< Jeremiah 52 >
1 Sedekiah jẹ́ ọmọ ọdún mọ́kànlélógún nígbà tí ó jẹ ọba. Ọdún mọ́kànlá ló fi jẹ ọba ní Jerusalẹmu. Orúkọ ìyá rẹ̀ ni Hamutali ọmọ Jeremiah; láti Libina ló ti wá.
ସିଦିକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ଏକୋଇଶ ବର୍ଷ ବୟସ୍କ ଥିଲା ଓ ସେ ଯିରୂଶାଲମରେ ଏଗାର ବର୍ଷ ରାଜ୍ୟ କଲା; ତାହାର ମାତାର ନାମ ହମୁଟଲ୍, ସେ ଲିବ୍ନା ନିବାସୀ ଯିରିମୀୟଙ୍କ କନ୍ୟା ଥିଲା।
2 Ó ṣe búburú ní ojú Olúwa gẹ́gẹ́ bí Jehoiakimu ti ṣe.
ଆଉ, ସେ ଯିହୋୟାକୀମ୍ର କୃତ ସମସ୍ତ କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲା।
3 Nítorí ìbínú Olúwa ni gbogbo èyí ṣe ṣẹlẹ̀ sí Jerusalẹmu àti Juda àti ní ìkẹyìn. Ó sì gbà wọ́n gbọ́ ní iwájú rẹ̀. Sedekiah ṣọ̀tẹ̀ sí ọba Babeli.
କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଯିରୂଶାଲମ ଓ ଯିହୁଦାରେ ଏପରି ଘଟଣା ଘଟିଲା। ଆଉ, ସିଦିକୀୟ ବାବିଲ ରାଜାର ବିଦ୍ରୋହୀ ହେଲା।
4 Nígbà tí ó di ọdún kẹsànán ti Sedekiah tí ń ṣe ìjọba ní ọjọ́ kẹwàá, oṣù kẹwàá Nebukadnessari ọba Babeli sì lọ sí Jerusalẹmu pẹ̀lú gbogbo àwọn ọmọ-ogun rẹ̀, wọ́n pàgọ́ sí ẹ̀yìn odi ìlú náà; wọ́n sì mọ odi yíká rẹ̀.
ଏଥିଉତ୍ତାରେ ତାହାଙ୍କ ରାଜତ୍ଵର ନବମ ବର୍ଷରେ, ଦଶମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୂଶାଲମକୁ ଆସି ତହିଁ ବିରୁଦ୍ଧରେ ଛାଉଣି କଲେ; ଆଉ, ସେମାନେ ତହିଁର ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ।
5 Ìlú náà sì wá lábẹ́ ìhámọ́ títí di ọdún kọkànlá ọba Sedekiah.
ତହୁଁ ସିଦିକୀୟ ରାଜାଙ୍କ ରାଜତ୍ଵର ଏଗାର ବର୍ଷ ପର୍ଯ୍ୟନ୍ତ ନଗର ଅବରୁଦ୍ଧ ହୋଇ ରହିଲା।
6 Ní ọjọ́ kẹsànán, oṣù mẹ́rin ìyàn ìlú náà sì ti burú dé ibi pé kò sí oúnjẹ kankan mọ́ fún àwọn ènìyàn láti jẹ.
ଚତୁର୍ଥ ମାସରେ, ସେହି ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ହେଲା, ତହିଁରେ ଦେଶୀୟ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ମିଳିଲା ନାହିଁ।
7 Bákan náà, odi ìlú náà ti ya àwọn ọmọ-ogun sì tí sálọ. Wọn fi ìlú náà sílẹ̀ ní òru nípa ojú ọ̀nà tó wà láàrín odi méjèèjì lẹ́bàá ọgbà ọba. Bí ó tilẹ̀ jẹ́ wí pé, àwọn ará Babeli yìí yí ìlú náà ká. Wọ́n sá gba aginjù lọ.
