< Genesis 49 >

1 Nígbà náà ni Jakọbu ránṣẹ́ pe àwọn ọmọ rẹ̀, ó sì wí pé, “Ẹ kó ara yín jọ pọ̀, kí n le è sọ ohun tí yóò ṣẹlẹ̀ ní ọjọ́ iwájú fún un yín.
ଏଥିଉତ୍ତାରେ ଯାକୁବ ଆପଣା ପୁତ୍ରମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ଏକତ୍ର ହୁଅ; ଶେଷ କାଳରେ ତୁମ୍ଭମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭମାନଙ୍କୁ କହୁଅଛି।
2 “Ẹ kó ara yín jọ pọ̀, kí ẹ sì tẹ́tí, ẹ̀yin ọmọ Jakọbu; ẹ fetí sí Israẹli baba yín.
ହେ ଯାକୁବର ପୁତ୍ରଗଣ, ଏକତ୍ର ହୋଇ ଶୁଣ ଓ ତୁମ୍ଭମାନଙ୍କ ପିତା ଇସ୍ରାଏଲର ବାକ୍ୟ ଶୁଣ।
3 “Reubeni, ìwọ ni àkọ́bí mi, agbára mi, ìpilẹ̀ṣẹ̀ ipá mi, títayọ ní ọlá àti títayọ ní agbára.
ହେ ରୁବେନ୍‍, ତୁମ୍ଭେ ମୋହର ପ୍ରଥମଜାତ (ପୁତ୍ର), ମୋହର ବଳ ଓ ମୋʼ ଶକ୍ତିର ପ୍ରଥମ ଫଳ; ପୁଣି, ମହିମାରେ ପ୍ରଧାନ ଓ ପରାକ୍ରମରେ ପ୍ରଧାନ।
4 Ẹni ríru bí omi Òkun, ìwọ kì yóò tayọ mọ́, nítorí pé ìwọ gun ibùsùn baba rẹ, lórí àkéte mi, ìwọ sì bà á jẹ́ (ìwọ bá ọ̀kan nínú àwọn aya baba rẹ lòpọ̀).
ତୁମ୍ଭେ ଉଚ୍ଛଳିତ ଜଳ ତୁଲ୍ୟ, ତୁମ୍ଭର ପ୍ରଧାନତା ରହିବ ନାହିଁ; କାରଣ ତୁମ୍ଭେ ଆପଣା ପିତୃଶଯ୍ୟାକୁ ଗମନ କଲ; ତେବେ ତାହା ଅଶୁଚି କଲ; ସେ ମୋହର ଶଯ୍ୟାକୁ ଗଲା।
5 “Simeoni àti Lefi jẹ́ arákùnrin— idà wọn jẹ́ ohun èlò ogun alágbára.
ଶିମୀୟୋନ ଓ ଲେବୀ ଦୁଇ ସହୋଦର; ସେମାନଙ୍କ ଖଡ୍ଗ ଦୌରାତ୍ମ୍ୟର ଅସ୍ତ୍ର।
6 Kí ọkàn mi má ṣe ni àṣepọ̀ pẹ̀lú wọn, kí n má sì ṣe dúró níbí ìpéjọpọ̀ wọn, nítorí wọ́n ti pa àwọn ènìyàn ní ìbínú wọn, wọ́n sì da àwọn màlúù lóró bí ó ti wù wọ́n.
ହେ ମୋହର ପ୍ରାଣ, ସେମାନଙ୍କ ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ; ହେ ମୋହର ଗୌରବ, ତୁମ୍ଭେ ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ; କାରଣ ସେମାନେ କ୍ରୋଧରେ ନରହତ୍ୟା କଲେ ଓ ସ୍ୱେଚ୍ଛାଚାରିତାରେ ବଳଦଗୁଡ଼ିକର ଲାଙ୍ଗୁଡ଼ କାଟିଲେ।
7 Ìfibú ni ìbínú wọn nítorí tí ó gbóná púpọ̀, àti fún ìrunú wọn nítorí tí ó kún fún ìkà! Èmi yóò tú wọn ká ní Jakọbu, èmi ó sì fọ́n wọn ká ní Israẹli.
