< Isaiah 21 >

1 Ọ̀rọ̀-ìmọ̀ tí ó kan aginjù lẹ́bàá Òkun. Gẹ́gẹ́ bí ìjì líle ti í jà kọjá ní gúúsù, akógunjàlú kan wá láti aginjù, láti ilẹ̀ ìpayà.
ସାଗର ସମୀପସ୍ଥ ପ୍ରାନ୍ତର ବିଷୟକ ଭାବବାଣୀ। ତାହା ଦକ୍ଷିଣ ଦିଗରେ ଅତି ବେଗରେ ଅଗ୍ରସର ଘୂର୍ଣ୍ଣିବାୟୁ ତୁଲ୍ୟ ପ୍ରାନ୍ତରରୁ, ଏକ ଭୟଙ୍କର ଦେଶରୁ ଆସୁଅଛି।
2 Ìran tí a ń fojú ṣọ́nà fún ni a ti fihàn mí ọlọ̀tẹ̀ ti tu àṣírí, fọ́lé fọ́lé ti kẹ́rù. Elamu kojú ìjà! Media ti tẹ̀gùn! Èmi yóò mú gbogbo ìpayínkeke dópin, ni ó búra.
ଏକ ଦୁଃଖଦାୟକ ଦର୍ଶନ ଆମ୍ଭ ପ୍ରତି ପ୍ରକାଶିତ ହୋଇଅଛି; ବିଶ୍ୱାସଘାତକ ବିଶ୍ୱାସଘାତକତା କରୁଅଛି ଓ ଲୁଟିତକାରୀ ଲୁଟୁଅଛି। ହେ ଏଲମ୍‍, ଉପରକୁ ଯାଅ; ହେ ମାଦୀୟେ, ଅବରୋଧ କର; ମୁଁ ତହିଁର ହାହାକାର ଧ୍ୱନିସବୁ ନିବୃତ୍ତ କରିଅଛି।
3 Pẹ̀lú èyí, ìrora mu mi lára gírígírí, ìrora gbá mi mú, gẹ́gẹ́ bí i ti obìnrin tí ń rọbí, mo ta gbọ̀nọ́ngbọ̀nọ́n nítorí ohun tí mo gbọ́, ọkàn mi pòruurù nípa ohun tí mo rí.
ଏନିମନ୍ତେ ମୋହର କଟିଦେଶ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି; ପ୍ରସବକାରିଣୀର ବେଦନା ତୁଲ୍ୟ ବେଦନା ମୋତେ ଆକ୍ରାନ୍ତ କରିଅଛି; ମୁଁ ଏପରି ବ୍ୟଥିତ ଯେ, ମୁଁ ଶୁଣି ପାରୁ ନାହିଁ; ମୁଁ ଏପରି ବିହ୍ୱଳ ଯେ, ମୁଁ ଦେଖି ପାରୁ ନାହିଁ।
4 Ọkàn mí dàrú, ẹ̀rù mú jìnnìjìnnì bá mi, ìmọ́lẹ̀ tí mo ti ń fẹ́ ẹ́ rí ti wá di ìpayà fún mi.
ମୋହର ହୃଦୟ ଧକାଉ ଅଛି, ମହାତ୍ରାସ ମୋତେ ଭୀତ କରାଉଅଛି; ଯେଉଁ ସନ୍ଧ୍ୟାକାଳ ମୁଁ ବାଞ୍ଛା କଲି, ତାହା ମୋʼ ପ୍ରତି ଥରହରର କାରଣ ହୋଇଅଛି।
5 Wọ́n tẹ́ tábìlì, wọ́n tẹ́ ẹní àtẹ́ẹ̀ká, wọ́n jẹ, wọ́n mu! Dìde nílẹ̀, ẹ̀yin ọmọ-aládé, ẹ fi òróró kún asà yín!
ସେମାନେ ମେଜ ସଜାନ୍ତି, ସେମାନେ ପ୍ରହରୀ ନିଯୁକ୍ତ କରନ୍ତି, ସେମାନେ ଭୋଜନ କରନ୍ତି, ସେମାନେ ପାନ କରନ୍ତି; ହେ ଅଧିପତିମାନେ, ଉଠ, ଢାଲ ତୈଳାକ୍ତ କର।
6 Èyí ni ohun tí Olúwa sọ fún mi: “Lọ, kí o bojúwòde kí o sì wá sọ ohun tí ó rí.
