< Isaiah 32 >

1 Wò ó, ọba kan yóò jẹ nínú òdodo àwọn olórí yóò máa fi ìdájọ́ ṣe àkóso.
ଦେଖ, ଏକ ରାଜା ଧର୍ମାନୁସାରେ ରାଜତ୍ୱ କରିବେ ଓ ଅଧିପତିମାନେ ନ୍ୟାୟାନୁସାରେ ଶାସନ କରିବେ।
2 Ẹnìkọ̀ọ̀kan yóò jẹ́ bí ibi ìṣápamọ́ kúrò lọ́wọ́ afẹ́fẹ́ àti ààbò kúrò lọ́wọ́ ìjì, gẹ́gẹ́ bí odò omi ní ilẹ̀ aṣálẹ̀, àti bí òjìji àpáta ńlá ní ilẹ̀ gbígbẹ.
ପୁଣି, ପ୍ରତ୍ୟେକେ ବତାସରୁ ଆଶ୍ରୟ ସ୍ଥାନ ଓ ଝଡ଼ରୁ ଆଶ୍ରୟ, ଶୁଷ୍କ ସ୍ଥାନରେ ଜଳସ୍ରୋତ, ଶ୍ରାନ୍ତିଜନକ ଭୂମିରେ ବୃହତ ଶୈଳର ଛାୟା ସ୍ୱରୂପ ହେବେ।
3 Nígbà náà ni ojú àwọn tí ó rí kò ní padé mọ́, àti etí àwọn tí ó gbọ́ yóò tẹ́tí sílẹ̀.
ପୁଣି, ଦର୍ଶକମାନଙ୍କ ଚକ୍ଷୁ ଧନ୍ଦଳା ହେବ ନାହିଁ ଓ ଶ୍ରୋତାମାନଙ୍କର କର୍ଣ୍ଣ ମନୋଯୋଗ କରିବ।
4 Ọkàn àwọn oníwàdùwàdù ni yóò là tí yóò sì yè, àti ahọ́n tí ń kólòlò ni yóò là geerege.
ଆହୁରି, ଅବିବେଚକର ଚିତ୍ତ ଜ୍ଞାନ ପାଇବ ଓ ତୋତଲାମାନଙ୍କର ଜିହ୍ୱା ସହଜରେ ସ୍ପଷ୍ଟ କଥା କହିବ।
5 A kò ní pe òmùgọ̀ ní ọlọ́lá mọ́ tàbí kí a fi ọ̀wọ̀ tí ó ga jù fún aláìlóòótọ́ ènìyàn.
ମୂଢ଼ ଲୋକ ମହାତ୍ମା ବୋଲି ଓ ଖଳ ଲୋକ ଉଦାର ବୋଲି ଆଉ ବିଖ୍ୟାତ ହେବ ନାହିଁ।
6 Nítorí òmùgọ̀ sọ̀rọ̀ òmùgọ̀, ọkàn rẹ̀ kún fún ìwà ibi: òun hùwà àìwà-bí-Ọlọ́run ó sì ń tan àṣìṣe tí ó kan Olúwa kalẹ̀; ẹni ebi ń pa ló fi sílẹ̀ lófo àti fún àwọn tí òǹgbẹ ń gbẹ ni ó mú omi kúrò.
କାରଣ ପାଷାଣ୍ଡତା ବ୍ୟବହାର କରିବା ପାଇଁ ଓ ସଦାପ୍ରଭୁଙ୍କ ପ୍ରତିକୂଳରେ ଭ୍ରାନ୍ତିର କଥା କହିବା ପାଇଁ, କ୍ଷୁଧିତର ପ୍ରାଣ ଶୂନ୍ୟ କରିବା ପାଇଁ ଓ ତୃଷିତର ଜଳ ବାରଣ କରିବା ପାଇଁ ମୂଢ଼ ଲୋକ ଦୁଷ୍ଟତାର କଥା କହିବ ଓ ତାହାର ହୃଦୟ ଅଧର୍ମ କଳ୍ପନା କରିବ।
7 Ibi ni gbogbo ọgbọ́n àwọn ìkà ènìyàn jẹ́, ó ń gba èrò búburú láti fi ọ̀rọ̀ èké pa tálákà run, bí ó tilẹ̀ jẹ́ pé ẹ̀bẹ̀ aláìní sì tọ̀nà.
