< Hebrews 11 >
1 Ǹjẹ́ ìgbàgbọ́ ní ìdánilójú ohun tí o ń retí, ìjẹ́rìí ohun tí a kò rí.
ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ।
2 Nítorí nínú rẹ ni àwọn alàgbà àtijọ́ ní ẹ̀rí rere.
ତଦ୍ୱାରା ପ୍ରାଚୀନମାନେ ତ ସୁଖ୍ୟାତି ଲାଭ କଲେ।
3 Nípa ìgbàgbọ́ ni a mọ̀ pé a ti dá ayé nípa ọ̀rọ̀ Ọlọ́run; nítorí náà kì í ṣe ohun tí o hàn ni a fi dá ohun tí a ń ri. (aiōn )
ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବୁଝୁ ଯେ, ସମସ୍ତ ବିଶ୍ୱ ଈଶ୍ବରଙ୍କ ବାକ୍ୟ ଦ୍ୱାରା ରଚିତ, ଅତଏବ କୌଣସି ପ୍ରତ୍ୟକ୍ଷ ବିଷୟରୁ ଦୃଶ୍ୟ ବିଷୟ ଉତ୍ପନ୍ନ ହୋଇ ନାହିଁ। (aiōn )
4 Nípa ìgbàgbọ́ ní Abeli rú ẹbọ sí Ọlọ́run tí ó sàn ju ti Kaini lọ, nípa èyí tí a jẹ́rìí rẹ̀ pe olódodo ni, Ọlọ́run sí ń jẹ́rìí ẹ̀bùn rẹ̀, àti nípa rẹ̀ náà, bí o ti jẹ́ pé o ti kú, síbẹ̀ o ń fọhùn.
ବିଶ୍ୱାସ ଦ୍ୱାରା ହେବଲ ଈଶ୍ବରଙ୍କ ଛାମୁରେ କୟିନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ ଓ ତଦ୍ୱାରା ସେ ଧାର୍ମିକ ବୋଲି ସାକ୍ଷ୍ୟ ପାଇଲେ; ଈଶ୍ବର ନିଜେ ତାହାଙ୍କ ଦାନ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ଆଉ ସେ ମୃତ ହେଲେ ହେଁ ବିଶ୍ୱାସ ଦ୍ୱାରା ଆଜି ପର୍ଯ୍ୟନ୍ତ କଥା କହୁଅଛନ୍ତି।
5 Nípa ìgbàgbọ́ ni a ṣí Enoku ní ipò padà kí o má ṣe rí ikú; a kò sì rí i mọ́, nítorí Ọlọ́run ṣí i ní ipò padà ṣáájú ìṣípò padà rẹ̀, a jẹ́rìí yìí sí i pé o wu Ọlọ́run.
ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗ ନ କରି ଉର୍ଦ୍ଧ୍ବକୁ ଉତ୍ଥିତ ହେଲେ; ସେ ଆଉ ଦେଖାଗଲେ ନାହିଁ, କାରଣ ଈଶ୍ବର ତାହାଙ୍କୁ ଅନ୍ତର୍ହିତ କରିଥିଲେ। ସେ ଯେ ଈଶ୍ବରଙ୍କର ସନ୍ତୋଷପାତ୍ର, ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ;
6 Ṣùgbọ́n láìsí ìgbàgbọ́ kò ṣe é ṣe láti wù ú; nítorí ẹni tí ó bá ń tọ Ọlọ́run wá kò lè ṣàì gbàgbọ́ pé ó ń bẹ, àti pé òun ní olùṣẹ̀san fún àwọn tí o fi ara balẹ̀ wá a.
ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ।
7 Nípa ìgbàgbọ́ ni Noa, nígbà ti Ọlọ́run, kìlọ̀ ohun tí a kóò tí ì rí fún un, o bẹ̀rù Ọlọ́run ó sì kan ọkọ̀ fún ìgbàlà ilé rẹ̀, nípa èyí tí ó da ayé lẹ́bi, ó sì di ajogún òdodo tí i ṣe nípa ìgbàgbọ́.
ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି, ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ।
8 Nípa ìgbàgbọ́ ní Abrahamu, nígbà tí a ti pé e láti jáde lọ sí ibi tí òun yóò gbà fún ilẹ̀ ìní, ó gbọ́, ó sì jáde lọ, láì mọ ibi tí òun ń rè.
