< Isaiah 62 >
1 Nítorí Sioni èmi kì yóò dákẹ́, nítorí i Jerusalẹmu èmi kì yóò sinmi ẹnu, títí tí òdodo rẹ̀ yóò fi tàn bí òwúrọ̀, àti ìgbàlà rẹ̀ bí i fìtílà tí ń jó geere.
ଯେପର୍ଯ୍ୟନ୍ତ ସିୟୋନର ଧର୍ମ ଦୀପ୍ତିର ନ୍ୟାୟ ଓ ତାହାର ପରିତ୍ରାଣ ଜ୍ୱଳନ୍ତ ପ୍ରଦୀପର ନ୍ୟାୟ ପ୍ରକଟ ନ ହୁଏ, ସେପର୍ଯ୍ୟନ୍ତ ଆମ୍ଭେ ତାହା ନିମନ୍ତେ ନୀରବ ହେବା ନାହିଁ ଓ ଯିରୂଶାଲମ ନିମନ୍ତେ ବିଶ୍ରାମ କରିବା ନାହିଁ।
2 Àwọn orílẹ̀-èdè yóò rí òdodo rẹ, àti gbogbo ọba ògo rẹ a ó sì máa pè ọ́ ní orúkọ mìíràn èyí tí ẹnu Olúwa yóò fi fún un.
ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଧର୍ମ ଓ ସକଳ ରାଜା ତୁମ୍ଭର ପ୍ରତାପ ଦେଖିବେ; ଆଉ, ତୁମ୍ଭେ ସଦାପ୍ରଭୁଙ୍କ ମୁଖ ଦ୍ୱାରା ଏକ ନୂତନ ନାମରେ ଖ୍ୟାତ ହେବ।
3 Ìwọ yóò sì jẹ́ adé dídán ní ọwọ́ Olúwa, adé ọba ní ọwọ́ Ọlọ́run rẹ.
ଆହୁରି, ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ ଓ ତୁମ୍ଭ ପରମେଶ୍ୱରଙ୍କ ହସ୍ତରେ ଗୋଟିଏ ରାଜକିରୀଟ ସ୍ୱରୂପ ହେବ।
4 Wọn kì yóò pè ọ́ ní ìkọ̀sílẹ̀ mọ́ tàbí kí wọ́n pe ilẹ̀ rẹ ní ahoro. Ṣùgbọ́n a ó máa pè ọ́ ní Hẹfsiba, àti ilẹ̀ rẹ ní Beula; nítorí Olúwa yóò yọ́nú sí ọ àti ilẹ̀ rẹ ni a ó gbé níyàwó.
ତୁମ୍ଭେ ପରିତ୍ୟକ୍ତା ବୋଲି ଆଉ ନାମ ପାଇବ ନାହିଁ, କିଅବା ତୁମ୍ଭର ଦେଶ ଅନାଥା ବୋଲି ଆଉ ଡକାଯିବ ନାହିଁ; ମାତ୍ର ତୁମ୍ଭେ ହିପ୍ସୀବା (ସନ୍ତୋଷଜନିକା) ଓ ତୁମ୍ଭର ଦେଶ ବୀୟଲା (ବିବାହିତା) ନାମରେ ଖ୍ୟାତ ହେବ; କାରଣ ସଦାପ୍ରଭୁ ତୁମ୍ଭଠାରେ ସନ୍ତୋଷ ପାଆନ୍ତି ଓ ତୁମ୍ଭ ଦେଶ ବିବାହିତା ହେବ।
5 Gẹ́gẹ́ bí ọ̀dọ́mọkùnrin tí í gbé ọ̀dọ́mọbìnrin níyàwó, bẹ́ẹ̀ ni àwọn ọmọkùnrin rẹ yóò gbé ọ níyàwó Gẹ́gẹ́ bí ọkọ ìyàwó ṣe é yọ̀ lórí ìyàwó rẹ̀, bẹ́ẹ̀ ni Ọlọ́run rẹ yóò yọ̀ lórí rẹ.
ଯୁବା ଲୋକ ଯେପରି କୁମାରୀକୁ ବିବାହ କରେ, ସେହିପରି ତୁମ୍ଭର ପୁତ୍ରଗଣ ତୁମ୍ଭକୁ ବିବାହ କରିବେ; ପୁଣି ବର ଯେପରି କନ୍ୟାଠାରେ ଆନନ୍ଦ କରେ, ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ।
6 Èmi ti fi olùṣọ́ ránṣẹ́ sórí odi rẹ ìwọ Jerusalẹmu; wọn kì yóò lè dákẹ́ tọ̀sán tòru. Ẹ̀yin tí ń ké pe Olúwa, ẹ má ṣe fúnra yín ní ìsinmi,
ହେ ଯିରୂଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ; ସେମାନେ ଦିନ କି ରାତି କଦାପି ନୀରବ ହେବେ ନାହିଁ।
7 àti kí ẹ má ṣe fún òun pẹ̀lú ní ìsinmi títí tí yóò fi fi ìdí Jerusalẹmu múlẹ̀ tí yóò sì fi ṣe ìyìn orí ilẹ̀ ayé.
ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, ସେ ଯେପର୍ଯ୍ୟନ୍ତ ଯିରୂଶାଲମକୁ ସ୍ଥାପନ ନ କରନ୍ତି ଓ ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି, ସେପର୍ଯ୍ୟନ୍ତ ତୁମ୍ଭେମାନେ ବିଶ୍ରାମ କର ନାହିଁ, କି ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ।
8 Olúwa ti búra pẹ̀lú ọwọ́ ọ̀tún rẹ̀ àti nípa agbára apá rẹ: “Èmi kì yóò jẹ́ kí ìyẹ̀fun rẹ di oúnjẹ fún ọ̀tá rẹ bẹ́ẹ̀ ni àwọn àjèjì kì yóò mu wáìnì tuntun rẹ mọ́ èyí tí ìwọ ti ṣe làálàá fún;
ସଦାପ୍ରଭୁ ଆପଣାର ଡାହାଣ ହସ୍ତ ଓ ବଳବାନ ବାହୁ ଦ୍ୱାରା ଶପଥ କରିଅଛନ୍ତି, ନିଶ୍ଚୟ ଆମ୍ଭେ ତୁମ୍ଭର ଶସ୍ୟ ତୁମ୍ଭ ଶତ୍ରୁଗଣର ଖାଦ୍ୟ ନିମନ୍ତେ ଆଉ ଦେବା ନାହିଁ ଓ ଯହିଁ ନିମନ୍ତେ ତୁମ୍ଭେ ପରିଶ୍ରମ କରିଅଛ, ତୁମ୍ଭର ସେହି ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।
9 ṣùgbọ́n àwọn tí ó bá kóórè rẹ̀ ni yóò jẹ ẹ́, tí wọn ó sì yin Olúwa, àti àwọn tí wọ́n bá kó àjàrà jọ ni wọn ó mú un, nínú àgbàlá ilé mímọ́ mi.”
ମାତ୍ର ଯେଉଁମାନେ ତାହା ସଞ୍ଚୟ କରିଅଛନ୍ତି, ସେମାନେ ତାହା ଭୋଜନ କରି ସଦାପ୍ରଭୁଙ୍କର ପ୍ରଶଂସା କରିବେ ଓ ଯେଉଁମାନେ ତାହା ସଂଗ୍ରହ କରିଅଛନ୍ତି, ସେମାନେ ଆମ୍ଭ ପବିତ୍ର ସ୍ଥାନର ପ୍ରାଙ୍ଗଣ ମଧ୍ୟରେ ତାହା ପାନ କରିବେ।
10 Ẹ kọjá, ẹ kọjá ní ẹnu ibodè náà! Ẹ tún ọ̀nà ṣe fún àwọn ènìyàn. Ẹ mọ ọ́n sókè, ṣe ojú ọ̀nà òpópó! Ẹ ṣa òkúta kúrò. Ẹ gbé àsíá sókè fún àwọn orílẹ̀-èdè.
ତୁମ୍ଭେମାନେ ଅଗ୍ରସର ହୁଅ, ନଗର-ଦ୍ୱାର ମଧ୍ୟଦେଇ ଅଗ୍ରସର ହୁଅ; ଲୋକମାନଙ୍କର ପଥ ପ୍ରସ୍ତୁତ କର; ଉଚ୍ଚ କର, ରାଜପଥ ଉଚ୍ଚ କର; ପ୍ରସ୍ତରସବୁ ବାହାର କରି ସଂଗ୍ରହ କର; ଗୋଷ୍ଠୀସମୂହ ନିମନ୍ତେ ଏକ ଧ୍ୱଜା ଉଠାଅ।
11 Olúwa ti ṣe ìkéde títí dé òpin ilẹ̀ ayé: “Ẹ sọ fún ọmọbìnrin Sioni pé, ‘Kíyèsi i, Olùgbàlà rẹ ń bọ̀! Kíyèsi i, èrè ń bẹ pẹ̀lú rẹ̀, àti ẹ̀san rẹ̀ pẹ̀lú n tẹ̀lé e lẹ́yìn.’”
ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ଘୋଷଣା କରିଅଛନ୍ତି, “ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ, ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି, ଦେଖ, ତାହାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।”
12 A ó sì pè wọ́n ní Ènìyàn Mímọ́, ẹni ìràpadà Olúwa; a ó sì máa pè ọ́ ní ìwákiri, ìlú tí a kì yóò kọ̀sílẹ̀.
ପୁଣି, ଲୋକମାନେ ସେମାନଙ୍କୁ ପବିତ୍ର ଲୋକ, ସଦାପ୍ରଭୁଙ୍କର ମୁକ୍ତ ବୋଲି ଡାକିବେ, ଆଉ, ତୁମ୍ଭେ ଅନ୍ୱେଷିତା, ଅପରିତ୍ୟକ୍ତା ନଗରୀ ବୋଲି ଖ୍ୟାତ ହେବ।