< Job 3 >

1 Ẹ̀yìn èyí ní Jobu yanu, ó sì fi ọjọ́ ìbí rẹ̀ ré
ଏଥିଉତ୍ତାରେ ଆୟୁବ ମୁଖ ଫିଟାଇ ଆପଣା ଜନ୍ମଦିନକୁ ଅଭିଶାପ ଦେଲା।
2 Jobu sọ, ó sì wí pé,
ପୁଣି, ଆୟୁବ ଉତ୍ତର କରି କହିଲା;
3 “Kí ọjọ́ tí a bí mi kí ó di ìgbàgbé, àti òru ni, nínú èyí tí a wí pé, ‘A lóyún ọmọkùnrin kan!’
“ଯେଉଁ ଦିନ ମୁଁ ଜାତ ହେଲି ଓ ‘ପୁତ୍ରସନ୍ତାନ ଗର୍ଭସ୍ଥ ହେଲା’ ବୋଲି ଯେଉଁ ରାତ୍ରି କହିଲା, ତାହା ଲୁପ୍ତ ହେଉ;
4 Kí ọjọ́ náà kí ó já si òkùnkùn, kí Ọlọ́run kí ó má ṣe kà á sí láti ọ̀run wá; bẹ́ẹ̀ ni kí ìmọ́lẹ̀ kí ó má ṣe mọ́ sí i.
ସେ ଦିନ ଅନ୍ଧକାରମୟ ହେଉ; ପରମେଶ୍ୱର ଊର୍ଦ୍ଧ୍ୱରୁ ତହିଁର ତତ୍ତ୍ୱ ନ କରନ୍ତୁ, କିଅବା ତହିଁ ଉପରେ ଦୀପ୍ତି ପ୍ରକାଶ ନ ପାଉ।
5 Kí òkùnkùn àti òjìji ikú fi ṣe ti ara wọn; kí àwọsánmọ̀ kí ó bà lé e; kí ìṣúdudu ọjọ́ kí ó pa láyà.
ଅନ୍ଧକାର ଓ ମୃତ୍ୟୁୁଚ୍ଛାୟା ତାହାକୁ ଆପଣାର ବୋଲି ଦାବି କରନ୍ତୁ; ମେଘ ତହିଁ ଉପରେ ଅବସ୍ଥାନ କରୁ; ଦିବସ ଅନ୍ଧକାରକାରୀ ସମସ୍ତେ ତାହାର ତ୍ରାସ ଜନ୍ମାଉନ୍ତୁ।
6 Kí òkùnkùn kí ó ṣú bo òru náà biribiri, kí ó má ṣe yọ pẹ̀lú ọjọ́ ọdún náà: kí a má ṣe kà a mọ́ iye ọjọ́ oṣù.
ନିବିଡ଼ ଅନ୍ଧକାର ସେହି ରାତ୍ରିକୁ ଆକ୍ରମଣ କରୁ; ତାହା ବର୍ଷର ଦିବସଶ୍ରେଣୀ ମଧ୍ୟରେ ଆନନ୍ଦ ନ କରୁ; ତାହା ମାସ-ସଂଖ୍ୟା ମଧ୍ୟରେ ନ ଆସୁ।
7 Kí òru náà kí ó yàgàn; kí ohun ayọ̀ kan kí ó má ṣe wọ inú rẹ̀ lọ.
ଦେଖ, ସେହି ରାତ୍ରି ବନ୍ଧ୍ୟା ହେଉ; ତହିଁ ମଧ୍ୟରେ କୌଣସି ଆନନ୍ଦର ସ୍ୱର ପ୍ରବେଶ ନ କରୁ।
8 Kí àwọn tí í fi ọjọ́ gégùn ún kí o fi gégùn ún, tí wọ́n mura tán láti ru Lefitani sókè.
ଯେଉଁମାନେ ଦିବସକୁ ଅଭିଶାପ ଦିଅନ୍ତି, ଯେଉଁମାନେ ଲିବିୟାଥନକୁ ଜଗାଇବାକୁ ନିପୁଣ, ସେମାନେ ତାହାକୁ ଅଭିଶାପ ଦେଉନ୍ତୁ।
9 Kí ìràwọ̀ òwúrọ̀ ọjọ́ rẹ̀ kí ó ṣókùnkùn; kí ó má wá ìmọ́lẹ̀, ṣùgbọ́n kí ó máa mọ́ sí i, bẹ́ẹ̀ ni kí ó má ṣe rí àfẹ̀mọ́júmọ́
ତହିଁର ସନ୍ଧ୍ୟାକାଳୀନ ନକ୍ଷତ୍ରଗଣ ଅନ୍ଧକାରମୟ ହେଉ; ସେ ଦୀପ୍ତିର ଅପେକ୍ଷା କରୁ, ମାତ୍ର କିଛି ନ ପାଉ; କିଅବା ସେ ଅରୁଣର ନେତ୍ରପଲକ ଦର୍ଶନ ନ କରୁ;
10 nítorí tí kò sé ìlẹ̀kùn inú ìyá mi, láti pa ìbànújẹ́ rẹ́ ní ojú mi.
