< Isaiah 65 >
1 “Èmi fi ara mi hàn fún àwọn tí kò béèrè fún mi; àwọn tí kò wá mi ni wọ́n rí mi. Sí àwọn orílẹ̀-èdè tí kò pe orúkọ mi, ni èmi wí pé, ‘Èmi nìyìí, Èmi nìyìí.’
ଯେଉଁମାନେ ଆମ୍ଭ ବିଷୟ ପଚାରିଲେ ନାହିଁ, ସେମାନଙ୍କ ଦ୍ୱାରା ଆମ୍ଭେ ଅନ୍ୱେଷିତ ହେଉଅଛୁ; ଯେଉଁମାନେ ଆମ୍ଭର ଅନ୍ୱେଷଣ କଲେ ନାହିଁ, ସେମାନେ ଆମ୍ଭକୁ ପ୍ରାପ୍ତ ହେଉଅଛନ୍ତି; ଯେଉଁ ଦେଶୀୟ ଲୋକେ ଆମ୍ଭ ନାମରେ ଖ୍ୟାତ ହୋଇ ନ ଥିଲେ, ସେମାନଙ୍କୁ, “ଆମ୍ଭକୁ ଦେଖ, ଆମ୍ଭକୁ ଦେଖ” ବୋଲି ଆମ୍ଭେ କହିଲୁ।
2 Gbogbo ọjọ́ ni mo ti nawọ́ mi síta sí àwọn ènìyàn ọlọ́rùn líle, tí wọn ń rìn lọ́nà tí kò dára, tí wọ́n sì gbára lé èrò ara wọn
ଯେଉଁମାନେ ଆପଣା ଆପଣା କଳ୍ପନାନୁସାରେ କୁପଥରେ ଗମନ କରନ୍ତି, ଏପରି ବିଦ୍ରୋହାଚାରୀ ଲୋକମାନଙ୍କ ପ୍ରତି ଆମ୍ଭେ ସାରାଦିନ ଆପଣା ହସ୍ତ ବିସ୍ତାର କରିଅଛୁ;
3 àwọn ènìyàn tí wọ́n bí mi nínú nígbà gbogbo lójú ara mi gan an, wọ́n ń rú ẹbọ nínú ọgbà wọ́n sì ń sun tùràrí lórí i pẹpẹ bíríkì;
ସେହି ଲୋକମାନେ ଉଦ୍ୟାନରେ ବଳିଦାନ କରି ଓ ଗୁଡ଼ିଏ ଇଟା ଉପରେ ଧୂମ ଜ୍ୱଳାଇ ଆମ୍ଭ ମୁଖ ଆଗରେ ନିତ୍ୟ ନିତ୍ୟ ଆମ୍ଭକୁ ବିରକ୍ତ କରନ୍ତି;
4 wọ́n ń jókòó láàrín ibojì wọ́n sì ń lo òru wọn nínú ìṣọ́ ìkọ̀kọ̀; tí wọ́n ń jẹ ẹran ẹlẹ́dẹ̀, tí ìkòkò ọbẹ̀ wọn kún fún ẹran àìmọ́;
ସେମାନେ କବର ସ୍ଥାନ ମଧ୍ୟରେ ବସନ୍ତି ଓ ଗୁପ୍ତ ସ୍ଥାନରେ ବସା କରନ୍ତି; ସେମାନେ ଶୂକର ମାଂସ ଭୋଜନ କରନ୍ତି ଓ ସେମାନଙ୍କ ପାତ୍ରରେ ଘୃଣାଯୋଗ୍ୟ ମାଂସର ଝୋଳ ଥାଏ;
5 tí ó wí pé, ‘Ẹ sún mẹ́yìn; ẹ má wá sọ́dọ̀ mi, nítorí mo ti jẹ́ mímọ́ jù fún un yín!’ Àwọn ènìyàn bẹ́ẹ̀ jẹ́ èéfín nínú ihò imú mi iná tí ń fi gbogbo ọjọ́ jó.