ତେବେ, ନଗରରେ ଏକ ସ୍ଥାନ ଭଗ୍ନ ହୁଅନ୍ତେ, ସମସ୍ତ ଯୋଦ୍ଧା ଏକ ରାତ୍ରି ଭିତରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାର ପଥ ଦେଇ ପଳାଇଲେ; ସେସମୟରେ କଲ୍ଦୀୟମାନେ ନଗରର ବିରୁଦ୍ଧରେ ଚତୁର୍ଦ୍ଦିଗରେ ଥିଲେ; ପୁଣି, ଲୋକମାନେ ଆରବା ପଥ ଦେଇ ଚାଲିଗଲେ।
8 Ṣùgbọ́n àwọn ọmọ-ogun Babeli lépa ọba Sedekiah wọ́n sì le bá ni pẹ̀tẹ́lẹ̀ Jeriko. Gbogbo àwọn ọmọ-ogun sì pínyà, kúrò ní ọ̀dọ̀ rẹ̀ wọ́n sì túká.
ମାତ୍ର କଲ୍ଦୀୟମାନଙ୍କ ସୈନ୍ୟ ରାଜାର ପଛେ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକୀୟକୁ ଧରିଲେ; ତହିଁରେ ତାହାର ସକଳ ସୈନ୍ୟ ତାହା ନିକଟରୁ ଛିନ୍ନଭିନ୍ନ ହୋଇଗଲେ।
9 Wọ́n sì mu ní ìgbèkùn. Wọn mú un lọ sí ọ̀dọ̀ ọba Babeli, ní Ribla ní ilẹ̀ Hamati níbẹ̀ ni ó ti ṣe ìdájọ́ lórí rẹ̀.
ତହୁଁ ସେମାନେ ରାଜାକୁ ଧରି ହମାତ୍ ଦେଶସ୍ଥ ରିବ୍ଲାକୁ ବାବିଲ ରାଜା ନିକଟକୁ ନେଇଗଲେ; ତହିଁରେ ସେ ତାହା ପ୍ରତି ଦଣ୍ଡାଜ୍ଞା କଲା।
10 Ní Ribla ni ọba Babeli ti pa ọmọkùnrin Sedekiah lójú rẹ̀; ó sì tún pa gbogbo àwọn aláṣẹ Juda.
ଆଉ, ବାବିଲର ରାଜା ସିଦିକୀୟର ପୁତ୍ରମାନଙ୍କୁ ତାହାର ସାକ୍ଷାତରେ ବଧ କଲା; ସେ ଯିହୁଦାର ଅଧିପତି ସମସ୍ତଙ୍କୁ ହିଁ ରିବ୍ଲାରେ ବଧ କଲା।
11 Lẹ́yìn náà, ọba Babeli yọ Sedekiah ní ojú, o sì fi ẹ̀wọ̀n dè é, ó sì gbe e lọ sí Babeli níbi tí ó ti fi sínú ọgbà ẹ̀wọ̀n títí di ọjọ́ ikú rẹ̀.
ଆଉ, ସେ ସିଦିକୀୟର ଚକ୍ଷୁ ଉପାଡ଼ି ପକାଇଲା; ପୁଣି, ବାବିଲର ରାଜା ତାହାକୁ ଶୃଙ୍ଖଳରେ ବଦ୍ଧ କରି ବାବିଲକୁ ନେଇଗଲା ଓ ତାହାର ମୃତ୍ୟୁୁ ପର୍ଯ୍ୟନ୍ତ ତାହାକୁ କାରାଗାରରେ ରଖିଲା।
12 Ní ọjọ́ kẹwàá oṣù karùn-ún, tí ó jẹ́ ọdún kọkàndínlógún Nebukadnessari ọba Babeli, ni Nebusaradani balógun ìṣọ́ wá sí Jerusalẹmu.
ପଞ୍ଚମ ମାସରେ, ମାସର ଦଶମ ଦିନରେ, ବାବିଲର ରାଜା ନବୂଖଦ୍ନିତ୍ସର ରାଜାଙ୍କ ରାଜତ୍ଵର ଊଣେଇଶ ବର୍ଷରେ, ବାବିଲ ରାଜାର ସମ୍ମୁଖରେ ଦଣ୍ଡାୟମାନ ନବୂଷରଦନ୍ ନାମକ ପ୍ରହରୀବର୍ଗର ସେନାପତି ଯିରୂଶାଲମକୁ ଆସିଲା।
13 Ó dáná sun pẹpẹ Olúwa, ààfin ọba àti gbogbo àwọn ilé Jerusalẹmu. Ó sì dáná sun gbogbo àwọn ilé ńlá ńlá.
