< Jeremiah 28 >

1 Ní oṣù karùn-ún ní ọdún kan náà, ọdún kẹrin ní ìbẹ̀rẹ̀ ìṣèjọba Sedekiah ọba Juda, wòlíì Hananiah ọmọ Assuri, tí ó wá láti Gibeoni, sọ fún mi ní ilé Olúwa tí ó wà ní iwájú àwọn àlùfáà àti gbogbo ènìyàn:
ଏଥିଉତ୍ତାରେ ସେହି ବର୍ଷ, ଅର୍ଥାତ୍‍, ଯିହୁଦାର ରାଜା ସିଦିକୀୟର ରାଜତ୍ଵର ଆରମ୍ଭ ସମୟରେ, ଚତୁର୍ଥ ବର୍ଷର ପଞ୍ଚମ ମାସରେ ଗିବୀୟୋନ୍‍ ନିବାସୀ ଅସୂରର ପୁତ୍ର ହନାନୀୟ ଭବିଷ୍ୟଦ୍‍ବକ୍ତା ସଦାପ୍ରଭୁଙ୍କ ଗୃହରେ ଯାଜକମାନଙ୍କର ଓ ଲୋକସମସ୍ତଙ୍କର ସାକ୍ଷାତରେ ମୋତେ ଏହି କଥା କହିଲା,
2 “Èyí ni ohun tí Olúwa àwọn ọmọ-ogun Ọlọ́run Israẹli wí: ‘Èmi yóò mú àjàgà ọba Babeli rọrùn.
“ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗିଅଛୁ।
3 Láàrín ọdún méjì, Èmi yóò mú gbogbo ohun èlò tí ọba Nebukadnessari; ọba Babeli kó kúrò ní ilé Olúwa tí ó sì kó lọ sí Babeli padà wá.
ବାବିଲର ରାଜା ନବୂଖଦ୍‍ନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେସକଳ ପାତ୍ର ବାବିଲକୁ ନେଇ ଯାଇଅଛି, ସେସବୁ ଆମ୍ଭେ ପୂର୍ଣ୍ଣ ଦୁଇ ବର୍ଷ ମଧ୍ୟରେ ପୁନର୍ବାର ଏହି ସ୍ଥାନକୁ ଆଣିବା।
4 Èmi á tún mú ààyè Jekoniah ọmọ Jehoiakimu ọba Juda padà, àti gbogbo àwọn tí ń ṣe àtìpó láti Juda ní Babeli,’ èyí ni ọ̀rọ̀ Olúwa pé, ‘àjàgà yín láti ọwọ́ ọba Babeli yóò rọrùn.’”
ପୁଣି, ଯିହୋୟାକୀମ୍‍ର ପୁତ୍ର ଯିହୁଦାର ରାଜା ଯିହୋୟାଖୀନ୍‍କୁ, ଯିହୁଦାରୁ ବାବିଲକୁ ବନ୍ଦୀ ହୋଇ ଯାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫେରାଇ ଆଣିବା, ଏହା ସଦାପ୍ରଭୁ କହନ୍ତି; କାରଣ ଆମ୍ଭେ ବାବିଲ ରାଜାର ଯୁଆଳି ଭାଙ୍ଗି ପକାଇବା।”
5 Wòlíì Jeremiah wí fún wòlíì Hananiah ní iwájú ọmọ àlùfáà àti àwọn ènìyàn tí wọ́n dúró ní ilé Olúwa.
ତହିଁରେ ଯିରିମୀୟ ଭବିଷ୍ୟଦ୍‍ବକ୍ତା ପରମେଶ୍ୱରଙ୍କ ଗୃହରେ ଠିଆ ହୋଇଥିବା ଯାଜକମାନଙ୍କ ସାକ୍ଷାତରେ ଓ ସମସ୍ତ ଲୋକଙ୍କ ସାକ୍ଷାତରେ ହନାନୀୟ ଭବିଷ୍ୟଦ୍‍ବକ୍ତାଙ୍କୁ କହିଲେ,
6 Jeremiah wòlíì wí pé, “Àmín! Kí Olúwa kí ó ṣe bẹ́ẹ̀! Kí Olúwa kí ó mú ọ̀rọ̀ rẹ̀ tí ìwọ sọ àsọtẹ́lẹ̀ ṣẹ, láti mú ohun èlò ilé Olúwa àti gbogbo àwọn ìgbèkùn láti ilẹ̀ Babeli padà wá sí ibí yìí.
