< Job 19 >

1 Ìgbà náà ni Jobu dáhùn, ó sì wí pé:
ଏଥିରେ ଆୟୁବ ଉତ୍ତର କରି କହିଲା,
2 “Yóò ti pẹ́ tó tí ẹ̀yin ó fi máa fi ìyà jẹ mí, tí ẹ̀yin ó fi máa fi ọ̀rọ̀ yìí?
“ତୁମ୍ଭେମାନେ କେତେ କାଳ ମୋʼ ପ୍ରାଣକୁ ବିରକ୍ତ କରିବ ଓ କଥାରେ ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗିବ?
3 Ìgbà mẹ́wàá ní yin yọ mi lénu ẹ̀yin ti ń gàn mí; ojú kò tì yín tí ẹ fi jẹ mí ní yà.
ତୁମ୍ଭେମାନେ ଦଶ ଥର ମୋତେ ତିରସ୍କାର କରି ସାରିଲଣି, ମୋʼ ପ୍ରତି ନିଷ୍ଠୁର ବ୍ୟବହାର କରିବାରେ ତୁମ୍ଭେମାନେ ଲଜ୍ଜିତ ହେଉ ନାହଁ।
4 Kí a sì wí bẹ́ẹ̀ pé, mo ṣìnà nítòótọ́, ìṣìnà mi wà lára èmi tìkára mi.
ହେଉ, ମୁଁ ଭ୍ରମ କରିଅଛି, ମୋହର ଭ୍ରମ ମୋʼ ସଙ୍ଗେ ଥାଏ।
5 Bí ó tilẹ̀ ṣe pé ẹ̀yin ó ṣògo si mi lórí nítòótọ́, tí ẹ ó sì máa fi ẹ̀gàn mi gún mí lójú,
ଯଦି ତୁମ୍ଭେମାନେ ନିତାନ୍ତ ମୋʼ ଉପରେ ଆପଣାମାନଙ୍କୁ ବଡ଼ କରିବ ଓ ମୋʼ ବିରୁଦ୍ଧରେ ମୋʼ ଗ୍ଳାନିର ପ୍ରତିବାଦ କରିବ;
6 kí ẹ mọ̀ nísinsin yìí pé, Ọlọ́run ni ó bì mí ṣubú, ó sì nà àwọ̀n rẹ̀ yí mi ká.
ତେବେ ଜାଣ ଯେ, ପରମେଶ୍ୱର ମୋʼ ବିଷୟରେ ବିପରୀତ କରିଅଛନ୍ତି ଓ ଆପଣା ଜାଲରେ ମୋତେ ଚାରିଆଡ଼େ ଘେରିଅଛନ୍ତି।
7 “Kíyèsi, èmi ń kígbe pe, ‘Ọwọ́ alágbára!’ Ṣùgbọ́n a kò gbọ́ ti èmi; mo kígbe fún ìrànlọ́wọ́, bẹ́ẹ̀ ni kò sí ìdájọ́.
ଦେଖ, ମୁଁ ଅନ୍ୟାୟପ୍ରଯୁକ୍ତ କ୍ରନ୍ଦନ କରେ, ମାତ୍ର ତାହା ଶୁଣାଯାଉ ନାହିଁ; ମୁଁ ସାହାଯ୍ୟ ନିମନ୍ତେ ଆର୍ତ୍ତନାଦ କରେ, ମାତ୍ର କିଛି ବିଚାର ହୁଏ ନାହିଁ।
8 Ó ṣọgbà dí ọ̀nà mi tí èmi kò le è kọjá, Ó sì mú òkùnkùn ṣú sí ipa ọ̀nà mi.
ସେ ମୋʼ ପଥ ରୁଦ୍ଧ କରିଅଛନ୍ତି, ତହୁଁ ମୁଁ ଯାଇ ନ ପାରେ ଓ ମୋହର ପଥ ଅନ୍ଧକାରମୟ କରିଅଛନ୍ତି।
9 Ó ti bọ́ ògo mi, ó sì ṣí adé kúrò ní orí mi.
ସେ ମୋʼ ଗୌରବ-ବସ୍ତ୍ର କାଢ଼ି ପକାଇଅଛନ୍ତି ଓ ମୋʼ ମସ୍ତକରୁ ମୁକୁଟ ନେଇଅଛନ୍ତି।
10 Ó ti bà mí jẹ́ ní ìhà gbogbo, ẹ̀mí sì pin; ìrètí mi ni a ó sì fàtu bí igi.