ବିଶ୍ୱାସ ଦ୍ୱାରା ଅବ୍ରହାମ ଆହ୍ୱାନ ପ୍ରାପ୍ତ ହୁଅନ୍ତେ, ଯେଉଁ ଦେଶ ସେ ଅଧିକାରସ୍ୱରୂପେ ପାଇବାକୁ ଯାଉଥିଲେ, ଆଜ୍ଞାବହ ହୋଇ ସେଠାକୁ ବାହାରିଗଲେ, ପୁଣି, ସେ କେଉଁଠାକୁ ଯାଉଅଛନ୍ତି, ତାହା ନ ଜାଣି ସୁଦ୍ଧା ବାହାରିଗଲେ।
9 Nípa ìgbàgbọ́ ní o ṣe àtìpó ní ilẹ̀ ìlérí, bí ẹni pé ni ilẹ̀ àjèjì, o ń gbé inú àgọ́, pẹ̀lú Isaaki àti Jakọbu, àwọn ajogún ìlérí kan náà pẹ̀lú rẹ̀,
ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହାଧିକାରୀ ଇସ୍ହାକ ଓ ଯାକୁବଙ୍କ ସହିତ ତମ୍ବୁରେ ବାସ କଲେ;
10 nítorí tí ó ń retí ìlú tí ó ní ìpìlẹ̀; èyí tí Ọlọ́run tẹ̀dó tí ó sì kọ́.
କାରଣ ଯେଉଁ ନଗର ଭିତ୍ତିମୂଳବିଶିଷ୍ଟ, ପୁଣି, ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂ ଈଶ୍ବର, ଅବ୍ରହାମ ତହିଁର ଅପେକ୍ଷାରେ ଥିଲେ।
11 Nípa ìgbàgbọ́ ni Sara tìkára rẹ̀ pẹ̀lú fi gba agbára láti lóyún, nígbà tí ó kọjá ìgbà rẹ̀, nítorí tí o ka ẹni tí o ṣe ìlérí sí olóòótọ́.
ବିଶ୍ୱାସ ଦ୍ୱାରା ସାରା ନିଜେ ମଧ୍ୟ ପ୍ରତିଜ୍ଞାକାରୀଙ୍କୁ ବିଶ୍ୱସ୍ତ ଜ୍ଞାନ କରି ଗତବୟସ୍କା ହେଲେ ହେଁ ଗର୍ଭଧାରଣ କରିବାକୁ ଶକ୍ତି ପ୍ରାପ୍ତ ହେଲେ;
12 Nítorí náà ni ọ̀pọ̀lọpọ̀ ṣe ti ara ọkùnrin kan jáde, àní ara ẹni tí o dàbí òkú, ọmọ bí ìràwọ̀ ojú ọ̀run lọ́pọ̀lọ́pọ̀, àti bí iyanrìn etí Òkun láìníye.
ଏହେତୁରୁ ମଧ୍ୟ ମୃତକଳ୍ପ ଜଣେ ବ୍ୟକ୍ତିଙ୍କଠାରୁ ଆକାଶର ନକ୍ଷତ୍ରଗଣ ପରି ଅସଂଖ୍ୟ ଓ ସମୁଦ୍ରତୀରସ୍ଥ ବାଲୁକା ପରି ଅଗଣ୍ୟ ଏକ ଜାତି ଉତ୍ପନ୍ନ ହେଲା।
13 Gbogbo àwọn wọ̀nyí ni ó kú nínú ìgbàgbọ́, láìrí àwọn ìlérí náà gbà, ṣùgbọ́n tí wọn rí wọn ni òkèrè réré, tí wọ́n sì gbá wọn mú, tí wọ́n sì jẹ́wọ́ pé àlejò àti àjèjì ni àwọn lórí ilẹ̀ ayé.
ଏସମସ୍ତେ ବିଶ୍ୱାସରେ ପ୍ରାଣତ୍ୟାଗ କଲେ; ସେମାନେ ପ୍ରତିଜ୍ଞାତ ଫଳପ୍ରାପ୍ତ ହେଲେ ନାହିଁ, ମାତ୍ର ଦୂରରୁ ତାହା ଦେଖି ଅଭିନନ୍ଦନ କଲେ ଏବଂ ପୃଥିବୀରେ ଆପଣାମାନଙ୍କୁ ବିଦେଶୀ ଓ ପ୍ରବାସୀ ବୋଲି ସ୍ୱୀକାର କଲେ।
14 Nítorí pé àwọn tí o ń sọ irú ohun bẹ́ẹ̀ fihàn gbangba pé, wọn ń ṣe àfẹ́rí ìlú kan tí i ṣe tiwọn.
କାରଣ ଯେଉଁମାନେ ଏହିପରି କଥା କହନ୍ତି, ସେମାନେ ଯେ ନିଜର ଗୋଟିଏ ଦେଶ ଅନ୍ୱେଷଣ କରୁଅଛନ୍ତି, ଏହା ପ୍ରକାଶ କରନ୍ତି।
15 Àti nítòótọ́, ìbá ṣe pé wọ́n fi ìlú tiwọn tí jáde wá sí ọkàn, wọn ìbá ti rí ààyè padà.
ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ଥିଲା।
16 Ṣùgbọ́n nísinsin yìí wọ́n ń fẹ́ ìlú kan tí o dára jù bẹ́ẹ̀ lọ, èyí yìí ni ti ọ̀run, nítorí náà ojú wọn kò ti Ọlọ́run, pé kí a máa pé òun ni Ọlọ́run wọn; nítorí tí o ti pèsè ìlú kan sílẹ̀ fún wọn.
କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର, ଅର୍ଥାତ୍, ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ; ଏହେତୁ ଈଶ୍ବର ସେମାନଙ୍କ ଈଶ୍ବର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହଁନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି।
17 Nípa ìgbàgbọ́ ni Abrahamu, nígbà tí a dán an wò láti, fi Isaaki rú ẹbọ: àní òun ẹni tí ó rí ìlérí gba múra tan láti fi ọmọ bíbí rẹ kan ṣoṣo rú ẹbọ.
ବିଶ୍ୱାସ ଦ୍ୱାରା ଅବ୍ରହାମ ପରୀକ୍ଷିତ ହୋଇ ଇସ୍ହାକଙ୍କୁ ଉତ୍ସର୍ଗ କଲେ, ହଁ, ଯେଉଁ ବ୍ୟକ୍ତି ପ୍ରତିଜ୍ଞାସମୂହ ପ୍ରାପ୍ତ ହୋଇଥିଲେ, ଯାହାଙ୍କୁ କୁହାଯାଇଥିଲା ଯେ,
18 Nípa ẹni tí wí pé, “Nínú Isaaki ni a ó ti pe irú-ọmọ rẹ̀.”
ଇସ୍ହାକଙ୍କଠାରୁ ତୁମ୍ଭର ବଂଶ ଖ୍ୟାତ ହେବ, ସେହି ବ୍ୟକ୍ତି ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଉତ୍ସର୍ଗ କରିବାକୁ ଯାଉଥିଲେ,
19 Ó sì rò ó si pé Ọlọ́run tilẹ̀ lè gbé e dìde kúrò nínú òkú, bẹ́ẹ̀ ni, bí a bá sọ ọ́ lọ́nà àpẹẹrẹ, ó gbà á padà.
କାରଣ ଈଶ୍ବର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଆକ୍ଷରିକ ଭାବେ, ସେ ମଧ୍ୟ ତାହାଙ୍କୁ ଦୃଷ୍ଟାନ୍ତଭାବେ ମୃତ୍ୟୁରୁ ଫେରି ପାଇଲେ।
20 Nípa ìgbàgbọ́ ní Isaaki súre fún Jakọbu àti Esau ní ti ohun tí ń bọ̀.
ବିଶ୍ୱାସ ଦ୍ୱାରା ଇସ୍ହାକ ଭବିଷ୍ୟତ ବିଷୟରେ ମଧ୍ୟ ଯାକୁବ ଓ ଏଷୌଙ୍କୁ ଆଶୀର୍ବାଦ କଲେ।
21 Nípa ìgbàgbọ́ ni Jakọbu, nígbà tí o ń ku lọ, ó súre fún àwọn ọmọ Josẹfu ni ọ̀kọ̀ọ̀kan; ó sì sinmi ní ìtẹríba lé orí ọ̀pá rẹ̀.
ବିଶ୍ୱାସ ଦ୍ୱାରା ଯାକୁବ ମୃତ୍ୟୁ ସମୟରେ ଯୋଷେଫଙ୍କର ପ୍ରତ୍ୟେକ ପୁତ୍ରଙ୍କୁ ଆଶୀର୍ବାଦ କଲେ, ପୁଣି, ଆପଣା ଯଷ୍ଟିର ଅଗ୍ରଭାଗରେ ଆଉଜିପଡ଼ି ପ୍ରଣାମ କଲେ।
22 Nípa ìgbàgbọ́ ni Josẹfu, nígbà tí ó ń ku lọ, ó rántí ìjáde lọ àwọn ọmọ Israẹli; ó sì pàṣẹ ní ti àwọn egungun rẹ̀.
ବିଶ୍ୱାସ ଦ୍ୱାରା ଯୋଷେଫ ମୃତ୍ୟୁ ସମୟରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରସ୍ଥାନ ବିଷୟ ଉଲ୍ଲେଖ କଲେ, ପୁଣି, ଆପଣା ଅସ୍ଥି ସମ୍ବନ୍ଧରେ ଆଜ୍ଞା ଦେଲେ।
23 Nípa ìgbàgbọ́ ní àwọn òbí Mose pa a mọ́ fún oṣù mẹ́ta nígbà tí a bí i, nítorí tiwọn rí i ní arẹwà ọmọ; wọn kò sì bẹ̀rù àṣẹ ọba.
ବିଶ୍ୱାସ ଦ୍ୱାରା ମୋଶାଙ୍କ ପିତାମାତା ତାହାଙ୍କ ଜନ୍ମ ହେବା ସମୟରେ ତାହାଙ୍କୁ ଗୋଟିଏ ସୁନ୍ଦର ପିଲା ବୋଲି ଦେଖି ରାଜାଜ୍ଞାକୁ ଭୟ ନ କରି ତିନି ମାସ ପର୍ଯ୍ୟନ୍ତ ତାହାଙ୍କୁ ଗୋପନରେ ରଖିଲେ।
24 Nípa ìgbàgbọ́ ni Mose, nígbà tí o dàgbà, ó kọ̀ ki a máa pé òun ni ọmọ ọmọbìnrin Farao;
ବିଶ୍ୱାସ ଦ୍ୱାରା ମୋଶା ବୟସପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ;
25 o kúkú yàn láti máa ba àwọn ènìyàn Ọlọ́run jìyà, ju jíjẹ fàájì ẹ̀ṣẹ̀ fún ìgbà díẹ̀.
ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ବରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ,
26 Ó ka ẹ̀gàn Kristi si ọrọ̀ tí ó pọ̀jù àwọn ìṣúra Ejibiti lọ, nítorí tí ó ń wo èrè náà.
ପୁଣି, ମିସରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ଭାବି ପୁରସ୍କାର ଦାନ ପ୍ରତି ଦୃଷ୍ଟିପାତ କଲେ।
27 Nípa ìgbàgbọ́ ni o kọ Ejibiti sílẹ̀ láìbẹ̀rù ìbínú ọba: nítorí tí o dúró ṣinṣin bí ẹni tí ó n ri ẹni àìrí.
ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ।
28 Nípa ìgbàgbọ́ ni ó da àsè ìrékọjá sílẹ̀, àti ìbùwọ́n ẹ̀jẹ̀, kí ẹni tí ń pa àwọn àkọ́bí ọmọ má bá a fi ọwọ́ kan wọn.
ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବ ଓ ରକ୍ତ ସେଚନ ବିଧି ପାଳନ କଲେ, ଯେପରି ପ୍ରଥମଜାତମାନଙ୍କର ସଂହାରକ ସେମାନଙ୍କୁ ସ୍ପର୍ଶ ନ କରନ୍ତି।
29 Nípa ìgbàgbọ́ ni wọn la òkun pupa kọjá bi ẹni pé ni ìyàngbẹ ilẹ̀ ni: ti àwọn ara Ejibiti dánwò, tí wọ́n sì ri.
ବିଶ୍ୱାସ ଦ୍ୱାରା ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୂଫ ସାଗରର ଭିତର ଦେଇ ପାର ହେଲେ, କିନ୍ତୁ ମିସରୀୟମାନେ ପାର ହେବାକୁ ଚେଷ୍ଟା କରିବାକୁ ଯାଇ ବୁଡ଼ି ମଲେ।
30 Nípa ìgbàgbọ́ ni àwọn odi Jeriko wo lulẹ̀, lẹ́yìn ìgbà tí a yí wọn ká ni ọjọ́ méje.
ବିଶ୍ୱାସ ଦ୍ୱାରା ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ଘେରିଲା ଉତ୍ତାରେ ଭୂମିସାତ୍ ହେଲା।
