< Genesis 46 >
1 Báyìí ni Israẹli mú ìrìnàjò rẹ̀ pọ̀n pẹ̀lú ohun gbogbo tí ó ní, nígbà tí ó sì dé Beerṣeba, ó rú ẹbọ sí Ọlọ́run Isaaki baba rẹ̀.
ଏଥିଉତ୍ତାରେ ଇସ୍ରାଏଲ ଆପଣା ସର୍ବସ୍ୱ ଘେନି ଯାତ୍ରା କଲେ, ପୁଣି, ବେର୍ଶେବାରେ ଓହ୍ଲାଇ ସେଠାରେ ଆପଣା ପିତା ଇସ୍ହାକଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ।
2 Ọlọ́run sì bá Israẹli sọ̀rọ̀ ní ojú ìran ní òru pé, “Jakọbu! Jakọbu!” Ó sì dáhùn pé, “Èmi nìyí.”
ତହିଁରେ ପରମେଶ୍ୱର ଇସ୍ରାଏଲଙ୍କୁ ରାତିରେ ଦର୍ଶନ ଦେଇ କହିଲେ, “ହେ ଯାକୁବ, ହେ ଯାକୁବ।” ତହିଁରେ ସେ ଉତ୍ତର କଲେ, “ଦେଖନ୍ତୁ, ମୁଁ ଉପସ୍ଥିତ ଅଛି।”
3 Ọlọ́run sì wí pé, “Èmi ni Ọlọ́run, Ọlọ́run baba rẹ, má ṣe bẹ̀rù láti sọ̀kalẹ̀ lọ sí ilẹ̀ Ejibiti nítorí, èmi yóò sọ ọ́ di orílẹ̀-èdè ńlá níbẹ̀.
ସେତେବେଳେ ସେ କହିଲେ, “ଆମ୍ଭେ ପରମେଶ୍ୱର, ତୁମ୍ଭ ପିତାଙ୍କର ପରମେଶ୍ୱର; ତୁମ୍ଭେ ମିସରକୁ ଯିବା ପାଇଁ ଭୟ କର ନାହିଁ; ଯେହେତୁ ଆମ୍ଭେ ସେଠାରେ ତୁମ୍ଭକୁ ଏକ ବୃହତ ଗୋଷ୍ଠୀ କରିବା।
4 Èmi yóò sì sọ̀kalẹ̀ pẹ̀lú rẹ lọ sí Ejibiti, èmi yóò sì tún mú ọ padà wá. Ọwọ́ Josẹfu fúnra rẹ̀ ni ìwọ yóò sì kú sí.”
ଆମ୍ଭେ ତୁମ୍ଭ ସଙ୍ଗରେ ମିସର ଦେଶକୁ ଯିବା; ପୁଣି, ଆମ୍ଭେ ମଧ୍ୟ ସେଠାରୁ ତୁମ୍ଭକୁ ନିଶ୍ଚୟ ବାହୁଡ଼ାଇ ଆଣିବା, ପୁଣି, ଯୋଷେଫ ନିଜ ହସ୍ତରେ ତୁମ୍ଭର ଚକ୍ଷୁ ମୁଦ୍ରିତ କରିବ।”
5 Nígbà náà ni Jakọbu kúrò ní Beerṣeba, àwọn ọmọ Israẹli sì mú Jakọbu baba wọn àti àwọn aya wọn àti àwọn ọmọ wọn, wọ́n sì kó wọn sí inú kẹ̀kẹ́ ẹrù tí Farao fi ránṣẹ́ fún ìrìnàjò rẹ̀.
ଏଥିଉତ୍ତାରେ ଯାକୁବ ବେର୍ଶେବାଠାରୁ ଯାତ୍ରା କଲେ; ପୁଣି, ତାଙ୍କୁ ନେବା ନିମନ୍ତେ ଫାରୋ ଯେଉଁ ଶଗଡ଼ ପଠାଇଥିଲେ, ତହିଁରେ ଇସ୍ରାଏଲର ପୁତ୍ରଗଣ ଆପଣାମାନଙ୍କ ପିତା ଯାକୁବଙ୍କୁ ଓ ବାଳକମାନଙ୍କୁ ଓ ଭାର୍ଯ୍ୟାମାନଙ୍କୁ ନେଇଗଲେ।
6 Wọ́n tún kó àwọn ohun ọ̀sìn wọn àti gbogbo ohun ìní tí wọ́n ti ní láti ilẹ̀ Kenaani, Jakọbu àti gbogbo irú-ọmọ rẹ̀ sọ̀kalẹ̀ lọ sí Ejibiti.
