< Isaiah 53 >

1 Ta ni ó ti gba ìròyìn in wa gbọ́ àti ta ni a ti fi apá Olúwa hàn fún?
ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି?
2 Òun dàgbàsókè níwájú rẹ̀ gẹ́gẹ́ bí àṣẹ̀ṣẹ̀yọ irúgbìn, àti gẹ́gẹ́ bí i gbòǹgbò tí ó jáde láti inú ìyàngbẹ ilẹ̀. Òun kò ní ẹwà tàbí ògo láti fà wá sọ́dọ̀ ara rẹ̀, kò sí ohun kankan nínú àbùdá rẹ̀ tí ó fi yẹ kí a ṣàfẹ́rí i rẹ̀.
କାରଣ ସେ ତାହାଙ୍କ ଦୃଷ୍ଟିରେ ଚାରା ତୁଲ୍ୟ ଓ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ବଢ଼ିଲେ; ତାହାଙ୍କର ରୂପ କି ଶୋଭା ନାହିଁ; ପୁଣି, ତାହାଙ୍କୁ ଦେଖିଲେ, ଆମ୍ଭେମାନେ ଯେ ଶ୍ରଦ୍ଧା କରିବା, ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ।
3 A kẹ́gàn rẹ̀ àwọn ènìyàn sì kọ̀ ọ́ sílẹ̀, ẹni ìbànújẹ́, tí ó sì mọ bí ìpọ́njú ti rí. Gẹ́gẹ́ bí ẹnìkan tí àwọn ènìyàn ń fojú pamọ́ fún a kẹ́gàn rẹ, a kò sì bu ọlá fún un rárá.
ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ; ଦୁଃଖୀଲୋକ ଓ ଶୋକପରିଚିତ, ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି, ଏପରି ଲୋକ ତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ।
4 Lóòtítọ́ ó ti ru àìlera wa lọ ó sì ti ru ìbànújẹ́ wa pẹ̀lú, síbẹ̀ a kà á sí ẹni tí Ọlọ́run lù, tí ó lù, tí a sì pọ́n lójú.
ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନାସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାସବୁ ବହନ କରିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ।
5 Ṣùgbọ́n a sá a lọ́gbẹ́ nítorí àìṣedéédéé wa a pa á lára nítorí àìṣòdodo wa; ìjìyà tí ó mú àlàáfíà wá fún wa wà lórí i rẹ̀, àti nípa ọgbẹ́ rẹ̀ ni a fi mú wa láradá.
ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ।
6 Gbogbo wa bí àgùntàn, ti ṣìnà lọ, ẹnìkọ̀ọ̀kan wa ti yà sí ọ̀nà ara rẹ̀; Olúwa sì ti gbé e ka orí ara rẹ̀ gbogbo àìṣedéédéé wa.
ଆମ୍ଭେମାନେ ସମସ୍ତେ ମେଷଗଣ ତୁଲ୍ୟ ବିପଥଗାମୀ ହୋଇଅଛୁ; ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ବାଟ ଆଡ଼େ ଫେରିଅଛୁ; ଆଉ, ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ଅପରାଧ ତାହାଙ୍କ ଉପରେ ବର୍ତ୍ତାଇଅଛନ୍ତି।
7 A jẹ ẹ́ ní yà, a sì pọ́n ọn lójú, síbẹ̀ kò ya ẹnu rẹ̀; a mú un wá gẹ́gẹ́ bí ọ̀dọ́-àgùntàn sọ́dọ̀ alápatà, àti gẹ́gẹ́ bí àgùntàn tí ó dákẹ́ níwájú olùrẹ́run rẹ̀, síbẹ̀ kò ya ẹnu rẹ̀.
ସେ ଉପଦ୍ରବପ୍ରାପ୍ତ ହେଲେ, ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ; ବଧ ସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ, ଲୋମଚ୍ଛେଦକମାନଙ୍କ ସମ୍ମୁଖରେ ନୀରବ ମେଷ ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ।
8 Pẹ̀lú ìpọ́nlójú àti ìdánilẹ́jọ́ ni a mú un jáde lọ, ta ni ó sì le sọ nípa ìrànlọ́wọ́ rẹ̀? Nítorí a ké e kúrò ní ilẹ̀ àwọn alààyè; nítorí àìṣedéédéé àwọn ènìyàn mi ni a ṣe lù ú.
