< Hosea 13 >
1 Nígbà ti Efraimu bá ń sọ̀rọ̀, àwọn ènìyàn máa ń wárìrì, a gbé e ga ní Israẹli ṣùgbọ́n ó jẹ̀bi ẹ̀sùn pé ó ń sin òrìṣà Baali, ó sì kú.
ଇଫ୍ରୟିମ କଥା କହିବା ବେଳେ ଲୋକମାନେ କମ୍ପିତ ହେଲେ; ସେ ଇସ୍ରାଏଲ ମଧ୍ୟରେ ଆପଣାକୁ ଉନ୍ନତ କଲା; ମାତ୍ର ବାଲ୍ଦେବ ବିଷୟରେ ଯେତେବେଳେ ସେ ଦୋଷ କଲା, ସେତେବେଳେ ସେ ମଲା।
2 Báyìí, wọ́n ń dá ẹ̀ṣẹ̀ kún ẹ̀ṣẹ̀; wọn fi fàdákà ṣe ère òrìṣà fúnra wọn; ère tí a fi ọgbọ́n dá àrà sí, gbogbo wọn jẹ́ iṣẹ́ ọwọ́ oníṣọ̀nà. Wọn ń sọ nípa àwọn ènìyàn wọ̀nyí. Pé, “Jẹ́ kí àwọn ènìyàn tí ń rú ẹbọ fi ẹnu, ko àwọn ẹgbọrọ màlúù ni ẹnu.”
ପୁଣି, ଏବେ ସେମାନେ ଅଧିକ ଅଧିକ ପାପ କରନ୍ତି ଓ ରୂପାର ଢଳା ପ୍ରତିମା, ଅର୍ଥାତ୍, ଆପଣା ଆପଣା ବୁଦ୍ଧି ଅନୁସାରେ ଦେବତା ନିର୍ମାଣ କରିଅଛନ୍ତି। ସେସବୁ କାରିଗରର କର୍ମ; ସେହି ସବୁର ବିଷୟରେ ସେମାନେ କହନ୍ତି, ଯେଉଁ ଲୋକମାନେ ବଳିଦାନ କରନ୍ତି, ସେମାନେ ଗୋବତ୍ସ ପ୍ରତିମାଗଣକୁ ଚୁମ୍ବନ କରନ୍ତୁ।
3 Nítorí náà wọn yóò dàbí ìkùùkuu òwúrọ̀, bí ìrì òwúrọ̀ kùtùkùtù tó máa ń parẹ́, bí i èèpo ìyẹ̀fun tí afẹ́fẹ́ gbé láti ibi ìpakà bí èéfín tó rú jáde gba ojú fèrèsé.
ଏଥିପାଇଁ ସେମାନେ ପ୍ରାତଃକାଳରେ ମେଘ ଓ ପ୍ରତ୍ୟୁଷର ବହିଯିବା କାକର ଓ ଘୂର୍ଣ୍ଣିବାୟୁରେ ଖଳାରୁ ଉଡ଼ିଯିବା ତୁଷ ଓ ନଳ ଦେଇ ବାହାରି ଯିବା ଧୂଆଁ ପରି ହେବେ।
4 “Ṣùgbọ́n Èmi ni Olúwa Ọlọ́run rẹ̀, ẹni tó mú ọ jáde láti ilẹ̀ Ejibiti wá. Ìwọ̀ kì yóò sì mọ ọlọ́run mìíràn àfi èmi kò sí olùgbàlà mìíràn lẹ́yìn mi.
ତଥାପି ମିସର ଦେଶଠାରୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ ଓ ତୁମ୍ଭେ ଆମ୍ଭ ଛଡ଼ା ଆଉ କାହାକୁ ପରମେଶ୍ୱର ବୋଲି ଜାଣିବ ନାହିଁ ଓ ଆମ୍ଭ ବ୍ୟତୀତ ଅନ୍ୟ ତ୍ରାଣକର୍ତ୍ତା ନାହିଁ।
5 Mo ṣe ìtọ́jú rẹ ní aginjù, ní ilẹ̀ tí ó gbẹ tí kò ní omi.
ଆମ୍ଭେ ପ୍ରାନ୍ତରରେ ଓ ମହାମରୁଭୂମିରେ ତୁମ୍ଭକୁ ଜାଣିଲୁ।
6 Wọn ni ìtẹ́lọ́rùn nígbà tí mo fún wọn ní oúnjẹ, Nígbà tí wọ́n ní ìtẹ́lọ́rùn tan wọ́n di agbéraga. Nígbà náà ni wọ́n sì gbàgbé mi.
