< Isaiah 34 >

1 Súnmọ́ tòsí, ẹ̀yin orílẹ̀-èdè láti gbọ́, tẹ́tí sílẹ̀ ẹ̀yin ènìyàn jẹ́ kí ayé gbọ́, àti ẹ̀kún rẹ̀, ayé àti ohun gbogbo tí ó ti inú rẹ̀ jáde.
ହେ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର, ହେ ଗୋଷ୍ଠୀଗଣ, ତୁମ୍ଭେମାନେ ମନୋଯୋଗ କର; ପୃଥିବୀ ଓ ତତ୍ପୂର୍ଣ୍ଣତା ଶ୍ରବଣ କରୁ; ଜଗତ ଓ ତଦୁତ୍ପନ୍ନସକଳ ପଦାର୍ଥ ଶ୍ରବଣ କରୁ।
2 Nítorí ìbínú Olúwa ń bẹ lára gbogbo orílẹ̀-èdè, àti ìrunú rẹ̀ lórí gbogbo ogun wọn: o ti fi wọ́n fún pípa.
କାରଣ ଦେଶୀୟ ସମସ୍ତଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କର କ୍ରୋଧ ଓ ସେମାନଙ୍କର ସମସ୍ତ ସୈନ୍ୟସାମନ୍ତର ପ୍ରତିକୂଳରେ ତାହାଙ୍କର ପ୍ରଚଣ୍ଡ କୋପ ଅଛି; ସେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ସେ ସେମାନଙ୍କୁ ହତ ହେବା ନିମନ୍ତେ ସମର୍ପଣ କରିଅଛନ୍ତି।
3 Àwọn ti a pa nínú wọn ni a ó sì jù sóde, òórùn wọn yóò ti inú òkú wọn jáde, àwọn òkè ńlá yóò sì yọ̀ nínú ẹ̀jẹ̀ wọn.
ସେମାନଙ୍କର ହତ ଲୋକମାନେ ବାହାରେ ନିକ୍ଷିପ୍ତ ହେବେ, ସେମାନଙ୍କ ଶବରୁ ଦୁର୍ଗନ୍ଧ ଉଠିବ ଓ ସେମାନଙ୍କ ରକ୍ତରେ ପର୍ବତମାନ ତରଳି ଯିବ।
4 Gbogbo àwọn ogun ọ̀run ni yóò di yíyọ́, a ó sì ká àwọn ọ̀run jọ bí i tákàdá, gbogbo ogun wọn yóò si ṣubú lulẹ̀, bí ewé ti n bọ́ kúrò lára àjàrà, àti bí i bíbọ́ èso lára igi ọ̀pọ̀tọ́.
ପୁଣି, ଆକାଶମଣ୍ଡଳର ସୈନ୍ୟ ସମସ୍ତେ କ୍ଷୟ ପାଇବେ ଓ ଗଗନମଣ୍ଡଳ ନଳାକାର ପୁସ୍ତକ ତୁଲ୍ୟ ଗୁଡ଼ା ହେବ; ଆଉ, ଯେପରି ଦ୍ରାକ୍ଷାଲତାର ଜୀର୍ଣ୍ଣପତ୍ର ଓ ଡିମ୍ବିରି ବୃକ୍ଷର ଜୀର୍ଣ୍ଣପତ୍ର, ସେହିପରି ସେମାନଙ୍କର ସୈନ୍ୟସାମନ୍ତସବୁ କ୍ଷୟ ପାଇବେ।
5 Nítorí ti a rẹ idà mi ní ọ̀run, kíyèsi í, yóò sọ̀kalẹ̀ wá sórí Edomu, sórí àwọn ènìyàn tí mo ti parun fún ìdájọ́.
କାରଣ ଆମ୍ଭର ଖଡ୍ଗ ସ୍ୱର୍ଗରେ ପରିତୃପ୍ତ ରୂପେ ପାନ କରିଅଛି; ଦେଖ, ବିଚାର ସାଧନାର୍ଥେ ତାହା ଇଦୋମର ଓ ଆମ୍ଭର ଅଭିଶପ୍ତ ଲୋକମାନଙ୍କର ଉପରେ ପଡ଼ିବ।
6 Idà Olúwa kún fún ẹ̀jẹ̀ a mú un sanra fún ọ̀rá, àti fún ẹ̀jẹ̀ ọ̀dọ́-àgùntàn àti ewúrẹ́, fún ọ̀rá ìwé àgbò— nítorí Olúwa ni ìrúbọ kan ní Bosra, àti ìpakúpa ńlá kan ní ilẹ̀ Edomu.
