< Genesis 50 >
1 Josẹfu sì ṣubú lé baba rẹ̀, ó sọkún, ó sì fẹnukò ó ní ẹnu.
ସେତେବେଳେ ଯୋଷେଫ ଆପଣା ପିତାଙ୍କର ମୁଖରେ ମୁଖ ଦେଇ ରୋଦନ କରି ଚୁମ୍ବନ କଲେ।
2 Nígbà náà ni Josẹfu pàṣẹ fún àwọn oníṣègùn tí ó wà ní ìkáwọ́ rẹ̀ pé kí wọn kí ó ṣe òkú Israẹli baba rẹ̀ lọ́jọ̀, àwọn oníṣègùn náà sì ṣe bẹ́ẹ̀.
ପୁଣି, ଯୋଷେଫ ଆପଣା ପିତାଙ୍କର ଶବ ପୂତିଘ୍ନ ଦ୍ରବ୍ୟାକ୍ତ କରିବା ପାଇଁ ଆପଣା ଦାସ ବୈଦ୍ୟମାନଙ୍କୁ ଆଜ୍ଞା ଦେଲେ; ତହିଁରେ ବୈଦ୍ୟମାନେ ଇସ୍ରାଏଲଙ୍କର ଶବକୁ ପୂତିଘ୍ନ ଦ୍ରବ୍ୟ ଯୁକ୍ତ କଲେ।
3 Fún ogójì ọjọ́ ni wọ́n fi ṣe èyí, nítorí èyí ni àsìkò tí a máa ń fi ṣe ẹ̀ǹbáàmù òkú. Àwọn ará Ejibiti sì ṣọ̀fọ̀ rẹ̀ fún àádọ́rin ọjọ́.
ତାହା ପାଇଁ ଚାଳିଶ ଦିନ ଲାଗିଲା; ଯେହେତୁ ପୂତିଘ୍ନ ଦ୍ରବ୍ୟାକ୍ତ କରିବାକୁ ଚାଳିଶ ଦିନ ଲାଗେ; ପୁଣି, ମିସରୀୟ ଲୋକମାନେ ତାଙ୍କ ନିମନ୍ତେ ସତୁରି ଦିନ ଯାଏ ଶୋକ କଲେ।
4 Nígbà tí ọjọ́ ìṣọ̀fọ̀ náà kọjá. Josẹfu wí fún àwọn ará ilé Farao pé, “Bí mo bá bá ojúrere yín pàdé, ẹ bá mi sọ fún Farao.
ସେହି ଶୋକ ଦିନ ଗତ ହୁଅନ୍ତେ, ଯୋଷେଫ ଫାରୋଙ୍କର ପରିଜନଙ୍କୁ କହିଲେ, “ଯଦି ମୁଁ ତୁମ୍ଭମାନଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ବିନୟ କରୁଅଛି, ଫାରୋଙ୍କ କର୍ଣ୍ଣଗୋଚରେ ଏହି କଥା କୁହ,
5 ‘Baba mi mú mi búra ó sì wí fún mi pé, “Mo ti fẹ́rẹ kú: sinmi sínú ibojì tí mo gbẹ́ fún ara mi ní ilẹ̀ Kenaani.” Nísinsin yìí, jẹ́ kí n lọ kí n sì sìnkú baba mi, lẹ́yìn náà èmi yóò padà wa.’”
ମୋʼ ପିତା ମୋତେ ଶପଥ କରାଇ କହିଅଛନ୍ତି, ‘ଦେଖ, ଆମ୍ଭେ ମଲେ, କିଣାନ ଦେଶରେ ଆପଣା ନିମନ୍ତେ ଯେଉଁ କବର ଖନନ କରିଅଛୁ, ତହିଁରେ ଆମ୍ଭକୁ କବର ଦେବ।’ ଏଣୁ ଏବେ ମୋତେ ଯିବାକୁ ଦିଅନ୍ତୁ, ମୁଁ ପିତାଙ୍କୁ କବର ଦେଇ ପୁନର୍ବାର ଆସିବି।”
