< Job 39 >
1 “Ìwọ mọ àkókò ìgbà tí àwọn ewúrẹ́ orí àpáta ń bímọ? Ìwọ sì lè kíyèsi ìgbà tí abo àgbọ̀nrín ń bímọ?
ତୁମ୍ଭେ କି ଶୈଳବାସିନୀ ବନ୍ୟ ଛାଗୀର ପ୍ରସବକାଳ ଜାଣ? ଅବା ହରିଣୀର ପ୍ରସବରୀତି ନିର୍ଣ୍ଣୟ କରିପାର?
2 Ìwọ lè ka iye òṣùpá tí wọn ń pé, ìwọ sì mọ àkókò ìgbà tí wọn ń bímọ.
ତୁମ୍ଭେ କି ସେମାନଙ୍କର ଗର୍ଭମାସ ଗଣନା କରିପାର? ସେମାନଙ୍କର ପ୍ରସବ-ସମୟ କି ତୁମ୍ଭେ ଜାଣ?
3 Wọ́n tẹ ara wọn ba, wọ́n bímọ, wọ́n sì mú ìkáàánú wọn jáde.
ସେମାନେ ନଇଁ ପଡ଼ିଲେ, ଛୁଆ ପ୍ରସବ କରି ଆପଣା ଦୁଃଖ ଦୂର କରନ୍ତି।
4 Àwọn ọmọ wọn rí dáradára, wọ́n dàgbà nínú ọ̀dàn; wọ́n jáde lọ, wọn kò sì tún padà wá sọ́dọ̀ wọn.
ସେମାନଙ୍କ ଛୁଆମାନେ ହୃଷ୍ଟପୁଷ୍ଟ ହୁଅନ୍ତି, ମେଲା ପଦାରେ ବଢ଼ନ୍ତି; ସେମାନେ ବାହାରିଯାଇ ଆସନ୍ତି ନାହିଁ।
5 “Ta ni ó jọ̀wọ́ kẹ́tẹ́kẹ́tẹ́ oko lọ́wọ́? Tàbí ta ní ó tú ìdè kẹ́tẹ́kẹ́tẹ́ igbó,
କିଏ ବନ୍ୟ ଗର୍ଦ୍ଦଭକୁ ସ୍ୱାଧୀନ କରି ଛାଡ଼ି ଦେଇଅଛି? ଅବା କିଏ ବନ୍ୟ ଗର୍ଦ୍ଦଭର ବନ୍ଧନ ମୁକ୍ତ କରିଅଛି?
6 èyí tí mo fi aginjù ṣe ilé fún, àti ilẹ̀ iyọ̀ ní ibùgbé rẹ̀.
ଆମ୍ଭେ ବନକୁ ତାହାର ଗୃହ ଓ ଲବଣ ଭୂମିକୁ ତାହାର ନିବାସ ସ୍ଥାନ କରିଅଛୁ।
7 Ó rẹ́rìn-ín sí ariwo ìlú, bẹ́ẹ̀ ni òun kò sì gbọ́ igbe darandaran.
ସେ ନଗରର ଚହଳ ତୁଚ୍ଛ କରେ, କିଅବା ଅଡ଼ାଇବା ଲୋକର ଉଚ୍ଚ ଶବ୍ଦ ଶୁଣେ ନାହିଁ।
8 Orí àtòlé òkè ńlá ni ibùjẹ oko rẹ̀, òun a sì máa wá ewé tútù gbogbo rí.
ପର୍ବତଶ୍ରେଣୀ ତାହାର ଚରାସ୍ଥାନ ଓ ସେ ସର୍ବପ୍ରକାର ସତେଜ ତୃଣାଦି ଅନ୍ଵେଷଣ କରେ।
9 “Àgbáǹréré ha jẹ́ sìn ọ́ bí? Tàbí ó jẹ́ dúró ní ibùjẹ ẹran rẹ ní òru?
ଅରଣା ଷଣ୍ଢ କି ତୁମ୍ଭର ସେବା କରିବାକୁ ସନ୍ତୁଷ୍ଟ ହେବ? ଅବା ସେ କି ତୁମ୍ଭ କୁଣ୍ଡ ପାଖରେ ରହିବ?
10 Ìwọ le fi òkun tata de àgbáǹréré nínú aporo? Tàbí ó jẹ́ máa fa ìtulẹ̀ nínú aporo oko tọ̀ ọ́ lẹ́yìn?
ତୁମ୍ଭେ କି ଅରଣା ଷଣ୍ଢକୁ ତାହାର ବନ୍ଧନରେ ବାନ୍ଧି ଲଙ୍ଗଳଶିଆରରେ ଚଳାଇପାର? ଅବା ସେ କି ତୁମ୍ଭ ପଛେ ପଛେ ଉପତ୍ୟକାରେ ମଇ ଦେବ?