ଏଉତ୍ତାରେ ସେମାନେ, ଅର୍ଥାତ୍, ଯାକୁବ ଓ ତାଙ୍କ ସମସ୍ତ ବଂଶ, ଆପଣାମାନଙ୍କ ପଶୁଗଣ ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ମିସର ଦେଶରେ ପହଞ୍ଚିଲେ।
7 Ó kó àwọn ọmọ rẹ̀ ọkùnrin pẹ̀lú àwọn ọmọ ọmọ rẹ̀ ọkùnrin, àwọn ọmọ rẹ̀ obìnrin pẹ̀lú àwọn ọmọ ọmọ rẹ̀ obìnrin, gbogbo irú-ọmọ rẹ̀ lọ sí Ejibiti.
ଏହି ପ୍ରକାରେ ଯାକୁବ ଆପଣା ପୁତ୍ରପୌତ୍ର, ପୁତ୍ରୀ ଓ ପୌତ୍ରୀ ସମସ୍ତ ପରିବାର ନେଇ ମିସର ଦେଶକୁ ଗଲେ।
8 Èyí ni orúkọ àwọn ọmọ Israẹli (Jakọbu àti ìran rẹ̀) tí ó sọ̀kalẹ̀ lọ Ejibiti: Reubeni àkọ́bí Jakọbu.
ମିସର ଦେଶକୁ ଆଗତ ଇସ୍ରାଏଲ ବଂଶ, ଅର୍ଥାତ୍, ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ। ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍।
9 Àwọn ọmọkùnrin Reubeni: Hanoku, Pallu, Hesroni àti Karmi.
ରୁବେନ୍ର ପୁତ୍ର ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି।
10 Àwọn ọmọkùnrin Simeoni: Jemueli, Jamini, Ohadi, Jakini, Sohari àti Saulu, tí ìyá rẹ̀ jẹ́ ọmọbìnrin ará Kenaani.
ଶିମୀୟୋନର ପୁତ୍ର ଯିମୂୟେଲ, ଯାମୀନ୍, ଓହଦ୍, ଯାଖୀନ୍ ଓ ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।
11 Àwọn ọmọkùnrin Lefi: Gerṣoni, Kohati àti Merari.
ଲେବୀର ପୁତ୍ର ଗେର୍ଶୋନ, କହାତ ଓ ମରାରି।
12 Àwọn ọmọkùnrin Juda: Eri, Onani, Ṣela, Peresi àti Sera (ṣùgbọ́n Ẹri àti Onani ti kú ní ilẹ̀ Kenaani). Àwọn ọmọ Peresi: Hesroni àti Hamulu.
ଯିହୁଦାର ପୁତ୍ର ଏର, ଓନନ୍, ଶେଲା, ପେରସ ଓ ସେରହ; ମାତ୍ର ଏର ଓ ଓନନ୍ କିଣାନ ଦେଶରେ ମରିଥିଲେ। ପେରସର ପୁତ୍ର ହିଷ୍ରୋଣ ଓ ହାମୂଲ।
13 Àwọn ọmọkùnrin: Isakari! Tola, Pua, Jaṣibu àti Ṣimroni.
ଇଷାଖରର ସନ୍ତାନ ତୋଲୟ, ପୂୟ, ଯୋବ ଓ ଶିମ୍ରୋଣ।
14 Àwọn ọmọkùnrin Sebuluni: Seredi, Eloni àti Jahaleli.