6 Farao wí pé, “Gòkè lọ, kí o sì sin baba rẹ, bí ó tí mú ọ búra.”
ତହିଁରେ ଫାରୋ କହିଲେ, “ଯାଅ, ତୁମ୍ଭ ପିତା ତୁମ୍ଭକୁ ଯେଉଁ ଶପଥ କରାଇଅଛନ୍ତି, ତୁମ୍ଭେ ତଦନୁସାରେ ତାଙ୍କୁ କବର ଦିଅ।”
7 Báyìí ni Josẹfu gòkè lọ láti sìnkú baba rẹ̀. Gbogbo àwọn ìjòyè Farao ni ó sìn ín lọ—àwọn àgbàgbà ilé rẹ̀, àti gbogbo àwọn àgbàgbà ilẹ̀ Ejibiti.
ତହୁଁ ଯୋଷେଫ ଆପଣା ପିତାଙ୍କୁ କବର ଦେବାକୁ ଯାତ୍ରା କଲେ; ତହିଁରେ ଫାରୋଙ୍କର ଦାସମାନେ ଓ ତାଙ୍କ ଗୃହର ପ୍ରଧାନ ଲୋକମାନେ ଓ ମିସର ଦେଶର ପ୍ରଧାନ ଲୋକମାନେ,
8 Yàtọ̀ fún gbogbo àwọn ará ilé Josẹfu àti ti àwọn arákùnrin rẹ̀ àti àwọn tí ó jẹ́ ilé baba rẹ̀, àwọn ọmọ wọn nìkan àti agbo ẹran pẹ̀lú agbo màlúù ni ó sẹ́ kù ní Goṣeni.
ପୁଣି, ଯୋଷେଫଙ୍କର ସମସ୍ତ ପରିବାର ଓ ତାଙ୍କର ଭ୍ରାତୃଗଣ ଓ ତାଙ୍କର ପିତୃପରିବାର ତାଙ୍କ ସଙ୍ଗେ ଗମନ କଲେ; ଗୋଶନ ପ୍ରଦେଶରେ ସେମାନେ କେବଳ ଆପଣାମାନଙ୍କ ବାଳକଗଣ ଓ ମେଷପଲ ଓ ଗୋପଲ ଛାଡ଼ିଗଲେ।
9 Kẹ̀kẹ́-ẹṣin àti àwọn ẹlẹ́ṣin pẹ̀lú gòkè lọ. Àìmoye ènìyàn ni ó lọ.
ତାଙ୍କ ସଙ୍ଗରେ ରଥ ଓ ଅଶ୍ୱାରୋହୀଗଣ ଗମନ ଗଲେ; ତହିଁରେ ଅତିଶୟ ସମାରୋହ ହେଲା।
10 Nígbà tí wọ́n dé ilẹ̀ ìpakà Atadi, ní ẹ̀bá Jordani, wọn pohùnréré ẹkún, níbẹ̀ ni Josẹfu sì tún dúró ṣọ̀fọ̀ baba rẹ̀ fún ọjọ́ méje.
ଏଥିଉତ୍ତାରେ ସେମାନେ ଯର୍ଦ୍ଦନ ପାରସ୍ଥ ଆଟଦର ଖଳାରେ ଉପସ୍ଥିତ ହୁଅନ୍ତେ, ସେଠାରେ ମହା ବିଳାପ କରି ରୋଦନ କଲେ; ଯୋଷେଫ ସେଠାରେ ଆପଣା ପିତାଙ୍କ ଲାଗି ସାତ ଦିନ ପର୍ଯ୍ୟନ୍ତ ଶୋକ କଲେ।
11 Nígbà tí àwọn ará Kenaani tí ń gbé níbẹ̀ rí i bí wọ́n ti ń ṣọ̀fọ̀ náà ni ilẹ̀ ìpakà Atadi, wọ́n wí pé, “Ọ̀fọ̀ ńlá ni àwọn ará Ejibiti ń ṣe yìí.” Ìdí èyí ni a fi ń pe ibẹ̀ ní Abeli-Misraimu. Kò sì jìnnà sí Jordani.
