< Job 4 >

1 Ìgbà náà ni Elifasi, ará Temani dáhùn wí pé,
ଏଥିରେ ତୈମନୀୟ ଇଲୀଫସ୍‍ ଉତ୍ତର କରି କହିଲା,
2 “Bí àwa bá fi ẹnu lé e, láti bá ọ sọ̀rọ̀, ìwọ o ha banújẹ́? Ṣùgbọ́n ta ni ó lè pa ọ̀rọ̀ mọ́ ẹnu láìsọ?
“କେହି ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ ତୁମ୍ଭେ କʼଣ ଦୁଃଖିତ ହେବ? ମାତ୍ର କଥା କହିବାରୁ କିଏ ଆପଣାକୁ କ୍ଷାନ୍ତ କରିପାରେ?
3 Kíyèsi i, ìwọ sá ti kọ́ ọ̀pọ̀ ènìyàn, ìwọ ṣá ti mú ọwọ́ aláìlera le.
ଦେଖ, ତୁମ୍ଭେ ଅନେକଙ୍କୁ ଶିକ୍ଷା ଦେଇଅଛ ଓ ତୁମ୍ଭେ ଦୁର୍ବଳହସ୍ତ ସବଳ କରିଅଛ।
4 Ọ̀rọ̀ rẹ ti gbé àwọn tí ń ṣubú lọ dúró, ìwọ sì ti mú eékún àwọn tí ń wárìrì lera.
ତୁମ୍ଭର ବାକ୍ୟ ପଡୁଥିବା ଲୋକକୁ ଧରି ରଖିଅଛି ଓ ତୁମ୍ଭେ ଦୁର୍ବଳ ଆଣ୍ଠୁକୁ ଦୃଢ଼ କରିଅଛ।
5 Ṣùgbọ́n nísinsin yìí ó dé bá ọ, ó sì rẹ̀ ọ́, ó kọlù ọ́; ara rẹ kò lélẹ̀.
ମାତ୍ର ଏବେ ତାହା ତୁମ୍ଭ ପ୍ରତି ଘଟିଅଛି, ଆଉ ତୁମ୍ଭେ କ୍ଳାନ୍ତ ହେଉଅଛ; ତାହା ତୁମ୍ଭକୁ ସ୍ପର୍ଶ କରୁଅଛି, ଆଉ ତୁମ୍ଭେ ବ୍ୟାକୁଳ ହେଉଅଛ।
6 Ìbẹ̀rù Ọlọ́run rẹ kò ha jẹ́ ìgbẹ́kẹ̀lé rẹ àti ìdúró ọ̀nà rẹ kò ha sì jẹ́ ìrètí rẹ?
ପରମେଶ୍ୱର ବିଷୟକ ତୁମ୍ଭର ଭୟ ତୁମ୍ଭର ବିଶ୍ୱାସଭୂମି ନୁହେଁ କି? ଓ ତୁମ୍ଭ ମାର୍ଗର ସରଳତା ତୁମ୍ଭର ଆଶାଭୂମି ନୁହେଁ କି?
7 “Èmi bẹ̀ ọ́ rántí, ta ni ó ṣègbé rí láìṣẹ̀? Tàbí níbo ni a gbé gé olódodo kúrò rí?
ମୁଁ ବିନୟ କରୁଅଛି, ସ୍ମରଣ କର, ନିର୍ଦ୍ଦୋଷ ଥାଇ କିଏ ବିନଷ୍ଟ ହୋଇଅଛି କି? ଅବା ସରଳାଚାରୀମାନେ କେଉଁଠାରେ ଉଚ୍ଛିନ୍ନ ହୋଇଅଛନ୍ତି କି?
8 Àní bí èmi ti rí i pé, àwọn tí ń ṣe ìtulẹ̀ ẹ̀ṣẹ̀, tí wọ́n sì fún irúgbìn ìwà búburú, wọn a sì ká èso rẹ̀ náà.
ମୋହର ଦେଖିଲା ପ୍ରମାଣେ, ଯେଉଁମାନେ ଅଧର୍ମ ଚଷନ୍ତି ଓ ଦୁଃଖରୂପ ବୀଜ ବୁଣନ୍ତି, ସେମାନେ ତାହା ହିଁ କାଟନ୍ତି।
9 Nípa ìfẹ́ sí Ọlọ́run wọn a ṣègbé, nípa èémí ìbínú rẹ̀ wọn a parun.
ସେମାନେ ପରମେଶ୍ୱରଙ୍କ ନିଶ୍ୱାସ ଦ୍ୱାରା ବିନଷ୍ଟ ହୁଅନ୍ତି ଓ ତାହାଙ୍କର କ୍ରୋଧରୂପ ଫୁତ୍କାର ଦ୍ୱାରା ସଂହାରିତ ହୁଅନ୍ତି।
10 Bíbú ramúramù kìnnìún àti ohùn òǹrorò kìnnìún àti eyín àwọn ẹgbọrọ kìnnìún ní a ká.
ସିଂହର ଗର୍ଜ୍ଜନ ଓ ଭୟାନକ ସିଂହର ହୁଙ୍କାର ଓ ଯୁବା ସିଂହର ଦନ୍ତ ଭଗ୍ନ ହୁଏ।
11 Kìnnìún kígbe, nítorí àìrí ohun ọdẹ, àwọn ẹgbọrọ kìnnìún sísanra ni a túká kiri.
ବୃଦ୍ଧ ସିଂହ ଶିକାର ଅଭାବରେ ବିନଷ୍ଟ ହୁଏ ଏବଂ ସିଂହୀର ଶାବକଗଣ ଛିନ୍ନଭିନ୍ନ ହୋଇଯାʼନ୍ତି।
12 “Ǹjẹ́ nísinsin yìí a fi ohun àṣírí kan hàn fún mi, etí mi sì gbà díẹ̀ nínú rẹ̀.