ସେମାନେ ଆମ୍ଭମାନଙ୍କ ଚରାଣି ସ୍ଥାନ ଅନୁସାରେ ପରିତୃପ୍ତ ହେଲେ; ସେମାନେ ପରିତୃପ୍ତ ହୋଇ ଅନ୍ତଃକରଣରେ ଗର୍ବିତ ହେଲେ; ଏଥିପାଇଁ ସେମାନେ ଆମ୍ଭକୁ ପାସୋରିଅଛନ୍ତି।
7 Nítorí náà, Èmi yóò dìde sí wọn bí i kìnnìún, Èmi yóò fi ara pamọ́ dè wọ́n lọ́nà bí i ẹkùn.
ସେଥିପାଇଁ ଆମ୍ଭେ ସେମାନଙ୍କ ପ୍ରତି ସିଂହ ତୁଲ୍ୟ ହେବୁ; ଆମ୍ଭେ ଚିତାବାଘ ପରି ପଥ ପାର୍ଶ୍ୱରେ ଛକି ବସିବା;
8 Beari igbó tí a já ọmọ rẹ̀ gbà, Èmi yóò bá wọn jà bí? Èmi yóò sì fà wọ́n ya bí ìgbà tí ẹkùn bá fa ara wọn ya bi ẹranko búburú ni èmi yóò fa wọn ya.
ଆମ୍ଭେ ଛୁଆହରା ଭଲ୍ଲୁକୀ ପରି ସେମାନଙ୍କୁ ହାବୁଡ଼ିବା ଓ ସେମାନଙ୍କର ବକ୍ଷକୁ ବିଦୀର୍ଣ୍ଣ କରିବା; ଆଉ, ସିଂହ ନ୍ୟାୟ ଆମ୍ଭେ ସେଠାରେ ସେମାନଙ୍କୁ ଗ୍ରାସ କରିବା; ବନ୍ୟ ପଶୁ ସେମାନଙ୍କୁ ବିଦୀର୍ଣ୍ଣ କରିବ।
9 “A ti pa ọ́ run, ìwọ Israẹli, nítorí pé ìwọ lòdì sí mi, ìwọ lòdì sí olùrànlọ́wọ́ rẹ.
ହେ ଇସ୍ରାଏଲ, ତୁମ୍ଭେ ଯେ ଆମ୍ଭର ବିପକ୍ଷ, ତୁମ୍ଭ ସହାୟର ବିପକ୍ଷ ହୋଇଅଛ, ଏହା ତୁମ୍ଭର ସର୍ବନାଶର କାରଣ।
10 Níbo ni ọba rẹ gbé wà nísinsin yìí kí ó bá à le gbà ọ là? Níbo ni àwọn olórí ìlú yín wà, àwọn tí ẹ sọ pé, ‘Fún wa ní ọba àti ọmọ-aládé’?
ତୁମ୍ଭର ନଗରସମୂହରେ ତୁମ୍ଭକୁ ରକ୍ଷା କରିବା ପାଇଁ ଏବେ ତୁମ୍ଭର ରାଜା କାହିଁ? “ମୋତେ ରାଜା ଓ ଅଧିପତିଗଣ ଦିଅ” ବୋଲି ଯେଉଁମାନଙ୍କ ବିଷୟରେ ତୁମ୍ଭେ କହିଲ, ତୁମ୍ଭର ସେହି ବିଚାରକର୍ତ୍ତାଗଣ କାହାନ୍ତି?
11 Nítorí èyí nínú ìbínú mi ni mo fún un yín ní ọba, nínú ìbínú gbígbóná mi, mo sì mú un kúrò.
ଆମ୍ଭେ ଆପଣା କ୍ରୋଧରେ ତୁମ୍ଭକୁ ରାଜା ଦେଇଅଛୁ ଓ ଆପଣା କୋପରେ ତାହାକୁ ନେଇ ଯାଇଅଛୁ।
12 Ẹ̀bi Efraimu ni a tí ko jọ gbogbo ẹ̀ṣẹ̀ rẹ̀ wà nínú àkọsílẹ̀.