11 Ìwọ ó gbẹ́kẹ̀lé e nítorí agbára rẹ̀ pọ̀? Ìwọ ó sì fi iṣẹ́ rẹ lé e lọ́wọ́?
ତାହାର ବହୁତ ବଳ ଥିବାରୁ ତୁମ୍ଭେ କି ତାହାକୁ ବିଶ୍ୱାସ କରିବ? ଅବା ତୁମ୍ଭେ କି ଆପଣା କର୍ମ ତାହାକୁ ସମର୍ପଣ କରିବ?
12 Ìwọ le gbẹ́kẹ̀lé pé, yóò mú èso oko rẹ̀ wá sílé, àti pé yóò sì kó ọ jọ sínú àká rẹ?
ସେ ତୁମ୍ଭ ଶସ୍ୟ ଗୃହକୁ ଆଣିବ ଓ ତୁମ୍ଭ ଖଳାର ଶସ୍ୟ ସଂଗ୍ରହ କରିବ ବୋଲି କି ତୁମ୍ଭେ ତାହାଠାରେ ନିର୍ଭର କରିବ?
13 “Ìwọ ni yóò ha fi ìyẹ́ dáradára fún ọ̀kín bí, tàbí ìyẹ́ àti ìhùhù bo ògòǹgò?
ଓଟପକ୍ଷୀଣୀର ପକ୍ଷ ଉଲ୍ଲାସ କରେ; ମାତ୍ର ତାହାର ଡେଣା ଓ ପର କି ସ୍ନେହଶୀଳ?
14 Ó yé ẹ̀yìn rẹ̀ sílẹ̀ lórí ilẹ̀, a sì mú wọn gbóná nínú ekuru;
କାରଣ ସେ ଭୂମିରେ ଆପଣା ଅଣ୍ଡା ଛାଡ଼େ ଓ ଧୂଳିରେ ତାହା ଉଷ୍ଣ କରେ,
15 tí ó sì gbàgbé pé, ẹsẹ̀ lè tẹ̀ wọ́n fọ́, tàbí pé ẹranko igbó lè tẹ̀ wọ́n fọ́.
ଆଉ ପାଦରେ ତାହା ଭଗ୍ନ ଅବା ବନ୍ୟ ପଶୁ ଦ୍ୱାରା ତାହା ଦଳିତ ହେବ ବୋଲି ପାସୋରି ଯାଏ।
16 Kò ní àánú sí àwọn ọmọ rẹ̀ bí ẹni pé wọn kì í ṣe tirẹ̀; asán ni iṣẹ́ rẹ̀ láìní ìbẹ̀rù;
ତାହାର ଛୁଆମାନେ ତାହାର ନିଜର ନ ଥିଲା ପରି ସେ ସେମାନଙ୍କ ପ୍ରତି ନିର୍ଦ୍ଦୟ ହୁଏ; ତାହାର ପ୍ରସବବେଦନା ବିଫଳ ହେଲେ ହେଁ ସେ ନିଶ୍ଚିନ୍ତ ଥାଏ;
17 nítorí pé Ọlọ́run kò fún un ní ọgbọ́n, bẹ́ẹ̀ ni kò sì fi ìpín òye fún un.
କାରଣ ପରମେଶ୍ୱର ତାହାକୁ ଜ୍ଞାନରହିତ କରିଅଛନ୍ତି, ଅଥବା ସେ ତାହାକୁ ବୁଦ୍ଧି ଦେଇ ନାହାନ୍ତି।
18 Nígbà tí ó gbé ara sókè, ó gan ẹṣin àti ẹlẹ́ṣin.
ସେ ଉପରକୁ ଉଠିଲେ, ଅଶ୍ୱ ଓ ଅଶ୍ୱାରୋହୀକି ପରିହାସ କରେ।
19 “Ìwọ ni ó fi agbára fún ẹṣin bí, tàbí ṣé ìwọ ni ó fi gọ̀gọ̀ wọ ọrùn rẹ̀ ní aṣọ?
ତୁମ୍ଭେ କି ଅଶ୍ୱକୁ ତାହାର ବିକ୍ରମ ଦେଇଅଛ? ତୁମ୍ଭେ କି କମ୍ପମାନ କେଶରରେ ତାହାର ଗ୍ରୀବାଦେଶ ଭୂଷିତ କରିଅଛ?
20 Ìwọ le mú fò sókè bí ẹlẹ́ǹgà? Ògo èémí imú rẹ ní ẹ̀rù ńlá.
ତୁମ୍ଭେ କି ତାହାକୁ ପଙ୍ଗପାଳ ପରି କୁଦିବାକୁ ଦେଇଅଛ? ତାହାର ନାସାଶବ୍ଦର ତେଜ ଭୟାନକ।
21 Ó fi ẹsẹ̀ halẹ̀ nínú àfonífojì, ó sì yọ̀ nínú agbára rẹ̀; ó lọ jáde láti pàdé àwọn ìhámọ́ra ogun.
