< Isaiah 40 >
1 Ẹ tù ú nínú, ẹ tu ènìyàn mi nínú, ni Ọlọ́run yín wí.
ମୋʼ ଲୋକମାନଙ୍କୁ ସାନ୍ତ୍ୱନା କର, ସାନ୍ତ୍ୱନା କର, ଏହା ତୁମ୍ଭମାନଙ୍କର ପରମେଶ୍ୱର କହନ୍ତି।
2 Sọ̀rọ̀ pẹ̀lẹ́pẹ̀lẹ́ fún Jerusalẹmu kí o sì kéde fún un pé iṣẹ́ àṣekára rẹ̀ ti parí, pé à ti san gbèsè ẹ̀ṣẹ̀ rẹ̀, pé ó ti rí i gbà láti ọwọ́ Olúwa ìlọ́po méjì fún gbogbo ẹ̀ṣẹ̀ rẹ̀.
ତୁମ୍ଭେମାନେ ଯିରୂଶାଲମକୁ ଚିତ୍ତ ପ୍ରବୋଧକ କଥା କୁହ, ଆଉ ତାହାର ସଂଗ୍ରାମ ସମାପ୍ତ ହେଲା, ତାହାର ଅପରାଧ କ୍ଷମା ହେଲା, ସେ ସଦାପ୍ରଭୁଙ୍କ ହସ୍ତରୁ ଆପଣାର ସମସ୍ତ ପାପ ସକାଶୁ ଦୁଇଗୁଣ ପାଇଅଛି ବୋଲି ତାହା ନିକଟରେ ପ୍ରଚାର କର।
3 Ohùn ẹni tí ń kígbe ní ijù: “Ẹ tún ọ̀nà Olúwa ṣe, ṣe òpópó tí ó tọ́ ní aginjù fún Ọlọ́run wa.
ଏକ ଜଣର ରବ ପ୍ରଚାର କରେ, “ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପଥ ପ୍ରସ୍ତୁତ କର, ମରୁଭୂମି ମଧ୍ୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିମନ୍ତେ ରାଜପଥ ସଳଖ କର।
4 Gbogbo àfonífojì ni a ó gbé sókè, gbogbo òkè ńlá àti òkè kékeré ni yóò di pẹ̀tẹ́lẹ̀; wíwọ́ ni a ó sọ di títọ́ àti ọ̀nà pálapàla ni a óò sọ di títẹ́jú pẹrẹsẹ.
ପ୍ରତ୍ୟେକ ଉପତ୍ୟକା ଉଚ୍ଚ କରାଯିବ, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ ଓ ବକ୍ର ସଳଖ କରାଯିବ, ଆଉ ରଗଡ଼ା ସ୍ଥାନସବୁ ସମାନ କରାଯିବ;
5 Ògo Olúwa yóò sì di mí mọ̀, gbogbo ènìyàn lápapọ̀ ni yóò sì rí i. Nítorí ẹnu Olúwa ni ó ti sọ ọ́.”
ପୁଣି, ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ ଓ ଯାବତୀୟ ମର୍ତ୍ତ୍ୟ ଏକତ୍ର ତାହା ଦେଖିବେ; କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି।”
6 Ohùn kan wí pé, “Kígbe sókè.” Èmi sì sọ pé, “Igbe kí ni èmi ó ké?” “Gbogbo ènìyàn dàbí i koríko, àti gbogbo ògo wọn dàbí ìtànná igbó.