କାରଣ, ପ୍ରଭୁ ମୋତେ ଏହି କଥା କହିଅଛନ୍ତି, “ଯାଅ, ଏକ ଜଣ ପ୍ରହରୀ ନିଯୁକ୍ତ କର; ସେ ଯାହା ଦେଖେ, ତାହା ପ୍ରକାଶ କରୁ;
7 Nígbà tí ó bá rí àwọn kẹ̀kẹ́ ogun àti àkójọpọ̀ àwọn ẹṣin, àwọn tó ń gun kẹ́tẹ́kẹ́tẹ́ tàbí àwọn tí ó gun ìbákasẹ, jẹ́ kí ó múra sílẹ̀, àní ìmúra gidigidi.”
ପୁଣି, ସେ ଯେତେବେଳେ ଏକ ଦଳ ସୈନ୍ୟ, ଦୁଇ ଦୁଇ ଅଶ୍ୱାରୋହୀ, ଏକ ଦଳ ଗର୍ଦ୍ଦଭାରୋହୀ ଓ ଏକ ଦଳ ଉଷ୍ଟ୍ରାରୋହୀ ଦେଖିବ, ସେତେବେଳେ ସେ ମନୋଯୋଗ-ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।”
8 Òun sì kígbe pé, kìnnìún kan, “Láti ọjọ́ dé ọjọ́, olúwa mi, mo dúró lórí ilé ìṣọ́ ní ọ̀sán, a sì fi mí ìṣọ́ mi ní gbogbo òru.
ତହିଁରେ ସେ ସିଂହ ତୁଲ୍ୟ ଉଚ୍ଚ ଶବ୍ଦ କରି କହିଲା, “ହେ ପ୍ରଭୁ, ମୁଁ ଦିନ ବେଳେ ନିରନ୍ତର ପ୍ରହରୀ-ଦୁର୍ଗରେ ଠିଆ ହୋଇଥାଏ ଓ କେତେକ ରାତ୍ରି ହେଲା ମୁଁ ଆପଣା ପହରା ସ୍ଥାନରେ ଅବସ୍ଥାପିତ ହୋଇଅଛି,
9 Wò ó, ọkùnrin kan ni ó ń bọ̀ wá yìí nínú kẹ̀kẹ́ ogun àti àkójọpọ̀ àwọn ẹṣin. Ó sì mú ìdáhùn padà wá: ‘Babeli ti ṣubú, ó ti ṣubú! Gbogbo àwọn ère òrìṣà rẹ̀ ló fọ́nká sórí ilẹ̀!’”
ଆଉ, ଦେଖ, ଏଠି ଏକ ଦଳ ଲୋକ ଦୁଇ ଦୁଇ ଅଶ୍ୱାରୋହୀ ହୋଇ ଆସୁଅଛନ୍ତି।” ଆହୁରି, ସେ ପ୍ରତ୍ୟୁତ୍ତର କରି କହିଲା, “ବାବିଲ ପଡ଼ିଲା; ପଡ଼ିଲା ଓ ତାହାର ଖୋଦିତ ପ୍ରତିମାସବୁ ଭାଙ୍ଗି ଭୂମିସାତ୍‍ ହେଲା।”
10 Ẹ̀yin ènìyàn mi, tí a gún mọ́lẹ̀ ní ilẹ̀ ìpakà, mo sọ ohun tí mo ti gbọ́ láti ọ̀dọ̀ Olúwa àwọn ọmọ-ogun, láti ọ̀dọ̀ Ọlọ́run Israẹli.