ସେ ଚାରିଆଡ଼େ ମୋତେ ଭାଙ୍ଗି ପକାଇଅଛନ୍ତି, ମୁଁ ସରିଗଲିଣି ଓ ସେ ମୋହର ଭରସା ବୃକ୍ଷ ପରି ଉତ୍ପାଟନ କରିଅଛନ୍ତି।
11 Ó sì tiná bọ ìbínú rẹ̀ sí mi, ó sì kà mí sí bí ọ̀kan nínú àwọn ọ̀tá rẹ̀.
ମଧ୍ୟ ସେ ମୋʼ ବିରୁଦ୍ଧରେ ଆପଣା କ୍ରୋଧ ପ୍ରଜ୍ୱଳିତ କରିଅଛନ୍ତି ଓ ସେ ମୋତେ ଆପଣାର ଜଣେ ବିପକ୍ଷ ପରି ଗଣନା କରନ୍ତି।
12 Ẹgbẹ́ ogun rẹ̀ sì dàpọ̀ sí mi, wọ́n sì mọ odi yí mi ká, wọ́n sì yí àgọ́ mi ká.
ତାହାଙ୍କର ସୈନ୍ୟଗଣ ଏକତ୍ର ଆସନ୍ତି ଓ ମୋʼ ବିରୁଦ୍ଧରେ ଆପଣାମାନଙ୍କ ପଥ ପ୍ରସ୍ତୁତ କରନ୍ତି ଓ ମୋʼ ତମ୍ବୁ ଚାରିଆଡ଼େ ଛାଉଣି କରନ୍ତି।
13 “Ó mú àwọn arákùnrin mi jìnà sí mi réré, àti àwọn ojúlùmọ̀ mi di àjèjì sí mi pátápátá.
ସେ ମୋହର ଜ୍ଞାତିମାନଙ୍କୁ ମୋʼ ଠାରୁ ଦୂର କରିଅଛନ୍ତି ଓ ମୋହର ପରିଚିତ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇଅଛନ୍ତି।
14 Àwọn alájọbí mi fàsẹ́yìn, àwọn ọ̀rẹ́ tímọ́tímọ́ mi sì di onígbàgbé mi.
ମୋʼ କୁଟୁମ୍ବବର୍ଗ ମୋତେ ତ୍ୟାଗ କରିଅଛନ୍ତି ଓ ଆତ୍ମୀୟ ମିତ୍ରଗଣ ମୋତେ ପାସୋରିଅଛନ୍ତି।
15 Àwọn ará inú ilé mi àti àwọn ìránṣẹ́bìnrin mi kà mí sí àjèjì; èmi jásí àjèjì ènìyàn ní ojú wọn.
ମୋʼ ଗୃହନିବାସୀମାନେ ଓ ମୋʼ ଦାସୀମାନେ ମୋତେ ଅଜଣା ଲୋକ କରି ଗଣନ୍ତି; ମୁଁ ସେମାନଙ୍କ ଦୃଷ୍ଟିରେ ବିଦେଶୀ ହୋଇଅଛି।
16 Mo pe ìránṣẹ́ mi, òun kò sì dá mi lóhùn; mo fi ẹnu mi bẹ̀ ẹ́.
ମୁଁ ଆପଣା ଦାସକୁ ଡାକିଲେ ଓ ନିଜ ମୁଖରେ ବିନତି କଲେ ହେଁ ସେ ମୋତେ ଉତ୍ତର ଦିଏ ନାହିଁ।
17 Ẹ̀mí mi ṣú àyà mi, àti òórùn mi ṣú àwọn ọmọ inú ìyá mi.
ମୋʼ ନିଶ୍ୱାସ ମୋʼ ଭାର୍ଯ୍ୟା ପ୍ରତି ଓ ମୋʼ ନିବେଦନ ମୋʼ ସହୋଦର ପ୍ରତି ଘୃଣିତ।
18 Àní àwọn ọmọdékùnrin fi mí ṣẹ̀sín, mo dìde, wọ́n sì sọ̀rọ̀ ẹ̀gàn sí mi.