ସବୂଲୂନର ପୁତ୍ର ସେରଦ, ଏଲୋନ୍ ଓ ଯହଲେଲ।
15 Wọ̀nyí ni àwọn ọmọkùnrin Lea tí ó bí fún Jakọbu ní Padani-Aramu yàtọ̀ fún Dina ọmọbìnrin rẹ̀. Àwọn ọmọkùnrin rẹ̀ àti ọmọbìnrin rẹ̀ wọ̀nyí jẹ́ mẹ́tàlélọ́gbọ̀n lápapọ̀.
ଏମାନେ ଓ କନ୍ୟା ଦୀଣା ପଦ୍ଦନ୍ ଅରାମରେ ଯାକୁବଙ୍କଠାରୁ ଜାତ ଲେୟାର ସନ୍ତାନ। ଏମାନେ ପୁତ୍ର କନ୍ୟାରେ ତେତିଶ ପ୍ରାଣୀ ଥିଲେ।
16 Àwọn ọmọkùnrin Gadi: Sefoni, Haggi, Ṣuni, Esboni, Eri, Arodi, àti Areli.
ଗାଦ୍ର ପୁତ୍ର ସିଫୋନ୍, ହଗି, ଶୂନୀ, ଇଷବୋନ୍, ଏରି, ଅରୋଦି ଓ ଅରେଲୀ।
17 Àwọn ọmọkùnrin Aṣeri: Imina, Iṣifa, Iṣfi àti Beriah. Arábìnrin wọn ni Sera. Àwọn ọmọkùnrin Beriah: Heberi àti Malkieli.
ଆଶେରର ପୁତ୍ର ଯିମ୍ନା, ଯିଶ୍ବା, ଯିଶ୍ବି, ବରୀୟ ଓ ସେମାନଙ୍କ ଭଗିନୀ ସେରହ। ପୁଣି, ବରୀୟର ପୁତ୍ର ହେବର ଓ ମଲ୍କୀୟେଲ।
18 Wọ̀nyí ni àwọn ọmọ tí Jakọbu bí nípasẹ̀ Silipa, ẹni tí Labani fi fún Lea ọmọbìnrin rẹ̀. Gbogbo wọn jẹ́ mẹ́rìndínlógún lápapọ̀.
ଲାବନ ଆପଣା କନ୍ୟା ଲେୟାକୁ ସିଳ୍ପା ନାମ୍ନୀ ଯେଉଁ ଦାସୀ ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା। ଏମାନେ ଷୋହଳ ଜଣ।
19 Àwọn ọmọkùnrin Rakeli aya Jakọbu: Josẹfu àti Benjamini.
ପୁଣି, ଯାକୁବଙ୍କ ଭାର୍ଯ୍ୟା ରାହେଲର ପୁତ୍ର ଯୋଷେଫ ଓ ବିନ୍ୟାମୀନ୍।
20 Ní Ejibiti, Asenati ọmọbìnrin Potifẹra, alábojútó àti àlùfáà Oni, bí Manase àti Efraimu fún Josẹfu.
ଯୋଷେଫଙ୍କର ପୁତ୍ର ମନଃଶି ଓ ଇଫ୍ରୟିମ ମିସର ଦେଶରେ ଜନ୍ମିଥିଲେ; ଓନ୍ ନଗରସ୍ଥ ପୋଟୀଫେର ଯାଜକର ଆସନତ୍ ନାମ୍ନୀ କନ୍ୟା ସେମାନଙ୍କୁ ପ୍ରସବ କରିଥିଲା।
21 Àwọn ọmọ Benjamini: Bela, Bekeri, Aṣbeli, Gera, Naamani, Ehi, Roṣi, Mupimu, Huppimu àti Ardi.
ପୁଣି, ବିନ୍ୟାମୀନ୍ର ସନ୍ତାନ ବେଲା, ବେଖର, ଅସ୍ବେଲ, ଗେରା, ନାମାନ୍, ଏହୀ, ରୋଶ, ମୁପ୍ପୀମ, ହୁପ୍ପୀମ୍ ଓ ଅର୍ଦ।
22 Wọ̀nyí ni àwọn ọmọkùnrin tí Rakeli bí fún Jakọbu. Wọ́n jẹ́ mẹ́rìnlá lápapọ̀.
ଏହି ଚଉଦ ଜଣ ଯାକୁବଙ୍କଠାରୁ ଜାତ ରାହେଲର ସନ୍ତାନ।
23 Àwọn ọmọ Dani: Huṣimu.