ସେମାନଙ୍କ କ୍ରୋଧ ଅଭିଶପ୍ତ ହେଉ, କାରଣ ତାହା ପ୍ରଚଣ୍ଡ ଥିଲା; ସେମାନଙ୍କ କୋପ ଅଭିଶପ୍ତ ହେଉ, କାରଣ ତାହା ନିଷ୍ଠୁର ଥିଲା; ମୁଁ ଯାକୁବ ମଧ୍ୟରେ ସେମାନଙ୍କୁ ବିଭାଗ କରିବି ଓ ଇସ୍ରାଏଲ ମଧ୍ୟରେ ଛିନ୍ନଭିନ୍ନ କରିବି।
8 “Juda, àwọn arákùnrin rẹ yóò yìn ọ, ọwọ́ rẹ yóò wà ní ọrùn àwọn ọ̀tá rẹ, àwọn ọmọkùnrin baba rẹ yóò foríbalẹ̀ fún ọ.
ହେ ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଶଂସା କରିବେ; ତୁମ୍ଭର ହସ୍ତ ତୁମ୍ଭ ଶତ୍ରୁଗଣର ଗଳା ଉପରେ ରହିବ; ତୁମ୍ଭର ପିତୃସନ୍ତାନମାନେ ତୁମ୍ଭକୁ ପ୍ରଣାମ କରିବେ।
9 Ọmọ kìnnìún ni ọ́, ìwọ Juda, o darí láti igbó ọdẹ, ọmọ mi. Bí i kìnnìún, o ba mọ́lẹ̀, o sì sùn sílẹ̀ bí i abo kìnnìún, ta ni ó tó bẹ́ẹ̀, kí o lé e dìde?
ଯିହୁଦା ସିଂହଶାବକ; ହେ ପୁତ୍ର, ତୁମ୍ଭେ ମୃଗ ବିଦାରଣରୁ ଉଠି ଆସିଲ; ସେ ନଇଁ ପଡ଼ିଲା, ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା, କିଏ ତାହାକୁ ଉଠାଇବ?
10 Ọ̀pá oyè kì yóò kúrò ní Juda bẹ́ẹ̀ ni ọ̀pá-ìṣàkóso kì yóò kúrò láàrín ẹsẹ̀ rẹ̀, títí tí Ṣilo tí ó ni í yóò fi dé, tí gbogbo àwọn orílẹ̀-èdè yóò máa wárí fún un.
ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତାହାର ଚରଣଦ୍ୱୟ ମଧ୍ୟରୁ ବିଚାରକର୍ତ୍ତାର ଯଷ୍ଟି ଯିବ ନାହିଁ; ତାହାଙ୍କ ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।
11 Yóò má so ọmọ ẹṣin rẹ̀ mọ́ igi àjàrà, àti ọmọ kẹ́tẹ́kẹ́tẹ́ rẹ̀ mọ́ ẹ̀ka tí ó dára jù. Yóò fọ aṣọ rẹ̀ nínú wáìnì àti ẹ̀wù rẹ̀ nínú omi-pupa ti èso àjàrà.
ସେ ଦ୍ରାକ୍ଷାଲତା ନିକଟରେ ଆପଣା ବାଛରାକୁ ଓ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗର୍ଦ୍ଦଭ ଶାବକକୁ ବାନ୍ଧିବ; ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଦ୍ରାକ୍ଷାରସରେ ଆପଣା ପରିଧେୟ ବସ୍ତ୍ର ଧୋଇବ।
12 Ojú rẹ̀ yóò rẹ̀ dòdò ju wáìnì lọ, eyín rẹ yóò sì funfun ju omi-ọyàn lọ.
ତାହାର ଚକ୍ଷୁ ଦ୍ରାକ୍ଷାରସରେ ରକ୍ତବର୍ଣ୍ଣ ହେବ, ଦୁଗ୍ଧରେ ତାହାର ଦନ୍ତ ଶ୍ୱେତବର୍ଣ୍ଣ ହେବ।
13 “Sebuluni yóò máa gbé ní etí Òkun, yóò sì jẹ́ èbúté fún ọkọ̀ ojú omi, agbègbè rẹ yóò tàn ká títí dé Sidoni.
