< Genesis 48 >
1 Lẹ́yìn ìgbà díẹ̀ si, a wí fún Josẹfu pé, “Baba rẹ ń ṣàìsàn,” nítorí náà, ó mú àwọn ọmọ rẹ̀ méjèèjì, Manase àti Efraimu lọ́wọ́ lọ pẹ̀lú rẹ̀.
ସେହି ସବୁ ଘଟଣା ଉତ୍ତାରେ କେହି ଯୋଷେଫଙ୍କୁ ସମ୍ବାଦ ଦେଇ କହିଲା; “ଦେଖ, ତୁମ୍ଭ ପିତା ପୀଡ଼ିତ ଅଛନ୍ତି,” ତହିଁରେ ସେ ଆପଣାର ଦୁଇ ପୁତ୍ର ମନଃଶି ଓ ଇଫ୍ରୟିମଙ୍କୁ ସଙ୍ଗରେ ନେଇଗଲେ।
2 Nígbà tí a sọ fún Jakọbu pé, “Josẹfu ọmọ rẹ wá sí ọ̀dọ̀ rẹ,” Israẹli rọ́jú dìde jókòó lórí ibùsùn rẹ̀.
ସେତେବେଳେ କେହି ଯାକୁବଙ୍କୁ କହିଲା, “ଦେଖ, ତୁମ୍ଭ ପୁତ୍ର ଯୋଷେଫ ତୁମ୍ଭ ନିକଟକୁ ଆସିଅଛି,” ତହିଁରେ ଇସ୍ରାଏଲ ଆପଣାକୁ ସବଳ କରି ଶଯ୍ୟାରେ ଉଠି ବସିଲେ।
3 Jakọbu wí fún Josẹfu pé, “El-Ṣaddai, fi ara hàn mí ní Lusi ní ilẹ̀ Kenaani, níbẹ̀ ni ó sì ti súre fún mi.
ଏଥିଉତ୍ତାରେ ଯାକୁବ ଯୋଷେଫଙ୍କୁ କହିଲେ, “କିଣାନ ଦେଶରେ ଲୂସ୍ ନାମକ ସ୍ଥାନରେ ସର୍ବଶକ୍ତିମାନ ପରମେଶ୍ୱର ମୋତେ ଦର୍ଶନ ଦେଇ ଆଶୀର୍ବାଦ କରି ଏହା କହିଥିଲେ,
4 Ó sì wí fún mi pé, ‘Èmi yóò mú kí o bí sí i, ìwọ yóò sì pọ̀ sí i, èmi yóò sì sọ ọ́ di orílẹ̀-èdè ńlá, èmi yóò sì fún ìwọ àti irú-ọmọ rẹ lẹ́yìn rẹ ní ilẹ̀ yìí gẹ́gẹ́ bí ohun ìní ayérayé.’
‘ଦେଖ, ଆମ୍ଭେ ତୁମ୍ଭକୁ ପ୍ରଜାବନ୍ତ ଓ ବହୁବଂଶ କରିବା ଓ ତୁମ୍ଭଠାରୁ ନାନା ଜନସମାଜ ଉତ୍ପନ୍ନ କରିବା, ପୁଣି, ତୁମ୍ଭ ଭବିଷ୍ୟଦ୍ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦେବା।’
5 “Nítorí náà báyìí, àwọn ọmọ rẹ méjèèjì tí a bí fún ọ ní ilẹ̀ Ejibiti, kí èmi kí ó tó tọ̀ ọ́ wá ní ìhín, ni mo sọ di ọmọ mi fúnra mi. Manase àti Efraimu yóò jẹ́ tèmi gẹ́gẹ́ bí Reubeni àti Simeoni ti jẹ́ tèmi.
ଏହେତୁ ମିସର ଦେଶରେ ତୁମ୍ଭ ନିକଟକୁ ମୋହର ଆସିବା ପୂର୍ବେ ତୁମ୍ଭର ଯେଉଁ ଦୁଇ ପୁତ୍ର ମିସର ଦେଶରେ ଜନ୍ମିଥିଲେ, ସେମାନେ ମୋହର ହେବେ; ରୁବେନ୍ ଓ ଶିମୀୟୋନ ତୁଲ୍ୟ ଇଫ୍ରୟିମ ଓ ମନଃଶି ମୋହର ହେବେ।
6 Àwọn ọmọ mìíràn tí ìwọ bá bí lẹ́yìn wọn yóò jẹ́ ọmọ rẹ. Ní ilẹ̀ tí wọn yóò jogún, orúkọ arákùnrin wọn ni a ó máa fi pè wọ́n.
