< Job 36 >
1 Elihu sì tún sọ̀rọ̀ wí pé,
ଇଲୀହୂ ଆହୁରି କହିଲା,
2 “Fún mi láyè díẹ̀ èmi ó sì fihàn ọ́, nítorí ọ̀rọ̀ sísọ ní ó kún fún Ọlọ́run.
“ଟିକିଏ ସମ୍ଭାଳ, ମୁଁ ତୁମ୍ଭକୁ ଜଣାଇବି; କାରଣ ପରମେଶ୍ୱରଙ୍କ ପକ୍ଷରେ ମୋହର ଆହୁରି କିଛି କହିବାର ଅଛି।
3 Èmi ó mú ìmọ̀ mi ti ọ̀nà jíjìn wá, èmi ó sì fi òdodo fún Ẹlẹ́dàá mi.
ମୁଁ ଦୂରରୁ ଆପଣା ଜ୍ଞାନ ଆଣିବି ଓ ଆପଣା ସୃଷ୍ଟିକର୍ତ୍ତାଙ୍କର ଧାର୍ମିକତା ପ୍ରତିପନ୍ନ କରିବି;
4 Rí i dájú pé ọ̀rọ̀ mi kì yóò ṣèké nítòótọ́; ẹni tí ó pé ní ìmọ̀ wà pẹ̀lú rẹ̀.
କାରଣ ପ୍ରକୃତରେ ମୋହର କଥା ମିଥ୍ୟା ନୁହେଁ। ଜ୍ଞାନରେ ସିଦ୍ଧ ଜଣେ ତୁମ୍ଭ ସଙ୍ଗେ ଅଛି।
5 “Kíyèsi i, Ọlọ́run ni alágbára, òun kò i sì gàn ènìyàn; ó ní agbára ní ipá àti òye.
ଦେଖ, ପରମେଶ୍ୱର ପରାକ୍ରମୀ ଓ କାହାକୁ ତୁଚ୍ଛ କରନ୍ତି ନାହିଁ; ସେ ବୁଦ୍ଧିବଳରେ ପରାକ୍ରମୀ ଅଟନ୍ତି।
6 Òun kì í dá ẹ̀mí ènìyàn búburú sí, ṣùgbọ́n ó fi òtítọ́ fún àwọn tálákà.
ସେ ଦୁଷ୍ଟର ପ୍ରାଣ ରକ୍ଷା କରନ୍ତି ନାହିଁ; ମାତ୍ର ଦୁଃଖଗ୍ରସ୍ତମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତି।
7 Òun kì í mú ojú rẹ̀ kúrò lára olódodo, ṣùgbọ́n àwọn ọba ni wọ́n wà lórí ìtẹ́; àní ó fi ìdí wọn múlẹ̀ láéláé, a sì gbé wọn lékè.
ସେ ଧାର୍ମିକମାନଙ୍କଠାରୁ ଆପଣା ଦୃଷ୍ଟି ଫେରାନ୍ତି ନାହିଁ; ମାତ୍ର ସେ ସିଂହାସନୋପବିଷ୍ଟ ରାଜାଗଣ ସଙ୍ଗରେ ସଦାକାଳ ସେମାନଙ୍କୁ ସ୍ଥାପନ କରନ୍ତି ଓ ସେମାନେ ଉନ୍ନତ ହୁଅନ୍ତି।
8 Bí ó bá sì dè wọ́n nínú àbà, tí a sì fi okùn ìpọ́njú dè wọ́n,
ପୁଣି, ଯଦି ସେମାନେ ଜଞ୍ଜିରରେ ବନ୍ଧାଯାʼନ୍ତି ଓ ଦୁଃଖରୂପ ରଜ୍ଜୁରେ ଧରାଯାʼନ୍ତି,
9 nígbà náà ni ó ń sọ àwọn ohun tí wọn ti ṣe fún wọn, wí pé wọ́n ti ṣẹ̀ pẹ̀lú ìgbéraga wọn.
ତେବେ ସେ ସେମାନଙ୍କର କ୍ରିୟା, ସେମାନଙ୍କର ଅପରାଧ ଓ ସେମାନଙ୍କର ଗର୍ବାଚରଣ ସେମାନଙ୍କୁ ଦେଖାନ୍ତି।
10 Ó sí wọn létí pẹ̀lú sí ọ̀nà ẹ̀kọ́, ó sì pàṣẹ kí wọn kí ó padà kúrò nínú àìṣedédé.