ପୁଣି, ସେହି ଦେଶ ନିବାସୀ କିଣାନୀୟ ଲୋକମାନେ ଆଟଦର ଖଳାରେ ସେମାନଙ୍କର ଏରୂପ ଶୋକ ଦେଖି କହିଲେ, “ମିସରୀୟମାନଙ୍କର ଏ ଅତି ଦାରୁଣ ଶୋକ,” ତେଣୁକରି ଯର୍ଦ୍ଦନ ପାରସ୍ଥ ସେହି ସ୍ଥାନ ଆବେଲ୍ ମିସର ନାମରେ ବିଖ୍ୟାତ ହେଲା।
12 Báyìí ni àwọn ọmọ Jakọbu ṣe ohun tí baba wọn pàṣẹ fún wọn.
ଏଥିଉତ୍ତାରେ ଯାକୁବ ଆପଣା ପୁତ୍ରମାନଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେମାନେ ତାଙ୍କ ପ୍ରତି ତଦନୁସାରେ କଲେ;
13 Wọ́n gbé e lọ sí ilẹ̀ Kenaani, wọ́n sì sin ín sínú ihò àpáta tí ó wà ní oko Makpela, ní tòsí i Mamre tí Abrahamu rà gẹ́gẹ́ bí ilẹ̀ ìsìnkú lọ́wọ́ Efroni ará Hiti, pẹ̀lú ilẹ̀ náà.
ଅର୍ଥାତ୍, ତାଙ୍କର ପୁତ୍ରମାନେ ତାଙ୍କୁ କିଣାନ ଦେଶକୁ ନେଇ ମକ୍ପେଲା କ୍ଷେତ୍ରରେ ମଧ୍ୟବର୍ତ୍ତୀ ଗୁହାରେ କବର ଦେଲେ; ସେହି ଗୁହା ମମ୍ରିର ସମ୍ମୁଖସ୍ଥ କ୍ଷେତ୍ର ସହିତ କବର ସ୍ଥାନାଧିକାର ନିମିତ୍ତ ହିତ୍ତୀୟ ଇଫ୍ରୋଣଠାରୁ ଅବ୍ରହାମଙ୍କ ଦ୍ୱାରା କ୍ରୀତ ହୋଇଥିଲା।
14 Lẹ́yìn ìgbà tí ó ti sìnkú baba rẹ̀ tan, Josẹfu padà sí Ejibiti pẹ̀lú àwọn arákùnrin rẹ̀ àti àwọn mìíràn tí ó tẹ̀lé e lọ láti sin baba rẹ̀.
ଯୋଷେଫ ଆପଣା ପିତାଙ୍କୁ କବର ଦେଲା ଉତ୍ତାରେ ସେ ଓ ତାଙ୍କର ଭ୍ରାତୃଗଣ ପ୍ରଭୃତି ଯେତେ ଲୋକ ତାଙ୍କ ପିତାଙ୍କର କବର ଦେବାକୁ ତାଙ୍କ ସଙ୍ଗେ ଯାଇଥିଲେ, ସମସ୍ତେ ମିସରକୁ ପ୍ରତ୍ୟାଗମନ କଲେ।
15 Nígbà tí àwọn arákùnrin Josẹfu rí i pé baba wọn kú, wọ́n wí fún ara wọn pé, “Ǹjẹ́ bí ó bá ṣe pé Josẹfu ṣì fi wá sínú ń kọ́, tí ó sì fẹ́ gbẹ̀san gbogbo aburú tí a ti ṣe sí i?”