ଏକ ଜଣର ରବ କହେ, “ପ୍ରଚାର କର,” ତହିଁରେ ଜଣେ କହିଲା, “କଅଣ ପ୍ରଚାର କରିବା?” ମର୍ତ୍ତ୍ୟ ମାତ୍ର ତୃଣ ସ୍ୱରୂପ ଓ ତାହାର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପର ତୁଲ୍ୟ;
7 Koríko ń rọ ìtànná sì ń rẹ̀, nítorí èémí Olúwa ń fẹ́ lù wọ́n. Nítòótọ́ koríko ni àwọn ènìyàn.
ତୃଣ ଶୁଷ୍କ ହୋଇଯାଏ, ପୁଷ୍ପ ମ୍ଳାନ ହୁଏ; କାରଣ ତହିଁ ଉପରେ ସଦାପ୍ରଭୁଙ୍କର ଶ୍ୱାସବାୟୁ ବହେ, ନିଶ୍ଚୟ ଲୋକମାନେ ତୃଣ ସ୍ୱରୂପ।
8 Koríko ń rọ ìtànná sì ń rẹ̀, ṣùgbọ́n ọ̀rọ̀ Ọlọ́run wa dúró títí láé.”
ତୃଣ ଶୁଷ୍କ ହୋଇଯାଏ, ପୁଷ୍ପ ମଳିନ ହୁଏ; ମାତ୍ର ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।
9 Ìwọ tí o mú ìyìn ayọ̀ wá sí Sioni, lọ sí orí òkè gíga. Ìwọ tí ó mú ìyìn ayọ̀ wá sí Jerusalẹmu, gbé ohùn rẹ sókè pẹ̀lú ariwo, gbé e sókè, má ṣe bẹ̀rù; sọ fún àwọn ìlú u Juda, “Ọlọ́run rẹ nìyìí!”
ହେ ସିୟୋନ ନିକଟରେ ସୁସମାଚାର ପ୍ରଚାରକାରିଣୀ, ତୁମ୍ଭେ ଉଚ୍ଚ ପର୍ବତକୁ ଯାଅ; ହେ ଯିରୂଶାଲମ ନିକଟରେ ସୁସମାଚାର ପ୍ରଚାରକାରିଣୀ, ତୁମ୍ଭେ ବଳରେ ଉଚ୍ଚସ୍ୱର କର, ଉଚ୍ଚସ୍ୱର କର, ଭୟ କର ନାହିଁ; ଯିହୁଦାର ନଗରସମୂହକୁ କୁହ, “ହେଇ ଦେଖ, ତୁମ୍ଭମାନଙ୍କ ପରମେଶ୍ୱର!”
10 Wò ó, Olúwa Olódùmarè náà ń bọ̀ wá pẹ̀lú agbára, apá rẹ̀ sì ń jẹ ọba fún un. Wò ó, èrè rẹ̀ sì wà pẹ̀lú rẹ̀, àti ìdápadà rẹ̀ tí ń bá a bọ̀ wá.
ଦେଖ, ପ୍ରଭୁ ସଦାପ୍ରଭୁ ପରାକ୍ରମୀର ତୁଲ୍ୟ ଆସିବେ ଓ ତାହାଙ୍କର ବାହୁ ତାହାଙ୍କ ପାଇଁ କର୍ତ୍ତୃତ୍ୱ କରିବ; ଦେଖ, ତାହାଙ୍କ ସଙ୍ଗେ ତାହାଙ୍କର ପୁରସ୍କାର ଅଛି ଓ ତାହାଙ୍କ ଆଗରେ ତାହାଙ୍କର ପ୍ରତିଫଳ ଅଛି।
11 Ó ń tọ́ àwọn agbo rẹ̀ gẹ́gẹ́ bí olùṣọ́-àgùntàn: Ó kó àwọn ọ̀dọ́-àgùntàn ní apá rẹ̀. Ó sì gbé wọn súnmọ́ oókan àyà rẹ̀; ó sì fi pẹ̀lẹ́pẹ̀lẹ́ darí àwọn tí ó ní.
