< Isaiah 15 >
1 Ọ̀rọ̀-ìmọ̀ tí ó kan Moabu, a pa Ari run ní Moabu, òru kan ní a pa á run! A pa Kiri run ní Moabu, òru kan ní a pa á run!
ମୋୟାବ ବିଷୟକ ଭବିଷ୍ୟତବାଣୀ। ମୋୟାବର ଆର ନଗର ଏକ ରାତ୍ରି ମଧ୍ୟରେ ଉଚ୍ଛିନ୍ନ ଓ ଧ୍ୱଂସିତ ହେଲା; ଏକ ରାତ୍ରି ମଧ୍ୟରେ ମୋୟାବର କୀର୍ ନଗର ଉଚ୍ଛିନ୍ନ ଓ ଧ୍ୱଂସିତ ହେଲା।
2 Diboni gòkè lọ sí tẹmpili rẹ̀, sí àwọn ibi gíga rẹ̀ láti sọkún, Moabu pohùnréré lórí Nebo àti Medeba. Gbogbo orí ni a fá gbogbo irùngbọ̀n ni a gé dànù.
ସେ ରୋଦନ କରିବା ପାଇଁ ବୈଥତ୍କୁ ଓ ଦୀବୋନ୍କୁ, ଉଚ୍ଚସ୍ଥଳୀକି ଯାଇଅଛି; ନବୋ ଓ ମେଦବାର ବିଷୟରେ ମୋୟାବ ହାହାକାର କରୁଅଛି; ସେହି ସମସ୍ତଙ୍କର ମସ୍ତକ ମୁଣ୍ଡନ ହୋଇଅଛି, ପ୍ରତ୍ୟେକର ଦାଢ଼ି କଟା ହୋଇଅଛି।
3 Wọ́n wọ aṣọ ọ̀fọ̀ ní ojú òpópónà, ní àwọn òrùlé àti àwọn gbàgede ìlú. Wọ́n pohùnréré, wọ́n dọ̀bálẹ̀ pẹ̀lú ẹkún.
ସେମାନଙ୍କର ସବୁ ସଡ଼କରେ ଲୋକମାନେ ଚଟବସ୍ତ୍ର ପିନ୍ଧୁଅଛନ୍ତି; ଆପଣା ଆପଣା ଗୃହର ଛାତ ଉପରେ ଓ ଛକ ସ୍ଥାନମାନଙ୍କରେ ପ୍ରତ୍ୟେକ ଲୋକ ଅତିଶୟ ରୋଦନ କରି ହାହାକାର କରୁଅଛନ୍ତି।
4 Heṣboni àti Eleale ké sóde, ohùn wọn ni a gbọ́ títí fi dé Jahasi. Nítorí náà ni àwọn ọmọ-ogun Moabu ṣe kígbe tí ọkàn wọn sì rẹ̀wẹ̀sì.
ହିଷ୍ବୋନ ଓ ଇଲୀୟାଲୀ କ୍ରନ୍ଦନ କରୁଅଛନ୍ତି; ସେମାନଙ୍କର ରବ ଯହସ ପର୍ଯ୍ୟନ୍ତ ଶୁଣା ଯାଉଅଛି; ଏହେତୁ ମୋୟାବର ସସଜ୍ଜ ଲୋକେ ଆର୍ତ୍ତନାଦ କରୁଅଛନ୍ତି; ତାହାର ପ୍ରାଣ ତାହା ମଧ୍ୟରେ କମ୍ପିତ ହେଉଅଛି।
5 Ọkàn mi kígbe sókè lórí Moabu; àwọn ìsáǹsá rẹ sálà títí dé Soari, títí fi dé Eglati-Ṣeliṣi. Wọ́n gòkè lọ títí dé Luhiti wọ́n ń sọkún bí wọ́n ti ń lọ, ní òpópónà tí ó lọ sí Horonaimu wọ́n ń pohùnréré ìparun wọn.
ଆମ୍ଭର ହୃଦୟ ମୋୟାବ ପାଇଁ କ୍ରନ୍ଦନ କରୁଅଛି; ତାହାର କୁଳୀନମାନେ ସୋୟର ପର୍ଯ୍ୟନ୍ତ ଇଗ୍ଲତ୍-ଶଲୀଶୀୟାକୁ ପଳାଉଅଛନ୍ତି; କାରଣ ସେମାନେ ରୋଦନ କରୁ କରୁ ଲୂହୀତ-ଘାଟୀ ଉପରକୁ ଯାଉଅଛନ୍ତି; ହୋରୋନୟିମ ବାଟରେ ବିନାଶ ହେତୁ ସେମାନେ ଆର୍ତ୍ତନାଦ କରୁଅଛନ୍ତି।
6 Gbogbo omi Nimrimu ni ó ti gbẹ àwọn koríko sì ti gbẹ, gbogbo ewéko ti tán ewé tútù kankan kò sí mọ́.
କାରଣ ନିମ୍ରୀମର ଜଳସମୂହ ଶୂନ୍ୟ ହେବ; ତୃଣ ଶୁଷ୍କ ହୋଇଅଛି, ନବୀନ ତୃଣର ଅଭାବ ହେଉଅଛି, ହରିଦ୍ବର୍ଣ୍ଣର କିଛି ହିଁ ନାହିଁ।
7 Báyìí gbogbo ọrọ̀ tí wọ́n ti ní tí wọ́n sì tò jọ wọ́n ti kó wọn kọjá lọ lórí i gẹ̀rẹ́gẹ̀rẹ́ odò Poplari.
ଏହେତୁ ସେମାନେ ଆପଣାମାନଙ୍କର ପ୍ରାପ୍ତ ଧନ ଓ ରକ୍ଷିତ ଦ୍ରବ୍ୟସବୁ ବାଇଶୀ ବୃକ୍ଷର ସ୍ରୋତ ନିକଟକୁ ନେଇଯିବେ।
8 Gbohùngbohùn ń gba igbe wọn dé ìpẹ̀kun ilẹ̀ Moabu; ìpohùnréré wọn lọ títí dé Eglaimu, igbe ẹkún wọn ni a gbọ́ títí dé kànga Elimu.
କାରଣ ମୋୟାବର ଚତୁର୍ଦ୍ଦିଗସ୍ଥ ସୀମାକୁ କ୍ରନ୍ଦନର ଶବ୍ଦ ଯାଇଅଛି; ତହିଁର ହାହାକାର ଇଗ୍ଲୟିମ୍ ପର୍ଯ୍ୟନ୍ତ ଓ ତହିଁର ହାହାକାର ବେରେଲୀମ୍ ପର୍ଯ୍ୟନ୍ତ ଯାଇଅଛି।
9 Omi Dimoni kún fún ẹ̀jẹ̀, síbẹ̀ èmi ó tún mu ohun tí ó jù báyìí lọ wá sórí Dimoni— kìnnìún kan wá sórí àwọn ìsáǹsá Moabu àti lórí àwọn tí ó tún ṣẹ́kù sórí ilẹ̀ náà.
କାରଣ ଦୀମୋନର ଜଳସମୂହ ରକ୍ତମୟ ହୋଇଅଛି; ପୁଣି, ଆମ୍ଭେ ଦୀମୋନର ଉପରେ ଆହୁରି ଦୁଃଖ ଓ ମୋୟାବର ପଳାତକ ଲୋକ ଉପରେ ଓ ଦେଶର ଅବଶିଷ୍ଟାଂଶ ଉପରେ ଗୋଟିଏ ସିଂହ ଆଣିବା।