ମଧ୍ୟ ଶିକ୍ଷା ପ୍ରତି ସେ ସେମାନଙ୍କ କର୍ଣ୍ଣ ମୁକ୍ତ କରନ୍ତି ଓ ଅଧର୍ମରୁ ଫେରିବା ପାଇଁ ସେମାନଙ୍କୁ ଆଜ୍ଞା ଦିଅନ୍ତି।
11 Bí wọ́n bá gbàgbọ́ tí wọ́n sì sìn ín, wọn ó lo ọjọ́ wọn ní ìrọ̀rùn, àti ọdún wọn nínú afẹ́.
ଯଦି ସେମାନେ ଶୁଣି ତାହାଙ୍କର ସେବା କରିବେ, ତେବେ ସେମାନେ ସମୃଦ୍ଧିରେ ଆପଣା ଆପଣା ଦିନ ଓ ସୁଖରେ ଆପଣା ଆପଣା ବର୍ଷ କ୍ଷେପଣ କରିବେ।
12 Ṣùgbọ́n, bí wọn kò bá gbàgbọ́, wọ́n ó ti ọwọ́ idà ṣègbé, wọ́n á sì kú láìní òye.
ମାତ୍ର ସେମାନେ ନ ଶୁଣିଲେ, ଖଡ୍ଗରେ ବିନଷ୍ଟ ହେବେ ଓ ଜ୍ଞାନବର୍ଜ୍ଜିତ ହୋଇ ମରିବେ।
13 “Ṣùgbọ́n àwọn àgàbàgebè ní ayé kó ìbínú jọ; wọn kò kígbe fún ìrànlọ́wọ́ nígbà tí ó bá wọ́n wí.
ମାତ୍ର ଅନ୍ତଃକରଣରେ ଅଧାର୍ମିକ ଲୋକମାନେ କ୍ରୋଧ ସଞ୍ଚୟ କରନ୍ତି; ସେ ସେମାନଙ୍କୁ ବାନ୍ଧିଲେ, ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି ନାହିଁ।
14 Nígbà náà ni ọkàn wọn yóò kú ní èwe, ní àárín àwọn ọkùnrin alágbèrè ojúbọ òrìṣà.
ସେମାନେ ଯୌବନ କାଳରେ ମରନ୍ତି ଓ ଅଶୁଚି ଲୋକମାନଙ୍କ ମଧ୍ୟରେ ସେମାନଙ୍କ ଜୀବନ ବିନଷ୍ଟ ହୁଏ।
15 Òun gba òtòṣì nínú ìpọ́njú wọn, a sì sọ̀rọ̀ sí wọn ní etí nínú ìnira wọn.
ସେ ଦୁଃଖୀଲୋକକୁ ତାହାର ଦୁଃଖ ଦ୍ୱାରା ଉଦ୍ଧାର କରନ୍ତି ଓ ଉପଦ୍ରବ ଦ୍ୱାରା ସେମାନଙ୍କର କର୍ଣ୍ଣ ମୁକ୍ତ କରନ୍ତି।
16 “Bẹ́ẹ̀ ni pẹ̀lúpẹ̀lú ó fa wọn yọ láti inú ìhágágá sí ibi gbòòrò, sí ibi tí ó ní ààyè tí kò ní wàhálà nínú rẹ̀, ohun tí a sì gbé kalẹ̀ ní tábìlì rẹ̀ jẹ́ kìkì ọ̀rá oúnjẹ tí ó fẹ́.
ସେ ତୁମ୍ଭକୁ ହିଁ ଦୁଃଖରୁ ବାହାର କରି ସଙ୍କୀର୍ଣ୍ଣତାରହିତ ପ୍ରଶସ୍ତ ସ୍ଥାନକୁ ନେଇଯାଆନ୍ତେ; ଓ ତୁମ୍ଭ ମେଜ ଉପରେ ସଜ୍ଜିତ ଦ୍ରବ୍ୟ ମେଦପୂର୍ଣ୍ଣ ହୁଅନ୍ତା।
17 Ṣùgbọ́n ìwọ kún fún ìdájọ́ àwọn búburú; ìdájọ́ àti òtítọ́ dì ọ́ mú.
ମାତ୍ର ତୁମ୍ଭେ ଦୁଷ୍ଟର ବିଚାରରେ ପୂର୍ଣ୍ଣ ଅଛ; ବିଚାର ଓ ଶାସ୍ତି ତୁମ୍ଭକୁ ଧରିଅଛି।
18 Nítorí ìbínú ń bẹ, ṣọ́ra kí òtítọ́ rẹ máa bá a tàn ọ; láti jẹ́ kí títóbi rẹ mú ọ ṣìnà.
କୋପ ଅଛି, ଯେପରି ତୁମ୍ଭେ ଆପଣା ପ୍ରଚୁରତା ଦ୍ୱାରା ଭ୍ରାନ୍ତ ନ ହୁଅ; କିଅବା ପ୍ରାୟଶ୍ଚିତ୍ତର ମହତ୍ତ୍ୱ ତୁମ୍ଭକୁ ନ ଭୁଲାଏ, ଏଥିପାଇଁ ସାବଧାନ।
19 Ọrọ̀ rẹ pọ̀ tó, tí wàhálà kì yóò fi dé bá ọ bí? Tàbí ipa agbára rẹ?
ତୁମ୍ଭେ ଯେପରି ଦୁଃଖଗ୍ରସ୍ତ ନୋହିବ, ଏଥିପାଇଁ ତୁମ୍ଭର ଧନ ଓ ବଳର ସମସ୍ତ ପ୍ରତାପ କି ପ୍ରଚୁର ହେବ?
20 Má ṣe ìfẹ́ òru, nígbà tí a ń ké àwọn orílẹ̀-èdè kúrò ní ipò wọn.
ଯେଉଁ ରାତ୍ରିରେ ଗୋଷ୍ଠୀୟମାନେ ସ୍ୱ ସ୍ୱ ସ୍ଥାନରେ ଉଚ୍ଛିନ୍ନ ହୁଅନ୍ତି, ସେହି ରାତ୍ରି ବାଞ୍ଛା କର ନାହିଁ।
21 Máa ṣọ́ra kí ìwọ ki ó má yí ara rẹ̀ padà sí búburú, nítorí èyí tí ìwọ rò pé ó dára jù ìpọ́njú lọ.
ସାବଧାନ, ଅଧର୍ମକୁ ଆଦର କର ନାହିଁ; କାରଣ ତୁମ୍ଭେ ଦୁଃଖଭୋଗ ଅପେକ୍ଷା ଏହା ହିଁ ମନୋନୀତ କରିଅଛ।
22 “Kíyèsi i, Ọlọ́run ni gbéga nípa agbára rẹ̀; ta ni jẹ́ olùkọ́ni bí rẹ̀?
ଦେଖ, ପରମେଶ୍ୱର ଆପଣା ପରାକ୍ରମରେ ଉଚ୍ଚ ଭାବରେ କାର୍ଯ୍ୟ କରନ୍ତି; ତାହାଙ୍କ ପରି ଶିକ୍ଷକ କିଏ ଅଛି?
23 Ta ni ó là ọ̀nà iṣẹ́ rẹ̀ sílẹ̀ fún un, tàbí ta ni ó lè wí pé ìwọ ti ń ṣe àìṣedéédéé?
କିଏ ତାହାଙ୍କର ଗନ୍ତବ୍ୟ ପଥ ନିରୂପଣ କରିଅଛି? ଅବା କିଏ କହିପାରେ, ‘ତୁମ୍ଭେ ଅଧର୍ମ କରିଅଛ?’
