< Isaiah 63 >
1 Ta nì eléyìí tí ó Edomu wá, ti òun ti aṣọ àrẹpọ́n láti Bosra wá? Ta nì eléyìí, tí ó ní ògo nínú aṣọ rẹ̀, tí ó ń yan bọ̀ wá nínú ọláńlá agbára rẹ̀? “Èmi ni ẹni tí ó ń sọ̀rọ̀ nínú òdodo tí ó ní ipa láti gbàlà.”
ଇଦୋମରୁ ରଙ୍ଗୀକୃତ ବସ୍ତ୍ର ପିନ୍ଧି ବସ୍ରାରୁ ଏ ଯେ ଆସୁଅଛନ୍ତି, ସେ କିଏ? ଆପଣା ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ ଓ ଆପଣା ମହାଶକ୍ତିରେ ବିଜେ କରୁଅଛନ୍ତି ଯେ ଏ, ସେ କିଏ? “ଆମ୍ଭେ ଯେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ।”
2 Èéṣe tí aṣọ yín fi pupa gẹ́gẹ́ bí i tàwọn tí ń ṣiṣẹ́ ní ìfúntí?
ଆପଣଙ୍କର ପରିଧେୟ ବସ୍ତ୍ର ରକ୍ତବର୍ଣ୍ଣ ଓ କୁଣ୍ଡରେ ଦ୍ରାକ୍ଷାମର୍ଦ୍ଦନକାରୀର ବସ୍ତ୍ର ପରି କାହିଁକି?
3 “Èmi nìkan ti dá tẹ ìfúntí wáìnì; láti àwọn orílẹ̀-èdè tí ẹnikẹ́ni kò sì wà pẹ̀lú mi. Mo tẹ̀ wọ́n mọ́lẹ̀ ní ìbínú mi mo sì tẹ̀ wọ́n rẹ́ ní ìrunú mi ẹ̀jẹ̀ wọn sì fọ́n sí aṣọ mi, mo sì da àbàwọ́n sí gbogbo aṣọ mi.
“ଆମ୍ଭେ ଏକାକୀ ଦ୍ରାକ୍ଷାମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲା; ଆମ୍ଭେ ଆପଣା କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ଆପଣା କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ; ଏଣୁ ସେମାନଙ୍କ ପ୍ରାଣରକ୍ତର ଛିଟା ଆମ୍ଭ ବସ୍ତ୍ରରେ ପଡ଼ିଲା ଓ ଆମ୍ଭେ ଆପଣାର ପରିହିତ ବସ୍ତ୍ରସବୁ ଦାଗଯୁକ୍ତ କରିଅଛୁ।
4 Nítorí ọjọ́ ẹ̀san wà ní ọkàn mi àti pé ọdún ìràpadà mi ti dé.
କାରଣ ପ୍ରତିଶୋଧର ଦିନ ଆମ୍ଭ ଚିତ୍ତରେ ଥିଲା ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହୋଇଅଛି।
5 Mo wò, ṣùgbọ́n kò sí ẹnìkan láti ṣe ìrànwọ́. Àyà fò mí pé ẹnikẹ́ni kò ṣèrànwọ́; nítorí náà apá mi ni ó ṣiṣẹ́ ìgbàlà fún mi àti ìrunú mi ni ó gbé mi ró.
ପୁଣି, ଆମ୍ଭେ ଅନାଇଲୁ, ଆଉ ସାହାଯ୍ୟ କରିବାକୁ କେହି ନ ଥିଲା ଓ ସହାୟ ହେବାକୁ କେହି ନ ଥିବାରୁ ଆମ୍ଭେ ଚମତ୍କୃତ ହେଲୁ; ଏନିମନ୍ତେ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲା ଓ ଆମ୍ଭର କୋପ ଆମ୍ଭର ସହାୟତା କଲା।
6 Mo tẹ orílẹ̀-èdè mọ́lẹ̀ nínú ìbínú mi; nínú ìrunú mi mo jẹ́ kí wọ́n mu mo sì da ẹ̀jẹ̀ wọn sílẹ̀ lórí erùpẹ̀.”
ପୁଣି, ଆମ୍ଭେ ଆପଣା କ୍ରୋଧରେ ଲୋକମାନଙ୍କୁ ଦଳି ପକାଇଲୁ ଓ ଆମ୍ଭ କୋପରେ ସେମାନଙ୍କୁ ମତ୍ତ କରାଇଲୁ, ପୁଣି ଭୂମିରେ ସେମାନଙ୍କ ପ୍ରାଣରକ୍ତ ଢାଳି ପକାଇଲୁ।”
7 Èmi yóò sọ nípa àánú Olúwa, ìṣe rẹ gbogbo tí ó yẹ kí a yìn ín fún, gẹ́gẹ́ bí ohun tí Olúwa ti ṣe fún wa, bẹ́ẹ̀ ni, ohun rere gbogbo tí ó ti ṣe fún ilé Israẹli, gẹ́gẹ́ bí àánú àti ọ̀pọ̀lọpọ̀ oore rẹ̀.
ଆମ୍ଭେ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେଉଁସବୁ ଉପକାର କରିଅଛନ୍ତି, ପୁଣି ଆପଣାର ନାନାବିଧ ଦୟା ଓ ପ୍ରଚୁର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ଇସ୍ରାଏଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସାରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା କୀର୍ତ୍ତନ କରିବା।
8 Ó wí pé, “Lóòtítọ́ ènìyàn mi ni wọ́n, àwọn ọmọ tí kì yóò jẹ́ òpùrọ́ fún mi”; bẹ́ẹ̀ ni, ó sì di Olùgbàlà wọn.
କାରଣ ସେ କହିଲେ, ନିଶ୍ଚୟ ସେମାନେ ଆମ୍ଭର ଲୋକ, ଯେଉଁମାନେ ଅସତ୍ୟ ବ୍ୟବହାର ନ କରିବେ, ଏପରି ସନ୍ତାନ ଅଟନ୍ତି; ଏଣୁ ସେ ସେମାନଙ୍କର ତ୍ରାଣକର୍ତ୍ତା ହେଲେ।
9 Nínú gbogbo ìpọ́njú wọn, inú òun pẹ̀lú bàjẹ́ àti angẹli tí ó wà níwájú rẹ̀ gbà wọ́n là. Nínú ìfẹ́ àti àánú rẹ̀, ó rà wọ́n padà; ó gbé wọn sókè ó sì pọ̀n wọ́n ní gbogbo ọjọ́ ìgbà n nì.
ସେମାନଙ୍କର ସବୁ ଦୁଃଖରେ ସେ ଦୁଃଖିତ ହେଲେ ଓ ତାହାଙ୍କର ଶ୍ରୀମୁଖ ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ; ସେ ଆପଣା ପ୍ରେମ ଓ ଆପଣା ଦୟାରେ ସେମାନଙ୍କୁ ମୁକ୍ତ କଲେ ଓ ପୁରାତନ କାଳର ସମସ୍ତ ଦିନ ସେମାନଙ୍କୁ ବହନ କଲେ।
10 Síbẹ̀síbẹ̀ wọ́n ṣọ̀tẹ̀ wọ́n sì ba Ẹ̀mí Mímọ́ rẹ̀ nínú jẹ́. Bẹ́ẹ̀ ni ó yípadà ó sì di ọ̀tá wọn òun tìkára rẹ̀ sì bá wọn jà.
ମାତ୍ର ସେମାନେ ବିଦ୍ରୋହୀ ହେଲେ ଓ ତାହାଙ୍କର ପବିତ୍ର ଆତ୍ମାଙ୍କୁ ଶୋକାକୁଳ କଲେ; ଏନିମନ୍ତେ ସେ ଫେରି ସେମାନଙ୍କର ଶତ୍ରୁ ହେଲେ ଓ ଆପେ ସେମାନଙ୍କର ବିପକ୍ଷରେ ଯୁଦ୍ଧ କଲେ।
11 Lẹ́yìn náà ni àwọn ènìyàn rẹ̀ rántí ọjọ́ ìgbà n nì, àwọn ọjọ́ Mose àti àwọn ènìyàn rẹ̀ níbo ni ẹni náà wà tí ó mú wọn la Òkun já, pẹ̀lú olùṣọ́-àgùntàn agbo ẹran rẹ̀? Níbo ni ẹni náà wà tí ó rán Ẹ̀mí Mímọ́ rẹ̀ sáàrín wọn,
ସେତେବେଳେ ସେମାନେ ପୁରାତନ କାଳ, ମୋଶା ଓ ଆପଣା ଲୋକମାନଙ୍କୁ ସ୍ମରଣ କରି କହିଲେ, ଯେ ଆପଣା ପଲର ରକ୍ଷକମାନଙ୍କ ସହିତ ସେମାନଙ୍କୁ ସମୁଦ୍ର ପାର କରାଇ ଆଣିଲେ, ସେ କାହାନ୍ତି? ଯେ ସେମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ରଖିଲେ,
12 ta ni ó rán apá ògo ti agbára rẹ̀ láti wà ní apá ọ̀tún Mose, ta ni ó pín omi ní yà níwájú wọn, láti gba òkìkí ayérayé fún ara rẹ̀,
ଯେ ମୋଶାଙ୍କ ଡାହାଣରେ ଆପଣାର ପ୍ରତାପାନ୍ୱିତ ବାହୁ ଗମନ କରାଇଲେ, ଯେ ଆପଣା ନିମନ୍ତେ ଅନନ୍ତକାଳସ୍ଥାୟୀ ନାମ ସ୍ଥାପନାର୍ଥେ, ସେମାନଙ୍କ ସମ୍ମୁଖରେ ଜଳକୁ ବିଭକ୍ତ କଲେ,
13 ta ni ó síwájú wọn la àwọn ọ̀gbun nì já? Gẹ́gẹ́ bí ẹṣin ni gbangba ìlú wọn tí kò sì kọsẹ̀;
ଯେ ପ୍ରାନ୍ତରରେ ଗମନ କରିବା ଅଶ୍ୱ ତୁଲ୍ୟ ଗଭୀର ସାଗର ମଧ୍ୟରେ ସେମାନଙ୍କୁ ଗମନ କରାଇଲେ ଓ ସେମାନେ ଝୁଣ୍ଟିଲେ ନାହିଁ, ସେ କାହାନ୍ତି?
14 gẹ́gẹ́ bí ọ̀wọ́ ẹran tí ó lọ sí pápá oko, a fún wọn ní ìsinmi láti ọwọ́ Ẹ̀mí Olúwa. Báyìí ni ẹ ṣe tọ́ àwọn ènìyàn yín láti fún ara yín ní orúkọ kan tí ó lógo.
ଉପତ୍ୟକାକୁ ଓହ୍ଲାଇ ଯିବା ପଶୁପଲ ତୁଲ୍ୟ ସଦାପ୍ରଭୁଙ୍କ ଆତ୍ମା ସେମାନଙ୍କୁ ବିଶ୍ରାମ କରାଇଲେ; ଏହି ପ୍ରକାରେ ତୁମ୍ଭେ ଆପଣା ନିମନ୍ତେ ଏକ ଗୌରବାନ୍ୱିତ ନାମ ସ୍ଥାପନାର୍ଥେ ଆପଣା ଲୋକମାନଙ୍କୁ ଗମନ କରାଇଲ।
15 Bojú wolẹ̀ láti ọ̀run kí o sì rí i láti ìtẹ́ ògo rẹ, mímọ́ àti ológo. Níbo ni ìtara àti agbára rẹ wà? Ìwà jẹ́ẹ́jẹ́ rẹ àti àánú rẹ ni a ti mú kúrò níwájú wa.
ଏବେ ସ୍ୱର୍ଗରୁ ଅବଲୋକନ କର, ତୁମ୍ଭ ପବିତ୍ରତାର ଓ ତୁମ୍ଭ ପ୍ରତାପର ବସତି-ସ୍ଥାନରୁ ଦୃଷ୍ଟିପାତ କର; ତୁମ୍ଭର ଉଦ୍ଯୋଗ ଓ ତୁମ୍ଭର ବିକ୍ରମକାର୍ଯ୍ୟସବୁ କାହିଁ? ତୁମ୍ଭ ଅନ୍ତଃକରଣର ବ୍ୟଥା ଓ ତୁମ୍ଭର ସ୍ନେହସବୁ ମୋʼ ପ୍ରତି ନିବୃତ୍ତ ହୋଇଅଛି।
16 Ṣùgbọ́n ìwọ ni baba wa, bí ó tilẹ̀ jẹ́ pé Abrahamu kò mọ̀ wá tàbí Israẹli mọ ẹni tí à á ṣe; ìwọ, Olúwa ni Baba wa, Olùràpadà wa láti ìgbà n nì ni orúkọ rẹ.
ଯଦ୍ୟପି ଅବ୍ରହାମ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ଇସ୍ରାଏଲ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ତଥାପି ତୁମ୍ଭେ ତ ଆମ୍ଭମାନଙ୍କର ପିତା; ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଅନନ୍ତ କାଳରୁ ଆମ୍ଭମାନଙ୍କର ମୁକ୍ତିଦାତା ବୋଲି ତୁମ୍ଭର ନାମ ଅଛି।
17 Èéṣe Olúwa tí o fi jẹ́ kí a ṣáko kúrò ní ojú ọ̀nà rẹ tí o sì ṣé àyà wa le tó bẹ́ẹ̀ tí àwa kò fi bọ̀wọ̀ fún ọ? Padà nítorí àwọn ìránṣẹ́ rẹ, àwọn ẹ̀yà tí ṣe ogún ìní rẹ.
ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ତୁମ୍ଭ ପଥରୁ କାହିଁକି ଭ୍ରାନ୍ତ କରାଉଅଛ ଓ ତୁମ୍ଭକୁ ଭୟ କରିବା ପ୍ରତି ଆମ୍ଭମାନଙ୍କ ଅନ୍ତଃକରଣକୁ କଠିନ କରାଉଅଛ? ଆପଣା ଦାସମାନଙ୍କର, ଆପଣା ଅଧିକାର ସ୍ୱରୂପ ଗୋଷ୍ଠୀଗଣର ସକାଶୁ ଫେର।
18 Fún ìgbà díẹ̀ ni àwọn ènìyàn rẹ fi gba ibi mímọ́ rẹ, ṣùgbọ́n nísinsin yìí àwọn ọ̀tá wa ti tẹ ibi mímọ́ rẹ mọ́lẹ̀.
ତୁମ୍ଭର ପବିତ୍ର ଲୋକମାନେ କେବଳ ଅଳ୍ପ କାଳ ତାହା ଅଧିକାର କଲେ; ଆମ୍ଭମାନଙ୍କର ବିପକ୍ଷମାନେ ତୁମ୍ଭର ପବିତ୍ର ଧାମ ପଦ ତଳେ ଦଳି ପକାଇଅଛନ୍ତି।
19 Àwa jẹ́ tìrẹ láti ìgbà n nì; ṣùgbọ́n ìwọ kò tí ì jẹ ọba lé wọn lórí, a kò sì tí ì pè wọ́n mọ́ orúkọ rẹ.
ଯେଉଁମାନଙ୍କ ଉପରେ ତୁମ୍ଭେ କେବେ କର୍ତ୍ତୃତ୍ୱ କରି ନାହଁ, ଯେଉଁମାନେ ତୁମ୍ଭ ନାମରେ କେବେ ଖ୍ୟାତ ହୋଇ ନ ଥିଲେ, ଏପରି ଲୋକମାନଙ୍କ ତୁଲ୍ୟ ଆମ୍ଭେମାନେ ହୋଇଅଛୁ।