31 Nípa ìgbàgbọ́ ni Rahabu panṣágà kò ṣègbé pẹ̀lú àwọn tí kò gbọ́rọ̀ nígbà tí o tẹ́wọ́gbà àwọn àmì ní àlàáfíà.
ବିଶ୍ୱାସ ଦ୍ୱାରା ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆଶ୍ରୟ ଦେବାରୁ ଅନାଜ୍ଞାବହମାନଙ୍କ ସହିତ ବିନଷ୍ଟ ହେଲେ ନାହିଁ।
32 Èwo ni èmi o sì tún máa wí sí i? Nítorí pé ìgbà yóò kùnà fún mi láti sọ ti Gideoni, àti Baraki, àti Samsoni, àti Jefta; àti Dafidi, àti Samuẹli, àti ti àwọn wòlíì,
ଆଉ ଅଧିକ କଅଣ କହିବି? ଗିଦିୟୋନ, ବାରକ, ଶାମ୍ଶୋନ୍, ଯିପ୍ତହ, ଦାଉଦ, ଶାମୁୟେଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ;
33 àwọn ẹni nípasẹ̀ ìgbàgbọ́ tiwọn ṣẹ́gun ilẹ̀ ọba, tí wọn ṣiṣẹ́ òdodo, tiwọn gba ìlérí, tiwọn dí àwọn kìnnìún lénu,
ବିଶ୍ୱାସ ଦ୍ୱାରା ସେମାନେ ରାଜ୍ୟଗୁଡ଼ିକ ଜୟ କଲେ, ଧର୍ମ ସାଧନ କଲେ, ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ, ସିଂହମାନଙ୍କ ମୁଖରୁ ବଞ୍ଚିତ ହେଲେ,
34 tí wọ́n pa agbára iná, tí wọ́n bọ́ lọ́wọ́ ojú idà, tí a sọ di alágbára nínú àìlera, tí wọ́n dí akọni nínú ìjà, wọ́n lé ogun àwọn àjèjì sá.
ଅଗ୍ନିର ତେଜ ନିବାରଣ କଲେ, ଖଡ୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୁଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ।
35 Àwọn obìnrin ri òkú wọn gbà nípa àjíǹde: a sì da àwọn ẹlòmíràn lóró, wọ́n kọ̀ láti gba ìdásílẹ̀; kí wọn ba lè rí àjíǹde tí o dára jù gbà.
ସ୍ତ୍ରୀଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ; ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହାଯନ୍ତ୍ରଣା ଭୋଗ କଲେ।
36 Àwọn ẹlòmíràn sì rí ìjìyà ẹ̀sín, àti nínà, àti ju bẹ́ẹ̀ lọ, ti ìdè àti ti túbú.
ଅନ୍ୟମାନେ ବିଦ୍ରୂପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ;
37 A sọ wọ́n ni òkúta, a fi ayùn rẹ́ wọn sì méjì, a dán wọn wò a fi idà pa wọn, wọ́n rìn káàkiri nínú awọ àgùntàn àti nínú awọ ewúrẹ́; wọn di aláìní, olùpọ́njú, ẹni tí a ń da lóró;
କେହି ଅବା ପ୍ରସ୍ତରାଘାତରେ ହତ, କେହି ଅବା ନିର୍ଯ୍ୟାତିତ, କେହି କରତ ଦ୍ୱାରା ଦ୍ୱିଖଣ୍ଡିତ, ପୁଣି, କେହି ଅବା ଖଡ୍ଗ ଦ୍ୱାରା ନିହତ ହେଲେ, କେହି କେହି ମେଷ ଓ ଛାଗଳର ଚର୍ମରେ ଆଚ୍ଛାଦିତ, ଅଭାବଗ୍ରସ୍ତ, କ୍ଳିଷ୍ଟ ଓ ତାଡନାପ୍ରାପ୍ତ ହୋଇ
38 àwọn ẹni tí ayé ko yẹ fún. Wọ́n ń kiri nínú aṣálẹ̀, àti lórí òkè, àti nínú ihò àti nínú abẹ́ ilẹ̀.
ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା।
39 Gbogbo àwọn wọ̀nyí tí a jẹ́rìí rere sí nípa ìgbàgbọ́, wọn kò sì rí ìlérí náà gbà,
ବିଶ୍ୱାସ ଦ୍ୱାରା ଏହି ସମସ୍ତେ ସୁଖ୍ୟାତି ଲାଭ କରି ସୁଦ୍ଧା ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ ନାହିଁ,
40 nítorí Ọlọ́run ti pèsè ohun tí ó dára jù sílẹ̀ fún wa, pé láìsí wa, kí a má ṣe wọn pé.
ଯେଣୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବିଷୟ ପ୍ରସ୍ତୁତ କରି ରଖିଥିଲେ, ଯେପରି ସେମାନେ ଆମ୍ଭମାନଙ୍କ ବିନା ସିଦ୍ଧ ଲାଭ ନ କରନ୍ତି।