ଆହୁରି, ଖଳ ଲୋକର ଉପାୟସବୁ ମନ୍ଦ; ସେ ନମ୍ର ଲୋକକୁ, ଅର୍ଥାତ୍‍, ଯଥାର୍ଥ କଥା କହିବା ବେଳେ ଦୀନହୀନକୁ ମିଥ୍ୟା କଥା ଦ୍ୱାରା ନାଶ କରିବା ପାଇଁ କୁସଂକଳ୍ପ କଳ୍ପନା କରେ।
8 Ṣùgbọ́n ọlọ́lá ènìyàn a máa pète ohun ńlá àti nípa èrò rere ni yóò dúró.
ମାତ୍ର ମହାତ୍ମା ମାହାତ୍ମ୍ୟର ମନ୍ତ୍ରଣା କରେ ଓ ସେ ମାହାତ୍ମ୍ୟର ଚେଷ୍ଟାରେ ସ୍ଥିର ରହିବ।
9 Ẹ̀yin obìnrin tí ẹ ti gba ìtẹ́lọ́rùn gidi ẹ dìde kí ẹ tẹ́tí sí mi, ẹ̀yin ọ̀dọ́mọbìnrin tí ọkàn yín ti balẹ̀, ẹ gbọ́ ohun tí mo fẹ́ sọ!
ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ ଉଠି ମୋହର ରବ ଶୁଣ, ହେ ନିଶ୍ଚିନ୍ତା କନ୍ୟାଗଣ, ମୋʼ ବାକ୍ୟରେ କର୍ଣ୍ଣପାତ କର।
10 Ní ó lé díẹ̀ ní ọdún kan ẹ̀yin tí ọkàn an yín balẹ̀ yóò wárìrì; ìkórè àjàrà kò ní múnádóko, bẹ́ẹ̀ ni ìkórè èso kò ní sí.
ହେ ନିଶ୍ଚିନ୍ତା ନାରୀଗଣ, ତୁମ୍ଭେମାନେ ଏକ ବର୍ଷର ଉପରେ କେତେକ ଦିନ ଉଦ୍‍ବିଗ୍ନା ହେବ; କାରଣ ଦ୍ରାକ୍ଷାଫଳର ଅଭାବ ହେବ, ଫଳ ଅମଳର ସମୟ ଆସିବ ନାହିଁ।
11 Wárìrì, ẹ̀yin obìnrin onítẹ̀lọ́rùn; bẹ̀rù, ẹ̀yin ọ̀dọ́mọbìnrin tí ẹ rò pé ọkàn yín balẹ̀! Ẹ bọ́ aṣọ yín kúrò, ẹ ró aṣọ ọ̀fọ̀ mọ́ ẹ̀gbẹ́ yín.
ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ କମ୍ପିତା ହୁଅ; ହେ ନିଶ୍ଚିନ୍ତାମାନେ, ଉଦ୍‍ବିଗ୍ନା ହୁଅ; ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ ତୁମ୍ଭମାନଙ୍କ କଟିଦେଶରେ ଚଟ ବାନ୍ଧ।
12 Ẹ lu ọmú yín fún pápá ìgbádùn náà, fún àwọn àjàrà eléso
ସେମାନେ ମନୋରମ କ୍ଷେତ୍ର ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଛାତିରେ ମାରି ହେବେ।
13 àti fún ilẹ̀ àwọn ènìyàn mi, ilẹ̀ tí ó ti kún fún ẹ̀gún àti ẹ̀wọ̀n, bẹ́ẹ̀ ni, kẹ́dùn fún gbogbo ilé ìtura àti fún ìlú àríyá yìí.