ଇଫ୍ରୟିମର ଅଧର୍ମ ବନ୍ଧାଯାଇଅଛି; ତାହାର ପାପ ସଞ୍ଚିତ ହୋଇଅଛି।
13 Ìrora bí obìnrin tó fẹ́ bímọ ti dé bá a, ṣùgbọ́n ó jẹ́ ọmọ tí kò lọ́gbọ́n, nígbà tí àsìkò tó, ó kọ̀ láti jáde síta láti inú.
ପ୍ରସବକାରିଣୀ ସ୍ତ୍ରୀର ବେଦନା ତାହାକୁ ଆକ୍ରାନ୍ତ କରିବ; ସେ ଅଜ୍ଞାନ ଶିଶୁ; କାରଣ ଶିଶୁମାନଙ୍କର ପ୍ରସବ-ଦ୍ୱାରରେ ତାହାର ବିଳମ୍ବ କରି ରହିବାର ଉଚିତ ନୁହେଁ।
14 “Èmi yóò rà wọ́n padà kúrò lọ́wọ́ agbára isà òkú. Èmi yóò rà wọ́n padà lọ́wọ́ ikú, ikú, àjàkálẹ̀-ààrùn rẹ dà? Isà òkú, ìparun rẹ dà? “Èmi kò ní ṣàánú mọ́. (Sheol )
ଆମ୍ଭେ ପାତାଳର ପରାକ୍ରମରୁ ସେମାନଙ୍କୁ ଉଦ୍ଧାର କରିବା; ଆମ୍ଭେ ମୃତ୍ୟୁୁରୁ ସେମାନଙ୍କୁ ମୁକ୍ତ କରିବା; ହେ ମୃତ୍ୟୁୁ, ତୁମ୍ଭର ମହାମାରୀ କାହିଁ? ହେ ପାତାଳ, ତୁମ୍ଭର ସଂହାର କାହିଁ? ଅନୁତାପ ଆମ୍ଭ ଦୃଷ୍ଟିରୁ ଗୁପ୍ତ ରହିବ। (Sheol )
15 Bí ó tilẹ̀ gbilẹ̀ láàrín àwọn arákùnrin rẹ̀ afẹ́fẹ́ ìlà-oòrùn láti ọ̀dọ̀ Olúwa yóò wá, yóò fẹ́ wá láti inú aginjù orísun omi rẹ̀ yóò gbẹ kànga rẹ̀ yóò gbẹ pẹ̀lú olè yóò fọ́ ilé ẹrù àti gbogbo ilé ìṣúra rẹ̀.
ଯଦ୍ୟପି ସେ ଆପଣା ଭ୍ରାତୃଗଣ ମଧ୍ୟରେ ଫଳବାନ ହୁଏ, ତଥାପି ପୂର୍ବୀୟ ବାୟୁ ସଦାପ୍ରଭୁଙ୍କର ଶ୍ୱାସ ପ୍ରାନ୍ତରରୁ ଆସିବ, ତହିଁରେ ତାହାର ନିର୍ଝର ଶୁଷ୍କ ହେବ ଓ ତାହାର ଜଳାକାର ଶୁଖିଯିବ; ସେ ତାହାର ଯାବତୀୟ ମନୋହର ପାତ୍ରର ଭଣ୍ଡାର ଲୁଟ କରିବେ।
16 Ará Samaria gbọdọ̀ ru ẹ̀bi wọn, nítorí pé wọ́n ti ṣọ̀tẹ̀ sí Ọlọ́run wọn. Wọn ó ti ipa idà ṣubú; a ó fọ́ àwọn ọmọ wọn mọ́lẹ̀, a ó sì la àwọn aboyún wọn nínú.”
ଶମରୀୟା ଆପଣା ଦୋଷର ଫଳ ଭୋଗ କରିବ; କାରଣ ସେ ଆପଣା ପରମେଶ୍ୱରଙ୍କର ବିଦ୍ରୋହାଚରଣ କରିଅଛି; ସେମାନେ ଖଡ୍ଗରେ ପତିତ ହେବେ; ସେମାନଙ୍କର ଶିଶୁମାନେ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହେବେ; ସେମାନଙ୍କର ଗର୍ଭବତୀ ସ୍ତ୍ରୀମାନେ ଚିରାଯିବେ।