< Hosea 8 >

1 “Fi ìpè sí ẹnu rẹ! Ẹyẹ idì wà lórí ilé Olúwa nítorí pé àwọn ènìyàn ti dalẹ̀ májẹ̀mú, wọ́n sì ti ṣọ̀tẹ̀ sí òfin mi.
ତୁମ୍ଭେ ଆପଣା ମୁଖରେ ତୂରୀ ଦିଅ; ଶତ୍ରୁ ସଦାପ୍ରଭୁଙ୍କ ଗୃହ ବିରୁଦ୍ଧରେ ଉତ୍କ୍ରୋଶ ପକ୍ଷୀ ତୁଲ୍ୟ ଆସୁଅଛି; କାରଣ ଲୋକମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଆମ୍ଭ ବ୍ୟବସ୍ଥା ବିରୁଦ୍ଧରେ ଅପରାଧ କରିଅଛନ୍ତି।
2 Israẹli kígbe pè mí, ‘Ọlọ́run wa, àwa mọ̀ ọ́n!’
ସେମାନେ ଆମ୍ଭ ନିକଟରେ କ୍ରନ୍ଦନ କରି କହିବେ, “ହେ ଆମ୍ଭର ପରମେଶ୍ୱର, ଆମ୍ଭେମାନେ ଇସ୍ରାଏଲ, ତୁମ୍ଭଙ୍କୁ ଜାଣୁ।”
3 Ṣùgbọ́n Israẹli ti kọ ohun tí ó dára sílẹ̀ ọ̀tá yóò sì máa lépa rẹ̀.
ଯାହା ଉତ୍ତମ, ତାହା ଇସ୍ରାଏଲ ଅଗ୍ରାହ୍ୟ କରିଅଛି; ଶତ୍ରୁ ତାହାର ପଛେ ପଛେ ଗୋଡ଼ାଇବ।
4 Wọ́n fi àwọn ọba jẹ ṣùgbọ́n, kì í ṣe nípasẹ̀ mi wọ́n yan ọmọ-aládé láì si ìmọ̀ mi níbẹ̀. Wọ́n fi fàdákà àti wúrà ṣe ère fún ara wọn, si ìparun ara wọn.
ସେମାନେ ରାଜାଗଣକୁ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭ ଦ୍ୱାରା ନୁହେଁ; ସେମାନେ ଅଧିପତିଗଣ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭେ ତାହା ଜାଣିଲୁ ନାହିଁ। ସେମାନେ ଯେପରି ଉଚ୍ଛିନ୍ନ ହେବେ, ଏଥିପାଇଁ ଆପଣା ନିମନ୍ତେ ରୂପା ଓ ସୁନାରେ ସେମାନେ ପ୍ରତିମାଗଣ ନିର୍ମାଣ କରିଅଛନ୍ତି।
5 Ju ère ẹgbọrọ màlúù rẹ, ìwọ Samaria! Ìbínú mi ń ru sí wọn: yóò ti pẹ́ tó kí wọ́n tó dé ipò àìmọ̀kan?
ହେ ଶମରୀୟା, ସେ ତୁମ୍ଭର ଗୋବତ୍ସ ପ୍ରତିମାକୁ ଅଗ୍ରାହ୍ୟ କରିଅଛନ୍ତି। ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହୋଇଅଛି! ସେମାନେ କେତେ କାଳ ଉତ୍ତାରେ ନିର୍ଦ୍ଦୋଷତା ପ୍ରାପ୍ତ ହେବେ?
6 Israẹli ni wọ́n ti wá! Ère yìí agbẹ́gilére ló ṣe é, àní ère ẹgbọrọ màlúù Samaria, ni a ó fọ́ túútúú.
କାରଣ ଏହା ହିଁ ଇସ୍ରାଏଲଠାରୁ ହୋଇଅଛି, ଶିଳ୍ପକାର ଏହା ନିର୍ମାଣ କରିଅଛି, ତାହା ପରମେଶ୍ୱର ନୁହେଁ; ହଁ, ଶମରୀୟାର ଗୋବତ୍ସ ଖଣ୍ଡ ଖଣ୍ଡ ହୋଇ ଭଗ୍ନ ହେବ।
7 “Wọ́n gbin afẹ́fẹ́ wọ́n sì ká ìjì. Igi ọkà kò lórí, kò sì ní mú oúnjẹ wá. Bí ó bá tilẹ̀ ní ọkà àwọn àjèjì ni yóò jẹ.
କାରଣ ସେମାନେ ବାୟୁ ବୁଣନ୍ତି ଓ ଘୂର୍ଣ୍ଣିବାୟୁରୂପ ଶସ୍ୟ କାଟିବେ। ତାହାର ଉଠିଆ କ୍ଷେତ ନାହିଁ; ପତ୍ର ଖାଦ୍ୟ ଉତ୍ପନ୍ନ କରିବ ନାହିଁ; ଯଦି ଉତ୍ପନ୍ନ କରିବେ, ବିଦେଶୀୟମାନେ ତାହା ଗ୍ରାସ କରିବେ।
8 A ti gbé Israẹli mì, báyìí, ó sì ti wà láàrín àwọn orílẹ̀-èdè bí ohun èlò tí kò wúlò.
ଇସ୍ରାଏଲ ଗ୍ରାସିତ ହୋଇଅଛି; ଏବେ ସେମାନେ ଅପ୍ରୀତିକର ପାତ୍ର ତୁଲ୍ୟ ନାନା ଗୋଷ୍ଠୀ ମଧ୍ୟରେ ଅଛନ୍ତି।
9 Nítorí pé wọ́n ti gòkè lọ sí Asiria gẹ́gẹ́ bí kẹ́tẹ́kẹ́tẹ́ igbó tó ń rìn kiri. Efraimu ti ta ara rẹ̀ fún àwọn olólùfẹ́ rẹ̀.