ଅର୍ଥାତ୍‍, ଯିରିମୀୟ ଭବିଷ୍ୟଦ୍‍ବକ୍ତା ଏହା କହିଲେ, “ଆମେନ୍‍; ସଦାପ୍ରଭୁ ସେପରି କରନ୍ତୁ; ସଦାପ୍ରଭୁଙ୍କ ଗୃହର ପାତ୍ର ଓ ନିର୍ବାସିତ ଲୋକସକଳକୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସେହି ବାକ୍ୟସବୁ ସିଦ୍ଧ କରନ୍ତୁ।
7 Nísinsin yìí, ìwọ gbọ́ ọ̀rọ̀ yìí tí mo sọ sí etí rẹ àti sí etí gbogbo ènìyàn.
ତଥାପି ମୁଁ ତୁମ୍ଭ କର୍ଣ୍ଣଗୋଚରରେ ଓ ସମଗ୍ର ଲୋକଙ୍କ କର୍ଣ୍ଣଗୋଚରରେ ଏହି ଯେଉଁ କଥା କହିଅଛି, ତାହା ଶୁଣ।
8 Ní ìbẹ̀rẹ̀ àwọn wòlíì tí ó ṣáájú rẹ àti èmi ti sọ àsọtẹ́lẹ̀ ogun, ibi àti àjàkálẹ̀ sí ọ̀pọ̀ orílẹ̀-èdè.
ତୁମ୍ଭର ଓ ମୋର ପୂର୍ବରେ ଥିବା ପୁରାତନ କାଳର ଭବିଷ୍ୟଦ୍‍ବକ୍ତାମାନେ ଅନେକ ଦେଶ ଓ ବୃହତ ବୃହତ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଅମଙ୍ଗଳ ଓ ମହାମାରୀ ବିଷୟକ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛନ୍ତି।
9 Ṣùgbọ́n, àwọn wòlíì tí ó ń sọ àsọtẹ́lẹ̀ àlàáfíà ni a mọ̀ gẹ́gẹ́ bí wòlíì olóòtítọ́ tí Olúwa rán, tí àsọtẹ́lẹ̀ rẹ bá wá sí ìmúṣẹ.”
ଯେଉଁ ଭବିଷ୍ୟଦ୍‍ବକ୍ତା ଶାନ୍ତିର ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରେ, ସେହି ଭବିଷ୍ୟଦ୍‍ବକ୍ତାଙ୍କର ବାକ୍ୟ ସଫଳ ହେଲା ଉତ୍ତାରେ ସିନା ସଦାପ୍ରଭୁ ପ୍ରକୃତରେ ତାହାକୁ ପଠାଇଅଛନ୍ତି ବୋଲି ଜଣା ପଡ଼େ।”
10 Wòlíì Hananiah gbé àjàgà ọrùn wòlíì Jeremiah kúrò, ó sì fọ́ ọ.
ତହିଁରେ ହନାନୀୟ ଭବିଷ୍ୟଦ୍‍ବକ୍ତା ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ସ୍କନ୍ଧରୁ ଯୁଆଳି କାଢ଼ିନେଇ ତାହା ଭାଙ୍ଗି ପକାଇଲା।
11 Hananiah sọ níwájú gbogbo ènìyàn wí pé, “Èyí ni ohun tí Olúwa wí: ‘Bákan náà ni Èmi yóò fọ́ àjàgà ọrùn Nebukadnessari, ọba Babeli láàrín ọdún méjì.’” Wòlíì Jeremiah sì bá ọ̀nà tirẹ̀ lọ.