ସବୂଲୂନ ସମୁଦ୍ର ବନ୍ଦରରେ ବାସ କରିବ ଓ ସେ ଜାହାଜର ଆଶ୍ରିତ ବନ୍ଦର ହେବ; ପୁଣି, ସୀଦୋନ ପର୍ଯ୍ୟନ୍ତ ତାହାର ଅଧିକାରର ସୀମା ହେବ।
14 “Isakari jẹ́ kẹ́tẹ́kẹ́tẹ́ alágbára tí ó dùbúlẹ̀ láàrín agbo àgùntàn.
ଇଷାଖର ବଳବାନ ଗର୍ଦ୍ଦଭ ସଦୃଶ, ସେ ମେଷ ଖୁଆଡ଼ ମଧ୍ୟରେ ଶୟନ କରେ;
15 Nígbà tí ó bá rí bí ibi ìsinmi òun ti dára tó, àti bí ilẹ̀ rẹ̀ ti ní ìdẹ̀ra tó, yóò tẹ èjìká rẹ̀ ba láti ru àjàgà, yóò sì fi ara rẹ̀ fún iṣẹ́ ipá.
ସେ ବିଶ୍ରାମ-ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ୟ ଦେଖିଲା; ଏଣୁ ସେ ଭାର ବହିବା ପାଇଁ ସ୍କନ୍ଧ ନତ କଲା, ବେଠିକର୍ମ କରିବାକୁ ଦାସ ହେଲା।
16 “Dani yóò ṣe ìdájọ́ àwọn ènìyàn rẹ̀ gẹ́gẹ́ bí ọ̀kan nínú àwọn ẹ̀yà Israẹli.
ଦାନ୍ ଇସ୍ରାଏଲର ଅନ୍ୟାନ୍ୟ ବଂଶ ତୁଲ୍ୟ ହୋଇ ଆପଣା ଲୋକମାନଙ୍କର ବିଚାର କରିବ।
17 Dani yóò jẹ́ ejò ni pópónà àti paramọ́lẹ̀ ní ẹ̀bá ọ̀nà, tí ó bu ẹṣin jẹ ní ẹsẹ̀, kí ẹni tí ń gùn ún bá à le è ṣubú sẹ́yìn.
ଦାନ୍ ପଥସ୍ଥିତ ସର୍ପ ତୁଲ୍ୟ ଓ ମାର୍ଗସ୍ଥିତ ଫଣି ତୁଲ୍ୟ; ଯେ ଘୋଟକର ପାଦ ଦଂଶନ କଲେ ତଦାରୂଢ଼ ବ୍ୟକ୍ତି ପଶ୍ଚାତ୍‍ ପଡ଼ିଯାଏ।
18 “Mo ń dúró de ìtúsílẹ̀ rẹ, Olúwa.
ହେ ସଦାପ୍ରଭୋ, ମୁଁ ତୁମ୍ଭ ପରିତ୍ରାଣର ଅପେକ୍ଷାରେ ଅଛି।
19 “Ẹgbẹ́ ogun àwọn ẹlẹ́ṣin yóò kọlu Gadi, ṣùgbọ́n yóò kọlu wọ́n ní gìgísẹ̀ wọn.
ସୈନ୍ୟଦଳ ଗାଦ୍‍କୁ ଆକ୍ରମଣ କରିବେ; ମାତ୍ର ସେ ପଶ୍ଚାତ୍‍ ସେମାନଙ୍କୁ ଆକ୍ରମଣ କରିବ।
20 “Oúnjẹ Aṣeri yóò dára; yóò ṣe àsè tí ó yẹ fún ọba.
ଆଶେରଠାରୁ ଅତ୍ୟୁତ୍ତମ ଖାଦ୍ୟ ଉତ୍ପନ୍ନ ହେବ; ସେ ରାଜକୀୟ ଭକ୍ଷ୍ୟ ଯୋଗାଇବ।
21 “Naftali yóò jẹ́ abo àgbọ̀nrín tí a tú sílẹ̀ tí ó ń bí ọmọ dáradára.