ହେ ମୋହର ମର୍ଦ୍ଦିତ ଓ ମୋʼ ଖମାରର ଶସ୍ୟ, ମୁଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଯାହା ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଇଲି।
11 Ọ̀rọ̀-ìmọ̀ tí ó kan Dumahi. Ẹnìkan ké sí mi láti Seiri wá, “Alóre, kí ló kù nínú òru náà?”
ଦୂମା ବିଷୟକ ଭାବବାଣୀ। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, “ପ୍ରହରୀ, କେତେ ରାତ୍ର ହେଲା? ପ୍ରହରୀ, କେତେ ରାତ୍ର ହେଲା?”
12 Alóre náà dáhùn wí pé, “Òwúrọ̀ súnmọ́ tòsí, àti òru náà pẹ̀lú. Bí ìwọ yóò bá béèrè, béèrè; kí o sì tún padà wá.”
ପ୍ରହରୀ କହିଲା, “ପ୍ରଭାତ ଆସୁଅଛି ଓ ରାତ୍ରି ହିଁ ଆସୁଅଛି; ତୁମ୍ଭେମାନେ ଯଦି ପଚାରିବ, ପଚାର; ତୁମ୍ଭେମାନେ ଫେର, ଆସ।”
13 Ọ̀rọ̀-ìmọ̀ tí ó kan Arabia. Ẹ̀yin ẹgbẹ́ èrò ti Dedani, tí ó pàgọ́ sínú igbó Arabia,
ଆରବ ବିଷୟକ ଭାବବାଣୀ। ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରି ଯାପନ କରିବ।
14 gbé omi wá fún àwọn tí òǹgbẹ ń gbẹ; ẹ̀yin tí ó ń gbé Tema, gbé oúnjẹ wá fún àwọn ìsáǹsá.
ଯେଉଁ ଜନ ତୃଷିତ ଥିଲା, ସେମାନେ ତାହା ନିକଟକୁ ଜଳ ଆଣିଲେ; ତେମା ଦେଶବାସୀମାନେ ଭକ୍ଷ୍ୟ ନେଇ ପଳାତକମାନଙ୍କ ସଙ୍ଗେ ସାକ୍ଷାତ କଲେ।
15 Wọ́n sá kúrò lọ́wọ́ idà, kúrò lọ́wọ́ idà tí a fàyọ, kúrò lọ́wọ́ ọrun tí a fàyọ àti kúrò nínú ìgbóná ogun.
କାରଣ ସେମାନେ ଖଡ୍ଗରୁ, ନିଷ୍କୋଷ ଖଡ୍ଗରୁ, ଗୁଣଦିଆ ଧନୁରୁ ଓ କ୍ଲେଶଜନକ ଯୁଦ୍ଧରୁ ପଳାଇଲେ।
16 Èyí ni ohun tí Olúwa sọ fún mi: “Láàrín ọdún kan, gẹ́gẹ́ bí ìwọ̀fà tí ó wà lábẹ́ ọgbà, í ti í kà á, gbogbo ògo ìlú Kedari yóò wá sí òpin.
ଯେହେତୁ ସଦାପ୍ରଭୁ ମୋତେ କହିଅଛନ୍ତି, “ବେତନଜୀବୀର ବର୍ଷ ପ୍ରମାଣେ ଏକ ବର୍ଷ ମଧ୍ୟରେ କେଦାରର ସକଳ ପ୍ରତାପ ଲୁପ୍ତ ହେବ;
17 Àwọn tafàtafà tí ó sálà, àwọn jagunjagun ìlú Kedari kò ní tó nǹkan.” Olúwa, Ọlọ́run Israẹli ni ó ti sọ̀rọ̀.
ଆଉ, କେଦାର ବଂଶୀୟ ବୀରଗଣ ମଧ୍ୟରେ ଅଳ୍ପସଂଖ୍ୟକ ଧନୁର୍ଦ୍ଧାରୀ ଅବଶିଷ୍ଟ ରହିବେ କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।”

< Isaiah 21 >