24 Rántí kí ìwọ kí ó gbé iṣẹ́ rẹ̀ ga, ti ènìyàn ni yín nínú orin.
ତାହାଙ୍କ କାର୍ଯ୍ୟର ମାହାତ୍ମ୍ୟ ପ୍ରକାଶ କରିବାକୁ ସ୍ମରଣ କର, ଲୋକମାନେ ତହିଁର କୀର୍ତ୍ତନ କରିଅଛନ୍ତି।
25 Olúkúlùkù ènìyàn a máa rí i; ẹni ikú a máa wò ó ní òkèrè.
ସମସ୍ତ ଲୋକ ତହିଁ ପ୍ରତି ନିରୀକ୍ଷଣ କରିଅଛନ୍ତି, ମନୁଷ୍ୟ ଦୂରରୁ ତାହା ଦେଖେ।
26 Kíyèsi i, Ọlọ́run tóbi, àwa kò sì mọ̀ bí ó ti ní òye tó, bẹ́ẹ̀ ni a kò lè wádìí iye ọdún rẹ̀ rí.
ଦେଖ, ପରମେଶ୍ୱର ମହାନ ଓ ଆମ୍ଭେମାନେ ତାହାଙ୍କୁ ଜାଣୁ ନାହୁଁ; ତାହାଙ୍କ ବର୍ଷର ସଂଖ୍ୟା ଅନନୁସନ୍ଧେୟ।
27 “Nítorí pé òun ni ó fa ìkán omi òjò sílẹ̀, kí wọn kí ó kán bí òjò ní ìkùùkuu rẹ̀,
କାରଣ ସେ ଜଳବିନ୍ଦୁସବୁ ଆକର୍ଷଣ କରନ୍ତି, ତାହା ବୃଷ୍ଟି ରୂପେ ତାହାଙ୍କ ବାଷ୍ପରୁ ପଡ଼େ।
28 tí àwọsánmọ̀ ń rọ̀ ìrì rẹ̀ sílẹ̀, tí ó sì fi ń sẹ̀ lọ́pọ̀lọ́pọ̀ lórí ènìyàn.
ଆକାଶ ତାହା ଢାଳି ଦିଏ ଓ ମନୁଷ୍ୟ ଉପରେ ତାହା ବହୁଳ ରୂପେ ବର୍ଷେ।
29 Pẹ̀lúpẹ̀lú ǹjẹ́ ẹnikẹ́ni lè ní ìmọ̀ ìtànká àwọsánmọ̀, tàbí ariwo àrá láti àgọ́ rẹ̀?
ମେଘମାଳର ପ୍ରସାରଣ ଓ ତାହାଙ୍କ ଚନ୍ଦ୍ରାତପର ଗର୍ଜ୍ଜନ କି କେହି ବୁଝିପାରେ?
30 Kíyèsi i, ó tan ìmọ́lẹ̀ yí ara rẹ̀ ká ó sì bo ìsàlẹ̀ òkun mọ́lẹ̀.
ଦେଖ, ସେ ଆପଣା ଚତୁର୍ଦ୍ଦିଗରେ ନିଜ ଦୀପ୍ତି ବିସ୍ତାର କରନ୍ତି; ପୁଣି, ସେ ସମୁଦ୍ରର ତଳଭାଗ ଆବୃତ କରନ୍ତି।
31 Nítorí pé nípa wọn ní ń ṣe dájọ́ àwọn orílẹ̀-èdè ènìyàn; ó sí ń pèsè oúnjẹ ní ọ̀pọ̀lọpọ̀.
କାରଣ ସେ ଏସବୁ ଦ୍ୱାରା ଗୋଷ୍ଠୀବର୍ଗର ଶାସନ କରନ୍ତି; ସେ ବହୁଳ ପରିମାଣରେ ଆହାର ଦିଅନ୍ତି।
32 Ó fi ìmọ́lẹ̀ bo ọwọ́ rẹ̀ méjèèjì ó sì rán an sí ẹni olódì.
ସେ ବିଜୁଳିରେ ଆପଣା ହସ୍ତ ଆଚ୍ଛାଦନ କରନ୍ତି ଓ ଲକ୍ଷ୍ୟ ସ୍ଥଳ ଆଘାତ କରିବାକୁ ଆଜ୍ଞା ଦିଅନ୍ତି।
33 Ariwo àrá rẹ̀ fi ìjì hàn ní; ọ̀wọ́ ẹran pẹ̀lú wí pé, ó súnmọ́ etílé!
ତହିଁର ଶବ୍ଦ ତାହାଙ୍କ ବିଷୟରେ ପରିଚୟ ଦିଏ, ପଶୁପଲ ମଧ୍ୟ ଆଗାମୀ ତୋଫାନ ବିଷୟ ଜଣାନ୍ତି।