ସେ ମେଷପାଳକ ପରି ଆପଣା ପଲ ଚରାଇବେ, ମେଷଛୁଆମାନଙ୍କୁ ସେ ଆପଣା ବାହୁରେ ସଂଗ୍ରହ କରିବେ ଓ ଆପଣା କୋଳରେ ସେମାନଙ୍କୁ ବହି ନେବେ, ଆଉ ଦୁଗ୍ଧଦାୟିନୀମାନଙ୍କୁ ଧୀରେ ଧୀରେ ଚଳାଇବେ।
12 Ta ni ó tiwọn omi nínú kòtò ọwọ́ rẹ̀, tàbí pẹ̀lú ìbú ọwọ́ rẹ̀ tí ó wọn àwọn ọ̀run? Ta ni ó ti kó erùpẹ̀ ilẹ̀ ayé jọ nínú apẹ̀rẹ̀, tàbí kí ó wọn àwọn òkè ńlá lórí ìwọ̀n àti òkè kéékèèké nínú òsùwọ̀n?
କିଏ ଆପଣା ହସ୍ତର ପୋଷରେ ଜଳରାଶି ମାପିଅଛନ୍ତି, ଚାଖଣ୍ଡ ଦ୍ୱାରା ଆକାଶମଣ୍ଡଳର ପରିମାଣ କରିଅଛନ୍ତି ଓ ଗୌଣୀରେ ପୃଥିବୀର ଧୂଳିସବୁ ଭରିଅଛନ୍ତି, ପର୍ବତଗଣକୁ ନିକ୍ତିରେ ଓ ଉପପର୍ବତଗଣକୁ ତରାଜୁରେ ତୌଲି ଅଛନ୍ତି?
13 Ta ni ó ti mọ ọkàn Olúwa, tàbí tí ó ti tọ́ ọ ṣọ́nà gẹ́gẹ́ bí olùdámọ̀ràn rẹ̀?
ସଦାପ୍ରଭୁଙ୍କର ଆତ୍ମାକୁ କିଏ ଆଦେଶ ଦେଇଅଛି, ଅବା ମନ୍ତ୍ରୀ ହୋଇ କିଏ ତାହାଙ୍କୁ ଶିକ୍ଷା ଦେଇଅଛି?
14 Ta ni Olúwa ké sí kí ó là á lọ́yẹ àti ta ni ó kọ́ òun ní ọ̀nà tí ó tọ́? Ta ni ẹni náà tí ó kọ́ ọ ní ọgbọ́n tàbí tí ó fi ipa ọ̀nà òye hàn án?
ସେ କାହାର ସହିତ ମନ୍ତ୍ରଣା କଲେ, କିଏ ତାହାଙ୍କୁ ଶିକ୍ଷା ଦେଲା ଓ ବିଚାରର ପଥ ତାହାଙ୍କୁ ଶିଖାଇଲା ଓ ଜ୍ଞାନ ଶିକ୍ଷା ଦେଲା ଓ ବିବେଚନାର ମାର୍ଗ ତାହାଙ୍କୁ ଦେଖାଇଲା?
15 Nítòótọ́ àwọn orílẹ̀-èdè dàbí i ẹ̀kún omi nínú garawa; a kà wọ́n sí gẹ́gẹ́ bí eruku lórí ìwọ̀n; ó wọn àwọn erékùṣù àfi bí eruku múnúmúnú ni wọ́n.
ଦେଖ, ଗୋଷ୍ଠୀୟମାନେ କଳସର ଜଳବିନ୍ଦୁ ପରି ଓ ନିକ୍ତିର ଧୂଳି କଣିକା ତୁଲ୍ୟ ଗଣ୍ୟ ଅଟନ୍ତି; ଦେଖ, ସେ ଦ୍ୱୀପସମୂହକୁ ଅତି କ୍ଷୁଦ୍ର ଦ୍ରବ୍ୟ ତୁଲ୍ୟ ଉଠାନ୍ତି।
