< Genesis 5 >
1 Èyí ni àkọsílẹ̀ ìran Adamu. Nígbà tí Ọlọ́run dá ènìyàn, ní àwòrán Ọlọ́run ni ó dá a.
ଆଦମଙ୍କର ବଂଶାବଳୀର ବୃତ୍ତାନ୍ତ ଏହି। ଯେଉଁ ଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହି ଦିନ ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ;
2 Àti akọ àti abo ni Ó dá wọn, ó sì súre fún wọn, ó sì pe orúkọ wọ́n ní Adamu ní ọjọ́ tí ó dá wọn.
ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ; ଆଉ ସେମାନେ ସୃଷ୍ଟ ହେବା ଦିନ ସେମାନଙ୍କୁ ଆଶୀର୍ବାଦ କରି ଆଦମ (ମନୁଷ୍ୟ) ନାମ ଦେଲେ।
3 Nígbà tí Adamu di ẹni àádóje ọdún, ó bí ọmọkùnrin kan tí ó jọ ọ́, tí ó jẹ́ àwòrán ara rẹ̀, ó sì pe orúkọ rẹ̀ ní Seti.
ଆଦମ ଶହେ ତିରିଶ ବର୍ଷ ବୟସରେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ଏକ ପୁତ୍ର ଜାତ କରି ତାହାର ନାମ ଶେଥ ଦେଲେ।
4 Ọjọ́ Adamu, lẹ́yìn ìgbà tí ó bí Seti, jẹ́ ẹgbẹ̀rin ọdún, ó sì bí àwọn ọmọkùnrin àti ọmọbìnrin.
ଶେଥର ଜନ୍ମ ଉତ୍ତାରେ ଆଦମ ଆଠ ଶହ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ।
5 Àpapọ̀ ọdún tí Adamu gbé ní orí ilẹ̀ jẹ́ ẹ̀ẹ́dẹ́gbẹ̀rún ọdún ó lé ọgbọ̀n, ó sì kú.
ଆଦମଙ୍କର ବୟସ ସର୍ବସୁଦ୍ଧା ନଅ ଶହ ତିରିଶ ବର୍ଷ ଥିଲା; ତହୁଁ ସେ ମଲେ।
6 Nígbà tí Seti pé àrùnlélọ́gọ́rùn-ún ọdún, ó bí Enoṣi.
ଶେଥ ଶହେ ପାଞ୍ଚ ବର୍ଷ ବୟସରେ ଈନୋଶକୁ ଜାତ କଲା;
7 Lẹ́yìn ìgbà tí ó bí Enoṣi, Seti sì gbé fún ẹgbẹ̀rin ọdún ó lé méje, ó sì bí àwọn; ọmọkùnrin àti ọmọbìnrin.
ଈନୋଶର ଜନ୍ମ ଉତ୍ତାରେ ଶେଥ ଆଠ ଶହ ସାତ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା।
8 Àpapọ̀ ọdún Seti sì jẹ́ ẹ̀ẹ́dẹ́gbẹ̀rún ọdún ó lé méjìlá, ó sì kú.
ଶେଥର ବୟସ ସର୍ବସୁଦ୍ଧା ନଅ ଶହ ବାର ବର୍ଷ ଥିଲା; ତହୁଁ ସେ ମଲା।
9 Nígbà tí Enoṣi di ẹni àádọ́rùn-ún ọdún ni ó bí Kenani.
ଈନୋଶ ନବେ ବର୍ଷ ବୟସରେ କୟିନାନକୁ ଜାତ କଲା;
10 Lẹ́yìn tí ó bí Kenani, Enoṣi sì wà láààyè fún ẹgbẹ̀rin ọdún ó lé mẹ́ẹ̀ẹ́dógún, ó sì bí àwọn ọkùnrin àti obìnrin.
ପୁଣି, କୟିନାନର ଜନ୍ମ ଉତ୍ତାରେ ସେ ଆଠ ଶହ ପନ୍ଦର ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
11 Àpapọ̀ ọdún Enoṣi jẹ́ ẹ̀ẹ́dẹ́gbẹ̀rún ọdún ó lé márùn-ún, ó sì kú.