ପୁଣି, ସେ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଦଗ୍ଧ କଲା; ପୁଣି, ସେ ଯିରୂଶାଲମସ୍ଥ ସକଳ ଗୃହ, ଅର୍ଥାତ୍, ପ୍ରତ୍ୟେକ ବୃହତ ଗୃହ ଅଗ୍ନିରେ ଦଗ୍ଧ କଲା।
14 Gbogbo àwọn ogun Babeli, tí ó wà lọ́dọ̀ olórí ẹ̀ṣọ́, wó ògiri tí ó yí Jerusalẹmu ká lulẹ̀.
ଆଉ, ପ୍ରହରୀବର୍ଗର ସେନାପତି ସଙ୍ଗେ ଥିବା କଲ୍ଦୀୟ ସମସ୍ତ ସୈନ୍ୟ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ଭଗ୍ନ କଲେ।
15 Nebusaradani balógun ìṣọ́ kó gbogbo àwọn tálákà àti gbogbo àwọn tí ó kù ní ìlú, ní ìgbèkùn lọ sí Babeli, pẹ̀lú àwọn tí ó ya lọ, tí ó sì ya tọ ọba Babeli lọ, àti ìyókù àwọn ènìyàn náà.
ସେତେବେଳେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଲୋକମାନଙ୍କ ମଧ୍ୟରୁ ନିତାନ୍ତ ଦରିଦ୍ରମାନଙ୍କୁ ଓ ନଗରର ଅବଶିଷ୍ଟ ଲୋକମାନଙ୍କୁ, ଆଉ ବାବିଲ ରାଜାର ପକ୍ଷକୁ ପଳାୟନକାରୀମାନଙ୍କୁ ଓ ଅବଶିଷ୍ଟ ସାଧାରଣ ଲୋକମାନଙ୍କୁ ବନ୍ଦୀ କରି ନେଇଗଲା।
16 Ṣùgbọ́n Nebusaradani, balógun ìṣọ́ fi àwọn tálákà tó kú ní ilẹ̀ náà sílẹ̀ láti máa ṣiṣẹ́ nínú ọgbà àjàrà àti ro oko.
ମାତ୍ର ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଦେଶର ନିତାନ୍ତ ଦରିଦ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ରାକ୍ଷାକ୍ଷେତ୍ରର କର୍ମଚାରୀ ଓ କୃଷକ ହେବା ପାଇଁ ଛାଡ଼ିଗଲା।
17 Àwọn ará Babeli fọ́ ọ̀wọ̀n idẹ wọ̀n-ọn-nì àti àwọn ìjókòó wọ̀n-ọn-nì, àti agbada idẹ títóbi wọ̀n-ọn-nì tí ń bẹ ní ilé Olúwa, àwọn ará Babeli fọ́ túútúú, wọ́n sì kó gbogbo idẹ náà lọ sí Babeli.
ପୁଣି, କଲ୍ଦୀୟମାନେ ସଦାପ୍ରଭୁଙ୍କ ଗୃହର ପିତ୍ତଳ ସ୍ତମ୍ଭ ଓ ସଦାପ୍ରଭୁଙ୍କ ଗୃହର ବୈଠିକି ସବୁ ଓ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳସବୁ ବାବିଲକୁ ନେଇଗଲେ।
18 Bákan náà, wọ́n tún kó àwọn ìkòkò wọ̀n-ọn-nì, ọkọ́ wọ̀n-ọn-nì àti ọ̀pá fìtílà wọ̀n-ọn-nì, àwọn ọpọ́n wọ̀n-ọn-nì, ṣíbí wọ̀n-ọn-nì àti gbogbo ohun èlò idẹ tí wọ́n ń lò níbi pẹpẹ lọ.
ଆହୁରି, ସେମାନେ ହାଣ୍ଡି ଓ କରଚୁଲି, କତୁରୀ, କୁଣ୍ଡ, ଚମସ ଓ ପରିଚର୍ଯ୍ୟାର୍ଥକ ସକଳ ପିତ୍ତଳମୟ ପାତ୍ର ନେଇଗଲେ।
19 Balógun ìṣọ́ náà kó àwokòtò wọ̀n-ọn-nì, ohun ìfọnná wọ̀n-ọn-nì, ọpọ́n wọ̀n-ọn-nì, ìkòkò wọ̀n-ọn-nì, ọ̀pá fìtílà wọ̀n-ọn-nì, ṣíbí wọ̀n-ọn-nì àti ago wáìnì wọ̀n-ọn-nì; èyí tí a fi wúrà àti fàdákà ṣe lọ.
ପ୍ରହରୀବର୍ଗର ସେନାପତି ତାଟିଆ, ଅଙ୍ଗାରଧାନୀ, କୁଣ୍ଡ, ହାଣ୍ଡି, ଦୀପବୃକ୍ଷ, ଚମସ ଓ ପାତ୍ରସବୁ, ଯାହା ସୁନାର ଥିଲା, ତାହା ସୁନା କରି ଓ ଯାହା ରୂପାର ଥିଲା, ତାହା ରୂପା କରି ନେଇଗଲା।
20 Àwọn ọ̀wọ́n méjì, agbada ńlá kan àti àwọn màlúù idẹ méjìlá tí ó wà lábẹ́ ìjókòó alágbéká tí Solomoni ọba ṣe fún ilé Olúwa, idẹ ni gbogbo ohun èlò wọ̀nyí, ó ju èyí tí a lè wọ́n lọ.
ଶଲୋମନ ରାଜା ସଦାପ୍ରଭୁଙ୍କ ଗୃହ ନିମନ୍ତେ ଯେଉଁ ଦୁଇ ସ୍ତମ୍ଭ, ଏକ ସମୁଦ୍ରରୂପ ପାତ୍ର ଓ ତହିଁର ତଳସ୍ଥ ଦ୍ୱାଦଶ ପିତ୍ତଳମୟ ବୃଷରୂପ ବୈଠିକି ନିର୍ମାଣ କରିଥିଲେ, ସେହି ସବୁ ପାତ୍ରର ପିତ୍ତଳ ଅପରିମିତ ଥିଲା।
21 Ọ̀kọ̀ọ̀kan nínú àwọn ọ̀wọ́n yìí ni ga ní ìwọ̀n ìgbọ̀nwọ́ méjìdínlógún; okùn ìgbọ̀nwọ́ méjìlá sì yí i ká. Ọ̀kọ̀ọ̀kan nípọn tó ìka mẹ́rin, wọ́n sì ní ihò nínú.
ପୁଣି, ସେହି ଦୁଇ ସ୍ତମ୍ଭ, ପ୍ରତ୍ୟେକର ଉଚ୍ଚ ଅଠର ହାତ ଓ ପରିଧି ବାର ହାତ ଓ ତହିଁର ସ୍ଥୂଳତା ଚାରି ଅଙ୍ଗୁଳି ଓ ତାହା ଫମ୍ପା ଥିଲା।
22 Ọ̀nà orí idẹ kan tó ìgbọ̀nwọ́ márùn-ún ní gíga, wọ́n sì fi èso pomegiranate ṣe ọ̀ṣọ́ sí i lára yíká. Ọ̀wọ́n kejì sì wà pẹ̀lú èso pomegiranate tí ó jọra.
ଆଉ, ତହିଁର ଉପରେ ପିତ୍ତଳର ମୁଣ୍ଡାଳି ଥିଲା, ସେହି ମୁଣ୍ଡାଳିର ଉଚ୍ଚତା ପାଞ୍ଚ ହାତ ଓ ମୁଣ୍ଡାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା, ସେସବୁ ପିତ୍ତଳମୟ ଥିଲା; ଆଉ, ଦ୍ୱିତୀୟ ସ୍ତମ୍ଭର ମଧ୍ୟ ଏହି ପ୍ରକାର ଆକାର ଓ ଡାଳିମ୍ବ ଥିଲା।