ଆଉ ଦାନ୍ର ପୁତ୍ର ହୂଶୀମ୍।
24 Àwọn ọmọ Naftali: Jasieli, Guni, Jeseri, àti Ṣillemu.
ନପ୍ତାଲିର ପୁତ୍ର ଯହସୀୟେଲ, ଗୂନି, ଯେତ୍ସର ଓ ଶିଲ୍ଲେମ।
25 Wọ̀nyí ni àwọn ọmọ tí Biliha ẹni tí Labani fi fún Rakeli ọmọ rẹ̀ bí fún Jakọbu. Wọ́n jẹ́ méje lápapọ̀.
ଲାବନ ଆପଣା କନ୍ୟା ରାହେଲକୁ ବିଲ୍ହା ନାମ୍ନୀ ଯେଉଁ ଦାସୀ ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା; ଏମାନେ ସର୍ବସୁଦ୍ଧା ସାତ ଜଣ।
26 Gbogbo àwọn tí ó lọ pẹ̀lú Jakọbu sí Ejibiti, àwọn tí ó jẹ́ ìran rẹ̀ tààrà láìka àwọn aya ọmọ rẹ̀, jẹ́ ènìyàn mẹ́rìndínláàádọ́rin.
ଯାକୁବଙ୍କ କଟିରୁ ଉତ୍ପନ୍ନ ଯେଉଁ ପ୍ରାଣୀଗଣ ତାଙ୍କ ସଙ୍ଗରେ ମିସରରେ ଉପସ୍ଥିତ ହେଲେ, ଯାକୁବଙ୍କ ପୁତ୍ରବଧୂମାନଙ୍କ ଛଡ଼ା ସେମାନେ ସର୍ବସୁଦ୍ଧା ଛଅଷଠି ପ୍ରାଣୀ ଥିଲେ।
27 Pẹ̀lú àwọn ọmọkùnrin méjì tí a bí fún Josẹfu ní Ejibiti àwọn ará ilé Jakọbu tí ó lọ sí Ejibiti jẹ́ àádọ́rin lápapọ̀.
ମିସରରେ ଯୋଷେଫଙ୍କର ଯେଉଁ ପୁତ୍ର ଜାତ ହୋଇଥିଲେ, ସେମାନେ ଦୁଇ ପ୍ରାଣୀ। ମିସରକୁ ଆଗତ ଯାକୁବଙ୍କର ପରିଜନ ସର୍ବସୁଦ୍ଧା ସତୁରି ଜଣ ଥିଲେ।
28 Jakọbu sì rán Juda ṣáájú rẹ̀ lọ sọ́dọ̀ Josẹfu, kí wọn bá à le mọ ọ̀nà Goṣeni. Nígbà tí wọ́n dé agbègbè Goṣeni,
ଏଥିଉତ୍ତାରେ ଯୋଷେଫ ଗୋଶନ ପ୍ରଦେଶକୁ ଯିବାର ପଥ ଯେପରି ଦେଖାଇବେ, ଏଥିପାଇଁ ଯାକୁବ ଆପଣା ଆଗେ ଯିହୁଦାକୁ ତାଙ୍କ ନିକଟକୁ ପଠାଇଲେ; ଏଉତ୍ତାରେ ସେମାନେ ଗୋଶନ ପ୍ରଦେଶରେ ଉତ୍ତରିଲେ।
29 Josẹfu tọ́jú kẹ̀kẹ́-ẹṣin rẹ̀ ó sì lọ sí Goṣeni láti pàdé Israẹli baba rẹ̀. Bí Josẹfu ti dé iwájú baba rẹ̀, ó dì mọ́ baba rẹ̀ ó sì sọkún fún ìgbà pípẹ́.
ତହୁଁ ଯୋଷେଫ ଆପଣା ପିତା ଇସ୍ରାଏଲଙ୍କ ସଙ୍ଗେ ସାକ୍ଷାତ କରିବା ପାଇଁ ରଥ ସଜାଇ ଗୋଶନ ପ୍ରଦେଶକୁ ଗମନ କଲେ; ପୁଣି, ତାଙ୍କୁ ଦେଖା ଦେଇ ତାଙ୍କ ଗଳା ଧରି ବହୁତ ସମୟ ପର୍ଯ୍ୟନ୍ତ ରୋଦନ କଲେ।
30 Israẹli wí fún Josẹfu pé, “Wàyí o, mo le kú, níwọ̀n bí mo ti rí i fún ara mi pé, o wà láààyè síbẹ̀.”
ସେତେବେଳେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, “ଏବେ ମୋହର ମରଣ ହେଉ, ମୁଁ ତୁମ୍ଭ ମୁଖ ଦେଖିଲି, ତୁମ୍ଭେ ତ ଆଜି ପର୍ଯ୍ୟନ୍ତ ବଞ୍ଚିଅଛ।”
31 Nígbà náà ni Josẹfu wí fún àwọn arákùnrin rẹ̀ àti fún àwọn ará ilé baba rẹ̀ pé, “Èmi yóò gòkè lọ, èmi yóò sì bá Farao sọ̀rọ̀, èmi yóò sì wí fún un pé, ‘Àwọn arákùnrin mi àti ìdílé baba mi tí ń gbé ní Kenaani ti tọ̀ mí wá.
ଏଥିଉତ୍ତାରେ ଯୋଷେଫ ଆପଣା ଭାଇମାନଙ୍କୁ ଓ ପିତୃପରିବାରକୁ କହିଲେ, “ମୁଁ ଯାଇ ଫାରୋଙ୍କୁ ସମ୍ବାଦ ଦେଇ କହିବି, ‘କିଣାନ ଦେଶରୁ ମୋହର ଭ୍ରାତୃଗଣ ଓ ପିତୃପରିବାର ମୋʼ ନିକଟକୁ ଆସିଅଛନ୍ତି।
32 Darandaran ni àwọn ènìyàn náà, wọ́n ń tọ́jú ẹran ọ̀sìn, wọ́n sì kó agbo ẹran wọn àti agbo màlúù wọn àti gbogbo ohun tí wọ́n ní pẹ̀lú wá.’
ସେମାନେ ପଶୁପାଳକ ଓ ପଶୁ ବ୍ୟବସାୟୀ, ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବସ୍ୱ ଆଣିଅଛନ୍ତି।’
33 Nígbà tí Farao bá pè yín wọlé tí ó sí béèrè irú iṣẹ́ tí ẹ ń ṣe,
ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ‘ତୁମ୍ଭମାନଙ୍କର କେଉଁ ବ୍ୟବସାୟ?’ ଏ କଥା ଯେତେବେଳେ ପଚାରିବେ,
34 ẹ fún un lésì pé, ‘Àwọn ìránṣẹ́ rẹ ń tọ́jú ẹran ọ̀sìn ni láti ìgbà èwe wa wá gẹ́gẹ́ bí a ṣe ba a lọ́wọ́ àwọn baba wa.’ Nígbà náà ni wọn yóò fún un yín láààyè láti tẹ̀dó sí ilẹ̀ Goṣeni, nítorí pé àwọn ará Ejibiti kórìíra ẹnikẹ́ni tí ó bá jẹ́ darandaran.”
ସେତେବେଳେ ତୁମ୍ଭେମାନେ କହିବ, ‘ଆପଣଙ୍କର ଏହି ଦାସମାନେ ବାଲ୍ୟାବଧି ଏପର୍ଯ୍ୟନ୍ତ ପୂର୍ବପୁରୁଷାନୁକ୍ରମେ ପଶୁ ବ୍ୟବସାୟୀ;’ ତହିଁରେ ତୁମ୍ଭେମାନେ ଗୋଶନ ପ୍ରଦେଶରେ ବାସ କରି ପାରିବ; କାରଣ ପଶୁପାଳକମାନେ ମିସରୀୟମାନଙ୍କ ନିକଟରେ ଘୃଣାଯୋଗ୍ୟ ଅଟନ୍ତି।”