ସେ ଉପତ୍ୟକାରେ ଖୁରା ମାରେ ଓ ଆପଣା ବଳରେ ଆନନ୍ଦ କରନ୍ତେ ସେ ସସଜ୍ଜ ଯୋଦ୍ଧାମାନଙ୍କୁ ଭେଟିବାକୁ ଯାଏ।
22 Ó fi ojú kékeré wo ẹ̀rù, àyà kò sì fò ó; bẹ́ẹ̀ ni kì í sì í padà sẹ́yìn kúrò lọ́wọ́ idà.
ସେ ଭୟକୁ ପରିହାସ କରେ ଓ ଉଦ୍ବିଗ୍ନ ହୁଏ ନାହିଁ; କିଅବା ଖଡ୍ଗ ସମ୍ମୁଖରୁ ଫେରେ ନାହିଁ।
23 Lọ́dọ̀ rẹ ni apó-ọfà ń mì pẹkẹpẹkẹ, àti ọ̀kọ̀ dídán àti àpáta.
ତୂଣ, ଝଲମଲ ବର୍ଚ୍ଛା ଓ ଶୂଳ ତାହା ପ୍ରତିକୂଳରେ ଝନ୍ଝନ୍ ଶବ୍ଦ କରେ।
24 Ó fi kíkorò ojú àti ìbínú ńlá gbé ilé mi, bẹ́ẹ̀ ni òun kò sì gbà á gbọ́ pé, ìró ìpè ni.
ସେ ପ୍ରଚଣ୍ଡତା ଓ କ୍ରୋଧରେ ଭୂମି ଗ୍ରାସି ପକାଏ; କିଅବା ଏହା ତୂରୀ ଶବ୍ଦ ବୋଲି ବିଶ୍ୱାସ କରେ ନାହିଁ।
25 Ó wí nígbà ìpè pé, Háà! Háà! Ó sì gbóhùn ogun lókèèrè réré, igbe àwọn balógun àti ìhó ayọ̀ ogun wọn.
ଯେତେ ଥର ତୂରୀ ବାଜେ, ସେତେଥର ସେ ହିଁ ହିଁ ଶବ୍ଦ କରେ! ଓ ସେ ଦୂରରୁ ସଂଗ୍ରାମର, ସେନାପତିମାନଙ୍କର ହୁଙ୍କାର ଓ ସିଂହନାଦର ଗନ୍ଧ ପାଏ।
26 “Àwòdì ha máa ti ipa ọgbọ́n rẹ̀ fò sókè, tí ó sì na ìyẹ́ apá rẹ̀ sí ìhà gúúsù?
ତୁମ୍ଭ ଜ୍ଞାନରେ କି ବାଜପକ୍ଷୀ ଉପରକୁ ଉଡ଼େ ଓ ଦକ୍ଷିଣ ଦିଗକୁ ଆପଣା ପକ୍ଷ ବିସ୍ତାର କରେ?
27 Idì ha máa fi àṣẹ rẹ̀ fò sókè, kí ó sì lọ tẹ́ ìtẹ́ rẹ̀ sí òkè gíga?
ଉତ୍କ୍ରୋଶ ପକ୍ଷୀ ତୁମ୍ଭ ଆଜ୍ଞାରେ କି ଉପରକୁ ଉଠେ ଓ ଊର୍ଦ୍ଧ୍ୱରେ ଆପଣା ବସା କରେ?
28 Ó ń gbé, ó sì ń wò ní orí àpáta, lórí pàlàpálá òkúta àti ibi orí òkè.
ସେ ଶୈଳରେ ବାସ କରେ, ସେଠାରେ ତାହାର ବସା, ସେ ଶୈଳାଗ୍ରରେ ଓ ଦୁର୍ଗମ ସ୍ଥାନରେ ଥାଏ।
29 Láti ibẹ̀ lọ ni ó ti ń wá oúnjẹ kiri, ojú rẹ̀ sì ríran rí òkè réré.
ସେଠାରୁ ସେ ଶିକାର ନିରୀକ୍ଷଣ କରେ; ତାହାର ଚକ୍ଷୁ ଦୂରରୁ ତାହା ଦେଖେ।
30 Àwọn ọmọ rẹ̀ pẹ̀lú a máa mu ẹ̀jẹ̀, níbi tí òkú bá gbé wà, níbẹ̀ ni òun wà pẹ̀lú.”
ତାହାର ଛୁଆମାନେ ମଧ୍ୟ ରକ୍ତ ଚୁଷନ୍ତି; ଯେଉଁଠାରେ ହତ ଲୋକ, ସେହିଠାରେ ସେ ଥାଏ।”