ମୋʼ ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳି ବୃକ୍ଷମୟ ହେବ; ହଁ, ଉଲ୍ଲାସପ୍ରିୟ ନଗରର ଯାବତୀୟ ଆନନ୍ଦ-ଗୃହ ତାହା ହିଁ ହେବ;
14 Ilé olódi ni a ó kọ̀sílẹ̀, ìlù aláriwo ni a ó kọ̀ tì; ilé olódi àti ilé ìṣọ́ ni yóò di ihò títí láéláé, ìdùnnú àwọn kẹ́tẹ́kẹ́tẹ́ àti pápá oko fún àwọn ẹran ọ̀sìn,
କାରଣ, ରାଜପୁରୀ ପରିତ୍ୟକ୍ତ ହେବ ଓ ଜନପୂର୍ଣ୍ଣ ନଗର ଜନଶୂନ୍ୟ ହେବ; ଗିରି ଓ ପ୍ରହରୀ-ଦୁର୍ଗ ଚିରକାଳ ଗୁହାମୟ, ବନଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବ;
15 títí a ó fi tú Ẹ̀mí sí wa lórí láti òkè wá, àti ti aṣálẹ̀ tí yóò dí pápá oko ọlọ́ràá àti tí pápá ọlọ́ràá yóò dàbí ẹgàn.
ଶେଷରେ ଊର୍ଦ୍ଧ୍ୱରୁ ଆମ୍ଭମାନଙ୍କ ଉପରେ ଆତ୍ମା ଢଳା ଗଲେ ପ୍ରାନ୍ତର ଉର୍ବରା କ୍ଷେତ୍ର ହେବ ଓ ଉର୍ବରା କ୍ଷେତ୍ର ଅରଣ୍ୟ ବୋଲି ଗଣାଯିବ।
16 Ẹ̀tọ́ yóò máa gbé ní inú aṣálẹ̀ àti òdodo yóò sì máa gbé ní pápá oko ọlọ́ràá.
ସେତେବେଳେ ପ୍ରାନ୍ତରରେ ନ୍ୟାୟବିଚାର ବାସ କରିବ ଓ ଉର୍ବରା କ୍ଷେତ୍ରରେ ଧାର୍ମିକତା ବସତି କରିବ।
17 Èso òdodo náà yóò sì jẹ́ àlàáfíà; àbájáde òdodo yóò sì jẹ́ ìdákẹ́ jẹ́ẹ́ àti ìgbẹ́kẹ̀lé títí láé.
ପୁଣି, ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବ; ଆଉ, ଧାର୍ମିକତାର ଫଳ ନିତ୍ୟ ସୁସ୍ଥିରତା ଓ ନିର୍ଭୟତା ହେବ।
18 Àwọn ènìyàn mi yóò máa gbé ní ibùgbé àlàáfíà, ní ibùgbé ìdánilójú, ní àwọn ibi ìsinmi tí ó parọ́rọ́.
ପୁଣି, ମୋହର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ଦୃଢ଼ ଆବାସରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ।
19 Bí ó tilẹ̀ jẹ́ pé yìnyín ti tẹ́jú igbó pẹrẹsẹ àti tí ojú ìlú ti tẹ́ pẹrẹsẹ pátápátá,
ମାତ୍ର ଅରଣ୍ୟର ପତନରେ ଶିଳାବୃଷ୍ଟି ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ନିପାତିତ ହେବ।
20 báwo ni ẹ ó ti jẹ́ alábùkún tó, nípa gbígbin irúgbìn sí ipa odò gbogbo, àti nípa jíjẹ́ kí àwọn màlúù yín àti àwọn kẹ́tẹ́kẹ́tẹ́ jẹ láìsí ìdíwọ́.
ସଜଳ ସ୍ଥାନସବୁରେ ବୀଜ ବୁଣୁଅଛ ଓ ଗୋରୁ ଗର୍ଦ୍ଦଭକୁ ବାହାରେ ପଠାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ।

< Isaiah 32 >