କାରଣ ସେମାନେ ବନ୍ୟ ଗର୍ଦ୍ଦଭ ତୁଲ୍ୟ ଏକାକୀ ହୋଇ ଅଶୂରକୁ ଯାଇଅଛନ୍ତି; ଇଫ୍ରୟିମ ପ୍ରେମିକଗଣକୁ ବେତନ ଦେଇ ରଖିଅଛି।
10 Bí ó tilẹ̀ jẹ́ pé wọ́n ti ta ara wọn sí àárín Orílẹ̀-èdè, Èmi ó ṣà wọ́n jọ nísinsin yìí. Wọn ó sì bẹ̀rẹ̀ sí í ṣòfò dànù lọ́wọ́ ìnilára ọba alágbára.
ହଁ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଲୋକମାନଙ୍କୁ ବେତନ ଦେଲେ ମଧ୍ୟ ଏବେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା; ସେମାନେ ଅଧିପତିଗଣଙ୍କ ରାଜାର ଭାର ସକାଶୁ ନ୍ୟୂନ ହେବାକୁ ଲାଗିଲେଣି।
11 “Nítorí Efraimu ti kọ́ pẹpẹ púpọ̀ fún ìrúbọ ẹ̀ṣẹ̀ gbogbo rẹ̀ ti di pẹpẹ ìdẹ́ṣẹ̀ fún un
କାରଣ ଇଫ୍ରୟିମ ପାପ ଚେଷ୍ଟାରେ ଅନେକ ଯଜ୍ଞବେଦି କରିଅଛି, ଯଜ୍ଞବେଦିସବୁ ତାହା ପକ୍ଷରେ ପାପର କାରଣ ହୋଇଅଛି।
12 Mo kọ ọ̀pọ̀lọpọ̀ ohun tí ó jẹ́ òfin mi fún wọn, ṣùgbọ́n wọn kà á sí ohun àjèjì.
ଆମ୍ଭେ ଦଶ ସହସ୍ର ବିଧିରେ ଆମ୍ଭର ବ୍ୟବସ୍ଥା ତାହା ପାଇଁ ଲେଖିଲେ ମଧ୍ୟ ସେହି ସବୁ ବିଦେଶୀୟ କଥା ତୁଲ୍ୟ ଗଣିତ ହୁଏ।
13 Wọ́n ń rú ẹbọ tí wọ́n yàn fún mi, wọ́n sì ń jẹ ẹran ibẹ̀, ṣùgbọ́n inú Olúwa kò dùn sí wọn. Báyìí yóò rántí ìwà búburú wọn yóò sì jẹ wọ́n ní yà fún ẹ̀ṣẹ̀ wọn. Wọn yóò padà sí Ejibiti.
ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଉପହାରାର୍ଥକ ବଳି ନିମନ୍ତେ ମାଂସ ବଳିଦାନ କରି ତାହା ଭୋଜନ କରନ୍ତି; ମାତ୍ର ସଦାପ୍ରଭୁ ସେମାନଙ୍କୁ ଗ୍ରାହ୍ୟ କରନ୍ତି ନାହିଁ। ଏବେ ସେ ସେମାନଙ୍କର ଅଧର୍ମ ସ୍ମରଣ କରି ସେମାନଙ୍କ ପାପର ପ୍ରତିଫଳ ଦେବେ; ସେମାନେ ପୁନର୍ବାର ମିସରକୁ ଫେରିଯିବେ।
14 Nítorí Israẹli ti gbàgbé ẹlẹ́dàá rẹ̀ Ó sì ń kọ́ ààfin púpọ̀ Juda ti kọ́ ìlú olódi púpọ̀ ṣùgbọ́n èmi ó rán iná kan sí orí àwọn ìlú rẹ̀ èyí tí yóò jẹ ibi agbára rẹ̀ run.”
କାରଣ ଇସ୍ରାଏଲ ଆପଣା ସୃଷ୍ଟିକର୍ତ୍ତାଙ୍କୁ ପାସୋରିଅଛି ଓ ନାନା ଅଟ୍ଟାଳିକା ନିର୍ମାଣ କରିଅଛି ଓ ଯିହୁଦା ଅନେକ ପ୍ରାଚୀର-ବେଷ୍ଟିତ ନଗର ପ୍ରସ୍ତୁତ କରିଅଛି, ମାତ୍ର ଆମ୍ଭେ ତାହାର ନଗରସକଳର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଦୁର୍ଗସକଳ ଗ୍ରାସ କରିବ।

< Hosea 8 >