< Isaiah 54 >

1 “Kọrin, ìwọ obìnrin àgàn, ìwọ tí kò tí ì bímọ rí; bú sí orin, ẹ hó fún ayọ̀, ẹ̀yin tí kò tí ì rọbí rí; nítorí pé púpọ̀ ni ọmọ àwọn obìnrin ìsọdahoro ju ti ẹni tí ó ní ọkọ,” ni Olúwa wí.
“ଆଗୋ ବନ୍ଧ୍ୟେ, ଅପ୍ରସୂତେ, ତୁମ୍ଭେ ଗାନ କର, ଆଗୋ ଗର୍ଭବ୍ୟଥାରହିତେ, ତୁମ୍ଭେ ଉଚ୍ଚସ୍ୱରରେ ଗାନ କରି ଆନନ୍ଦଧ୍ୱନି କର, କାରଣ ସଦାପ୍ରଭୁ କହନ୍ତି, ବିବାହିତା ଭାର୍ଯ୍ୟାର ସନ୍ତାନ ଅପେକ୍ଷା ଅନାଥାର ସନ୍ତାନ ଅଧିକ।
2 Fẹ ibi àgọ́ rẹ lójú sí i, fẹ aṣọ àgọ́ rẹ kí ó gbòòrò sí i, má ṣe dá a dúró; sọ okùn rẹ di gígùn, mú òpó rẹ lágbára sí i.
ତୁମ୍ଭେ ଆପଣା ତମ୍ବୁର ସ୍ଥାନ ବଢ଼ାଅ ଓ ସେମାନେ ତୁମ୍ଭ ବାସସ୍ଥାନର ଯବନିକାସବୁ ବିସ୍ତାର କରନ୍ତୁ; ବ୍ୟୟର ଆଶଙ୍କା କର ନାହିଁ; ତୁମ୍ଭର ଦଉଡ଼ିସବୁ ଲମ୍ବାଇ ଦିଅ ଓ କିଳାସବୁ ଦୃଢ଼ କର।
3 Nítorí ìwọ ó fẹ̀ sọ́tùn àti sí òsì; ìrandíran rẹ yóò jogún àwọn orílẹ̀-èdè, wọn yóò sì dó sí ahoro àwọn ìlú wọn.
କାରଣ ତୁମ୍ଭେ ଡାହାଣ ଓ ବାମରେ ବ୍ୟାପି ଯିବ ଓ ତୁମ୍ଭର ବଂଶ ଅନ୍ୟ ଦେଶୀୟମାନଙ୍କୁ ଅଧିକାର କରିବେ ଓ ନରଶୂନ୍ୟ ନଗରସମୂହକୁ ବସତି ସ୍ଥାନ କରାଇବେ।
4 “Má ṣe bẹ̀rù, ìtìjú kò ní ṣubú lù ọ́. Má ṣe bẹ̀rù ìdójútì, a kì yóò kàn ọ́ lábùkù. Ìwọ yóò gbàgbé ìtìjú ìgbà èwe e rẹ, ìwọ kì yóò sì rántí ẹ̀gàn ìgba-opo rẹ mọ́.
ଭୟ କର ନାହିଁ; କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ। କିଅବା ବିଷଣ୍ଣମନା ହୁଅ ନାହିଁ; କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ; ତୁମ୍ଭେ ଆପଣା ଯୌବନ କାଳର ଲଜ୍ଜା ପାସୋରି ଯିବ ଓ ତୁମ୍ଭେ ଆପଣା ବିଧବାବସ୍ଥାର ଦୁର୍ନାମ ଆଉ ସ୍ମରଣ କରିବ ନାହିଁ।
5 Nítorí Ẹlẹ́dàá rẹ ni ọkọ rẹ Olúwa àwọn ọmọ-ogun ni orúkọ rẹ̀ Ẹni Mímọ́ Israẹli ni Olùràpadà rẹ; a sì ń pè é ní Ọlọ́run gbogbo ayé.
କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି; ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା; ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ।
6 Olúwa yóò pè ọ́ padà àfi bí ẹni pé obìnrin tí a kọ̀sílẹ̀ tí a sì bà lọ́kàn jẹ́ obìnrin tí a fẹ́ ní ọ̀dọ́, tí a sì wá jákulẹ̀,” ni Olúwa wí.
କାରଣ ତୁମ୍ଭ ପରମେଶ୍ୱର କହନ୍ତି, ତ୍ୟକ୍ତା ଓ ମନୋଦୁଃଖିନୀ ଭାର୍ଯ୍ୟା ଅଥବା ଯୌବନକାଳୀନ ଦୂରୀକୃତା ଭାର୍ଯ୍ୟା ତୁଲ୍ୟ ସଦାପ୍ରଭୁ ତୁମ୍ଭକୁ ଆହ୍ୱାନ କରିଅଛନ୍ତି।
7 “Fún ìgbà díẹ̀ ni mo kọ̀ ọ́ sílẹ̀, ṣùgbọ́n pẹ̀lú ọkàn ìyọ́nú èmi yóò mú ọ padà wá.
ଆମ୍ଭେ ଅଳ୍ପକ୍ଷଣ ନିମନ୍ତେ ତୁମ୍ଭକୁ ତ୍ୟାଗ କରିଅଛୁ; ମାତ୍ର ମହାକରୁଣାରେ ତୁମ୍ଭକୁ ସଂଗ୍ରହ କରିବା।
8 Ní ríru ìbínú. Mo fi ojú pamọ́ fún ọ fún ìṣẹ́jú kan, ṣùgbọ́n pẹ̀lú àánú àìnípẹ̀kun Èmi yóò síjú àánú wò ọ́,” ni Olúwa Olùdáǹdè rẹ wí.
ଅତିଶୟ କୋପରେ ଆମ୍ଭେ ଏକ ନିମିଷ ମାତ୍ର ଆପଣା ମୁଖ ତୁମ୍ଭଠାରୁ ଲୁଚାଇଲୁ; ମାତ୍ର ଅନନ୍ତକାଳସ୍ଥାୟୀ ଦୟାରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା, ଏହା ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ କହନ୍ତି।
9 “Sí mi, èyí dàbí i àwọn ọjọ́ Noa, nígbà tí mo búra pé àwọn omi Noa kì yóò tún bo ilẹ̀ ayé mọ́. Bẹ́ẹ̀ ni nísinsin yìí mo ti búra láti má ṣe bínú sí ọ, bẹ́ẹ̀ ni èmi kì yóò bá ọ wí mọ́.
କାରଣ ଏହା ଆମ୍ଭ ପ୍ରତି ନୋହ ସମୟର ଜଳ ତୁଲ୍ୟ ଅଟେ; ନୋହ ସମୟର ଜଳ ଆଉ ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଯେପରି ଶପଥ କରିଅଛୁ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ, ଅବା ତୁମ୍ଭକୁ ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।
10 Bí a tilẹ̀ mi àwọn òkè ńlá tí a sì ṣí àwọn òkè kékeré nídìí, síbẹ̀síbẹ̀ ìfẹ́ àìkùnà mi fún ọ kì yóò yẹ̀ láéláé tàbí májẹ̀mú àlàáfíà ni a ó mú kúrò,” ni Olúwa, ẹni tí ó síjú àánú wò ọ́ wí.
ଯେହେତୁ ତୁମ୍ଭ ପ୍ରତି କରୁଣା କରିଅଛନ୍ତି ଯେଉଁ ସଦାପ୍ରଭୁ, ସେ କହନ୍ତି, ପର୍ବତଗଣ ବିଚଳିତ ହୋଇ ଘୁଞ୍ଚିଯିବେ ଓ ଉପପର୍ବତଗଣ ଟଳିବେ; ମାତ୍ର ଆମ୍ଭର ଦୟା ତୁମ୍ଭଠାରୁ ବିଚଳିତ ହେବ ନାହିଁ, ଅଥବା ଆମ୍ଭ ଶାନ୍ତିର ନିୟମ ଟଳିବ ନାହିଁ।
11 Ìwọ ìlú tí a pọ́n lójú, tí ìjì ń gbá kiri tí a kò sì tù nínú, Èmi yóò fi òkúta Tikuosi kọ́ ọ àti ìpìlẹ̀ rẹ pẹ̀lú safire.
ଆଗୋ ଦୁଃଖିନୀ, ତୋଫାନରେ ବିଚଳିତେ ଓ ସାନ୍ତ୍ୱନାବିହୀନେ, ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣି ଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
12 Èmi yóò fi iyùn ṣe odi rẹ, àwọn ẹnu-ọ̀nà ni a ó fi ohun èlò dáradára fún, àti àwọn ògiri rẹ pẹ̀lú òkúta iyebíye.
ଆମ୍ଭେ ପଦ୍ମରାଗ ମଣିରେ ତୁମ୍ଭର ଚୂଡ଼ା ଓ ସୂର୍ଯ୍ୟକାନ୍ତ ମଣିରେ ତୁମ୍ଭ ନଗରର ଦ୍ୱାରସକଳ ଓ ମନୋହର ପ୍ରସ୍ତରରେ ତୁମ୍ଭର ସମସ୍ତ ସୀମା ନିର୍ମାଣ କରିବା।
13 Gbogbo ọ̀dọ́mọkùnrin rẹ ni Olúwa yóò kọ́, àlàáfíà àwọn ọmọ rẹ yóò jẹ́ ńlá àti púpọ̀.
ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ମହାଶାନ୍ତି ହେବ।
14 Ní òdodo ni a ó fi ìdí rẹ kalẹ̀ ìwà ipá yóò jìnnà sí ọ o kò ní bẹ̀rù ohunkóhun, ìpayà la ó mú kúrò pátápátá; kò ní súnmọ́ ọ̀dọ̀ rẹ.
ତୁମ୍ଭେ ଧାର୍ମିକତାରେ ସ୍ଥିରୀକୃତ ହେବ; ତୁମ୍ଭେ ଉପଦ୍ରବଠାରୁ ଦୂରରେ ରହିବ, କାରଣ ତୁମ୍ଭେ ଭୀତ ହେବ ନାହିଁ; ପୁଣି ତ୍ରାସଠାରୁ ଦୂରରେ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।
15 Bí ẹnikẹ́ni bá tilẹ̀ bá ọ jà, kò ní jẹ́ láti ọwọ́ mi; ẹnikẹ́ni tí ó bá bá ọ jà ni yóò túúbá fún ọ.
ଦେଖ, ଲୋକମାନେ ଏକମେଳ ହୋଇ ପାରନ୍ତି, ମାତ୍ର ଆମ୍ଭ ଦ୍ୱାରା ନୁହେଁ; ଯେକେହି ତୁମ୍ଭ ବିପକ୍ଷରେ ଏକମେଳ ହୁଏ, ସେ ତୁମ୍ଭ ହେତୁ ପତିତ ହେବ।
16 “Kíyèsi i, èmi ni ó dá alágbẹ̀dẹ tí ń fẹ́ iná èédú iná tí ó sì ń mú ohun èlò wá tí ó bá iṣẹ́ rẹ mu. Èmi náà sì ni ẹni tí ó dá apanirun láti ṣe iṣẹ́ ibi;
ଦେଖ, ଯେଉଁ ଲୌହକାର କୋଇଲାକୁ ଅଗ୍ନି ଦେଇ ତାତିରେ ଓ ଆପଣା କାର୍ଯ୍ୟ ନିମନ୍ତେ ଅସ୍ତ୍ର ନିର୍ମାଣ କରେ, ଆମ୍ଭେ ତାହାର ସୃଷ୍ଟି କରିଅଛୁ ଓ ବିନାଶକରଣାର୍ଥେ ବିନାଶକକୁ ହିଁ ଆମ୍ଭେ ସୃଷ୍ଟି କରିଅଛୁ।
17 kò sí ohun ìjà tí a ṣe sí ọ tí yóò lè ṣe nǹkan, àti gbogbo ahọ́n tí ó dìde sí ọ ní ìdájọ́ ni ìwọ ó dá ní ẹ̀bi. Èyí ni ogún àwọn ìránṣẹ́ Olúwa, èyí sì ni ìdáláre wọn láti ọ̀dọ̀ mi,” ni Olúwa wí.
ଯେକୌଣସି ଅସ୍ତ୍ର ତୁମ୍ଭ ପ୍ରତିକୂଳରେ ନିର୍ମିତ ହୁଏ, ତାହା ସାର୍ଥକ ହେବ ନାହିଁ ଓ ଯେ ପ୍ରତ୍ୟେକ ଜିହ୍ୱା ବିଚାରରେ ତୁମ୍ଭ ବିରୁଦ୍ଧରେ ଉଠେ, ତୁମ୍ଭେ ତାହାକୁ ଦୋଷୀ କରିବ। ସଦାପ୍ରଭୁଙ୍କ ଦାସମାନଙ୍କର ଅଧିକାର ଓ ଆମ୍ଭ ଦତ୍ତ ସେମାନଙ୍କର ଧାର୍ମିକତା ଏହି,” ଏହା ସଦାପ୍ରଭୁ କହନ୍ତି।

< Isaiah 54 >

A Dove is Sent Forth from the Ark
A Dove is Sent Forth from the Ark