ସଦାପ୍ରଭୁଙ୍କ ଖଡ୍ଗ ରକ୍ତରେ ପରିତୃପ୍ତ, ମେଦରେ ଓ ଛାଗଗଣର ଗୁର୍ଦାର ମେଦରେ ପୁଷ୍ଟ ହୋଇଅଛି; କାରଣ ବସ୍ରାରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଓ ଇଦୋମ ଦେଶରେ ଏକ ମହାହତ୍ୟାକାଣ୍ଡ ହେବ।
7 Àti àwọn àgbáǹréré yóò ba wọn sọ̀kalẹ̀ wá, àti àwọn ẹgbọrọ màlúù pẹ̀lú àwọn akọ màlúù, ilé wọn ni a ó fi ẹ̀jẹ̀ rin, a ó sì fi ọ̀rá sọ ekuru wọn di ọlọ́ràá.
ପୁଣି, ସେମାନଙ୍କ ସଙ୍ଗେ ବନ୍ୟଗୋରୁ, ବୃଷଭ ସଙ୍ଗେ ଯୁବା ବୃଷ ଆସିବେ; ତହିଁରେ ସେମାନଙ୍କ ଦେଶ ରକ୍ତରେ ମତ୍ତ ଓ ସେମାନଙ୍କ ଧୂଳି ମେଦରେ ପୁଷ୍ଟ ହେବ।
8 Nítorí ọjọ́ ẹ̀san Olúwa ni, àti ọdún ìsanpadà, nítorí ọ̀ràn Sioni.
କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧର ଦିନ, ଏହା ସିୟୋନର ବିବାଦ ସମ୍ବନ୍ଧୀୟ ପ୍ରତିଫଳର ବର୍ଷ।
9 Odò rẹ̀ ni a ó sì sọ di ọ̀dà, àti eruku rẹ̀ di imí-ọjọ́, ilẹ̀ rẹ̀ yóò sì di ọ̀dà tí ń jóná.
ପୁଣି, ତହିଁର ସ୍ରୋତସବୁ ଝୁଣାରେ, ତହିଁର ଧୂଳି ଗନ୍ଧକରେ ପରିଣତ ହେବ ଓ ତହିଁର ଭୂମି ପ୍ରଜ୍ୱଳିତ ଝୁଣା ହେବ।
10 A kì yóò pa á ní òru tàbí ní ọ̀sán; èéfín rẹ̀ yóò gòkè láéláé: yóò dahoro láti ìran dé ìran, kò sí ẹnìkan tí yóò là á kọjá láé àti láéláé.
ତାହା ଦିବାରାତ୍ର ନିର୍ବାଣ ହେବ ନାହିଁ; ତହିଁର ଧୂମ ସଦାକାଳ ଉଠିବ; ପୁରୁଷାନୁକ୍ରମେ ତାହା ମରୁଭୂମି ହୋଇ ରହିବ; ଅନନ୍ତକାଳ ତାହାର ମଧ୍ୟଦେଇ କେହି ଗମନ କରିବ ନାହିଁ।
11 Òwìwí aginjù, àti àkàlà ni yóò ni ín, àti òwìwí àti ẹyẹ ìwò ni yóò máa gbé inú rẹ̀. Ọlọ́run yóò sì na sórí Edomu okùn ìwọ̀n ìparun àti òkúta òfo.
ମାତ୍ର ପାଣିଭେଳା ଓ ଝିଙ୍କ ତାହା ଅଧିକାର କରିବେ; ଆଉ, ପେଚା ଓ ଡାମରା କାଉ ତହିଁ ମଧ୍ୟରେ ବାସ କରିବେ; ପୁଣି, ସେ ତହିଁ ଉପରେ ଅବସ୍ତୁତାରୂପ ମାନରଜ୍ଜୁ ଓ ଶୂନ୍ୟତାରୂପ ଓଳମ ଟାଣିବେ।
12 Ní ti àwọn ìjòyè rẹ̀ ẹnìkan kì yóò sí níbẹ̀ tiwọn ó pè wá sí ìjọba, gbogbo àwọn olórí i rẹ̀ yóò sì di asán.
ସେମାନେ ତହିଁର କୁଳୀନମାନଙ୍କୁ ରାଜତ୍ୱ କରିବାକୁ ଡାକିବେ; ମାତ୍ର କେହି ସେଠାରେ ନ ଥିବେ ଓ ତହିଁର ଅଧିପତି ସମସ୍ତେ ଲୁପ୍ତ ହେବେ।
13 Ẹ̀gún yóò sì hù jáde nínú àwọn ààfin rẹ̀ wọ̀nyí, ẹ̀gún ọ̀gán nínú ìlú olódi rẹ̀. Yóò jẹ́ ibùgbé àwọn akátá àti àgbàlá fún àwọn òwìwí.