ଆଉ, ହନାନୀୟ ଲୋକସମୂହର ସାକ୍ଷାତରେ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଏହିରୂପେ ପୂର୍ଣ୍ଣ ଦୁଇ ବର୍ଷ ମଧ୍ୟରେ ବାବିଲର ରାଜା ନବୂଖଦ୍‍ନିତ୍ସରର ଯୁଆଳି, ସବୁ ଦେଶୀୟମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା।” ଏଥିରେ ଯିରିମୀୟ ଭବିଷ୍ୟଦ୍‍ବକ୍ତା ଆପଣା ବାଟରେ ଚାଲିଗଲେ।
12 Láìpẹ́ ni ọ̀rọ̀ Olúwa tọ Jeremiah wòlíì wá lẹ́yìn ìgbà tí wòlíì Hananiah ti gbé àjàgà kúrò ní ọrùn wòlíì Jeremiah wí pé:
ହନାନୀୟ ଭବିଷ୍ୟଦ୍‍ବକ୍ତା ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ସ୍କନ୍ଧରୁ ଯୁଆଳି ଭାଙ୍ଗିଲା ଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
13 “Lọ sọ fún Hananiah, ‘Èyí ni ohun tí Olúwa wí, ìwọ ti wó àjàgà onígi, ṣùgbọ́n ní ààyè wọn, wà á bá àjàgà onírin.
“ତୁମ୍ଭେ ଯାଇ ହନାନୀୟକୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କାଷ୍ଠର ଯୁଆଳି ଭାଙ୍ଗିଅଛ ପ୍ରମାଣ; ମାତ୍ର ତହିଁ ବଦଳରେ ତୁମ୍ଭେ ଲୁହାର ଯୁଆଳି ପ୍ରସ୍ତୁତ କରିବ।
14 Èyí ni ohun tí Olúwa àwọn ọmọ-ogun Ọlọ́run Israẹli wí: Èmi yóò fi àjàgà onírin sí ọrùn gbogbo orílẹ̀-èdè láti lè máa sin Nebukadnessari ọba Babeli, àti pé gbogbo yín ni ẹ̀ ó máa sìn ín. Èmi yóò tún fún un ní àṣẹ lórí àwọn ẹranko búburú.’”
କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଏହିସବୁ ଦେଶୀୟ ଲୋକମାନେ ଯେପରି ବାବିଲର ରାଜା ନବୂଖଦ୍‍ନିତ୍ସରର ଦାସ୍ୟକର୍ମ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କ ସ୍କନ୍ଧରେ ଲୁହାର ଯୁଆଳି ରଖିଅଛୁ ଓ ସେମାନେ ତାହାର ଦାସ୍ୟକର୍ମ କରିବେ; ପୁଣି, ଆମ୍ଭେ କ୍ଷେତ୍ରସ୍ଥ ପଶୁଗଣ ମଧ୍ୟ ତାହାକୁ ଦେଇଅଛୁ।’”
15 Wòlíì Jeremiah sọ fún wòlíì Hananiah pé, “Gbọ́ ọ, Hananiah! Olúwa kò rán ọ, síbẹ̀, ìwọ jẹ́ kí orílẹ̀-èdè yìí gba irọ́ gbọ́.
ତହିଁରେ ଯିରିମୀୟ ଭବିଷ୍ୟଦ୍‍ବକ୍ତା ହନାନୀୟ ଭବିଷ୍ୟଦ୍‍ବକ୍ତାଙ୍କୁ କହିଲେ, “ହେ ହନାନୀୟ, ଏବେ ଶୁଣ; ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି; ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ୱାସ କରାଉଅଛ।
16 Nítorí náà, èyí ni ohun tí Olúwa wí: ‘Mo ṣetán láti mú ọ kúrò nínú ayé, ní ọdún yìí ni ìwọ yóò kú nítorí o ti wàásù ọ̀tẹ̀ sí Olúwa.’”
ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରିଦେବା; ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛ, ଏଥିପାଇଁ ଏହି ବର୍ଷ ମଧ୍ୟରେ ତୁମ୍ଭେ ମରିବ।’”
17 Ní oṣù keje ọdún yìí ni Hananiah wòlíì kú.
ତହିଁରେ ହନାନୀୟ ଭବିଷ୍ୟଦ୍‍ବକ୍ତା ସେହି ବର୍ଷର ସପ୍ତମ ମାସରେ ମଲେ।

< Jeremiah 28 >