16 Lebanoni kò tó fún pẹpẹ iná, tàbí kí àwọn ẹranko rẹ̀ kí ó tó fún ẹbọ sísun.
ପୁଣି, ଲିବାନୋନ ଜାଳ ପାଇଁ ଓ ତହିଁର ପଶୁଗଣ ହୋମବଳି ପାଇଁ ଯଥେଷ୍ଟ ନୁହନ୍ତି।
17 Níwájú rẹ̀ ni gbogbo orílẹ̀-èdè dàbí ohun tí kò sí; gbogbo wọn ló kà sí ohun tí kò wúlò tí kò tó ohun tí kò sí.
ସର୍ବଦେଶୀୟମାନେ ତାହାଙ୍କ ଛାମୁରେ ଅବସ୍ତୁ ମାତ୍ର; ସେମାନେ ତାହାଙ୍କ ନିକଟରେ ଅବସ୍ତୁରୁ ଲଘୁ ଓ ଅସାର ଗଣ୍ୟ ଅଟନ୍ତି।
18 Ta ni nígbà náà tí ìwọ yóò fi Ọlọ́run wé? Ère wo ni ìwọ yóò fi ṣe àkàwé rẹ̀?
ତେବେ ତୁମ୍ଭେମାନେ କାହା ସଙ୍ଗେ ପରମେଶ୍ୱରଙ୍କୁ ତୁଳନା କରିବ? ଅବା କେଉଁ ମୂର୍ତ୍ତିକୁ ତାହାଙ୍କ ସଦୃଶ କରିବ?
19 Ní ti ère, oníṣọ̀nà ni ó dà á, ti alágbẹ̀dẹ wúrà sì fi wúrà bò ó tí a sì ṣe ẹ̀wọ̀n ọ̀nà sílífà fún un.
ଶିଳ୍ପକର ପ୍ରତିମା ଛାଞ୍ଚରେ ଢାଳେ ଓ ସ୍ୱର୍ଣ୍ଣକାର ସୁବର୍ଣ୍ଣରେ ତାହା ମଣ୍ଡନ କରେ, ଆଉ ତହିଁ ନିମନ୍ତେ ରୂପା ଜଞ୍ଜିର ପ୍ରସ୍ତୁତ କରେ।
20 Ọkùnrin kan tí ó tálákà jù kí ó lè mú irú ọrẹ bẹ́ẹ̀ wá, wá igi tí kò le è rà. Ó wá oníṣọ̀nà tí ó láti ṣe àgbékalẹ̀ ère tí kì yóò le è ṣubú.
ଯେଉଁ ଲୋକ ଏହି ପ୍ରକାର ଉପହାର ପାଇଁ ଅତି ଦରିଦ୍ର, ସେ ଅପଚ୍ୟ କୌଣସି କାଷ୍ଠ ମନୋନୀତ କରେ, ସେ ଅଟଳ ଏକ ଖୋଦିତ ପ୍ରତିମା ନିର୍ମାଣ କରିବା ପାଇଁ ଜଣେ ନିପୁଣ ଶିଳ୍ପକରର ଅନ୍ୱେଷଣ କରେ।
21 Ǹjẹ́ o kò tí ì mọ̀ ìwọ kò tí ì gbọ́? A kò tí ì sọ fún ọ láti ìbẹ̀rẹ̀ wá? Ìwọ kò tí ì mọ láti ìgbà ìpìlẹ̀ ayé?
ତୁମ୍ଭେମାନେ କି ଜାଣି ନାହଁ? ତୁମ୍ଭେମାନେ କି ଶୁଣି ନାହଁ? ଆଦ୍ୟକାଳରୁ କି ତୁମ୍ଭମାନଙ୍କୁ ଜ୍ଞାତ କରାଯାଇ ନାହିଁ? ପୃଥିବୀର ପତ୍ତନଠାରୁ କି ତୁମ୍ଭେମାନେ ବୁଝି ନାହଁ?
22 Òun jókòó lórí ìtẹ́ ní òkè òbírí ilẹ̀ ayé, àwọn ènìyàn rẹ̀ sì dàbí i láńtata. Ó ta àwọn ọ̀run bí ìbòrí ìgúnwà, ó sì nà wọ́n jáde gẹ́gẹ́ bí àgọ́ láti gbé.
ସେ ଭୂମଣ୍ଡଳର ଉପରେ ଉପବିଷ୍ଟ ଓ ତନ୍ନିବାସୀଗଣ ଫଡ଼ିଙ୍ଗ ସ୍ୱରୂପ; ସେ ଚନ୍ଦ୍ରାତପ ତୁଲ୍ୟ ଆକାଶମଣ୍ଡଳ ପ୍ରସାରନ୍ତି, ପୁଣି ବସତି ନିମନ୍ତେ ତମ୍ବୁ ତୁଲ୍ୟ ତାହା ବିସ୍ତାରନ୍ତି;
23 Ó sọ àwọn ọmọ ọba di asán àti àwọn aláṣẹ ayé yìí ni ó ti sọ dòfo.
ସେ ଭୂପତିମାନଙ୍କୁ ଅକିଞ୍ଚିତ କରନ୍ତି; ସେ ପୃଥିବୀର ବିଚାରକର୍ତ୍ତାମାନଙ୍କୁ ମୂଲ୍ୟହୀନ କରନ୍ତି।
24 Gẹ́rẹ́ tí a ti gbìn wọ́n, kété tí a gbìn wọ́n, kété tí wọ́n fi gbòǹgbò múlẹ̀, bẹ́ẹ̀ ni ó fẹ́ atẹ́gùn lù wọ́n gbogbo wọn sì gbẹ, bẹ́ ni ìjì líle sì gbá wọn lọ gẹ́gẹ́ bí ìyàngbò.
ହଁ, ସେମାନେ ରୋପିତ ହୋଇ ନାହାନ୍ତି; ହଁ, ସେମାନେ ବୁଣାଯାଇ ନାହାନ୍ତି; ହଁ, ସେମାନଙ୍କ ଗଣ୍ଡିର ଚେର ଭୂମିରେ ମାଡ଼ି ନାହିଁ, ଆହୁରି ସେ ସେମାନଙ୍କ ଉପରେ ଫୁଙ୍କ ଦିଅନ୍ତି, ତହିଁରେ ସେମାନେ ଶୁଷ୍କ ହୁଅନ୍ତି ଓ ଘୂର୍ଣ୍ଣିବାୟୁ ନଡ଼ା ପରି ସେମାନଙ୍କୁ ଉଡ଼ାଇ ନିଏ।
25 “Ta ni ẹ ó fi mi wé? Tàbí ta ni ó bá mi dọ́gba?” ni Ẹni Mímọ́ wí.
ଏହେତୁ ସେହି ଧର୍ମସ୍ୱରୂପ କହନ୍ତି, ଆମ୍ଭେ ଯାହାର ସମାନ ହୋଇ ପାରିବୁ, ଏପରି କାହା ସଙ୍ଗରେ ତୁମ୍ଭେମାନେ ଆମ୍ଭର ଉପମା ଦେବ?
26 Gbé ojú rẹ sókè kí o sì wo àwọn ọ̀run. Ta ni ó dá àwọn wọ̀nyí? Ẹni tí ó mú àkójọpọ̀ àwọn ìràwọ̀ jáde wá ní ọ̀kọ̀ọ̀kan tí ó sì pè wọ́n ní orúkọ lọ́kọ̀ọ̀kan. Nítorí agbára ńlá àti ipá rẹ̀, ọ̀kan ṣoṣo nínú wọn kò sọnù.
