́ púpọ̀.
ଏହିରୂପେ ଆୟୁବ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲା।