< Isaiah 4 >
1 Ní ọjọ́ náà, obìnrin méje yóò dì mọ́ ọkùnrin kan yóò sì wí pé, “Àwa ó máa jẹ oúnjẹ ara wa a ó sì pèsè aṣọ ara wa; sá à jẹ́ kí a máa fi orúkọ rẹ̀ pè wá. Mú ẹ̀gàn wa kúrò!”
ସେହି ଦିନ ସାତ ଜଣ ସ୍ତ୍ରୀ ଜଣେ ପୁରୁଷକୁ ଧରି କହିବେ, “ଆମ୍ଭେମାନେ ନିଜ ଅନ୍ନ ଭୋଜନ କରିବୁ ଓ ନିଜ ବସ୍ତ୍ର ପିନ୍ଧିବୁ; କେବଳ ତୁମ୍ଭ ନାମରେ ଆମ୍ଭେମାନେ ଖ୍ୟାତ ହେଉ; ତୁମ୍ଭେ ଆମ୍ଭମାନଙ୍କର ଅପମାନ ଦୂର କର।”
2 Ní ọjọ́ náà, ẹ̀ka Olúwa yóò ní ẹwà àti ògo, èso ilẹ̀ náà yóò sì jẹ́ ìgbéraga àti ògo àwọn ti ó sálà ní Israẹli.
ସେହି ଦିନ ଇସ୍ରାଏଲ ମଧ୍ୟରେ ବଞ୍ଚିଥିବା ଲୋକମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ଶାଖା ମନୋରମ ଓ ଗୌରବାନ୍ୱିତ ହେବ, ଆଉ ଦେଶର ଫଳ ଉତ୍ତମ ଓ ମନୋହର ହେବ।
3 Àwọn tí ó ṣẹ́kù ní Sioni, àwọn tí o kù ní Jerusalẹmu, ni a ó pè ní mímọ́, orúkọ àwọn ẹni tí a kọ mọ́ àwọn alààyè ní Jerusalẹmu.
ପୁଣି, ପ୍ରଭୁ ଯେତେବେଳେ ବିଚାରକ ଆତ୍ମା ଓ ଦାହକ ଆତ୍ମା ଦ୍ୱାରା ସିୟୋନର କନ୍ୟାଗଣର ମଳ ଧୌତ କରିବେ ଓ ଯିରୂଶାଲମ ମଧ୍ୟରୁ ତହିଁର ରକ୍ତ ଦୂର କରିଦେବେ;
4 Olúwa yóò wẹ ẹ̀gbin àwọn obìnrin Sioni kúrò yóò sì fọ gbogbo àbàwọ́n ẹ̀jẹ̀ kúrò ní Jerusalẹmu pẹ̀lú ẹ̀mí ìdájọ́ àti ẹ̀mí iná.
ସେତେବେଳେ ସିୟୋନରେ ଯେକେହି ଅବଶିଷ୍ଟ ଥାଏ ଓ ଯିରୂଶାଲମରେ ରହେ, ଅର୍ଥାତ୍, ଯିରୂଶାଲମସ୍ଥ ଜୀବିତ ଲୋକମାନଙ୍କ ମଧ୍ୟରେ ଯେ ପ୍ରତ୍ୟେକର ନାମ ଲିଖିତ ହୁଏ, ସେ ପବିତ୍ର ବୋଲି ବିଖ୍ୟାତ ହେବ।
5 Lẹ́yìn náà, Olúwa yóò dá sórí òkè Sioni àti sórí i gbogbo àwọn tí ó péjọpọ̀ síbẹ̀, kurukuru èéfín ní ọ̀sán àti ìtànṣán ọ̀wọ́-iná ní òru, lórí gbogbo ògo yìí ni ààbò yóò wà.
ଆଉ, ସଦାପ୍ରଭୁ ସିୟୋନ ପର୍ବତସ୍ଥ ସମୁଦାୟ ଆବାସ ଓ ତାହାର ସକଳ ସଭା ଉପରେ ଦିବସରେ ମେଘ ଓ ଧୂମ ଓ ରାତ୍ରିରେ ପ୍ରଜ୍ୱଳିତ ଅଗ୍ନିର ତେଜ ସୃଷ୍ଟି କରିବେ; କାରଣ ସମୁଦାୟ ପ୍ରତାପ ଉପରେ ଚନ୍ଦ୍ରାତପ ବିସ୍ତୃତ ହେବ।
6 Èyí ni yóò jẹ́ ààbò àti òjìji kúrò lọ́wọ́ ooru ọ̀sán, àti ààbò òun ibi ìsádi kúrò lọ́wọ́ ìjì àti òjò.
ପୁଣି, ଦିବସରେ ଗ୍ରୀଷ୍ମରୁ ଛାୟା ନିମନ୍ତେ, ଆଉ ଝଡ଼ ଓ ବୃଷ୍ଟିରୁ ଆଶ୍ରୟ ଓ ଆଚ୍ଛାଦନ ସ୍ଥାନ ସ୍ୱରୂପ ହେବା ନିମନ୍ତେ ଏକ ଆବାସ ହେବ।