23 Pomegiranate mẹ́rìndínlọ́gọ́rùn-ún ni ó wà ní àwọn ẹ̀gbẹ́ rẹ̀. Àpapọ̀ gbogbo pomegiranate sì jẹ́ ọgọ́rùn-ún kan.
ପାର୍ଶ୍ୱରେ ଛୟାନବେ ଡାଳିମ୍ବ ଥିଲା; ଜାଲିକର୍ମର ଉପରେ ଚାରିଆଡ଼େ ଏକ ଶତ ଡାଳିମ୍ବାକୃତି ଥିଲା।
24 Balógun àwọn ẹ̀ṣọ́ mu Seraiah olórí àwọn àlùfáà àti Sefaniah àlùfáà kejì àti àwọn olùṣọ́ ìloro mẹ́ta.
ପୁଣି, ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସଫନୀୟକୁ, ଆଉ ତିନି ଜଣ ଦ୍ୱାରପାଳକୁ ଧରିଲା।
25 Nínú àwọn tí ó kù ní ilẹ̀ náà, ó mú ìwẹ̀fà kan, tí ó wà ní ìtọ́jú àwọn ológun, àti àwọn olùdámọ̀ràn ọba méje. Bákan náà, ó tún mu akọ̀wé olórí ogun tí ó wà ní ìtọ́jú títo àwọn ènìyàn ilẹ̀ náà, àti ọgọ́ta nínú àwọn ọkùnrin rẹ̀ tí wọ́n rí ní ìlú náà.
ଆଉ, ନଗରରୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ ଏକ ଜଣ ଅଧ୍ୟକ୍ଷଙ୍କୁ ଓ ନଗରରେ ପ୍ରାପ୍ତ ରାଜମୁଖ ଦର୍ଶନକାରୀମାନଙ୍କ ମଧ୍ୟରୁ ସାତଜଣକୁ ଓ ଦେଶର ଲୋକଗଣନାକାରୀ ସେନାପତିର ଲେଖକଙ୍କୁ ଓ ନଗର ମଧ୍ୟରେ ପ୍ରାପ୍ତ ଦେଶୀୟ ଷାଠିଏ ଲୋକକୁ ଧରିଲା।
26 Nebusaradani, balógun ìṣọ́ kó gbogbo wọn, ó sì mú wọn tọ ọba Babeli wá ní Ribla.
ପୁଣି, ପ୍ରହରୀବର୍ଗର ସେନାପତି ନବୂଷରଦନ୍ ସେମାନଙ୍କୁ ଧରି ରିବ୍ଲାକୁ ବାବିଲ ରାଜା ନିକଟକୁ ନେଇଗଲା।
27 Ọba Babeli sì kọlù wọ́n, ó sì pa wọ́n ní Ribla ni ilẹ̀ Hamati. Báyìí ni a mú Juda kúrò ní ilẹ̀ rẹ̀.
ତହିଁରେ ବାବିଲର ରାଜା ହମାତ୍ ଦେଶସ୍ଥ ରିବ୍ଲାରେ ସେମାନଙ୍କୁ ଆଘାତ କରି ବଧ କଲା। ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହେଲା।
28 Èyí ni iye àwọn ènìyàn tí Nebukadnessari kó lọ sí ilẹ̀ àjèjì. Ní ọdún keje ẹgbẹ̀rún mẹ́ta ó lé mẹ́tàlélógún ará Juda.
ନବୂଖଦ୍ନିତ୍ସର ଯେଉଁମାନଙ୍କୁ ବନ୍ଦୀ କରି ନେଇଗଲା, ସେହି ଲୋକମାନଙ୍କର ସଂଖ୍ୟା ଏହି; ସପ୍ତମ ବର୍ଷରେ ତିନି ସହସ୍ର ତେଇଶ ଜଣ ଯିହୁଦୀ ଲୋକ;
29 Ní ọdún kejìdínlógún Nebukadnessari o kó ẹgbẹ̀rin ó lé méjìlélọ́gbọ̀n láti Jerusalẹmu.
ନବୂଖଦ୍ନିତ୍ସରଙ୍କ ରାଜତ୍ଵର ଅଠର ବର୍ଷରେ ସେ ଯିରୂଶାଲମରୁ ଆଠ ଶହ ବତିଶ ଲୋକ ବନ୍ଦୀ କରି ନେଇଗଲା;
30 Ní ọdún kẹtàlélógún àwọn Júù tí Nebusaradani kó lọ sí ilẹ̀ àjèjì jẹ́ ọ̀tàdínlẹ́gbẹ̀rin ó dín márùn-ún. Gbogbo ènìyàn tí ó kó lápapọ̀ jẹ́ ẹgbẹ̀tàlélógún.