ଆଉ ଆପଣାମାନଙ୍କର ପିତା ମରିଅଛନ୍ତି, ଏହା ଦେଖି ଯୋଷେଫଙ୍କର ଭାଇମାନେ କହିଲେ, “କେଜାଣି ଯୋଷେଫ ଆମ୍ଭମାନଙ୍କୁ ଘୃଣା କରିବ, ପୁଣି, ଆମ୍ଭେମାନେ ତାହାର ଯେସକଳ ମନ୍ଦ କରିଅଛୁ, ତହିଁର ସମ୍ପୂର୍ଣ୍ଣ ପ୍ରତିଫଳ ଆମ୍ଭମାନଙ୍କୁ ଦେବ।”
16 Nítorí náà wọ́n ránṣẹ́ sí Josẹfu wí pé, “Baba rẹ fi àṣẹ yìí sílẹ̀ kí ó tó lọ wí pé,
ଏହେତୁ ସେମାନେ ଯୋଷେଫଙ୍କ ନିକଟକୁ ଏହି କଥା କହି ପଠାଇଲେ, “ତୁମ୍ଭ ପିତା ମୃତ୍ୟୁୁ ପୂର୍ବରେ ଆମ୍ଭମାନଙ୍କୁ ଏହା କହିଥିଲେ, ତୁମ୍ଭେମାନେ ‘ଯୋଷେଫକୁ ଏହି କଥା କହିବ,
17 ‘Èyí ni kí ẹ̀yin kí ó sọ fún Josẹfu, mo bẹ̀ ọ́ kí o dáríjì àwọn arákùnrin rẹ, gbogbo ẹ̀ṣẹ̀ àti aburú tí wọ́n ṣe sí ọ, èyí tí ó mú ibi bá ọ’. Nísinsin yìí, jọ̀wọ́ dárí ẹ̀ṣẹ̀ àwọn ìránṣẹ́ Ọlọ́run baba rẹ jì wọ́n.” Nígbà tí iṣẹ́ ti wọ́n rán dé ọ̀dọ̀ rẹ̀, Josẹfu sọkún.
ତୁମ୍ଭ ଭାଇମାନେ ତୁମ୍ଭର ମନ୍ଦ କରିଅଛନ୍ତି; ମାତ୍ର ତୁମ୍ଭେ ଅନୁଗ୍ରହ କରି ସେମାନଙ୍କର ସେହି ଅଧର୍ମ ଓ ପାପ ମାର୍ଜନା କରିବ;’ ଏଥିପାଇଁ ଆମ୍ଭେମାନେ ବିନୟ କରୁଅଛୁ, ତୁମ୍ଭ ପୈତୃକ ପରମେଶ୍ୱରଙ୍କ ଦାସଗଣର ଅଧର୍ମ ମାର୍ଜନା କର।” ସେମାନେ ଏହି କଥା କହିବା ବେଳେ ଯୋଷେଫ କାନ୍ଦିବାକୁ ଲାଗିଲେ।
18 Àwọn arákùnrin rẹ̀ wá, wọ́n sì wólẹ̀ níwájú rẹ̀, wọ́n wí pé, “Ẹrú rẹ ni a jẹ́.”
ଏଥିଉତ୍ତାରେ ତାଙ୍କର ଭାଇମାନେ ତାଙ୍କ ଆଗକୁ ଯାଇ ପ୍ରଣାମ କରି କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଦାସ।”
19 Ṣùgbọ́n Josẹfu wí fún wọn pé, “Ẹ má ṣe bẹ̀rù, èmi ha wà ní ipò Ọlọ́run bí?
ତହିଁରେ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ କିଛି ଭୟ କର ନାହିଁ, ମୁଁ କʼଣ ପରମେଶ୍ୱରଙ୍କର ପ୍ରତିନିଧି?
20 Bí ó tilẹ̀ jẹ́ pé ẹ gbèrò láti ṣe mi ní ibi, ṣùgbọ́n Ọlọ́run gbèrò láti fi ṣe rere tí ń ṣe lọ́wọ́ yìí; ni gbígba ẹ̀mí ọ̀pọ̀lọpọ̀ ènìyàn là.
ତୁମ୍ଭେମାନେ ମୋʼ ବିରୁଦ୍ଧରେ ମନ୍ଦ କଳ୍ପନା କରିଥିଲ ପ୍ରମାଣ, ମାତ୍ର ପରମେଶ୍ୱର ତାହା ମଙ୍ଗଳର କଳ୍ପନା କଲେ; ଏବେ ଯେପରି ଦେଖୁଅଛ, ସେପରି ଅନେକ ଲୋକଙ୍କର ପ୍ରାଣରକ୍ଷା କରିବାକୁ ତାହାଙ୍କର ଅଭିପ୍ରାୟ ଥିଲା।
21 Nítorí náà, ẹ má ṣe bẹ̀rù. Èmi yóò pèsè fún ẹ̀yin àti àwọn ọmọ yín.” Ó tún fi wọ́n lọ́kàn balẹ̀, ó sì sọ ọ̀rọ̀ rere fun wọn.
ଏଥିପାଇଁ ତୁମ୍ଭେମାନେ ଏବେ ଭୀତ ହୁଅ ନାହିଁ, ମୁଁ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକଗଣକୁ ପ୍ରତିପାଳନ କରିବି।” ଏହି ପ୍ରକାରେ ଚିତ୍ତ ପ୍ରବୋଧକ କଥା କହି ସେ ସେମାନଙ୍କୁ ସାନ୍ତ୍ୱନା ଦେଲେ।
22 Josẹfu sì ń gbé ní Ejibiti pẹ̀lú gbogbo ìdílé baba rẹ̀. Ó sì wà láààyè fún àádọ́fà ọdún.
ଏଥିଉତ୍ତାରେ ଯୋଷେଫ ଓ ତାଙ୍କର ପିତୃପରିବାର ମିସରରେ ବାସ କରି ରହିଲେ; ଯୋଷେଫ ଶହେ ଦଶ ବର୍ଷ ଜୀବିତ ରହିଲେ।
23 Ó sì rí ìran kẹta ọmọ Efraimu-Àwọn ọmọ Makiri, ọmọkùnrin Manase ni a sì gbé le eékún Josẹfu nígbà tí ó bí wọn.
ଯୋଷେଫ ଇଫ୍ରୟିମର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନସନ୍ତତି ଦେଖିଲେ; ପୁଣି, ଯୋଷେଫ ମନଃଶିର ମାଖୀର ନାମକ ପୁତ୍ରର ଶିଶୁସନ୍ତାନମାନଙ୍କୁ “କୋଳ କଲେ।”
24 Nígbà náà ni Josẹfu wí fún àwọn arákùnrin rẹ̀ pé, “Mo ti fẹ́rẹ kú, ṣùgbọ́n dájúdájú Ọlọ́run yóò wá sí ìrànlọ́wọ́ yín, yóò sì mú un yín jáde kúrò ní ilẹ̀ yìí lọ sí ilẹ̀ tí ó ti ṣèlérí ní ìbúra fún Abrahamu, Isaaki àti Jakọbu.”
ଏଥିଉତ୍ତାରେ ଯୋଷେଫ ଭାଇମାନଙ୍କୁ କହିଲେ, “ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ, ପୁଣି, ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଯେଉଁ ଦେଶ ଦେବା ପାଇଁ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶକୁ ତୁମ୍ଭମାନଙ୍କୁ ନେଇଯିବେ।”
25 Josẹfu sì mú kí àwọn ọmọ Israẹli búra májẹ̀mú kan wí pé, “Dájúdájú Ọlọ́run yóò wá sí ìrànlọ́wọ́ yín, nígbà náà ni ẹ gbọdọ̀ kó egungun mi lọ́wọ́ kúrò ní ìhín.”
ଆହୁରି ଯୋଷେଫ ଇସ୍ରାଏଲଙ୍କର ସନ୍ତାନମାନଙ୍କୁ ଏହି ଶପଥ କରାଇ କହିଲେ, “ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ, ସେହି ସମୟରେ ତୁମ୍ଭେମାନେ ଏ ସ୍ଥାନରୁ ମୋହର ଅସ୍ଥି ନେଇଯିବ।”
26 Báyìí ni Josẹfu kú nígbà tí ó pé àádọ́fà ọdún. Lẹ́yìn ìgbà tí wọ́n ṣe òkú rẹ̀ lọ́jọ̀ tan, a gbé e sí inú pósí ní Ejibiti.
ଏହି ପ୍ରକାରେ ଯୋଷେଫ ଶହେ ଦଶ ବର୍ଷ ବୟସରେ ମଲେ; ତହିଁରେ ସେମାନେ ତାଙ୍କର ଶବକୁ ପୂତିଘ୍ନ ଦ୍ରବ୍ୟ ଯୁକ୍ତ କରି ମିସର ଦେଶରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ।