< Hosea 5 >

1 “Ẹ gbọ́ èyí, ẹ̀yìn àlùfáà! Ẹ fetísílẹ̀ ẹ̀yin ọmọ Israẹli! Ẹ gbọ́, ẹ̀yìn ilé ọba! Ìdájọ́ yìí kàn yín. Ẹ ti jẹ́ ẹ̀bìtì ní Mispa àwọ̀n ti a nà sílẹ̀ lórí Tabori.
ହେ ଯାଜକଗଣ, ଏହା ଶୁଣ, ହେ ଇସ୍ରାଏଲ ବଂଶ, ମନୋଯୋଗ କର, ହେ ରାଜବଂଶ, କର୍ଣ୍ଣପାତ କର, କାରଣ ବିଚାର ତୁମ୍ଭମାନଙ୍କ ସମ୍ବନ୍ଧୀୟ; ତୁମ୍ଭେମାନେ ମିସ୍ପାରେ ଫାନ୍ଦ ସ୍ୱରୂପ ଓ ତାବୋରରେ ପ୍ରସାରିତ ଜାଲ ସ୍ୱରୂପ ହୋଇଅଛ।
2 Àwọn ọlọ̀tẹ̀ ti gbilẹ̀ nínú ìpànìyàn gbogbo wọn ni èmi ó bá wí,
ପୁଣି, ଅତ୍ୟାଚାରୀମାନେ ହତ୍ୟା କରିବାରେ ଗଭୀରକୁ ଯାଇଅଛନ୍ତି; ମାତ୍ର ଆମ୍ଭେ ସେହି ସମସ୍ତଙ୍କର ଅନୁଯୋଗକାରୀ ଅଟୁ।
3 mo mọ ohun gbogbo nípa Efraimu Israẹli kò sì pamọ́ fún mi Efraimu, ní báyìí ó ti ṣe àgbèrè Israẹli sì ti díbàjẹ́.
ଆମ୍ଭେ ଇଫ୍ରୟିମକୁ ଜାଣୁ ଓ ଇସ୍ରାଏଲ ଆମ୍ଭର ଅଗୋଚର ନୁହେଁ; କାରଣ ହେ ଇଫ୍ରୟିମ, ତୁମ୍ଭେ ଏବେ ବେଶ୍ୟାବୃତ୍ତି କରିଅଛ, ଇସ୍ରାଏଲ ଅଶୁଚି ହୋଇଅଛି।
4 “Ìṣe wọn kò gbà wọ́n láààyè láti padà sí ọ̀dọ̀ Ọlọ́run wọn. Ẹ̀mí àgbèrè wà ni ọkàn wọn, wọn kò sì mọ Olúwa.
ସେମାନଙ୍କର କ୍ରିୟାସକଳ ସେମାନଙ୍କୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟକୁ ଫେରିବାକୁ ଦେବ ନାହିଁ; କାରଣ ସେମାନଙ୍କ ଅନ୍ତରରେ ବ୍ୟଭିଚାରର ଆତ୍ମା ଅଛି ଓ ସେମାନେ ସଦାପ୍ରଭୁଙ୍କୁ ଜାଣନ୍ତି ନାହିଁ।
5 Ìgbéraga Israẹli ń jẹ́rìí lé wọn; àwọn ọmọ Israẹli, àti Efraimu pàápàá kọsẹ̀ nínú ẹ̀ṣẹ̀ wọn. Juda náà sì kọsẹ̀ pẹ̀lú wọn.
ପୁଣି, ଇସ୍ରାଏଲର ଦର୍ପ ତାହାର ମୁଖ ଆଗରେ ସାକ୍ଷ୍ୟ ଦିଏ; ଏଥିପାଇଁ ଇସ୍ରାଏଲ ଓ ଇଫ୍ରୟିମ ଆପଣାମାନଙ୍କ ଅଧର୍ମରେ ଝୁଣ୍ଟି ପଡ଼ିବେ।
6 Nígbà tí wọ́n bá lọ pẹ̀lú agbo ẹran àti ọ̀wọ́ ẹran wọn láti wá Olúwa, wọn kò ní rí i, ó ti yọ ara rẹ̀ kúrò láàrín wọn.
ସେମାନେ ଆପଣାମାନଙ୍କର ମେଷପଲ ଓ ଗୋପଲ ଘେନି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଯିବେ; ମାତ୍ର ତାହାଙ୍କର ଉଦ୍ଦେଶ୍ୟ ପାଇବେ ନାହିଁ; କାରଣ ସେ ସେମାନଙ୍କ ନିକଟରୁ ଚାଲି ଯାଇଅଛନ୍ତି।
7 Wọ́n jẹ́ aláìṣòótọ́ sí Olúwa wọ́n sì bí àwọn àjèjì ọmọ. Nísinsin yìí, ọdún oṣù tuntun wọn, ni yóò pa wọn run pẹ̀lú ìpín wọn.
ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା କରିଅଛନ୍ତି; କାରଣ ସେମାନେ ଅବୈଧ ସନ୍ତାନ ଉତ୍ପନ୍ନ କରିଅଛନ୍ତି; ଏବେ ଅମାବାସ୍ୟା ସେମାନଙ୍କୁ ଓ ସେମାନଙ୍କ କ୍ଷେତ୍ରସବୁକୁ ଗ୍ରାସ କରିବ।
8 “Fọn fèrè ní Gibeah, kí ẹ sì fun ìpè ní Rama. Ẹ pariwo ogun ní Beti-Afeni; máa wárìrì, ìwọ Benjamini.
ତୁମ୍ଭେମାନେ ଗିବୀୟାରେ ଶିଙ୍ଗା ଧ୍ୱନି କର, ରାମାରେ ତୂରୀ ବଜାଅ; ବେଥ୍-ଆବନରେ ଭୟାନକ ସିଂହନାଦ କର; ତୁମ୍ଭ ପଛେ, ହେ ବିନ୍ୟାମୀନ୍,
9 Efraimu yóò di ahoro ní ọjọ́ ìbáwí láàrín àwọn ẹ̀yà Israẹli, Mo sọ ohun tí ó dájú.
ଭର୍ତ୍ସନା ଦିନରେ ଇଫ୍ରୟିମ ଧ୍ୱଂସର ସ୍ଥାନ ହେବ; ଯାହା ନିଶ୍ଚୟ ଘଟିବ, ତାହା ଆମ୍ଭେ ଇସ୍ରାଏଲ ଗୋଷ୍ଠୀମାନଙ୍କ ମଧ୍ୟରେ ଜ୍ଞାତ କରାଇଅଛୁ।
10 Àwọn olórí Juda dàbí àwọn tí í máa yí òkúta ààlà kúrò. Èmi ó tú ìbínú gbígbóná mi lé wọn lórí bí ìkún omi.
ଯେଉଁମାନେ ସୀମାର ଚିହ୍ନ ଘୁଞ୍ଚାନ୍ତି, ଯିହୁଦାର ଅଧିପତିଗଣ ସେମାନଙ୍କ ତୁଲ୍ୟ ହୋଇଅଛନ୍ତି; ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଜଳ ପରି ଢାଳିବା।
11 A ni Efraimu lára, a sì tẹ̀ ẹ́ mọ́lẹ̀ ní ìdájọ́, nítorí pé, ó pinnu láti tẹ̀lé òrìṣà.
ଇଫ୍ରୟିମ ସନ୍ତୁଷ୍ଟ ହୋଇ ମନୁଷ୍ୟର ଆଜ୍ଞାନୁସାରେ ଚାଲିଥିବାରୁ ସେ ଉପଦ୍ରବଗ୍ରସ୍ତ ହୋଇଅଛି ଓ ବିଚାରରେ କଷ୍ଟ ପାଇଅଛି।