କଥା ଗୋଟିଏ ଗୁପ୍ତରେ ମୋʼ ନିକଟରେ ପହଞ୍ଚିଲା ଓ ମୋʼ କର୍ଣ୍ଣ ତହିଁର ଈଷତ୍‍ ଶବ୍ଦ ପାଇଲା।
13 Ní ìrò inú lójú ìran òru, nígbà tí oorun èjìká kùn ènìyàn.
ଯେତେବେଳେ ଲୋକେ ଘୋର ନିଦ୍ରାଗ୍ରସ୍ତ ହୁଅନ୍ତି, ଏପରି ରାତ୍ରିର ସ୍ୱପ୍ନଦର୍ଶନରୁ ଜାତ ଭାବନା ସମୟରେ,
14 Ẹ̀rù bà mí àti ìwárìrì tí ó mú gbogbo egungun mi jí pépé.
ମୋହର ଭୟ ଓ କମ୍ପ ହେଲା, ତଦ୍ଦ୍ୱାରା ମୋହର ଅସ୍ଥିସବୁ ଥରହର ହେଲା।
15 Nígbà náà ni ẹ̀mí kan kọjá lọ ní iwájú mi, irun ara mi dìde dúró ṣánṣán.
ତହିଁରେ ମୋʼ ସମ୍ମୁଖରେ ଏକ ଆତ୍ମା ଚାଲିଗଲା; ମୋʼ ଶରୀର ରୋମାଞ୍ଚିତ ହୋଇ ଉଠିଲା।
16 Ó dúró jẹ́ẹ́, ṣùgbọ́n èmi kò le wo àpẹẹrẹ ìrí rẹ̀, àwòrán kan hàn níwájú mi, ìdákẹ́rọ́rọ́ wà, mo sì gbóhùn kan wí pé,
ତାହା ଠିଆ ହୋଇ ରହିଲା, ମାତ୍ର ମୁଁ ତହିଁର ଆକାର ନିର୍ଣ୍ଣୟ କରି ପାରିଲି ନାହିଁ; ମୋʼ ଚକ୍ଷୁ ଆଗରେ ଏକ ମୂର୍ତ୍ତି ଥିଲା; ସବୁ ନିଃଶବ୍ଦ ଥିଲା, ତହୁଁ ମୁଁ ଏହି ରବ ଶୁଣିଲି,
17 ‘Ẹni kíkú le jẹ́ olódodo ju Ọlọ́run, ènìyàn ha le mọ́ ju ẹlẹ́dàá rẹ̀ bí?
‘ମର୍ତ୍ତ୍ୟର ମନୁଷ୍ୟ କʼଣ ପରମେଶ୍ୱରଙ୍କ ଅପେକ୍ଷା ଅଧିକ ଧାର୍ମିକ ହେବ? ନିଜ ସୃଷ୍ଟିକର୍ତ୍ତା ଅପେକ୍ଷା ମନୁଷ୍ୟ କʼଣ ଅଧିକ ଶୁଚି ହେବ?
18 Kíyèsi i, òun kò gbẹ́kẹ̀lé àwọn ìránṣẹ́ rẹ̀, nínú àwọn angẹli rẹ̀ ní ó sì rí ẹ̀ṣẹ̀.
ଦେଖ, ସେ ଆପଣା ଦାସଗଣକୁ ବିଶ୍ୱାସ କରନ୍ତି ନାହିଁ ଓ ସେ ଆପଣା ଦୂତଗଣ ପ୍ରତି ତ୍ରୁଟିର ଦୋଷାରୋପ କରନ୍ତି;
19 Mélòó mélòó àwọn tí ń gbé inú ilé amọ̀, ẹni tí ìpìlẹ̀ wọ́n jásí erùpẹ̀ tí yóò di rírun kòkòrò.
ତେବେ ଯେଉଁମାନେ ମୃତ୍ତିକା-ନିର୍ମିତ ଗୃହରେ ବାସ କରନ୍ତି, ସେମାନେ କଅଣ? ସେମାନଙ୍କ ଭିତ୍ତିମୂଳ ଧୂଳିରେ ସ୍ଥାପିତ, ସେମାନେ କୀଟ ତୁଲ୍ୟ ମର୍ଦ୍ଦିତ ହୁଅନ୍ତି।
20 A pa wọ́n run láàrín òwúrọ̀ àti àṣálẹ́ wọ́n sì parun títí láé, láìrí ẹni kà á sí.
ସେମାନେ ପ୍ରଭାତ ଓ ସାୟଂକାଳ ମଧ୍ୟରେ ବିନଷ୍ଟ ହୁଅନ୍ତି; ସେମାନେ ଚିରକାଳ ନଷ୍ଟ ହୁଅନ୍ତି, କେହି ଚିନ୍ତା କରେ ନାହିଁ।
21 A kò ha ké okùn iye wọ́n kúrò bí? Wọ́n kú, àní láìlọ́gbọ́n?’
ସେମାନଙ୍କ ତମ୍ବୁର ରଜ୍ଜୁ କʼଣ ସେମାନଙ୍କ ଅନ୍ତରରେ ଛିଣ୍ଡା ନ ଯାଏ? ସେମାନେ ଜ୍ଞାନରହିତ ହୋଇ ମରନ୍ତି।’

< Job 4 >