ଈନୋଶର ବୟସ ସର୍ବସୁଦ୍ଧା ନଅ ଶହ ପାଞ୍ଚ ବର୍ଷ ଥିଲା; ତହୁଁ ସେ ମଲା।
12 Nígbà tí Kenani di àádọ́rin ọdún ni ó bí Mahalaleli.
କୟିନାନ ସତୁରି ବର୍ଷ ବୟସରେ ମହଲଲେଲକୁ ଜାତ କଲା;
13 Lẹ́yìn tí ó bí Mahalaleli, Kenani wà láààyè fún òjìlélẹ́gbẹ̀rin ọdún, ó sì bí àwọn ọmọkùnrin àti ọmọbìnrin.
ମହଲଲେଲ ଜନ୍ମିଲା ଉତ୍ତାରେ ସେ ଆଠ ଶହ ଚାଳିଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟାମାନଙ୍କୁ ଜାତ କଲା;
14 Àpapọ̀ ọjọ́ Kenani jẹ́ ẹ̀ẹ́dẹ́gbẹ̀rún ọdún ó lé mẹ́wàá, ó sì kú.
ଆଉ କୟିନାନର ବୟସ ସର୍ବସୁଦ୍ଧା ନଅ ଶହ ଦଶ ବର୍ଷ ଥିଲା; ତହୁଁ ସେ ମଲା।
15 Nígbà tí Mahalaleli pé ọmọ àrùnlélọ́gọ́ta ọdún ni ó bí Jaredi.
ମହଲଲେଲ ପଞ୍ଚଷଠି ବର୍ଷ ବୟସରେ ଯେରଦକୁ ଜାତ କଲା;
16 Mahalaleli sì gbé fún ẹgbẹ̀rin ọdún ó lé ọgbọ̀n lẹ́yìn ìgbà tí ó bí Jaredi, ó sì bí àwọn ọmọkùnrin àti ọmọbìnrin.
ଯେରଦ ଜନ୍ମିଲା ଉତ୍ତାରେ ସେ ଆଠ ଶହ ତିରିଶ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
17 Àpapọ̀ iye ọdún Mahalaleli jẹ́ ẹ̀ẹ́dẹ́gbẹ̀rún ọdún ó dín márùn-ún, ó sì kú.
ମହଲଲେଲର ବୟସ ସର୍ବସୁଦ୍ଧା ଆଠ ଶହ ପଞ୍ଚାନବେ ବର୍ଷ ଥିଲା; ତହୁଁ ସେ ମଲା।
18 Nígbà tí Jaredi pé ọmọ ọgọ́jọ ọdún ó lé méjì ni ó bí Enoku.
ଯେରଦ ଶହେ ବାଷଠି ବର୍ଷ ବୟସରେ ହନୋକଙ୍କୁ ଜାତ କଲା;
19 Lẹ́yìn èyí, Jaredi wà láààyè fún ẹgbẹ̀rin ọdún Enoku sì bí àwọn ọmọkùnrin àti ọmọbìnrin.
ହନୋକଙ୍କର ଜନ୍ମ ଉତ୍ତାରେ ସେ ଆଠ ଶହ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
20 Àpapọ̀ ọdún Jaredi sì jẹ́ ẹgbẹ̀rún dín méjìdínlógójì, ó sì kú.
ଯେରଦର ବୟସ ସର୍ବସୁଦ୍ଧା ନଅ ଶହ ବାଷଠି ବର୍ଷ ଥିଲା; ତହୁଁ ସେ ମଲା।
21 Nígbà tí Enoku pé ọmọ ọgọ́ta ọdún ó lé márùn ni ó bí Metusela.
ହନୋକ ପଞ୍ଚଷଠି ବର୍ଷ ବୟସରେ ମଥୂଶେଲହକୁ ଜାତ କଲେ;
22 Lẹ́yìn tí ó bí Metusela, Enoku sì bá Ọlọ́run rìn ní ọ̀ọ́dúnrún ọdún, ó sì bí àwọn ọmọkùnrin àti ọmọbìnrin.
ମଥୂଶେଲହର ଜନ୍ମ ଉତ୍ତାରେ ହନୋକ ତିନି ଶହ ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ, ପୁଣି, ସେ ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ;
23 Àpapọ̀ ọjọ́ Enoku sì jẹ́ irinwó ọdún dín márùndínlógójì.
