< Job 32 >

1 Bẹ́ẹ̀ ni àwọn ọkùnrin mẹ́tẹ̀ẹ̀ta wọ̀nyí dákẹ́ láti dá Jobu lóhùn, nítorí ó ṣe olódodo lójú ara rẹ̀.
ଏହିରୂପେ ଆୟୁବ ନିଜ ଦୃଷ୍ଟିରେ ଧାର୍ମିକ ହେବାରୁ ଏହି ତିନି ଜଣ ଉତ୍ତର ଦେବାରୁ କ୍ଷାନ୍ତ ହେଲେ।
2 Nígbà náà ni inú bí Elihu ọmọ Barakeli ará Busi, láti ìbátan ìdílé Ramu; ó bínú si Jobu nítorí ti ó dá ara rẹ̀ láre kàkà ki ó dá Ọlọ́run láre.
ତହିଁରେ ରାମ୍‍ ଗୋଷ୍ଠୀଜାତ ବୂଷୀୟ ବାରଖେଲର ପୁତ୍ର ଇଲୀହୂର କ୍ରୋଧ ପ୍ରଜ୍ୱଳିତ ହେଲା; ଆୟୁବ ବିରୁଦ୍ଧରେ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, କାରଣ ସେ ପରମେଶ୍ୱରଙ୍କ ଅପେକ୍ଷା ଆପଣାକୁ ଧାର୍ମିକ ମଣିଲା।
3 Inú sì bí i sí àwọn ọ̀rẹ́ rẹ̀ mẹ́tẹ̀ẹ̀ta, nítorí tí wọn kò rí ọ̀nà láti dá Jobu lóhùn bẹ́ẹ̀ ni wọ́n dá Jobu lẹ́bi.
ମଧ୍ୟ ତାହାର ତିନି ବନ୍ଧୁଙ୍କ ପ୍ରତିକୂଳରେ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, କାରଣ ସେମାନେ କୌଣସି ଉତ୍ତର ଦେଇ ନ ପାରିଲେ ହେଁ ଆୟୁବକୁ ଦୋଷୀ କରିଥିଲେ।
4 Ǹjẹ́ Elihu ti dúró títí tí Jobu fi sọ̀rọ̀ tán nítorí tí àwọn wọ̀nyí dàgbà ju òun lọ ní ọjọ́ orí.
ସେମାନେ ଇଲୀହୂଠାରୁ ପ୍ରାଚୀନ ଥିବାରୁ ଇଲୀହୂ ଆୟୁବକୁ କଥା କହିବା ପାଇଁ ଅପେକ୍ଷା କରିଥିଲା।
5 Nígbà tí Elihu rí i pé ìdáhùn ọ̀rọ̀ kò sí ní ẹnu àwọn ọkùnrin mẹ́tẹ̀ẹ̀ta wọ̀nyí nígbà náà ni ó bínú.
ପୁଣି, ସେ ସେହି ତିନି ଜଣଙ୍କ ମୁଖରେ କୌଣସି ଉତ୍ତର ନ ଥିବାର ଦେଖି ତାହାର କ୍ରୋଧ ପ୍ରଜ୍ୱଳିତ ହେଲା।
6 Elihu, ọmọ Barakeli, ará Busi, dáhùn ó sì wí pé, “Ọmọdé ni èmi, àgbà sì ní ẹ̀yin; ǹjẹ́ nítorí náà ní mo dúró, mo sì ń bẹ̀rù láti fi ìmọ̀ mi hàn yin.
ଏଥିଉତ୍ତାରେ ବୂଷୀୟ ବାରଖେଲର ପୁତ୍ର ଇଲୀହୂ ଉତ୍ତର କରି କହିଲା, “ମୁଁ ଯୁବା ଲୋକ, ଆଉ ତୁମ୍ଭେମାନେ ଅତି ବୃଦ୍ଧ; ଏଣୁ ମୁଁ କ୍ଷାନ୍ତ ହେଲି ଓ ତୁମ୍ଭମାନଙ୍କ ନିକଟରେ ଆପଣା ମତ ପ୍ରକାଶ କରିବାକୁ ସାହସ କଲି ନାହିଁ।
7 Èmi wí pé ọjọ́ orí ni ìbá sọ̀rọ̀, àti ọ̀pọ̀lọpọ̀ ọdún ní ìbá kọ́ ni ní ọgbọ́n.
