< Jeremiah 20 >

1 Ní ìgbà tí àlùfáà Paṣuri ọmọkùnrin Immeri olórí àwọn ìjòyè tẹmpili Olúwa gbọ́ tí Jeremiah ń sọ àsọtẹ́lẹ̀ nǹkan wọ̀nyí.
ଯିରିମୀୟ ଏହିସବୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବା ବେଳେ ଇମ୍ମେର ଯାଜକର ପୁତ୍ର, ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ୟକ୍ଷ ପଶ୍‍ହୂର ତାହା ଶୁଣିଲା।
2 Ó mú kí wọ́n lù wòlíì Jeremiah, kí wọ́n sì fi sínú túbú tí ó wà ní òkè ẹnu-ọ̀nà ti Benjamini ní tẹmpili Olúwa.
ତହିଁରେ ପଶ୍‍ହୂର ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ୟାମୀନ୍ ନାମକ ଉପର ଦ୍ୱାରରେ ଥିବା ହରିକାଠରେ ତାଙ୍କୁ ବନ୍ଦ କରି ରଖିଲା।
3 Ní ọjọ́ kejì tí Paṣuri tú u sílẹ̀ nínú túbú, Jeremiah sì sọ fún un wí pé, “Orúkọ Olúwa fun ọ kì í ṣe Paṣuri bí kò ṣe ìpayà.
ପୁଣି, ତହିଁ ପରଦିନ ପଶ୍‍ହୂର ଯିରିମୀୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତହିଁରେ ଯିରିମୀୟ ତାହାକୁ କହିଲେ, “ସଦାପ୍ରଭୁ ତୁମ୍ଭର ନାମ ପଶ୍‍ହୂର ନ ରଖି, ମାଗୋରମୀଷାବୀବ୍‍ (ଚତୁର୍ଦ୍ଦିଗେ ଆଶଙ୍କା) ରଖିଅଛନ୍ତି।
4 Nítorí èyí ni ohun tí Olúwa sọ. Èmi yóò mú ọ di ẹ̀rùjẹ̀jẹ̀ sí ara rẹ àti sí gbogbo àwọn ọ̀rẹ́ rẹ. Ní ojú ara rẹ, ìwọ yóò sì rí tí wọ́n ṣubú nípa idà ọ̀tá wọn. Èmi yóò fi gbogbo àwọn ọ̀tá Juda lé ọba Babeli lọ́wọ́, òun yóò sì kó wọn lọ sí Babeli tàbí kí ó pa wọ́n.
କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭକୁ, ତୁମ୍ଭ ପ୍ରତି ଓ ତୁମ୍ଭର ସମସ୍ତ ବନ୍ଧୁ ପ୍ରତି ଆଶଙ୍କାଜନକ କରିବା; ପୁଣି, ସେମାନେ ଆପଣାମାନଙ୍କ ଶତ୍ରୁଗଣର ଖଡ୍ଗ ଦ୍ୱାରା ହତ ହେବେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ; ଆଉ, ଆମ୍ଭେ ସମୁଦାୟ ଯିହୁଦାକୁ ବାବିଲର ରାଜା ହସ୍ତରେ ସମର୍ପଣ କରିବା, ତହିଁରେ ସେ ସେମାନଙ୍କୁ ବନ୍ଦୀ କରି ବାବିଲକୁ ଘେନିଯାଇ ଖଡ୍ଗରେ ବଧ କରିବ।
5 Èmi yóò jọ̀wọ́ gbogbo ọrọ̀ inú ìlú yìí fún ọ̀tá wọn. Gbogbo ìní wọ́n gbogbo ọlá ọba Juda. Wọn yóò sì ru ìkógun lọ sí Babeli.