ହନୋକଙ୍କର ବୟସ ସର୍ବସୁଦ୍ଧା ତିନି ଶହ ପଞ୍ଚଷଠି ବର୍ଷ ଥିଲା;
24 Enoku bá Ọlọ́run rìn; a kò sì rí i mọ́ nítorí Ọlọ́run mú un lọ.
ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ; ଆଉ ସେ ଅନ୍ତର୍ହିତ ହେଲେ; ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ।
25 Nígbà tí Metusela pé igba ọdún dín mẹ́tàlá ní o bí Lameki.
ମଥୂଶେଲହ ଶହେ ଶତାଅଶୀ ବର୍ଷ ବୟସରେ ଲେମକକୁ ଜାତ କଲା;
26 Lẹ́yìn èyí Metusela wà láààyè fún ẹgbẹ̀rin ọdún dín méjìdínlógún, lẹ́yìn ìgbà tí ó bí Lameki, ó sì bí àwọn ọmọkùnrin àti ọmọbìnrin.
ଲେମକର ଜନ୍ମ ଉତ୍ତାରେ ମଥୂଶେଲହ ସାତ ଶହ ବୟାଅଶୀ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
27 Àpapọ̀ ọdún Metusela jẹ́ ẹgbẹ̀rún ọdún dín mọ́kànlélọ́gbọ̀n, ó sì kú.
ମଥୂଶେଲହର ବୟସ ସର୍ବସୁଦ୍ଧା ନଅ ଶହ ଊଣସ୍ତରି ବର୍ଷ ଥିଲା; ତହୁଁ ସେ ମଲା।
28 Nígbà tí Lameki pé ọdún méjìlélọ́gọ́sàn án ni ó bí ọmọkùnrin kan.
ଲେମକ ଶହେ ବୟାଅଶୀ ବର୍ଷ ବୟସରେ ଏକ ପୁତ୍ର ଜାତ କରି ତାହାର ନାମ ନୋହ (ସାନ୍ତ୍ୱନା) ଦେଲେ,
29 Ó sì pe orúkọ rẹ̀ ní Noa, ó sì wí pé, “Eléyìí ni yóò tù wá nínú ni iṣẹ́ àti làálàá ọwọ́ wa, nítorí ilẹ̀ tí Olúwa ti fi gégùn ún.”
ଯେହେତୁ ସେ କହିଲେ, “ସଦାପ୍ରଭୁଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭମାନଙ୍କର ଶ୍ରମ ଓ ହସ୍ତର କ୍ଳେଶ ବିଷୟରେ ଏ ଆମ୍ଭମାନଙ୍କର ସାନ୍ତ୍ୱନା ଜନ୍ମାଇବ।”
30 Lẹ́yìn tí ó bí Noa, Lameki gbé fún ẹgbẹ̀ta ọdún dín márùn-ún, ó sì bí àwọn ọmọkùnrin àti ọmọbìnrin.
ନୋହଙ୍କର ଜନ୍ମ ଉତ୍ତାରେ ଲେମକ ପାଞ୍ଚ ଶହ ପଞ୍ଚାନବେ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ;
31 Àpapọ̀ ọdún Lameki sì jẹ́ ẹgbẹ̀rin ọdún dín mẹ́tàlélógún, ó sì kú.
ତାଙ୍କର ବୟସ ସର୍ବସୁଦ୍ଧା ସାତ ଶହ ସତସ୍ତରି ବର୍ଷ ଥିଲା; ତହୁଁ ସେ ମଲେ।
32 Lẹ́yìn tí Noa pé ọmọ ẹ̀ẹ́dẹ́gbẹ̀ta ọdún ni ó bí Ṣemu, Hamu àti Jafeti.
ଆଉ ନୋହଙ୍କୁ ପାଞ୍ଚ ଶହ ବର୍ଷ ବୟସ ହେଲା; ଆଉ ନୋହ, ଶେମ ଓ ହାମ ଓ ଯେଫତ୍କୁ ଜାତ କଲେ।