କାରଣ ସେ ମୋʼ ମାତୃଗର୍ଭର କବାଟ ରୁଦ୍ଧ କଲା ନାହିଁ, କିଅବା ଦୁଃଖକୁ ମୋର ଦୃଷ୍ଟିରୁ ଗୁପ୍ତ କଲା ନାହିଁ।
11 “Èéṣe tí èmi kò fi kú láti inú wá, tàbí tí èmi kò kú ní ìgbà tí mo ti inú jáde wá?
ମୁଁ କାହିଁକି ଗର୍ଭରୁ ମଲି ନାହିଁ? ଉଦରରୁ ପଡ଼ିବା ମାତ୍ର କାହିଁକି ମୁଁ ପ୍ରାଣତ୍ୟାଗ କଲି ନାହିଁ?
12 Èéṣe tí orúnkún wá pàdé mi, tàbí ọmú tí èmi yóò mu?
ଜାନୁଯୁଗଳ କାହିଁକି ମୋତେ ଗ୍ରହଣ କଲା? ଅବା ମୋହର ପାନ ନିମନ୍ତେ ସ୍ତନ୍ୟ କାହିଁକି ପ୍ରସ୍ତୁତ ଥିଲା?
13 Ǹjẹ́ nísinsin yìí èmi ìbá ti dùbúlẹ̀ jẹ́ẹ́; èmi ìbá ti sùn, èmi ìbá ti sinmi
ତାହା ହୋଇ ନ ଥିଲେ, ମୁଁ ଏବେ ଶୟନ କରି ଶାନ୍ତିରେ ଥାʼନ୍ତି; ମୁଁ ନିଦ୍ରିତ ହୋଇ ବିଶ୍ରାମରେ ଥାʼନ୍ତି;
14 pẹ̀lú àwọn ọba àti ìgbìmọ̀ ayé tí wọ́n mọ ilé fún ara wọn wá dùbúlẹ̀ nínú ìsọdahoro.
ଯେଉଁମାନେ ଆପଣାମାନଙ୍କ ନିମନ୍ତେ ଉଜାଡ଼ ସ୍ଥାନ ନିର୍ମାଣ କରିଥିଲେ, ଏପରି ରାଜା ଓ ପୃଥିବୀର ମନ୍ତ୍ରୀଗଣ ସହିତ ଥାʼନ୍ତି;
15 Tàbí pẹ̀lú àwọn ọmọ-aládé tí ó ní wúrà, tí wọ́n sì fi fàdákà kun ilé wọn.
ଯେଉଁମାନେ ରୂପାରେ ଆପଣାମାନଙ୍କ ଗୃହ ପରିପୂର୍ଣ୍ଣ କରିଥିଲେ, ଏପରି ସ୍ୱର୍ଣ୍ଣାଧିକାରୀ ଅଧିପତିମାନଙ୍କ ସଙ୍ଗେ ଥାʼନ୍ତି;
16 Tàbí bí ọlẹ̀ tí a sin, èmi kì bá ti sí: bí ọmọ ìṣunú tí kò rí ìmọ́lẹ̀?
ଅବା ମୁଁ ଗୁପ୍ତ ଗର୍ଭସ୍ରାବ ତୁଲ୍ୟ ପ୍ରାଣହୀନ ହୋଇଥାʼନ୍ତି; ଯେଉଁମାନେ କେବେ ଆଲୁଅ ଦର୍ଶନ କଲେ ନାହିଁ, ଏପରି ଶିଶୁ ତୁଲ୍ୟ ହୋଇଥାʼନ୍ତି।