ତହିଁର ଅଟ୍ଟାଳିକାସକଳରେ କଣ୍ଟକ ଓ ତହିଁର ଦୁର୍ଗସବୁରେ ବିଛୁଆତି, କଣ୍ଟକଲତା ବଢ଼ିବ, ତାହା ଶୃଗାଳଗଣର ବାସସ୍ଥାନ ଓ ଓଟପକ୍ଷୀଗଣର ଚରାସ୍ଥାନ ହେବ।
14 Àwọn ẹranko ijù àti àwọn ìkookò ni yóò pàdé, àti ewúrẹ́ igbó kan yóò máa kọ sí èkejì rẹ̀, iwin yóò máa gbé ibẹ̀ pẹ̀lú, yóò sì rí ibi ìsinmi fún ara rẹ̀.
ପୁଣି, ସେଠାରେ ବନ୍ୟ ପଶୁଗଣ କେନ୍ଦୁଆମାନଙ୍କ ସଙ୍ଗେ ମିଳିବେ ଓ ଛାଗ ଦେବତା ଆପଣା ସଙ୍ଗୀକୁ ଡାକିବ; ଆହୁରି, ନିଶାଚର ସେଠାରେ ବାସ କରି ବିଶ୍ରାମ-ସ୍ଥାନ ପାଇବ।
15 Òwìwí yóò tẹ́ ìtẹ́ rẹ̀ síbẹ̀, yóò yé, yóò sì pa, yóò sì kójọ lábẹ́ òjìji rẹ̀: àwọn gúnnugún yóò péjọ síbẹ̀ pẹ̀lú, olúkúlùkù pẹ̀lú ẹnìkejì rẹ̀.
ସେହି ସ୍ଥାନରେ ଡିଆଁ ସର୍ପ ଆପଣା ବସା କରି ଡିମ୍ବ ଦେବ ଓ ଛୁଆ ଫୁଟାଇ ଆପଣା ଛାୟା ତଳେ ଏକତ୍ର କରିବ; ଆହୁରି, ଚିଲମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗିନୀ ସହିତ ସେଠାରେ ଏକତ୍ର ହେବେ।
16 Ẹ wo ìwé Olúwa, kí ẹ sì kà. Ọ̀kan nínú ìwọ̀nyí kì yóò yẹ̀, kò sí ọ̀kan tí yóò fẹ́ èkejì rẹ̀ kù: nítorí Olúwa ti pàṣẹ ẹnu rẹ̀ ló sì fi kó wọn jọ Ẹ̀mí rẹ̀ ló sì fi tò wọ́n jọ.
ତୁମ୍ଭେମାନେ ସଦାପ୍ରଭୁଙ୍କ ନଳାକାର ପୁସ୍ତକରୁ ଅନୁସନ୍ଧାନ କରି ପାଠ କର; ଏମାନଙ୍କ ମଧ୍ୟରୁ କେହି ଅନୁପସ୍ଥିତ ହେବ ନାହିଁ, କେହି ଆପଣା ସଙ୍ଗିନୀବିହୀନ ହେବ ନାହିଁ; କାରଣ ମୋʼ ମୁଖ ଦ୍ୱାରା ସେ ଏହା ଆଜ୍ଞା କରିଅଛନ୍ତି ଓ ତାହାଙ୍କର ଆତ୍ମା ସେମାନଙ୍କୁ ସଂଗ୍ରହ କରିଅଛି।
17 Ó ti di ìbò fún wọn, ọwọ́ rẹ̀ sì ti pín in fún wọn nípa títa okùn, wọn ó jogún rẹ̀ láéláé, láti ìran dé ìran ni wọn ó máa gbé inú rẹ̀.
ପୁଣି, ସେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି ଓ ତାହାଙ୍କର ହସ୍ତ ପରିମାପକ ରଜ୍ଜୁ ଦ୍ୱାରା ତାହା ବିଭାଗ କରି ସେମାନଙ୍କୁ ଦେଇଅଛି; ସେମାନେ ତାହା ସଦାକାଳ ଅଧିକାର କରିବେ, ସେମାନେ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରିବେ।

< Isaiah 34 >