ସେମାନେ କହନ୍ତି, ସ୍ୱ ସ୍ଥାନରେ ଛିଡ଼ା ହୁଅ, “ଆମ୍ଭ ନିକଟକୁ ଆସ ନାହିଁ, କାରଣ ଆମ୍ଭେ ତୁମ୍ଭ ଅପେକ୍ଷା ପବିତ୍ର;” ଏମାନେ ଆମ୍ଭ ନାସିକାରେ ଧର୍ମସ୍ୱରୂପ, ସାରାଦିନ ପ୍ରଜ୍ୱଳିତ ଅଗ୍ନି ସ୍ୱରୂପ।
6 “Kíyèsi i, a ti kọ ọ́ síwájú mi, Èmi kì yóò dákẹ́, ṣùgbọ́n èmi yóò san án padà lẹ́kùnrẹ́rẹ́; Èmi yóò san án padà sí àyà wọn
ଦେଖ, ଆମ୍ଭ ସମ୍ମୁଖରେ ଏହା ଲିଖିତ ଅଛି; “ଆମ୍ଭେ ନୀରବ ହୋଇ ରହିବା ନାହିଁ, ମାତ୍ର ପ୍ରତିଫଳ ଦେବା, ହଁ, ଆମ୍ଭେ ସେମାନଙ୍କ କୋଳରେ ପ୍ରତିଫଳ ଦେବା,
7 àwọn ẹ̀ṣẹ̀ yín àti tàwọn baba yín,” ni Olúwa wí. “Nítorí pé wọ́n sun ẹbọ ní orí òkè ńlá wọ́n sì ṣe ẹ̀gbin sí mi ní òkè kékeré, Èmi yóò wọ́n ọ́n sí itan wọn ẹ̀kúnrẹ́rẹ́ ẹ̀san ohun gbogbo tí wọ́n ṣe tẹ́lẹ̀.”
ସଦାପ୍ରଭୁ କହନ୍ତି, ପର୍ବତଗଣ ଉପରେ ଧୂପ ଜ୍ୱଳାଇଅଛ ଓ ଉପପର୍ବତଗଣ ଉପରେ ଆମ୍ଭକୁ ନିନ୍ଦା କରିଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅପରାଧ ଓ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ଅପରାଧସକଳର ପ୍ରତିଫଳ ଆମ୍ଭେ ଏକାବେଳେ ଦେବା; ଏନିମନ୍ତେ ଆମ୍ଭେ ପ୍ରଥମେ ସେମାନଙ୍କ କ୍ରିୟାର ପରିମାଣ କରି ସେମାନଙ୍କ କୋଳରେ ଦେବା।”
8 Báyìí ni Olúwa wí: “Gẹ́gẹ́ bí ìgbà tí oje sì tún wà nínú àpólà àjàrà tí àwọn ènìyàn sì wí pé, ‘Má ṣe bà á jẹ́, nítorí ìbùkún ń bẹ nínú rẹ̀,’ bẹ́ẹ̀ ni èmi yóò ṣe nítorí ìránṣẹ́ mi; Èmi kì yóò pa gbogbo wọn run.
ସଦାପ୍ରଭୁ ଏହି କଥା କହନ୍ତି, “ଦ୍ରାକ୍ଷାପେଣ୍ଡାରେ ଯେପରି ନୂତନ ଦ୍ରାକ୍ଷାରସ ମିଳେ ଓ ଲୋକେ କହନ୍ତି, ଏହା ନଷ୍ଟ ନ କର, କାରଣ ଏଥିରେ ଆଶୀର୍ବାଦ ଅଛି; ସେହିପରି ଆମ୍ଭେ ଆପଣା ଦାସଗଣ ସକାଶେ କରିବା, ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ।
9 Èmi yóò mú ìrandíran wá láti ìdílé Jakọbu, àti láti Juda àwọn tí yóò jogún òkè ńlá mi wọ̀n-ọn-nì; àwọn àyànfẹ́ ènìyàn mi yóò jogún wọn, ibẹ̀ ni àwọn ìránṣẹ́ mi yóò sì gbé.
ପୁଣି, ଆମ୍ଭେ ଯାକୁବଠାରୁ ଏକ ବଂଶ ଓ ଯିହୁଦାଠାରୁ ଆମ୍ଭ ପର୍ବତଗଣର ଏକ ଅଧିକାରୀ ଉତ୍ପନ୍ନ କରିବା ଓ ଆମ୍ଭର ମନୋନୀତ ଲୋକମାନେ ତାହା ଅଧିକାର କରିବେ ଓ ଆମ୍ଭର ଦାସମାନେ ସେଠାରେ ବସତି କରିବେ।
10 Ṣaroni yóò di pápá oko fún ọ̀wọ́ ẹran, àti àfonífojì Akori yóò di ibi ìsinmi fún agbo ẹran, fún àwọn ènìyàn mi tí ó wá mi.
ଆଉ, ଆମ୍ଭର ଯେଉଁ ଲୋକମାନେ ଆମ୍ଭର ଅନ୍ୱେଷଣ କରିଅଛନ୍ତି, ସେମାନଙ୍କ ନିମନ୍ତେ ଶାରୋଣ ଏକ ମେଷ ଖୁଆଡ଼ ଓ ଆଖୋର୍ ଉପତ୍ୟକା ଗୋପଲର ଶୟନ ସ୍ଥାନ ହେବ।
11 “Ṣùgbọ́n fún ẹ̀yin tí ó kọ Olúwa sílẹ̀ tí ó sì gbàgbé òkè ńlá mímọ́ mi, tí ó tẹ́ tábìlì fún Gadi tí ẹ sì kún abọ́ pẹ̀lú ọtí wáìnì fún àtubọ̀tán,
ମାତ୍ର ସଦାପ୍ରଭୁଙ୍କୁ ତ୍ୟାଗ କରୁଅଛ, ଆମ୍ଭ ପବିତ୍ର ପର୍ବତକୁ ପାସୋରୁଅଛ, ଭାଗ୍ୟ ଦେବତା ଉଦ୍ଦେଶ୍ୟରେ ମେଜ ସଜାଉଅଛ ଓ ନିରୂପଣୀ ଦେବୀର ଉଦ୍ଦେଶ୍ୟରେ ମିଶ୍ରିତ ଦ୍ରାକ୍ଷାରସ ପୂର୍ଣ୍ଣ କରୁଅଛ ଯେ ତୁମ୍ଭେମାନେ,
12 Èmi yóò yà ọ́ sọ́tọ̀ fún idà, àti pé ẹ̀yin yóò bẹ̀rẹ̀ mọ́lẹ̀ fún àwọn tí a pa; nítorí mo pè, ṣùgbọ́n ẹ̀yin kò dáhùn. Mo sọ̀rọ̀ ṣùgbọ́n ẹ̀yin kò tẹ́tí sílẹ̀. Ẹ̀yin ṣe búburú ní ojú mi ẹ sì yan ohun tí ó bà mí lọ́kàn jẹ́.”
ତୁମ୍ଭମାନଙ୍କୁ ଆମ୍ଭେ ଖଡ୍ଗ ନିମନ୍ତେ ନିରୂପଣ କରିବା ଓ ତୁମ୍ଭେ ସମସ୍ତେ ବଧ ସ୍ଥାନରେ ନଇଁ ପଡ଼ିବ; କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର ଦେଲ ନାହିଁ; ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ତୁମ୍ଭେମାନେ କଲ ଓ ଯହିଁରେ ଆମ୍ଭେ ସନ୍ତୁଷ୍ଟ ନୋହୁଁ, ତାହା ହିଁ ମନୋନୀତ କଲ।”
13 Nítorí náà, báyìí ni Olúwa Olódùmarè wí: “Àwọn ìránṣẹ́ mi yóò jẹun; ṣùgbọ́n ebi yóò máa pa ẹ̀yin, àwọn ìránṣẹ́ mi yóò mu, ṣùgbọ́n òǹgbẹ yóò máa gbẹ ẹ̀yin; àwọn ìránṣẹ́ mi yóò ṣe àjọyọ̀, ṣùgbọ́n a ó dójútì yin.
ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେମାନେ କ୍ଷୁଧାର୍ତ୍ତ ହେବ; ଦେଖ, ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭେମାନେ ତୃଷାର୍ତ୍ତ ହେବ; ଦେଖ, ଆମ୍ଭର ଦାସମାନେ ଆନନ୍ଦ କରିବେ, ମାତ୍ର ତୁମ୍ଭେମାନେ ଲଜ୍ଜିତ ହେବ;
14 Àwọn ìránṣẹ́ mi yóò kọrin láti inú ayọ̀ ọkàn wọn wá, ṣùgbọ́n ẹ̀yin yóò kígbe sókè láti inú ìrora ọkàn yín àti ìpohùnréré ní ìròbìnújẹ́ ọkàn.
ଦେଖ, ଆମ୍ଭର ଦାସମାନେ ଚିତ୍ତର ସୁଖ ସକାଶୁ ଗାନ କରିବେ, ମାତ୍ର ତୁମ୍ଭେମାନେ ଚିତ୍ତର ଦୁଃଖ ସକାଶୁ କ୍ରନ୍ଦନ କରିବ ଓ ଆତ୍ମାର ବିରକ୍ତି ସକାଶୁ ହାହାକାର କରିବ।
15 Ẹ̀yin yóò fi orúkọ yín sílẹ̀ fún àwọn àyànfẹ́ mi gẹ́gẹ́ bí ègún; Olúwa Olódùmarè yóò sì pa yín, ṣùgbọ́n fún àwọn ìránṣẹ́ rẹ̀ ni òun yóò fún ní orúkọ mìíràn.
ପୁଣି, ତୁମ୍ଭେମାନେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପ ରୂପେ ରଖିଯିବ ଓ ପ୍ରଭୁ, ସଦାପ୍ରଭୁ ତୁମ୍ଭକୁ ବଧ କରିବେ; ଆଉ, ସେ ଆପଣା ଦାସମାନଙ୍କୁ ଅନ୍ୟ ନାମରେ ଖ୍ୟାତ କରିବେ;
16 Ẹnikẹ́ni tí ó bá gbàdúrà ìbùkún ní ilẹ̀ náà yóò ṣe é nípasẹ̀ Ọlọ́run òtítọ́; Ẹni tí ó bá búra ní ilẹ̀ náà yóò búra nípasẹ̀ Ọlọ́run òtítọ́. Nítorí ìyọnu àtijọ́ yóò di ìgbàgbé yóò sì fi ara sin kúrò lójú mi.
ତହିଁରେ ଯେଉଁ ଲୋକ ପୃଥିବୀରେ ଆପଣାକୁ ଆଶୀର୍ବାଦ କରେ, ସେ ସତ୍ୟ ପରମେଶ୍ୱରଙ୍କଠାରୁ ଆପଣାକୁ ଆଶୀର୍ବାଦ କରିବ ଓ ଯେଉଁ ଲୋକ ପୃଥିବୀରେ ଶପଥ କରେ, ସେ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ଶପଥ କରିବ; ଯେହେତୁ ପୂର୍ବକାଳର ସଙ୍କଟସବୁ ବିସ୍ମୃତ ହୋଇଅଛି ଓ ତାହାସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହୋଇଅଛି।
17 “Kíyèsi i, Èmi yóò dá àwọn ọ̀run tuntun àti ayé tuntun. A kì yóò rántí ohun àtẹ̀yìnwá mọ́, tàbí kí wọn wá sí ọkàn.
କାରଣ ଦେଖ, ଆମ୍ଭେ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁ ଓ ପୂର୍ବକାଳର ବିଷୟସବୁ ସ୍ମରଣ କରାଯିବ ନାହିଁ, କିଅବା ମନରେ ପଡ଼ିବ ନାହିଁ।
18 Ṣùgbọ́n ẹ yọ̀ kí inú yín dùn títí láé nínú ohun tí èmi yóò dá, nítorí èmi yóò dá Jerusalẹmu láti jẹ́ ohun ìdùnnú àti àwọn ènìyàn rẹ̀, ohun ayọ̀.
ମାତ୍ର ଯାହା ଆମ୍ଭେ ସୃଷ୍ଟି କରୁ, ତୁମ୍ଭେମାନେ ସଦାକାଳ ତହିଁରେ ଆନନ୍ଦିତ ହୋଇ ଉଲ୍ଲାସ କର; କାରଣ ଦେଖ, ଆମ୍ଭେ ଯିରୂଶାଲମକୁ ଉଲ୍ଲାସ ସ୍ୱରୂପ ଓ ତହିଁର ଲୋକମାନଙ୍କୁ ଆନନ୍ଦର ପାତ୍ର କରି ସୃଷ୍ଟି କରୁ।
19 Èmi yóò ṣe àjọyọ̀ lórí Jerusalẹmu n ó sì ní inú dídùn nínú àwọn ènìyàn mi; ariwo ẹkún àti igbe ni a kì yóò gbọ́ nínú rẹ̀ mọ́.
ପୁଣି, ଆମ୍ଭେ ଯିରୂଶାଲମରେ ଉଲ୍ଲାସ କରିବା ଓ ଆମ୍ଭ ଲୋକମାନଙ୍କଠାରେ ଆନନ୍ଦ କରିବା; ପୁଣି, ତହିଁ ମଧ୍ୟରେ ରୋଦନର ଶବ୍ଦ, କିଅବା କ୍ରନ୍ଦନର ଶବ୍ଦ ଆଉ ଶୁଣାଯିବ ନାହିଁ।
20 “Títí láé a kì yóò gbọ́ nínú rẹ̀ ọmọ ọwọ́ tí yóò gbé fún ọjọ́ díẹ̀, tàbí àgbàlagbà tí kì yóò lo ọjọ́ ayé rẹ̀ tán; ẹni tí ó bá kú ní ìwọ̀n ọgọ́rùn-ún ni a ó pè ní ọ̀dọ́mọdé; ẹni tí kò ba le pé ọgọ́rùn-ún kan ni a ó pè ní ẹni ìfibú.
ସେସମୟରୁ ସେସ୍ଥାନରେ ଅଳ୍ପ ଦିନର ଶିଶୁ କିଅବା ଅସମ୍ପୂର୍ଣ୍ଣାୟୁ ବୃଦ୍ଧ ଲୋକ ଆଉ ନ ଥିବ; କାରଣ ବାଳକ ଏକ ଶତ ବର୍ଷ ବୟଃକ୍ରମରେ ମରିବ ଓ ପାପୀ ଏକ ଶତ ବର୍ଷ ବୟସ୍କ ହୋଇ ଶାପଗ୍ରସ୍ତ ହେବ।
21 Wọn yó ò kọ́ ilé, wọn yóò sì gbé nínú wọn wọn yóò gbin ọgbà àjàrà, wọn yóò sì jẹ èso wọn.
ପୁଣି, ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ।
22 Wọn kì yóò kọ́ ilé fún ẹlòmíràn láti gbé, tàbí kí wọn gbìn fún ẹlòmíràn láti jẹ. Nítorí gẹ́gẹ́ bí ọjọ́ orí igi kan, bẹ́ẹ̀ ní ọjọ́ àwọn ènìyàn mi yóò rí; àwọn àyànfẹ́ mi yóò jẹ iṣẹ́ ọwọ́ wọn fún ìgbà pípẹ́.
ସେମାନେ ନିର୍ମାଣ କଲେ, ଅନ୍ୟ କେହି ତହିଁରେ ବାସ କରିବ ନାହିଁ; ସେମାନେ ରୋପଣ କଲେ, ଅନ୍ୟ କେହି ଫଳ ଭୋଗ କରିବ ନାହିଁ; କାରଣ ଆମ୍ଭ ଲୋକମାନଙ୍କର ଆୟୁ ବୃକ୍ଷର ଆୟୁ ତୁଲ୍ୟ ହେବ ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘ କାଳ ପର୍ଯ୍ୟନ୍ତ ଆପଣାମାନଙ୍କ ହସ୍ତକୃତ କର୍ମର ଫଳ ଭୋଗ କରିବେ।
23 Wọn kì yóò ṣe iṣẹ́ lásán, wọn kí yóò bímọ fún wàhálà; nítorí wọn yóò jẹ́ àwọn ènìyàn ti Olúwa bùkún fún, àwọn àti àwọn ìrandíran wọn pẹ̀lú wọn.
ସେମାନେ ବୃଥା ପରିଶ୍ରମ କରିବେ ନାହିଁ, କିଅବା ବିପଦର ପାଇଁ ପ୍ରସବ କରିବେ ନାହିଁ; କାରଣ ସେମାନେ ଓ ସେମାନଙ୍କ ସଙ୍ଗେ ସେମାନଙ୍କ ସନ୍ତାନଗଣ, ସଦାପ୍ରଭୁଙ୍କ ଆଶୀର୍ବାଦ-ପାତ୍ରର ବଂଶ।
24 Kí wọn tó pè, èmi yóò dáhùn; nígbà tí wọ́n sì ń sọ̀rọ̀ lọ́wọ́, èmi yóò gbọ́.
ପୁଣି, ଏହା ଘଟିବ ଯେ, ସେମାନେ ଡାକିବା ପୂର୍ବେ ଆମ୍ଭେ ଉତ୍ତର ଦେବା ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା।
25 Ìkookò àti ọ̀dọ́-àgùntàn yóò jẹun pọ̀, kìnnìún yóò sì jẹ koríko gẹ́gẹ́ bí akọ màlúù, ṣùgbọ́n erùpẹ̀ ni yóò jẹ́ oúnjẹ ejò. Wọn kì yóò pa ni lára tàbí pa ni run ní gbogbo òkè mímọ́ mi,” ni Olúwa wí.
କେନ୍ଦୁଆ ବାଘ ଓ ମେଣ୍ଢାଛୁଆ ଏକତ୍ର ଚରିବେ ଓ ସିଂହ ଗୋରୁ ପରି ନଡ଼ା ଖାଇବ; ପୁଣି, ଧୂଳି ସର୍ପର ଖାଦ୍ୟ ହେବ। ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ, ସଦାପ୍ରଭୁ ଏହା କହନ୍ତି।”