ଆହୁରି, ଆମ୍ଭେ ଏହି ନଗରର ସକଳ ସମ୍ପତ୍ତି ଓ ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ଦେବା, ହଁ, ଆମ୍ଭେ ଯିହୁଦାର ରାଜାଗଣର ସକଳ ଧନଭଣ୍ଡାର ସେମାନଙ୍କ ଶତ୍ରୁଗଣର ହସ୍ତଗତ କରିବା, ସେମାନେ ସେସବୁ ଲୁଟି କରି ନେବେ ଓ ବାବିଲକୁ ଘେନିଯିବେ।
6 Àti ìwọ Paṣuri, gbogbo ènìyàn inú ilé rẹ yóò sì lọ ṣe àtìpó ní Babeli. Níbẹ̀ ni ìwọ yóò sì kú sí, tí wọn yóò sì sin ọ́ síbẹ̀, ìwọ àti gbogbo àwọn ọ̀rẹ́ rẹ tí ìwọ ti sọ àsọtẹ́lẹ̀ irọ́ fún.”
ପୁଣି, ହେ ପଶ୍‍ହୂର, ତୁମ୍ଭେ ତୁମ୍ଭ ଗୃହନିବାସୀ ସମସ୍ତଙ୍କ ସଙ୍ଗେ ବନ୍ଦୀତ୍ୱ ସ୍ଥାନକୁ ଯିବ ଓ ତୁମ୍ଭେ ବାବିଲରେ ଉପସ୍ଥିତ ହେବ, ଆଉ ସେଠାରେ ତୁମ୍ଭେ ମରିବ ଓ ସେଠାରେ କବର ପାଇବ, ତୁମ୍ଭର ଓ ତୁମ୍ଭେ ଯେଉଁମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲ, ତୁମ୍ଭର ସେହି ବନ୍ଧୁ ସମସ୍ତଙ୍କର ଏହି ଦଶା ହେବ।”
7 Olúwa, o tàn mí jẹ́, o sì ṣẹ́gun. Mo di ẹni ẹ̀gàn ní gbogbo ọjọ́, gbogbo ènìyàn fi mí ṣẹlẹ́yà.
ହେ ସଦାପ୍ରଭୁ, ତୁମ୍ଭେ ମୋତେ ଭୁଲାଇଅଛ, ଆଉ ମୁଁ ଭ୍ରାନ୍ତ ହୋଇଅଛି; ତୁମ୍ଭେ ମୋʼ ଅପେକ୍ଷା ବଳବାନ, ତୁମ୍ଭେ ଜୟ କରିଅଛ; ମୁଁ ସାରାଦିନ ଉପହାସର ପାତ୍ର ହୋଇଅଛି, ସମସ୍ତେ ମୋତେ ପରିହାସ କରନ୍ତି।
8 Nígbàkígbà tí mo bá sọ̀rọ̀, èmi sì kígbe síta èmi á sọ nípa ipá àti ìparun. Nítorí náà, ọ̀rọ̀ Olúwa ti mú àbùkù àti ẹ̀gàn bá mi ni gbogbo ìgbà.
କାରଣ ମୁଁ ଯେତେ ଥର କଥା କହେ, ସେତେଥର କ୍ରନ୍ଦନ କରେ; “ମୁଁ ଦୌରାତ୍ମ୍ୟ ଓ ଧନାପହାର ବୋଲି ଉଚ୍ଚସ୍ୱର କରେ;” କାରଣ ସଦାପ୍ରଭୁଙ୍କର ବାକ୍ୟ ମୋʼ ପ୍ରତି ସାରାଦିନ ଧିକ୍କାର ଓ ବିଦ୍ରୂପର ବିଷୟ ହୋଇଅଛି।
9 Ṣùgbọ́n bí mo bá sọ pé, “Èmi kì yóò dárúkọ rẹ tàbí sọ nípa orúkọ rẹ̀ mọ́, ọ̀rọ̀ rẹ̀ ń bẹ bi iná tí ń jó nínú mi nínú egungun mi, agara dá mi ní inú mi nítòótọ́ èmi kò lè ṣe é.
ଯଦି ପୁଣି, “ମୁଁ ତାହାଙ୍କ ବିଷୟ କହିବି ନାହିଁ, କିଅବା ତାହାଙ୍କ ନାମରେ ଆଉ କଥା କହିବି ନାହିଁ,” ଯଦି ମୁଁ ଏହା କହେ, ତେବେ ମୋର ଅସ୍ଥି ମଧ୍ୟରେ ରୁଦ୍ଧ ଦାହକାରୀ ଅଗ୍ନି ମୋʼ ହୃଦୟରେ ଥିଲା ପରି ହୁଏ, ଆଉ ମୁଁ ତାହା ସମ୍ଭାଳି ରଖିବାରେ କ୍ଳାନ୍ତ ହୋଇ ନୀରବ ହୋଇ ନ ପାରେ।
10 Mo gbọ́ sísọ ọ̀rọ̀ kẹ́lẹ́kẹ́lẹ́, ìbẹ̀rù ni ibi gbogbo. Fi í sùn! Jẹ́ kí a fi sùn! Gbogbo àwọn ọ̀rẹ́ mi ń dúró kí èmi ṣubú, wọ́n sì ń sọ pé, bóyá yóò jẹ́ di títàn, nígbà náà ni àwa yóò borí rẹ̀, àwa yóò sì gba ẹ̀san wa lára rẹ̀.”
କାରଣ ମୁଁ ଅନେକଙ୍କର ଅପବାଦ ଶୁଣିଅଛି, ଚତୁର୍ଦ୍ଦିଗରେ ଆଶଙ୍କା ଅଛି। ମୋର ଝୁଣ୍ଟିବାର ଅପେକ୍ଷାକାରୀ ଆତ୍ମୀୟ ମିତ୍ର ସମସ୍ତେ କହନ୍ତି, “ତୁମ୍ଭେମାନେ ଅଭିଯୋଗ କର, ଆମ୍ଭେମାନେ ହିଁ ତାହାର ଅଭିଯୋଗ କରିବା; କେଜାଣି ସେ ଭୁଲିଯିବ, ତହିଁରେ ଆମ୍ଭେମାନେ ତାହାକୁ ପରାସ୍ତ କରି ତାହାଠାରୁ ପରିଶୋଧ ନେବା।”
11 Ṣùgbọ́n Olúwa ń bẹ pẹ̀lú mi gẹ́gẹ́ bí akọni ẹlẹ́rù. Nítorí náà, àwọn tí ó ń lépa mi yóò kọsẹ̀, wọn kì yóò sì borí. Wọn yóò kùnà, wọn yóò sì gba ìtìjú púpọ̀. Àbùkù wọn kì yóò sì di ohun ìgbàgbé.
ମାତ୍ର ସଦାପ୍ରଭୁ ଭୟାନକ ବୀର ପରି ମୋʼ ସଙ୍ଗରେ ଅଛନ୍ତି; ଏହେତୁ ମୋର ତାଡ଼ନାକାରୀମାନେ ଝୁଣ୍ଟି ପଡ଼ିବେ ଓ ସେମାନେ ଜୟଯୁକ୍ତ ହେବେ ନାହିଁ; ସେମାନେ ବିବେଚନାପୂର୍ବକ କାର୍ଯ୍ୟ ନ କରିବାରୁ ଅତ୍ୟନ୍ତ ଲଜ୍ଜିତ ହେବେ, ସେ ଅପମାନ ନିତ୍ୟସ୍ଥାୟୀ ହେବ, ତାହା କେବେ ବିସ୍ମୃତ ହେବ ନାହିଁ।
12 Olúwa àwọn ọmọ-ogun, ìwọ tí ó ń dán olódodo wò tí o sì ń ṣe àyẹ̀wò ọkàn àti ẹ̀mí fínní fínní, jẹ́ kí èmi kí ó rí ìgbẹ̀san rẹ lórí wọn, nítorí ìwọ ni mo gbé ara mi lé.
ମାତ୍ର ହେ ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭେ ଧାର୍ମିକର ପରୀକ୍ଷକ, ତୁମ୍ଭେ ମର୍ମ ଓ ଅନ୍ତଃକରଣ ଦେଖୁଅଛ, ସେମାନଙ୍କ ପ୍ରତି ତୁମ୍ଭର ଦତ୍ତ ପ୍ରତିଫଳ ମୋତେ ଦେଖାଅ; କାରଣ ତୁମ୍ଭଙ୍କୁ ମୁଁ ଆପଣା ଗୁହାରି ଜଣାଇଅଛି।
13 Kọrin sí Olúwa! Fi ìyìn fún Olúwa! Ó gba ẹ̀mí àwọn aláìní lọ́wọ́ àwọn ẹni búburú.
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର, ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ ସେ ଦୁଷ୍କର୍ମକାରୀମାନଙ୍କ ହସ୍ତରୁ ଦୀନହୀନର ପ୍ରାଣ ଉଦ୍ଧାର କରିଅଛନ୍ତି।
14 Ègbé ni fún ọjọ́ tí a bí mi! Kí ọjọ́ tí ìyá mi bí mi má ṣe di ti ìbùkún.
ମୁଁ ଯେଉଁ ଦିନ ଜନ୍ମ ହୋଇଥିଲି, ସେଦିନ ଶାପଗ୍ରସ୍ତ ହେଉ; ମୋʼ ମାତା ଯେଉଁ ଦିନ ମୋତେ ପ୍ରସବ କଲେ, ସେ ଦିନ ଆଶୀର୍ବାଦ ପ୍ରାପ୍ତ ନ ହେଉ।
15 Ègbé ni fún ọkùnrin tí ó mú ìròyìn wá fún baba mi, tí ó mú kí ó yọ̀, tí ó sì sọ wí pé, “A bí ọmọ kan fún ọ—ọmọkùnrin!”
ତୁମ୍ଭର ପୁତ୍ରସନ୍ତାନ ହୋଇଅଛି ବୋଲି ସମ୍ବାଦ ଦେଇ ଯେଉଁ ଲୋକ ମୋର ପିତାଙ୍କୁ ଅତି ଆନନ୍ଦିତ କରିଥିଲା, ସେ ଶାପଗ୍ରସ୍ତ ହେଉ।
16 Kí ọkùnrin náà dàbí ìlú tí Olúwa gbàkóso lọ́wọ́ rẹ̀ láìkáàánú Kí o sì gbọ́ ariwo ọ̀fọ̀ ní àárọ̀, ariwo ogun ní ọ̀sán.
ପୁଣି, ସଦାପ୍ରଭୁ କ୍ଷମା ନ କରି ଯେସକଳ ନଗର ବିନାଶ କରିଥିଲେ, ସେ ଲୋକ ସେହି ସବୁ ନଗର ତୁଲ୍ୟ ହେଉ; ଆଉ, ସେ ଲୋକ ପ୍ରାତଃକାଳରେ କ୍ରନ୍ଦନ ଓ ମଧ୍ୟାହ୍ନ କାଳରେ ଚିତ୍କାର ଶବ୍ଦ ଶୁଣୁ;
17 Nítorí kò pa mí nínú, kí ìyá mi sì dàbí títóbi ibojì mi, kí ikùn rẹ̀ sì di títí láé.
କାରଣ ସେ ମୋତେ ଗର୍ଭରୁ ମାରି ପକାଇଲା ନାହିଁ; ତାହା କରିଥିଲେ, ମୋହର ମାତା ମୋର କବର ସ୍ୱରୂପ ହୋଇଥାʼନ୍ତେ ଓ ତାଙ୍କ ଗର୍ଭ ନିତ୍ୟ ଭାରୀ ଥାʼନ୍ତା।
18 Èéṣe tí mo jáde nínú ikùn, láti rí wàhálà àti ọ̀fọ̀ àti láti parí ayé mi nínú ìtìjú?
ଲଜ୍ଜାରେ ମୋର ସମୟ କଟାଇବା ନିମନ୍ତେ ମୁଁ ଆୟାସ ଓ ଦୁଃଖଭୋଗ କରିବା ପାଇଁ କାହିଁକି ଗର୍ଭରୁ ନିର୍ଗତ ହେଲି?

< Jeremiah 20 >