ସେ ଉପଦ୍ରବ ଓ ବିଚାର ଦ୍ୱାରା ଦୂରୀକୃତ ହେଲେ; ଆଉ, ସେ ଯେ ଜୀବିତ ଲୋକମାନଙ୍କ ଦେଶରୁ ଉଚ୍ଛିନ୍ନ ହେଲେ, ଏହା ତାହାଙ୍କ ସମୟର ଲୋକମାନଙ୍କ ମଧ୍ୟରେ କିଏ ବିବେଚନା କଲା? ଆମ୍ଭ ଲୋକମାନଙ୍କର ଅପରାଧ ନିମନ୍ତେ ସେ ପ୍ରହାରିତ ହେଲେ।
9 A fún un ní ibojì pẹ̀lú àwọn ìkà, àti pẹ̀lú àwọn ọlọ́rọ̀ ní ikú rẹ̀, bí ó tilẹ̀ jẹ́ pé kò hùwà jàgídíjàgan kan, tàbí kí a rí ẹ̀tàn kan ní ẹnu rẹ̀.
ପୁଣି, ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ ନ ଥିଲେ ହେଁ ଲୋକମାନେ ଦୁଷ୍ଟଗଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁୁରେ ସେ ଧନବାନର ସଙ୍ଗୀ ହେଲେ।
10 Síbẹ̀, ó wu Olúwa láti pa á lára àti láti mú kí ó jìyà, bí ó tilẹ̀ jẹ́ pé Olúwa fi ayé rẹ̀ fún ẹbọ ẹ̀ṣẹ̀, Òun yóò rí àrọ́mọdọ́mọ rẹ̀ àti ọjọ́ ayé rẹ̀ yóò pẹ́ títí, àti ète Olúwa ni yóò gbèrú ní ọwọ́ rẹ̀.
ତଥାପି ତାହାଙ୍କୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା; ସେ ତାହାଙ୍କୁ ଦୁଃଖଗ୍ରସ୍ତ କରିଅଛନ୍ତି; ତୁମ୍ଭେ ତାହାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ, ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କର ଇଷ୍ଟ ସିଦ୍ଧ ହେବ।
11 Lẹ́yìn ìpọ́njú ẹ̀mí rẹ̀, òun yóò rí ìmọ́lẹ̀, ààyè yóò sì tẹ́ ẹ lọ́rùn; nípa ìmọ̀ rẹ̀ ìránṣẹ́ mi olódodo yóò dá ọ̀pọ̀lọpọ̀ láre, Òun ni yóò sì ru àìṣedéédéé wọn.
ସେ ଆପଣା ପ୍ରାଣବେଦନାର ଫଳ ଦେଖି ତୃପ୍ତ ହେବେ; ଆମ୍ଭର ଧାର୍ମିକ ଦାସ ଆପଣାର ଜ୍ଞାନ ଦ୍ୱାରା ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହିବେ।
12 Nítorí náà èmi yóò fún un ní ìpín pẹ̀lú àwọn ẹni ńlá òun yóò sì pín ìkógun pẹ̀lú àwọn alágbára, nítorí pé òun jọ̀wọ́ ẹ̀mí rẹ̀ fún ikú, tí a sì kà á mọ́ àwọn alárékọjá. Nítorí ó ru ẹ̀ṣẹ̀ ọ̀pọ̀lọpọ̀, ó sì ṣe ìlàjà fún àwọn alárékọjá.
ଏହେତୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାହାଙ୍କୁ ଅଂଶ ଦେବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟିତ ବିଭାଗ କରି ନେବେ; କାରଣ ସେ ମୃତ୍ୟୁୁମୁଖରେ ଆପଣା ପ୍ରାଣ ଢାଳିଦେଲେ; ଓ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ; ତଥାପି ସେ ଅନେକଙ୍କର ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।

< Isaiah 53 >