ନପ୍ତାଲି ଦୀର୍ଘାଙ୍ଗୀ ହରିଣୀ ସ୍ୱରୂପ, ସେ ମନୋହର ବାକ୍ୟ କହିବ।
22 “Josẹfu jẹ́ àjàrà eléso, àjàrà eléso ní etí odò, tí ẹ̀ka rẹ̀ gun orí odi.
ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ, ସେ ନିର୍ଝର ନିକଟସ୍ଥ ଫଳଦାୟୀ ବୃକ୍ଷର ପଲ୍ଲବ ସ୍ୱରୂପ; ତାହାର ଶାଖା ସକଳ ପ୍ରାଚୀର ଅତିକ୍ରମ କରେ।
23 Pẹ̀lú ìkorò, àwọn tafàtafà dojú ìjà kọ ọ́, wọ́n tafà sí í pẹ̀lú ìkanra.
ଧନୁର୍ଦ୍ଧରମାନେ ତାହାକୁ ଅତିଶୟ କ୍ଳେଶ ଦେଇଅଛନ୍ତି, ପୁଣି, ତାକୁ ତୀର ବିନ୍ଧି ତାଡ଼ନା କରିଅଛନ୍ତି,
24 Ṣùgbọ́n ọrun rẹ̀ dúró ni agbára, ọwọ́ agbára rẹ̀ ni a sì mu lára le, nítorí ọwọ́ alágbára Jakọbu, nítorí olùtọ́jú àti aláàbò àpáta Israẹli,
ମାତ୍ର ତାହାର ଧନୁ ଦୃଢ଼ ହୋଇ ରହିଲା, ପୁଣି, ଯେ ଯାକୁବର ବଳଦାତା (ତହିଁ ସକାଶୁ ଇସ୍ରାଏଲର ପାଳକ ଓ ଶୈଳ ବୋଲି ବିଖ୍ୟାତ),
25 nítorí Ọlọ́run baba rẹ tí ó ràn ọ́ lọ́wọ́, nítorí Olódùmarè tí ó bùkún ọ pẹ̀lú láti ọ̀run wá, ìbùkún ọ̀gbìn tí ó wà ní ìsàlẹ̀, ìbùkún ti ọmú àti ti inú.
ଅର୍ଥାତ୍‍, ପୈତୃକ ପରମେଶ୍ୱର, ଯେ ତୁମ୍ଭର ଉପକାର କରିବେ ଓ ସର୍ବଶକ୍ତିମାନ, ଯେ ଉପରିସ୍ଥ ଆକାଶରୁ ମଙ୍ଗଳ, ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରୁ ମଙ୍ଗଳ, ସ୍ତନ ଓ ଗର୍ଭରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ, ତାହାଙ୍କ ଦ୍ୱାରା ତାହାର ହସ୍ତର ବାହୁ ବଳବାନ ହେଲା।
26 Ìbùkún baba rẹ pọ̀ púpọ̀ ju ìbùkún àwọn òkè ńlá ìgbàanì, ju ẹ̀bùn ńlá àwọn òkè láéláé. Jẹ́ kí gbogbo èyí sọ̀kalẹ̀ sí orí Josẹfu, lé ìpéǹpéjú ọmọ-aládé láàrín arákùnrin rẹ̀.
ମୋହର ପୂର୍ବପୁରୁଷମାନଙ୍କ ଆଶୀର୍ବାଦଠାରୁ ତୁମ୍ଭ ପିତାଙ୍କର ଆଶୀର୍ବାଦ ଅଧିକ; ତାହା ଚିରସ୍ଥାୟୀ ପର୍ବତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେବ; ତାହା ଯୋଷେଫର ମସ୍ତକରେ, ଅର୍ଥାତ୍‍, ଆପଣା ଭ୍ରାତୃଗଣଠାରୁ ପୃଥକ କୃତ ବ୍ୟକ୍ତିର ମସ୍ତକାଗ୍ରରେ ବର୍ତ୍ତିବ।
27 “Benjamini jẹ́ ìkookò tí ó burú; ní òwúrọ̀ ni ó jẹ ẹran ọdẹ rẹ, ní àṣálẹ́, ó pín ìkógun.”
ବିନ୍ୟାମୀନ୍ ବିଦାରକ କେନ୍ଦୁଆ ତୁଲ୍ୟ; ପ୍ରାତଃକାଳରେ ସେ ମୃଗ ଭକ୍ଷଣ ଓ ସନ୍ଧ୍ୟାକାଳରେ ଶିକାର ବଣ୍ଟନ କରିବ।”
28 Gbogbo ìwọ̀nyí ni àwọn ẹ̀yà Israẹli méjìlá, èyí sì ni ohun tí baba wọn sọ fún wọn nígbà tí ó súre fún wọn, tí ó sì fún ẹnìkọ̀ọ̀kan ní ìbùkún tí ó tọ́ sí i.
ଏମାନେ ଇସ୍ରାଏଲଙ୍କର ଦ୍ୱାଦଶ ବଂଶ; ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି ଏମାନଙ୍କର ପ୍ରତି ଜଣକୁ ବିଶେଷ ବିଶେଷ ଆଶୀର୍ବାଦ କଲେ।
29 Nígbà náà ni ó fún wọn ní àwọn ìlànà yìí, “Ọjọ́ ikú mi kù fẹ́ẹ́rẹ́. Kí ẹ sin mí sí ibojì pẹ̀lú àwọn baba mi ní inú àpáta ní ilẹ̀ Hiti ará Efroni.
ଏଥିଉତ୍ତାରେ ଯାକୁବ ସେମାନଙ୍କୁ ଆଦେଶ ଦେଇ କହିଲେ, “ମୁଁ ଆପଣା ଲୋକଙ୍କ ସଙ୍ଗେ ସଂଗୃହୀତ ହେବାକୁ ଉଦ୍ୟତ।
30 Ihò àpáta tí ó wà ní ilẹ̀ Makpela, nítòsí Mamre ní Kenaani, èyí tí Abrahamu rà gẹ́gẹ́ bí ilẹ̀ ìsìnkú lọ́wọ́ Efroni ará Hiti pẹ̀lú ilẹ̀ rẹ̀.
ଏହେତୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍‍ପେଲାର କ୍ଷେତ୍ର ହିତ୍ତୀୟ ଇଫ୍ରୋଣଠାରୁ କିଣିଥିଲେ, ସେହି ହିତ୍ତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋହର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ଦେବ।
31 Níbẹ̀ ni a sin Abrahamu àti aya rẹ̀ Sara sí, níbẹ̀ ni a sin Isaaki àti Rebeka aya rẹ̀ sí, níbẹ̀ sì ni mo sìnkú Lea sí.
ସେହି ସ୍ଥାନରେ ଅବ୍ରହାମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ହୋଇଅଛି, ପୁଣି, ସେହି ସ୍ଥାନରେ ଇସ୍‌ହାକଙ୍କର ଓ ତାଙ୍କର ଭାର୍ଯ୍ୟା ରିବିକାର କବର ହୋଇଅଛି, ପୁଣି, ସେହି ସ୍ଥାନରେ ମୁଁ ମଧ୍ୟ ଲେୟାକୁ କବର ଦେଇଅଛି;
32 Ilẹ̀ náà àti ihò àpáta tí ó wà nínú rẹ̀ ni a rà lọ́wọ́ ará Hiti.”
ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ହିତ୍ତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି।”
33 Nígbà tí Jakọbu ti pàṣẹ yìí fún àwọn ọmọ rẹ̀, ó gbé ẹsẹ̀ rẹ̀ sókè sórí ibùsùn, ó sì kú, a sì ko jọ pọ̀ mọ́ àwọn ènìyàn rẹ̀.
ଏହିରୂପେ ଯାକୁବ ଆପଣା ପୁତ୍ରମାନଙ୍କୁ ଆଜ୍ଞା ଦେବାର ସମାପ୍ତ କଲା ଉତ୍ତାରେ ଶଯ୍ୟାରେ ଦୁଇ ପାଦ ଏକତ୍ର କରି ପ୍ରାଣତ୍ୟାଗ କଲେ ଓ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ।

< Genesis 49 >