ବାଳକମାନେ ମଧ୍ୟ ମୋତେ ଅବଜ୍ଞା କରନ୍ତି; ମୁଁ ଉଠିଲେ, ସେମାନେ ମୋʼ ବିରୁଦ୍ଧରେ କଥା କହନ୍ତି।
19 Gbogbo àwọn ọ̀rẹ́ kòríkòsùn mi kórìíra mi, àwọn olùfẹ́ mi sì kẹ̀yìndà mí.
ମୋହର ସୁହୃଦମାନେ ମୋତେ ଘୃଣା କରନ୍ତି ଓ ଯେଉଁମାନଙ୍କୁ ମୁଁ ସ୍ନେହ କଲି, ସେମାନେ ମୋହର ବିରୁଦ୍ଧ ହୋଇଅଛନ୍ତି।
20 Egungun mi lẹ̀ mọ́ ara mi àti mọ́ ẹran-ara mi, mo sì yọ́ pẹ̀lú awọ eyín mi.
ମୋʼ ମାଂସ ଓ ଚର୍ମରେ ମୋହର ଅସ୍ଥି ଲାଗି ଯାଇଅଛି ଓ ମୁଁ ଚର୍ମାବଶିଷ୍ଟଦନ୍ତ ହୋଇ ବଞ୍ଚିଅଛି।
21 “Ẹ ṣàánú fún mi, ẹ ṣàánú fún mi, ẹ̀yin ọ̀rẹ́ mi, nítorí ọwọ́ Ọlọ́run ti bà mí.
ହେ ମୋହର ମିତ୍ରମାନେ, ମୋʼ ପ୍ରତି ଦୟା କର, ମୋʼ ପ୍ରତି ଦୟା କର; କାରଣ ପରମେଶ୍ୱରଙ୍କ ହସ୍ତ ମୋତେ ସ୍ପର୍ଶ କରିଅଛି।
22 Nítorí kí ni ẹ̀yin ṣe lépa mi bí Ọlọ́run, tí ẹran-ara mi kò tẹ́ yín lọ́rùn?
ପରମେଶ୍ୱରଙ୍କ ପରି ତୁମ୍ଭେମାନେ କାହିଁକି ମୋତେ ତାଡ଼ନା କରୁଅଛ ଓ ମୋʼ ମାଂସରେ ତୃପ୍ତ ହେଉ ନାହଁ?
23 “Háà! Ìbá ṣe pé a le kọ̀wé ọ̀rọ̀ mi nísinsin yìí, ìbá ṣe pé a le kọ ọ sínú ìwé!
ଆହା, ଏବେ ମୋʼ କଥାସବୁ ଯେବେ ଲେଖାଯାʼନ୍ତା! ଆହା, ତାହାସବୁ ଯେବେ ପୁସ୍ତକରେ ଲିଖିତ ହୁଅନ୍ତା!
24 Kí a fi kálámù irin àti ti òjé kọ wọ́n sínú àpáta fún láéláé.
ଯେବେ ଲୌହ ଲେଖନୀ ଓ ସୀସା ଦ୍ୱାରା ସଦାକାଳ ପାଇଁ ତାହାସବୁ ପାଷାଣରେ ଖୋଦିତ ହୁଅନ୍ତା!
25 Nítorí èmi mọ̀ pé olùdáǹdè mi ń bẹ láààyè àti pe òun ni yóò dìde dúró lórí ilẹ̀ ní ìkẹyìn;
ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ;
26 àti lẹ́yìn ìgbà tí a pa àwọ̀ ara mi run, síbẹ̀ láìsí ẹran-ara mi ni èmi ó rí Ọlọ́run,
ପୁଣି, ମୋହର ଚର୍ମ ଏହିରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି;
27 ẹni tí èmi ó rí fún ara mi, tí ojú mi ó sì wo, kì sì í ṣe ti ẹlòmíràn; ọkàn mi sì dákú ní inú mi.
ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି, ମୋହର ଚକ୍ଷୁ ତାହାଙ୍କୁ ଦେଖିବ, ଅନ୍ୟ ନୁହେଁ। ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି।
28 “Bí ẹ̀yin bá wí pé, ‘Àwa ó ti lépa rẹ̀ tó! Àti pé, gbogbo ọ̀rọ̀ náà ni a sá à rí ní ọwọ́ rẹ̀,’
ମୋʼ ଠାରେ ମୂଳକଥା ଦେଖାଯିବାରୁ ଯଦି ତୁମ୍ଭେମାନେ କୁହ, ଆମ୍ଭେମାନେ କିପରି ତାହାକୁ ତାଡ଼ନା କରିବା?
29 kí ẹ̀yin kí ó bẹ̀rù, nítorí ìbínú ní í mú ìjìyà wá nípa idà, kí ẹ̀yin kí ó lè mọ̀ pé ìdájọ́ kan ń bẹ.”
ତେବେ ତୁମ୍ଭେମାନେ ଖଡ୍ଗ ବିଷୟରେ ଭୀତ ହୁଅ; କାରଣ କୋପ ଖଡ୍ଗରୂପ ଶାସ୍ତି ଆଣିବ; ତହିଁରେ ବିଚାର ଯେ ଅଛି, ତାହା ତୁମ୍ଭେମାନେ ଜାଣି ପାରିବ।”

< Job 19 >