12 Mo dàbí kòkòrò aṣọ sí Efraimu, Mo sì dàbí ìdin ara Juda.
ଏଥିସକାଶୁ ଆମ୍ଭେ ଇଫ୍ରୟିମ ପକ୍ଷରେ କୀଟ ସ୍ୱରୂପ ଓ ଯିହୁଦା ବଂଶ ପକ୍ଷରେ କ୍ଷୟ ସ୍ୱରୂପ ହୋଇଅଛୁ।
13 “Nígbà ti Efraimu ri àìsàn rẹ̀, tí Juda sì rí ojú egbò rẹ̀ ni Efraimu bá tọ ará Asiria lọ, ó sì ránṣẹ́ sí ọba ńlá náà fún ìrànlọ́wọ́. Ṣùgbọ́n kò le è wò ó sàn bẹ́ẹ̀ ni kò le wo ojú egbò rẹ̀ jinná.
ଯେତେବେଳେ ଇଫ୍ରୟିମ ଆପଣା ରୋଗ ଓ ଯିହୁଦା ଆପଣା କ୍ଷତ ଦେଖିଲା, ସେତେବେଳେ ଇଫ୍ରୟିମ ଅଶୂରୀୟର ନିକଟକୁ ଗଲା ଓ ଯାରେବ ରାଜା ନିକଟକୁ ଲୋକ ପଠାଇଲା; ମାତ୍ର ସେ ତୁମ୍ଭମାନଙ୍କୁ ସୁସ୍ଥ କରିବାକୁ ସକ୍ଷମ ନୁହେଁ, କିଅବା ସେ ତୁମ୍ଭମାନଙ୍କର କ୍ଷତ ଆରୋଗ୍ୟ କରିବ ନାହିଁ।
14 Nítorí pé, èmi ó dàbí kìnnìún sí Efraimu, bí i kìnnìún ńlá sí ilé Juda. Èmi ó fà wọ́n ya pẹ́rẹpẹ̀rẹ èmi ó sì lọ; Èmi ó gbé wọn lọ, láìsí ẹni tí yóò gbà wọ́n sílẹ̀.
କାରଣ ଆମ୍ଭେ ଇଫ୍ରୟିମ ପ୍ରତି ସିଂହ ତୁଲ୍ୟ ଓ ଯିହୁଦା ବଂଶ ପ୍ରତି ଯୁବା ସିଂହ ତୁଲ୍ୟ ହେବା। ଆମ୍ଭେ, ଆମ୍ଭେ ହିଁ ବିଦୀର୍ଣ୍ଣ କରି ଚାଲିଯିବା; ଆମ୍ଭେ ସେମାନଙ୍କୁ ଟାଣି ଦୂରକୁ ନେଇଯିବା ଓ ଉଦ୍ଧାର କରିବା ପାଇଁ କେହି ନ ଥିବ।
15 Nígbà náà ni èmi ó padà lọ sí ààyè mi títí di ìgbà tí wọn ó fi gbà pé àwọn jẹ̀bi wọn yóò sì wá ojú mi nínú ìpọ́njú wọn, wọn ó fi ìtara wá mi.”
ସେମାନେ ଆପଣା ଆପଣା ଅପରାଧ ସ୍ୱୀକାର କରି ଆମ୍ଭର ମୁଖ ଅନ୍ଵେଷଣ ନ କରିବା ପର୍ଯ୍ୟନ୍ତ ଆମ୍ଭେ ଫେରି ଆପଣା ସ୍ଥାନକୁ ଯିବା; ସେମାନେ ଆପଣାମାନଙ୍କର ଦୁଃଖ ସମୟରେ ଆନ୍ତରିକ ଭାବରେ ଆମ୍ଭର ଅନ୍ଵେଷଣ କରିବେ।

< Hosea 5 >