< Job 22 >
1 Ìgbà náà ni Elifasi, ará Temani, dáhùn wí pé,
ଏଥିଉତ୍ତାରେ ତୈମନୀୟ ଇଲୀଫସ୍ ଉତ୍ତର କରି କହିଲା,
2 “Ènìyàn lè è ṣe rere fún Ọlọ́run? Bí ọlọ́gbọ́n ti í ṣe rere fún ara rẹ̀?
“ମନୁଷ୍ୟ କʼଣ ପରମେଶ୍ୱରଙ୍କ ପ୍ରତି ଲାଭଜନକ ହୋଇପାରେ? ଅବଶ୍ୟ ଜ୍ଞାନୀ ଲୋକ ଆପଣା ପ୍ରତି ଲାଭଜନକ ଅଟେ।
3 Ohun ayọ̀ ha ni fún Olódùmarè pé olódodo ni ìwọ? Tàbí èrè kí ni fún un ti ìwọ mú ọ̀nà rẹ̀ pé?
ତୁମ୍ଭେ ଯେ ଧାର୍ମିକ ଅଟ, ଏହା କʼଣ ସର୍ବଶକ୍ତିମାନଙ୍କ ସୁଖର କାରଣ? ଅବା ତୁମ୍ଭେ ଯେ ଆପଣା ଆଚରଣ ସିଦ୍ଧ କରୁଅଛ, ଏହା କʼଣ ତାହାଙ୍କ ପ୍ରତି ଲାଭଜନକ?
4 “Yóò ha bá ọ wí bí, nítorí ìbẹ̀rù Ọlọ́run rẹ? Yóò ha bá ọ lọ sínú ìdájọ́ bí?
ତାହାଙ୍କ ପ୍ରତି ତୁମ୍ଭର ଭୟ ସକାଶୁ ସେ କʼଣ ତୁମ୍ଭକୁ ଅନୁଯୋଗ କରନ୍ତି ଓ ତୁମ୍ଭ ସହିତ ବିଚାରରେ ଉପସ୍ଥିତ ହେଉଅଛନ୍ତି?
5 Ìwà búburú rẹ kò ha tóbi, àti ẹ̀ṣẹ̀ rẹ láìníye?
ତୁମ୍ଭର ଦୁଷ୍ଟତା କʼଣ ବଡ଼ ନୁହେଁ? ଓ ତୁମ୍ଭ ଅଧର୍ମର କିଛି ସୀମା ନାହିଁ।
6 Nítòótọ́ ìwọ béèrè fún ààbò ni ọwọ́ arákùnrin rẹ láìnídìí, ìwọ sì tú oníhòhò ní aṣọ wọn.
ଯେଣୁ ତୁମ୍ଭେ ଅକାରଣରେ ଆପଣା ଭାଇଠାରୁ ବନ୍ଧକ ନେଇଅଛ ଓ ତୁମ୍ଭେ ବସ୍ତ୍ରହୀନମାନଙ୍କଠାରୁ ବସ୍ତ୍ର କାଢ଼ି ନେଇଅଛ।
7 Ìwọ kò fi omi fún aláàárẹ̀ mu, ìwọ sì háwọ́ oúnjẹ fún ẹni tí ebi ń pa.
ତୁମ୍ଭେ ପରିଶ୍ରାନ୍ତମାନଙ୍କୁ ପାନ କରିବା ପାଇଁ ଜଳ ଦେଇ ନାହଁ ଓ ତୁମ୍ଭେ କ୍ଷୁଧିତମାନଙ୍କୁ ଆହାର ଦେଇ ନାହଁ।
8 Bí ó ṣe ti alágbára nì, òun ni ó ní ilẹ̀, ọlọ́lá sì tẹ̀dó sínú rẹ̀.
ମାତ୍ର ବଳବାନ ଲୋକ ପୃଥିବୀ ଅଧିକାର କଲା ଓ ସମ୍ଭ୍ରାନ୍ତ ଲୋକ ତହିଁରେ ବାସ କଲା।
9 Ìwọ ti rán àwọn opó padà lọ ní ọwọ́ òfo, apá àwọn ọmọ aláìní baba ti di ṣiṣẹ́.
ତୁମ୍ଭେ ବିଧବାମାନଙ୍କୁ ଖାଲି ହାତରେ ବିଦାୟ କରିଅଛ ଓ ପିତୃହୀନର ବାହୁ ଭଗ୍ନ ହୋଇଅଛି।
10 Nítorí náà ni ìdẹ̀kùn ṣe yí ọ káàkiri, àti ìbẹ̀rù òjijì ń yọ ọ́ lẹ́nu.
ଏହେତୁ ତୁମ୍ଭ ଚାରିଆଡ଼େ ଫାନ୍ଦ ଅଛି ଓ ଆକସ୍ମିକ ଭୟ ତୁମ୍ଭକୁ ବ୍ୟାକୁଳ କରୁଅଛି।
11 Èéṣe tí òkùnkùn fi pọ̀ tó bẹ́ẹ̀ tí ìwọ kò fi lè ríran. Èéṣe tí ọ̀pọ̀lọpọ̀ omi sì bò ọ́ mọ́lẹ̀.
ଅବା ଅନ୍ଧକାର, ଯାହା ଲାଗି ତୁମ୍ଭେ ଦେଖି ନ ପାର ଓ ଜଳରାଶି ତୁମ୍ଭକୁ ଆଚ୍ଛନ୍ନ କରୁଅଛି।
12 “Ọlọ́run kò ha jẹ́ ẹni gíga ọ̀run? Sá wo orí àwọn ìràwọ̀ bí wọ́n ti ga tó!
ପରମେଶ୍ୱର କʼଣ ଉଚ୍ଚତମ ସ୍ୱର୍ଗରେ ନାହାନ୍ତି? ଓ ତାରାଗଣର ଉଚ୍ଚତା ଦେଖ, ସେସବୁ କେଡ଼େ ଉଚ୍ଚ!
13 Ìwọ sì wí pé, Ọlọ́run ti ṣe mọ̀? Òun ha lè ṣe ìdájọ́ láti inú òkùnkùn wá bí?
ପୁଣି, ତୁମ୍ଭେ କହୁଅଛ, ‘ପରମେଶ୍ୱର କʼଣ ଜାଣନ୍ତି? ସେ ନିବିଡ଼ ଅନ୍ଧକାର ଦେଇ କʼଣ ବିଚାର କରିପାରନ୍ତି?
14 Ǹjẹ́ àwọsánmọ̀ tí ó nípọn jẹ ìbora fún un, tí kò fi lè ríran; ó sì ń rìn nínú àyíká ọ̀run.
ନିବିଡ଼ ମେଘମାଳ ତାହାଙ୍କର ଆବରଣ, ଏଣୁ ସେ ଦେଖନ୍ତି ନାହିଁ ଓ ସେ ଆକାଶମଣ୍ଡଳରେ ଗମନାଗମନ କରନ୍ତି।’
15 Ǹjẹ́ ìwọ fẹ́ rin ipa ọ̀nà ìgbàanì tí àwọn ènìyàn búburú tí rìn?
ଯହିଁରେ ଦୁଷ୍ଟ ଲୋକେ ଗମନ କରିଅଛନ୍ତି, ତୁମ୍ଭେ କʼଣ ସେହି ପୁରାତନ ପଥ ଧରିବ?
16 A ké wọn lulẹ̀ kúrò nínú ayé láìpé ọjọ́ wọn, ìpìlẹ̀ wọn ti da bí odò ṣíṣàn.
ସେମାନେ ଅକାଳରେ ଛିଣ୍ଡାଗଲେ, ସେମାନଙ୍କ ଭିତ୍ତିମୂଳ ସ୍ରୋତ ପରି ଢଳାଗଲା;
17 Àwọn ẹni tí ó wí fún Ọlọ́run pé, ‘Lọ kúrò lọ́dọ̀ wa! Kí ni Olódùmarè yóò ṣe fún wọn?’
ସେମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭମାନଙ୍କ ନିକଟରୁ ଦୂର ହୁଅ’ ଓ ‘ସର୍ବଶକ୍ତିମାନ ପରମେଶ୍ୱର ଆମ୍ଭମାନଙ୍କ ପାଇଁ କʼଣ କରିପାରନ୍ତି?’
18 Síbẹ̀ ó fi ohun rere kún ilé wọn! Ṣùgbọ́n ìmọ̀ ènìyàn búburú jìnnà sí mi!
ତଥାପି ସେ ନାନା ଉତ୍ତମ ଦ୍ରବ୍ୟରେ ସେମାନଙ୍କ ଗୃହ ପରିପୂର୍ଣ୍ଣ କଲେ; ମାତ୍ର ଦୁଷ୍ଟମାନଙ୍କ ମନ୍ତ୍ରଣା ଆମ୍ଭଠାରୁ ଦୂରରେ ଥାଏ।
19 Àwọn olódodo rí ìparun wọn, wọ́n sì yọ̀, àwọn aláìlẹ́ṣẹ̀ sì fi wọ́n rẹ́rìn-ín ẹlẹ́yà pé,
ଧାର୍ମିକମାନେ ତାହା ଦେଖି ଆନନ୍ଦିତ ହୁଅନ୍ତି ଓ ନିର୍ଦ୍ଦୋଷ ଲୋକ ସେମାନଙ୍କୁ ପରିହାସ କରି କହନ୍ତି,
20 ‘Lóòtítọ́ àwọn ọ̀tá wa ni a ké kúrò, iná yóò sì jó oró wọn run.’
‘ଆମ୍ଭମାନଙ୍କ ବିରୁଦ୍ଧରେ ଉଠିବା ଲୋକେ ନିଶ୍ଚୟ ଉଚ୍ଛିନ୍ନ ହୋଇଅଛନ୍ତି ଓ ଅଗ୍ନି ସେମାନଙ୍କର ଅବଶିଷ୍ଟାଂଶ ଗ୍ରାସ କରିଅଛି।’
21 “Fa ara rẹ súnmọ́ Ọlọ́run, ìwọ ó sì rí àlàáfíà; nípa èyí ni rere yóò wá bá ọ.
ଏବେ ତୁମ୍ଭେ ତାହାଙ୍କ ସହିତ ପରିଚିତ ହୁଅ, ତହିଁରେ ଶାନ୍ତି ହେବ; ତଦ୍ଦ୍ୱାରା ମଙ୍ଗଳ ତୁମ୍ଭ ନିକଟରେ ଉପସ୍ଥିତ ହେବ।
22 Èmi bẹ̀ ọ́, gba òfin láti ẹnu rẹ̀ wá, kí o sì to ọ̀rọ̀ rẹ̀ sí àyà rẹ.
ମୁଁ ବିନୟ କରୁଅଛି, ତାହାଙ୍କ ମୁଖନିର୍ଗତ ବ୍ୟବସ୍ଥା ଗ୍ରହଣ କର ଓ ତାହାଙ୍କ ବାକ୍ୟ ଆପଣା ହୃଦୟରେ ସଞ୍ଚୟ କର।
23 Bí ìwọ bá yípadà sọ́dọ̀ Olódùmarè, a sì gbé ọ ró. Bí ìwọ bá sì mú ẹ̀ṣẹ̀ jìnnà réré kúrò nínú àgọ́ rẹ,
ଯଦି ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ପ୍ରତି ଫେରିବ, ଯଦି ଆପଣା ତମ୍ବୁରୁ ଅଧର୍ମ ଦୂର କରିବ, ତେବେ ତୁମ୍ଭେ ଦୃଢ଼ କରାଯିବ।
24 tí ìwọ bá tẹ́ wúrà dáradára sílẹ̀, lórí erùpẹ̀ àti wúrà Ofiri lábẹ́ òkúta odò,
ପୁଣି, ତୁମ୍ଭେ ଧୂଳିରେ ଆପଣା ଧନ ଓ ନଦୀସ୍ଥିତ ପଥର ମଧ୍ୟରେ ଓଫୀରର ସୁବର୍ଣ୍ଣ ପକାଇଦିଅ;
25 nígbà náà ní Olódùmarè yóò jẹ́ wúrà rẹ, àní yóò sì jẹ́ fàdákà fún ọ ní ọ̀pọ̀lọpọ̀.
ତହିଁରେ ସର୍ବଶକ୍ତିମାନ ତୁମ୍ଭର ଧନ ସ୍ୱରୂପ ଓ ତୁମ୍ଭ ପ୍ରତି ବହୁମୂଲ୍ୟ ରୌପ୍ୟ ସ୍ୱରୂପ ହେବେ।
26 Lóòtítọ́ nígbà náà ní ìwọ ó ní inú dídùn nínú Olódùmarè, ìwọ ó sì gbé ojú rẹ sókè sọ́dọ̀ Ọlọ́run.
କାରଣ ସେତେବେଳେ ତୁମ୍ଭେ ସର୍ବଶକ୍ତିମାନଙ୍କଠାରେ ଆନନ୍ଦ କରିବ ଓ ପରମେଶ୍ୱରଙ୍କ ଆଡ଼େ ଆପଣା ମୁଖ ଟେକିବ।
27 Bí ìwọ bá gbàdúrà rẹ sọ́dọ̀ rẹ̀, yóò sì gbọ́ tìrẹ, ìwọ ó sì san ẹ̀jẹ́ rẹ.
ତୁମ୍ଭେ ତାହାଙ୍କ ନିକଟରେ ପ୍ରାର୍ଥନା କରିବ ଓ ସେ ତୁମ୍ଭ କଥା ଶୁଣିବେ ଓ ତୁମ୍ଭେ ଆପଣା ମାନତ ପରିଶୋଧ କରିବ।
28 Ìwọ ó sì gbìmọ̀ ohun kan pẹ̀lú, yóò sì fi ìdí múlẹ̀ fún ọ; ìmọ́lẹ̀ yóò sì mọ́ sípa ọ̀nà rẹ.
ମଧ୍ୟ ତୁମ୍ଭେ କୌଣସି ବିଷୟ ମନସ୍ଥ କଲେ, ତାହା ତୁମ୍ଭ ପକ୍ଷରେ ସଫଳ କରାଯିବ; ତୁମ୍ଭର ସକଳ ପଥରେ ଦୀପ୍ତି ପ୍ରକାଶିତ ହେବ।
29 Nígbà tí ipa ọ̀nà rẹ bá lọ sísàlẹ̀, nígbà náà ni ìwọ o wí pé, ‘Ìgbésókè ń bẹ!’ Ọlọ́run yóò sì gba onírẹ̀lẹ̀ là!
ସେମାନେ ତୁମ୍ଭକୁ ଅବନତ କଲେ ତୁମ୍ଭେ କହିବ, ଉନ୍ନତି ହେବ କାରଣ ପରମେଶ୍ୱର ନମ୍ର ଲୋକକୁ ରକ୍ଷା କରିବେ।
30 Yóò gba ẹni tí kì í ṣe aláìjẹ̀bi là, a ó sì gbà á nípa mímọ́ ọwọ́ rẹ̀.”
ଯେଉଁ ଲୋକ ନିର୍ଦ୍ଦୋଷ ନୁହେଁ, ତାହାକୁ ହିଁ ସେ ଉଦ୍ଧାର କରିବେ; ହଁ, ତୁମ୍ଭ ହସ୍ତର ଶୁଚିତା ଦ୍ୱାରା ସେ ଉଦ୍ଧାର ପାଇବ।”