ମୁଁ କହିଲି, ‘ଦିନସମୂହ କଥା କହିବେ ଓ ବର୍ଷର ବାହୁଲ୍ୟ ଜ୍ଞାନ ଶିଖାଇବେ।’
8 Ṣùgbọ́n ẹ̀mí kan ní ó wà nínú ènìyàn àti ìmísí Olódùmarè ní ì sì máa fún wọn ní òye.
ମାତ୍ର ମନୁଷ୍ୟ ମଧ୍ୟରେ ଗୋଟିଏ ଆତ୍ମା ଅଛି ଓ ସର୍ବଶକ୍ତିମାନ ପରମେଶ୍ୱରଙ୍କ ନିଶ୍ୱାସ ସେମାନଙ୍କୁ ବୁଦ୍ଧି ଦିଏ।
9 Ènìyàn ńlá ńlá kì í ṣe ọlọ́gbọ́n, bẹ́ẹ̀ ni àwọn àgbà ní òye ẹ̀tọ́ kò yé.
ବଡ଼ ଲୋକେ ଯେ ଜ୍ଞାନବାନ, ତାହା ନୁହେଁ, ଅବା ପ୍ରାଚୀନମାନେ ଯେ ବିଚାର ବୁଝନ୍ତି, ତାହା ନୁହେଁ।
10 “Nítorí náà ní èmí ṣe wí pé, ẹ dẹtí sílẹ̀ sí mi; èmí pẹ̀lú yóò fi ìmọ̀ mi hàn.
ଏଥିପାଇଁ ମୁଁ କହିଲି, ‘ମୋʼ କଥା ଶୁଣ; ମୁଁ ମଧ୍ୟ ଆପଣା ମତ ପ୍ରକାଶ କରିବି।’
11 Kíyèsi i, èmí ti dúró de ọ̀rọ̀ yín; èmi fetísí àròyé yín, nígbà tí ẹ̀yin ń wá ọ̀rọ̀ ti ẹ̀yin yóò sọ;
ଦେଖ, ମୁଁ ତୁମ୍ଭମାନଙ୍କ କଥା ପାଇଁ ଅପେକ୍ଷା କଲି, କଅଣ କହିବାକୁ ହେବ, ଏହା ତୁମ୍ଭେମାନେ ଅନୁସନ୍ଧାନ କରିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଯୁକ୍ତି ପାଇଁ ମନୋଯୋଗ କଲି।
12 àní, mo fiyèsí yín tinútinú. Sì kíyèsi i, kò sí ẹnìkan nínú yín tí ó le já Jobu ní irọ́; tàbí tí ó lè dá a lóhùn àríyànjiyàn rẹ̀!
ଆହୁରି, ମୁଁ ତୁମ୍ଭମାନଙ୍କ କଥାରେ ମନ ଦେଲି, ପୁଣି ଦେଖ, ଆୟୁବକୁ ବୋଧ ଦେବାକୁ, ଅବା ତାହାର କଥାର ଉତ୍ତର ଦେବାକୁ ତୁମ୍ଭମାନଙ୍କ ମଧ୍ୟରେ କେହି ନ ଥିଲା।
13 Kí ẹ̀yin kí ó má ṣe wí pé, ‘Àwa wá ọgbọ́n ní àwárí; Ọlọ́run ni ó lè bì í ṣubú kì í ṣe ènìyàn.’
ସାବଧାନ, କେଜାଣି ତୁମ୍ଭେମାନେ କହିବ, ଆମ୍ଭେମାନେ ଜ୍ଞାନ ପାଇଅଛୁ; ପରମେଶ୍ୱର ତାହାକୁ ପରାସ୍ତ କରି ପାରିବେ, ମନୁଷ୍ୟ ନୁହେଁ;
14 Bí òun kò ti sọ̀rọ̀ sí mi, bẹ́ẹ̀ ni èmi kì yóò fi ọ̀rọ̀ yín dá a lóhùn.
କାରଣ ସେ ମୋʼ ବିରୁଦ୍ଧରେ କଥା କହି ନାହିଁ, କିଅବା ମୁଁ ତୁମ୍ଭମାନଙ୍କ କଥାରେ ତାହାକୁ ଉତ୍ତର ଦେବି ନାହିଁ।
15 “Ẹnu sì yà wọ́n, wọn kò sì dáhùn mọ́, wọ́n ṣíwọ́ ọ̀rọ̀ í sọ.
ସେମାନେ ବିସ୍ମିତ ଅଛନ୍ତି, ସେମାନେ ଆଉ ଉତ୍ତର ଦିଅନ୍ତି ନାହିଁ, ସେମାନଙ୍କର କୌଣସି କଥା କହିବାକୁ ନାହିଁ।
16 Mo sì retí, nítorí wọn kò sì fọhùn, wọ́n dákẹ́ jẹ́ẹ́; wọn kò sì dáhùn mọ́.
ସେମାନେ କଥା କହନ୍ତି ନାହିଁ, ସେମାନେ ତୁନି ହୋଇ ଠିଆ ହୁଅନ୍ତି, ଆଉ ଉତ୍ତର ଦିଅନ୍ତି ନାହିଁ ବୋଲି କି ମୁଁ ଅପେକ୍ଷା କରିବି?
17 Bẹ́ẹ̀ ni èmí ó sì dáhùn nípa ti èmi, èmí pẹ̀lú yóò sì fi ìmọ̀ mi hàn.
ମୁଁ ମଧ୍ୟ ଆପଣାର ଉତ୍ତର ଦେବି, ମୁଁ ଆପଣାର ମତ ପ୍ରକାଶ କରିବି।
18 Nítorí pé èmi kún fún ọ̀rọ̀ sísọ, ẹ̀mí ń rọ̀ mi ni inú mi.
କାରଣ ମୁଁ ବାକ୍ୟରେ ପରିପୂର୍ଣ୍ଣ। ମୋହର ଅନ୍ତରସ୍ଥ ଆତ୍ମା ମୋତେ ପ୍ରବର୍ତ୍ତାଏ।
19 Kíyèsi i, ikùn mi dàbí ọtí wáìnì, tí kò ní ojú-ìhò; ó múra tán láti bẹ́ bí ìgò-awọ tuntun.
ଦେଖ, ମୋʼ ଉଦର ବନ୍ଦ ଦ୍ରାକ୍ଷାରସ ତୁଲ୍ୟ; ନୂତନ କୁମ୍ପା ପରି ତାହା ଫାଟିବାକୁ ଉଦ୍ୟତ।
20 Èmí ó sọ, kí ara kí ó le rọ̀ mí, èmí ó sí ètè mi, èmí ó sì dáhùn.
ମୁଁ ଉଶ୍ୱାସ ପାଇବା ପାଇଁ କଥା କହିବି; ମୁଁ ଓଷ୍ଠାଧର ଫିଟାଇ ଉତ୍ତର ଦେବି।
21 Lóòtítọ́ èmi kì yóò ṣe ojúsàájú sí ẹnìkankan, bẹ́ẹ̀ ni èmí kì yóò sì ṣe ìpọ́nni fún ẹnìkan.
ବିନୟ କରୁଅଛି, ମୋତେ କୌଣସି ଲୋକର ମୁଖାପେକ୍ଷା କରିବାକୁ ଦିଅ ନାହିଁ; କିଅବା ମୁଁ କୌଣସି ଲୋକର ଚାଟୁବାଦ କରିବି ନାହିଁ।
22 Nítorí pé èmí kò mọ̀ ọ̀rọ̀ ìpọ́nni í sọ ní ṣíṣe bẹ́ẹ̀, ẹlẹ́dàá mi yóò mú mi kúrò lọ́gán.
କାରଣ ମୁଁ ଚାଟୁବାଦ କରି ଜାଣେ ନାହିଁ; କଲେ ମୋହର ସୃଷ୍ଟିକର୍ତ୍ତା ଶୀଘ୍ର ମୋତେ ସଂହାର କରିବେ।

< Job 32 >