ନବୂଖଦ୍ନିତ୍ସରଙ୍କ ରାଜତ୍ଵର ତେଇଶ ବର୍ଷରେ ନବୂଷରଦନ୍ ପ୍ରହରୀବର୍ଗର ସେନାପତି, ସାତ ଶହ ପଇଁଚାଳିଶ ଜଣ ଯିହୁଦୀଙ୍କୁ ବନ୍ଦୀ କରି ନେଇଗଲା; ସର୍ବସୁଦ୍ଧା ଚାରି ସହସ୍ର ଛʼ ଶତ ଲୋକ ଥିଲେ।
31 Ní ọdún kẹtàdínlógójì ti Jehoiakini ọba Juda ni Efili-Merodaki di ọba Babeli. Ó gbé orí Jehoiakini ọba Juda sókè, ó sì tú sílẹ̀ nínú túbú ní ọjọ́ kẹẹdọ́gbọ̀n oṣù kejìlá.
ଏଥିଉତ୍ତାରେ ଯିହୁଦାର ରାଜା ଯିହୋୟାଖୀନ୍ର ବନ୍ଦୀତ୍ୱର ସଇଁତିରିଶ ବର୍ଷର ଦ୍ୱାଦଶ ମାସରେ ଓ ସେହି ମାସର ପଚିଶ ଦିନରେ ବାବିଲର ରାଜା ଇବିଲ୍-ମରୋଦକ୍ ଆପଣା ରାଜତ୍ଵର ପ୍ରଥମ ବର୍ଷରେ, ଯିହୁଦାର ରାଜା ଯିହୋୟାଖୀନ୍କୁ କାରାଗାରରୁ ବାହାର କରି ତାହାର ମସ୍ତକ ଉନ୍ନତ କଲା;
32 Ó ń sọ̀rọ̀ rere fún un, ó sì gbé ìtẹ́ rẹ̀ ga ju ìtẹ́ àwọn ọba tókù lọ tí ó wà pẹ̀lú rẹ̀ ní Babeli.
ଆଉ, ସେ ତାହାକୁ ପ୍ରୀତିବାକ୍ୟ କହିଲା ଓ ତାହା ସଙ୍ଗେ ବାବିଲରେ ଥିବା ରାଜାମାନଙ୍କର ଆସନଠାରୁ ତାହାର ଆସନ ଉଚ୍ଚରେ ସ୍ଥାପନ କଲା,
33 Nítorí náà, Jehoiakini pàrọ̀ aṣọ túbú rẹ̀, ó sì ń jẹun ní gbogbo ìgbà ní iwájú rẹ̀ ní gbogbo ọjọ́ ayé rẹ̀.
ଆଉ ସେ ଆପଣା କାରାଗାରର ବସ୍ତ୍ର ପରିବର୍ତ୍ତନ କରି ଆପଣାର ଯାବଜ୍ଜୀବନ ନିତ୍ୟ ନିତ୍ୟ ତାହା ସମ୍ମୁଖରେ ଭୋଜନ କଲା।
34 Ní ojoojúmọ́ ni ọba Babeli ń fún Jehoiakini ní ìpín tirẹ̀ bí ó tí ń bẹ láààyè, títí di ọjọ́ kú rẹ̀.
ପୁଣି, ତାହାର ଦିନାତିପାତ ନିମନ୍ତେ ବାବିଲର ରାଜାଠାରୁ ନିତ୍ୟ ବୃତ୍ତି ଦିଆଗଲା, ସେ ଆପଣା ମରଣ ଦିନ ପର୍ଯ୍ୟନ୍ତ, ଆପଣା ଜୀବନର ସମସ୍ତ କାଳ ପ୍ରତିଦିନ ଏକ ନିରୂପିତ ଅଂଶ ପାଇଲା।