17 Níbẹ̀ ni ẹni búburú ṣíwọ́ ìyọnilẹ́nu, níbẹ̀ ni ẹni àárẹ̀ wà nínú ìsinmi.
ସେହି ସ୍ଥାନରେ ଦୁଷ୍ଟଗଣ କ୍ଳେଶ ଦେବାରୁ ନିବୃତ୍ତ ଓ ସେହି ସ୍ଥାନରେ ପରିଶ୍ରାନ୍ତ ବିଶ୍ରାମପ୍ରାପ୍ତ।
18 Níbẹ̀ ni àwọn ìgbèkùn sinmi pọ̀, wọn kò gbóhùn amúnisìn mọ́.
ସେହି ସ୍ଥାନରେ ବନ୍ଦୀଗଣ ଏକତ୍ର ଆରାମରେ ଅଛନ୍ତି; ସେମାନେ କାର୍ଯ୍ୟଶାସକର ରବ ଶୁଣନ୍ତି ନାହିଁ।
19 Àti èwe àti àgbà wà níbẹ̀, ẹrú sì di òmìnira kúrò lọ́wọ́ olówó rẹ̀.
ସେଠାରେ ସାନ ଓ ବଡ଼ ଅଛନ୍ତି; ପୁଣି, ଦାସ ଆପଣା କର୍ତ୍ତାଠାରୁ ମୁକ୍ତ ଅଟେ।
20 “Nítorí kí ni a ṣe fi ìmọ́lẹ̀ fún òtòṣì, àti ìyè fún ọlọ́kàn kíkorò,
ଦୁଃଖଗ୍ରସ୍ତ ଲୋକକୁ କାହିଁକି ଦୀପ୍ତି ଦିଆଯାଏ ଓ ତିକ୍ତପ୍ରାଣକୁ କାହିଁକି ଜୀବନ ଦିଆଯାଏ;
21 tí wọ́n dúró de ikú, ṣùgbọ́n òun kò wá, tí wọ́n wá a jù ìṣúra tí a bò mọ́lẹ̀ pamọ́ lọ.
ସେମାନେ ମରଣ ଇଚ୍ଛା କରନ୍ତି, ମାତ୍ର ତାହା ଆସେ ନାହିଁ; ସେମାନେ ପୋତା-ଧନ ଅପେକ୍ଷା ତହିଁ ପାଇଁ ଅଧିକ ଖୋଳନ୍ତି;
22 Ẹni tí ó yọ̀ gidigidi, tí inú wọ́n sì dùn nígbà tí wọ́n wá ibojì òkú rí?
ସେମାନେ କବର ପାଇ ପାରିଲେ ଆହ୍ଲାଦ କରନ୍ତି, ମହାନନ୍ଦରେ ଉଲ୍ଲସିତ ହୁଅନ୍ତି?
23 Kí ni a fi ìmọ́lẹ̀ fún ẹni tí ọ̀nà rẹ̀ fi ara pamọ́ fún, tí Ọlọ́run sì ṣọgbà dí mọ́ ká?
ଯାହାର ପଥ ଗୁପ୍ତ ଓ ଯାହାର ଚତୁର୍ଦ୍ଦିଗରେ ପରମେଶ୍ୱର ବାଡ଼ ଦେଇଅଛନ୍ତି, ଏପରି ଲୋକକୁ କାହିଁକି ଦୀପ୍ତି ଦିଆଯାଏ?
24 Nítorí pé èémí-ẹ̀dùn wà ṣáájú oúnjẹ mi; ìkérora mi sì tú jáde bí omi.
କାରଣ ମୁଁ ଭୋଜନ କରିବା ପୂର୍ବେ ମୋହର ହାହାକାର ଆସେ, ମୋହର ଗର୍ଜ୍ଜନ ଜଳ ତୁଲ୍ୟ ଢଳାଯାଏ।
25 Nítorí pé ohun náà tí mo bẹ̀rù gidigidi ni ó dé bá mi yìí, àti ohun tí mo fòyà rẹ̀ bá mi ó sì ṣubú lù mí.
ଯେଣୁ ମୁଁ ଯାହା ଭୟ କରେ, ତାହା ହିଁ ମୋʼ ପ୍ରତି ଘଟେ, ଆଉ ମୁଁ ଯହିଁ ବିଷୟରେ ଭୀତ, ତାହା ହିଁ ମୋʼ ନିକଟରେ ଉପସ୍ଥିତ ହୁଏ।
26 Èmi wà láìní àlàáfíà, bẹ́ẹ̀ ni èmi kò ní ìsinmi; bẹ́ẹ̀ ni èmi kò ni ìfàyàbalẹ̀, bí kò ṣe ìdààmú.”
ମୁଁ ଆରାମରେ କି ଶାନ୍ତିରେ ନାହିଁ, କିଅବା ମୋହର ବିଶ୍ରାମ ନାହିଁ; କେବଳ କ୍ଳେଶ ଘଟୁଅଛି।”

< Job 3 >