ପୁଣି, ଏମାନଙ୍କ ଉତ୍ତାରେ ତୁମ୍ଭର ଯେଉଁ ସନ୍ତାନ ଜାତ ହେବେ, ସେମାନେ ତୁମ୍ଭର ହେବେ ଓ ଜ୍ୟେଷ୍ଠ ଭାଇମାନଙ୍କ ନାମରେ ଆପଣା ଆପଣା ଅଧିକାରରେ ବିଖ୍ୟାତ ହେବେ।
7 Bí mo ti ń padà láti Padani, Rakeli kú ní ọ̀nà nígbà tí ó ṣì wà ní ilẹ̀ Kenaani, èyí tó mú ìbànújẹ́ bá mi, níbi tí kò jìnnà sí Efrata. Nítorí náà èmí sì sin ín sí ẹ̀bá ọ̀nà tí ó lọ sí Efrata” (tí ṣe Bẹtilẹhẹmu).
ପଦ୍ଦନ୍ ଅରାମଠାରୁ କିଣାନ ଦେଶକୁ ମୋହର ଆଗମନ କାଳରେ ଇଫ୍ରାଥାରେ ପହଞ୍ଚିବା ନିମିତ୍ତ କିଛି ଦୂର ଥାଉ ଥାଉ ରାହେଲ ପଥ ମଧ୍ୟରେ ମୋʼ ନିକଟରେ ମଲା; ତହିଁରେ ମୁଁ ସେଠାରେ ଇଫ୍ରାଥାରେ, ଅର୍ଥାତ୍, ବେଥଲିହିମର ପଥ ପାର୍ଶ୍ୱରେ ତାକୁ କବର ଦେଲି।”
8 Nígbà tí Israẹli rí àwọn ọmọ Josẹfu, ó béèrè wí pé, “Àwọn wo nìyí?”
ଏଥିଉତ୍ତାରେ ଇସ୍ରାଏଲ ଯୋଷେଫଙ୍କର ପୁତ୍ରମାନଙ୍କୁ ଦେଖି ପଚାରିଲେ, “ଏମାନେ କିଏ?”
9 Josẹfu fún baba rẹ̀ lésì pé, “Wọ̀nyí ni àwọn ọmọkùnrin tí Ọlọ́run ti fi fún mi ní ìhín.” Nígbà náà ni Israẹli wí pé, “Kó wọn wá sí ọ̀dọ̀ mi kí èmi kí ó ba à le súre fún wọn.”
ତହିଁରେ ଯୋଷେଫ ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।” ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋʼ ନିକଟକୁ ଆଣ, ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।”
10 Báyìí, ojú Israẹli ti ń di bàìbàì nítorí ogbó, agbára káká sì ni ó fi ń ríran. Josẹfu sì kó àwọn ọmọ rẹ̀ súnmọ́ ọ̀dọ̀ rẹ̀, baba rẹ̀ fẹnukò wọ́n ni ẹnu, ó sì dì mọ́ wọn.
ସେହି ସମୟରେ ଇସ୍ରାଏଲ ବୃଦ୍ଧାବସ୍ଥା ହେତୁ କ୍ଷୀଣଦୃଷ୍ଟି ହେବାରୁ ସ୍ପଷ୍ଟରୂପେ ଦେଖି ପାରିଲେ ନାହିଁ। ଏଣୁ ଯୋଷେଫ ତାଙ୍କ କତିକି ସେମାନଙ୍କୁ ଆଣି ଦିଅନ୍ତେ, ସେ ସେମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ କଲେ।
11 Israẹli wí fún Josẹfu pé, “Èmi kò lérò rárá pé, mo tún le rí ojú rẹ mọ́ láéláé, ṣùgbọ́n Ọlọ́run tún fún mi ní àǹfààní, mo sì tún rí àwọn ọmọ rẹ pẹ̀lú.”
ପୁଣି, ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ମୁଁ ଭାବିଥିଲି, ତୁମ୍ଭ ମୁଖ ଆଉ ଦେଖି ପାରିବି ନାହିଁ; ମାତ୍ର ଦେଖ, ପରମେଶ୍ୱର ତୁମ୍ଭର ବଂଶ ମଧ୍ୟ ମୋତେ ଦେଖାଇଲେ।”
12 Nígbà náà ni Josẹfu kó àwọn ọmọ náà kúrò ní orí eékún baba rẹ̀, ó wólẹ̀, ó sì tẹríba.
ତହୁଁ ଯୋଷେଫ ପିତାଙ୍କର ଦୁଇ ଜଙ୍ଘ ମଧ୍ୟରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ।
13 Josẹfu sì mú àwọn méjèèjì, Efraimu ni o fi sí ọwọ́ ọ̀tún òun tìkára rẹ̀, èyí tí í ṣe ọwọ́ òsì fún Israẹli, ó sì fi Manase sí ọwọ́ òsì ara rẹ̀, èyí tí ó bọ́ sí ọwọ́ ọ̀tún Israẹli.
ଏଥିଉତ୍ତାରେ ଯୋଷେଫ ସେ ଦୁହିଁଙ୍କୁ ନେଇ ଆପଣା ଦକ୍ଷିଣ ହସ୍ତରେ ଇଫ୍ରୟିମକୁ ଧରି ଇସ୍ରାଏଲଙ୍କ ବାମ ପାର୍ଶ୍ୱରେ ଓ ବାମ ହସ୍ତରେ ମନଃଶିକୁ ଧରି ଇସ୍ରାଏଲଙ୍କ ଡାହାଣ ପାର୍ଶ୍ୱରେ ଉପସ୍ଥିତ କରାଇଲେ।
14 Israẹli sì na ọwọ́ ọ̀tún rẹ̀ jáde, ó sì gbe lé Efraimu lórí, bí ó tilẹ̀ jẹ́ pé òun ni àbúrò, ó sì fi ọwọ́ rẹ̀ tàsé ara wọn, ó sì na ọwọ́ òsì lé Manase lórí, bí ó tilẹ̀ jẹ́ pé Manase ni àkọ́bí.
ତହିଁରେ ଇସ୍ରାଏଲ ଆପଣା ଡାହାଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରୟିମର ମସ୍ତକ ଉପରେ ରଖିଲେ, ପୁଣି, ମନଃଶିର ମସ୍ତକ ଉପରେ ବାମ ହସ୍ତ ରଖିଲେ, ସେ ବିବେଚନାପୂର୍ବକ ଆପଣା ହସ୍ତ ଏରୂପ ଚଳାଇଲେ; କାରଣ ମନଃଶି ପ୍ରଥମଜାତ ଥିଲା।
15 Nígbà náà ni ó súre fún Josẹfu wí pé, “Ǹjẹ́ kí Ọlọ́run, ẹni tí baba mi Abrahamu àti Isaaki rìn níwájú rẹ̀, Ọlọ́run tí ó ti jẹ́ olùtọ́jú àti aláàbò mi ní gbogbo ọjọ́ ayé mi títí di òní,
ଏଥିଉତ୍ତାରେ ସେ ଯୋଷେଫଙ୍କୁ ଆଶୀର୍ବାଦ କରି କହିଲେ, “ଯେଉଁ ପରମେଶ୍ୱରଙ୍କ ସାକ୍ଷାତରେ ମୋହର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକ ଗମନାଗମନ କରିଥିଲେ, ଯେଉଁ ପରମେଶ୍ୱର ଜନ୍ମ ଦିନଠାରୁ ଆଜି ପର୍ଯ୍ୟନ୍ତ ମୋତେ ପ୍ରତିପାଳନ କରିଅଛନ୍ତି,
16 Angẹli tí ó dá mi ní ìdè kúrò lọ́wọ́ gbogbo ewu, kí ó súre fún àwọn ọmọkùnrin wọ̀nyí. Kí a máa fi orúkọ mi pè wọ́n àti orúkọ àwọn baba mi Abrahamu àti Isaaki, kí wọn kí ó sì pọ̀ sí i lọ́pọ̀lọ́pọ̀ lórí ilẹ̀ ayé.”
ଯେଉଁ ଦୂତ ସମସ୍ତ ଆପଦରୁ ମୋତେ ମୁକ୍ତ କରିଅଛନ୍ତି, ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ; ଏମାନେ ମୋʼ ନାମରେ ଓ ମୋହର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମରେ ବିଖ୍ୟାତ ହେଉନ୍ତୁ, ପୁଣି, ଏମାନେ ଦେଶ ମଧ୍ୟରେ ବୃଦ୍ଧି ପାଇ ଲୋକସମୂହ ହେଉନ୍ତୁ।”
17 Nígbà tí Josẹfu rí i pé baba òun gbé ọwọ́ ọ̀tún lé Efraimu lórí, inú rẹ̀ bàjẹ́, ó sì gbá ọwọ́ baba rẹ̀ mú láti gbé ọwọ́ rẹ̀ kúrò lórí Efraimu lọ sí orí Manase.
ସେତେବେଳେ ଇଫ୍ରୟିମର ମସ୍ତକରେ ପିତାଙ୍କର ଦକ୍ଷିଣ ହସ୍ତ ଦେଖି ଯୋଷେଫ ଅସନ୍ତୁଷ୍ଟ ହେଲେ; ଏହେତୁ ଇଫ୍ରୟିମର ମସ୍ତକରୁ ମନଃଶିର ମସ୍ତକରେ ତାହା ସ୍ଥାପନ କରିବାକୁ ପିତାଙ୍କର ହସ୍ତ ଉଠାଇ କହିଲେ,
18 Josẹfu wí fun pé, “Rárá, baba mi, èyí ni àkọ́bí, orí rẹ̀ ni kí ìwọ kí o gbé ọwọ́ ọ̀tún rẹ lé.”
“ପିତଃ, ଏପରି ନୁହେଁ, ଏହି ଜଣ ଜ୍ୟେଷ୍ଠ, ଏହାର ମସ୍ତକରେ ଦକ୍ଷିଣ ହସ୍ତ ଦିଅ।”
19 Ṣùgbọ́n baba rẹ̀ kò gbà, ó wí pé, “Mo mọ̀, ọmọ mi, mo mọ̀. Òun náà yóò di orílẹ̀-èdè, òun náà yóò sì di ńlá. Ṣùgbọ́n àbúrò rẹ̀ yóò di ẹni ńlá jù ú lọ, irú-ọmọ rẹ yóò sì di ọ̀pọ̀lọpọ̀ orílẹ̀-èdè.”
ମାତ୍ର ତାଙ୍କର ପିତା ଅସମ୍ମତ ହୋଇ କହିଲେ, “ହେ ପୁତ୍ର; ତାହା ମୁଁ ଜାଣେ, ମୁଁ ଜାଣେ; ସେ ମଧ୍ୟ ଏକ ଗୋଷ୍ଠୀ ହେବ ଓ ସେ ମଧ୍ୟ ମହାନ ହେବ; ମାତ୍ର ତାହାର କନିଷ୍ଠ ଭ୍ରାତା ତାହାଠାରୁ ଅଧିକ ମହାନ ହେବ ଓ ତାହାର ବଂଶ ବହୁଗୋଷ୍ଠୀକ ହେବେ।”
20 Ó súre fún wọn lọ́jọ́ náà pé, “Ní orúkọ yín ni Israẹli yóò máa súre yìí pé, ‘Kí Ọlọ́run ṣe ọ́ bí i ti Efraimu àti Manase.’” Ó sì gbé Efraimu gẹ́gẹ́ bí ẹ̀gbọ́n sí Manase.
ସେହି ଦିନ ସେ ସେମାନଙ୍କୁ ଆଶୀର୍ବାଦ କରି କହିଲେ, “ଇସ୍ରାଏଲ ବଂଶ ଆଶୀର୍ବାଦ କରିବା ସମୟରେ ତୁମ୍ଭମାନଙ୍କ ନାମ ଧରି କହିବେ, ‘ପରମେଶ୍ୱର ତୁମ୍ଭକୁ ଇଫ୍ରୟିମ ଓ ମନଃଶି ତୁଲ୍ୟ କରନ୍ତୁ।’” ଏହି ପ୍ରକାରେ ସେ ମନଃଶିଠାରୁ ଇଫ୍ରୟିମକୁ ଅଗ୍ରଗଣ୍ୟ କଲେ।
21 Nígbà náà ni Israẹli wí fún Josẹfu pé, “Ọjọ́ ikú mi súnmọ́ etílé, ṣùgbọ́n Ọlọ́run yóò wà pẹ̀lú yín, yóò sì mú un yín padà sí ilẹ̀ àwọn baba yín.
ଆଉ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଦେଖ, ମୁଁ ମରୁଅଛି; ମାତ୍ର ପରମେଶ୍ୱର ତୁମ୍ଭମାନଙ୍କ ସଙ୍ଗରେ ଥିବେ ଓ ତୁମ୍ଭମାନଙ୍କୁ ପୁନର୍ବାର ପୈତୃକ ଦେଶକୁ ନେଇଯିବେ।
22 Pẹ̀lúpẹ̀lú èmi yóò fún ọ ní ìpín kan ju ti àwọn arákùnrin rẹ lọ. Ilẹ̀ tí mo fi idà àti ọ̀kọ̀ mi gbà lọ́wọ́ àwọn ará Amori.”
ମୁଁ ଆପଣା ଖଡ୍ଗ ଓ ଧନୁ ଦ୍ୱାରା ଇମୋରୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭ୍ରାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି।”