< Job 2 >
1 Ó sì tún di ọjọ́ kan nígbà tí àwọn ọmọ Ọlọ́run wá síwájú Olúwa, Satani sì wá pẹ̀lú wọn láti pe níwájú Olúwa.
ପୁନର୍ବାର ଦିନକରେ ପରମେଶ୍ୱରଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ, ଶୟତାନ ମଧ୍ୟ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆସିଲା।
2 Olúwa sì bi Satani pé, “Níbo ni ìwọ ti wá?” Satani sì dá Olúwa lóhùn pé, “Láti lọ síwá sẹ́yìn lórí ilẹ̀ ayé àti ní ìrìnkèrindò nínú rẹ̀.”
ଏଥିରେ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କେଉଁଠାରୁ ଆସିଲ?” ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ପୃଥିବୀରେ ଏଣେତେଣେ ଭ୍ରମଣ ଓ ତହିଁ ମଧ୍ୟରେ ଗମନାଗମନ କରି କରି ଆସିଲି।”
3 Olúwa sì wí fún Satani pé, “Ìwọ ha kíyèsi Jobu ìránṣẹ́ mi, pé, kò sí ẹni tí ó dàbí rẹ̀ ní ayé, ọkùnrin tí ń ṣe olóòtítọ́ tí ó sì dúró ṣinṣin, ẹni tí ó bẹ̀rù Ọlọ́run, tí ó sì kórìíra ìwà búburú, bẹ́ẹ̀ ni ó sì di ìwà òtítọ́ rẹ̀ mu ṣinṣin, bí ìwọ tilẹ̀ ti dẹ mí sí i láti run ún láìnídìí.”
ତହୁଁ ସଦାପ୍ରଭୁ ଶୟତାନକୁ ପଚାରିଲେ, “ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ଧ୍ୟାନ ଦେଇଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ; ପୁଣି, ଅକାରଣରେ ତାହାକୁ ନାଶ କରିବା ପାଇଁ ତୁମ୍ଭେ ତାହା ବିରୁଦ୍ଧରେ ଆମ୍ଭକୁ ପ୍ରବର୍ତ୍ତାଇଲେ ହେଁ ସେ ଏପର୍ଯ୍ୟନ୍ତ ଆପଣା ସରଳତା ଦୃଢ଼ କରି ଧରିଅଛି।”
4 Satani sì dá Olúwa lóhùn wí pé, “Awọ fún awọ; àní ohun gbogbo tí ènìyàn ní, òun ni yóò fi ra ẹ̀mí rẹ̀.
ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ଚର୍ମ ନିମନ୍ତେ ଚର୍ମ, ଆପଣା ପ୍ରାଣ ନିମନ୍ତେ ମନୁଷ୍ୟ ସର୍ବସ୍ୱ ଦେବ।
5 Ṣùgbọ́n nawọ́ rẹ nísinsin yìí, kí ó tọ́ egungun rẹ̀ àti ara rẹ̀, bí kì yóò sì bọ́hùn ní ojú rẹ.”
ମାତ୍ର ତୁମ୍ଭେ ଏବେ ହସ୍ତ ବଢ଼ାଇ ତାହାର ଅସ୍ଥି ଓ ମାଂସକୁ ଆଘାତ କର, ତହିଁରେ ସେ ତୁମ୍ଭ ମୁଖ ଆଗରେ ତୁମ୍ଭକୁ ପରିତ୍ୟାଗ କରିବ।”
6 Olúwa sì wí fún Satani pé, “Wò ó, ó ń bẹ ní ìkáwọ́ rẹ, ṣùgbọ́n dá ẹ̀mí rẹ̀ sí.”
ତହିଁରେ ସଦାପ୍ରଭୁ ଶୟତାନକୁ କହିଲେ, “ଦେଖ, ସେ ତୁମ୍ଭର ହସ୍ତଗତ, କେବଳ ତାହାର ପ୍ରାଣ ରକ୍ଷା କର।”
7 Bẹ́ẹ̀ ni Satani jáde lọ kúrò níwájú Olúwa, ó sì sọ Jobu ní oówo kíkankíkan láti àtẹ́lẹsẹ̀ títí dé àtàrí rẹ̀.
ଏଉତ୍ତାରେ ଶୟତାନ ସଦାପ୍ରଭୁଙ୍କ ଛାମୁରୁ ବାହାରିଯାଇ ଆୟୁବର ତଳିପାରୁ ମସ୍ତକ ପର୍ଯ୍ୟନ୍ତ ଯନ୍ତ୍ରଣାଦାୟକ ଘାଆରେ ତାହାକୁ ଆଘାତ କଲା।
8 Ó sì mú àpáàdì, ó fi ń họ ara rẹ̀, ó sì jókòó nínú eérú. ()
ଏଣୁ ସେ ସର୍ବାଙ୍ଗ କୁଣ୍ଡାଇବା ପାଇଁ ଖଣ୍ଡେ ଖପରା ନେଲା ଓ ସେ ଭସ୍ମ ମଧ୍ୟରେ ବସିଲା।
9 Nígbà náà ni aya rẹ̀ wí fún un pé, “Ìwọ di ìwà òtítọ́ mú síbẹ̀! Bú Ọlọ́run, kí ó sì kú!”
ତହିଁରେ ତାହାର ଭାର୍ଯ୍ୟା ତାହାକୁ କହିଲା, “ତୁମ୍ଭେ କି ଏପର୍ଯ୍ୟନ୍ତ ଆପଣାର ସରଳତା ଦୃଢ଼ କରି ଧରୁଅଛ? ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର।”
10 Ṣùgbọ́n ó dá a lóhùn pé, “Ìwọ sọ̀rọ̀ bí ọ̀kan lára àwọn aṣiwèrè obìnrin ti í sọ̀rọ̀; há bà! Àwa yóò ha gba ìre lọ́wọ́ Ọlọ́run, kí a má sì gba ibi?” Nínú gbogbo èyí, Jobu kò fi ètè rẹ̀ ṣẹ̀.
ସେ ତାହାକୁ କହିଲା, “ତୁମ୍ଭେ ଏକ ମୂଢ଼ା ସ୍ତ୍ରୀ ପରି କଥା କହୁଅଛ, ଆମ୍ଭେମାନେ କି ପରମେଶ୍ୱରଙ୍କ ହସ୍ତରୁ ମଙ୍ଗଳ ଗ୍ରହଣ କରିବା ଆଉ, ଅମଙ୍ଗଳ କʼଣ ଗ୍ରହଣ କରିବା ନାହିଁ?” ଏହିସବୁରେ ଆୟୁବ ଆପଣା ଓଷ୍ଠରେ ପାପ କଲା ନାହିଁ।
11 Nígbà tí àwọn ọ̀rẹ́ Jobu mẹ́ta gbúròó gbogbo ibi tí ó bá a, wọ́n wá, olúkúlùkù láti ibùjókòó rẹ̀; Elifasi, ara Temani àti Bilidadi, ará Ṣuhi, àti Sofari, ará Naama: nítorí pé wọ́n ti dájọ́ ìpàdé pọ̀ láti bá a ṣọ̀fọ̀, àti láti ṣìpẹ̀ fún un.
ଆୟୁବ ପ୍ରତି ଘଟିତ ଏହିସବୁ ବିପଦର କଥା ତୈମନୀୟ ଇଲୀଫସ୍ ଓ ଶୂହୀୟ ବିଲ୍ଦଦ୍ ଓ ନାମାଥୀୟ ସୋଫର ନାମରେ ତାହାର ଏହି ତିନି ମିତ୍ର ଶୁଣି ସ୍ୱ ସ୍ୱ ସ୍ଥାନରୁ ଆସିଲେ; ପୁଣି, ସେମାନେ ତାହା ସଙ୍ଗେ ଶୋକ କରିବା ପାଇଁ ଓ ତାହାକୁ ସାନ୍ତ୍ୱନା କରିବା ପାଇଁ ଆସିବାକୁ ଏକତ୍ର ସ୍ଥିର କଲେ।
12 Nígbà tí wọ́n gbójú wọn wò ní òkèrè réré, tí wọ́n kò sì mọ̀ ọ́n, wọ́n gbé ohùn wọn sókè, wọ́n sọkún: olúkúlùkù sì fa aṣọ ìgúnwà rẹ̀ ya, wọ́n sì ku erùpẹ̀ sí ojú ọ̀run, wọ́n sì tẹ́ orí gbà á.
ଏଉତ୍ତାରେ ସେମାନେ ଦୂରରୁ ଅନାଇ ତାହାକୁ ଚିହ୍ନି ନ ପାରି ଉଚ୍ଚସ୍ୱରରେ ରୋଦନ କଲେ; ଆଉ, ସେମାନେ ପ୍ରତ୍ୟେକେ ଆପଣା ଆପଣା ବସ୍ତ୍ର ଚିରି ଆକାଶ ଆଡ଼େ ଆପଣା ଆପଣା ମସ୍ତକ ଉପରେ ଧୂଳି ବିଞ୍ଚିଲେ।
13 Bẹ́ẹ̀ ni wọ́n jókòó tì í ní inú erùpẹ̀ ní ọjọ́ méje ti ọ̀sán ti òru, ẹnikẹ́ni kò sì bá a sọ ọ̀rọ̀ kan, nítorí tí wọ́n ti rí i pé ìbànújẹ́ rẹ̀ pọ̀ jọjọ.
ତହୁଁ ସେମାନେ ସାତ ଦିନ ଓ ସାତ ରାତ୍ରି ତାହା ସଙ୍ଗେ ଭୂମିରେ ବସିଲେ, କେହି ତାହାକୁ କିଛି କହିଲେ ନାହିଁ; କାରଣ ସେମାନେ ତାହାର ଯାତନା ଅତି ବଡ଼ ବୋଲି ଦେଖିଲେ।