ଊର୍ଦ୍ଧ୍ୱଦୃଷ୍ଟି କରି ଦେଖ, ଏହି ସମସ୍ତଙ୍କୁ କିଏ ସୃଷ୍ଟି କରିଅଛନ୍ତି? ସେ ସୈନ୍ୟସମୂହର ନ୍ୟାୟ ସଂଖ୍ୟାନୁସାରେ ସେମାନଙ୍କୁ ବାହାର କରି ଆଣନ୍ତି; ସେ, ସମସ୍ତର ନାମ ଧରି ସେମାନଙ୍କୁ ଡାକନ୍ତି; ତାହାଙ୍କ ପରାକ୍ରମର ମାହାତ୍ମ୍ୟ ଦ୍ୱାରା ଓ ସେ ଶକ୍ତିରେ ପ୍ରବଳ ହେବା ସକାଶୁ ସେମାନଙ୍କର ଗୋଟିଏ ହେଁ ଅନୁପସ୍ଥିତ ହୁଏ ନାହିଁ।
27 Èéṣe tí o fi sọ, ìwọ Jakọbu? Àti tí o ṣàròyé, ìwọ Israẹli, “Ọ̀nà mi pamọ́ níwájú Olúwa; ìṣe mi ni a kò kọbi ara sí láti ọwọ́ Ọlọ́run mi”?
“ଆମ୍ଭର ପଥ ସଦାପ୍ରଭୁଙ୍କଠାରୁ ଗୁପ୍ତ ଓ ଆମ୍ଭର ବିଚାର ଆମ୍ଭ ପରମେଶ୍ୱରଙ୍କ ଜ୍ଞାନର ଅତୀତ,” ହେ ଯାକୁବ, ତୁମ୍ଭେ କାହିଁକି ଏହା କହୁଅଛ, ହେ ଇସ୍ରାଏଲ, ତୁମ୍ଭେ କାହିଁକି ଏହା କହୁଅଛ?
28 Ìwọ kò tí ì mọ̀? Ìwọ kò tí ì gbọ́? Olúwa òun ni Ọlọ́run ayérayé, Ẹlẹ́dàá gbogbo ìpẹ̀kun ilẹ̀ ayé. Agara kì yóò da bẹ́ẹ̀ ni kò ní ṣàárẹ̀, àti òye rẹ̀ ni ẹnikẹ́ni kò le ṣe òdínwọ̀n rẹ̀.
ତୁମ୍ଭେ କି ଜାଣି ନାହଁ? ତୁମ୍ଭେ କି ଶୁଣି ନାହଁ? ପୃଥିବୀର ପ୍ରାନ୍ତସକଳର ସୃଷ୍ଟିକର୍ତ୍ତା ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁ କ୍ଳାନ୍ତ ହୁଅନ୍ତି ନାହିଁ, କିମ୍ବା ଶ୍ରାନ୍ତ ହୁଅନ୍ତି ନାହିଁ; ତାହାଙ୍କର ବୁଦ୍ଧି ବୋଧର ଅଗମ୍ୟ।
29 Ó ń fi agbára fún àwọn aláàárẹ̀ ó sì fi kún agbára àwọn tí agara dá.
ସେ କ୍ଳାନ୍ତ ଲୋକକୁ ଶକ୍ତି ଦିଅନ୍ତି ଓ ବଳହୀନ ଲୋକର ବଳ ବଢ଼ାଇ ଦିଅନ୍ତି।
30 Àní, ó ń rẹ̀ wọ́n àwọn ọ̀dọ́, wọ́n ń rẹ̀wẹ̀sì, àwọn ọ̀dọ́mọkùnrin sì ń kọsẹ̀ wọ́n ṣubú;
ତରୁଣମାନେ ହେଁ କ୍ଳାନ୍ତ ଓ ଶ୍ରାନ୍ତ ହେବେ, ପୁଣି ଯୁବକମାନେ ନିତାନ୍ତ ପଡ଼ିଯିବେ;
31 ṣùgbọ́n àwọn tí ó gbẹ́kẹ̀lé Olúwa yóò sọ agbára wọn di ọ̀tun. Wọn yóò fìyẹ́ fò lókè bí idì; wọn yóò sáré àárẹ̀ kò ní mú wọn, wọn yóò rìn òòyì kò ní kọ́ wọn.
ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ; ସେମାନେ ଉତ୍କ୍ରୋଶ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ; ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ; ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ।