< Genesis 40 >

1 Kò pẹ́ lẹ́yìn èyí, ni agbọ́tí ọba àti alásè rẹ̀ ṣẹ̀ ọba Ejibiti, olúwa wọn.
ଏହିସବୁ ଘଟଣା ଉତ୍ତାରେ ମିସରୀୟ ରାଜାଙ୍କର ପାନପାତ୍ରବାହକ ଓ ସୂପକାର ଆପଣାମାନଙ୍କର ପ୍ରଭୁ ମିସରୀୟ ରାଜାଙ୍କର ପ୍ରତିକୂଳରେ ଅପରାଧ କଲେ।
2 Farao sì bínú sí méjì nínú àwọn ìjòyè rẹ̀, olórí agbọ́tí àti olórí alásè,
ତହିଁରେ ଫାରୋ ଆପଣାର ପ୍ରଧାନ ପାନପାତ୍ରବାହକ ଓ ପ୍ରଧାନ ସୂପକାର ଏହି ଦୁଇ ଭୃତ୍ୟ ପ୍ରତି କ୍ରୁଦ୍ଧ ହେଲେ,
3 Ó sì fi wọ́n sí ìhámọ́ ní ilé olórí ẹ̀ṣọ́, ní inú ẹ̀wọ̀n ibi tí Josẹfu pẹ̀lú wà.
ଆଉ ରକ୍ଷକ ସୈନ୍ୟାଧିପତିର ଯେଉଁ ବନ୍ଦୀଗୃହରେ ଯୋଷେଫ ବନ୍ଦୀ ଥିଲେ, ସେଠାରେ ସେମାନଙ୍କୁ ବନ୍ଦୀ କରି ରଖିଲେ।
4 Olórí ẹ̀ṣọ́ sì yan Josẹfu láti máa ṣe ìránṣẹ́ wọn. Lẹ́yìn ìgbà tí wọ́n ti wà ní ìhámọ́ fún ìgbà díẹ̀.
ତହିଁରେ ରକ୍ଷକ ସୈନ୍ୟାଧିପତି ଯୋଷେଫଙ୍କର ହସ୍ତରେ ସେମାନଙ୍କୁ ସମର୍ପଣ କରନ୍ତେ, ଯୋଷେଫ ସେମାନଙ୍କର ତତ୍ତ୍ୱାବଧାରଣ କରିବାକୁ ଲାଗିଲେ। ଏହି ପ୍ରକାରେ ସେମାନେ କିଛି ଦିନ କାରାଗାରରେ ରହିଲେ।
5 Ni ọ̀kọ̀ọ̀kan àwọn ọkùnrin méjèèjì náà—olórí agbọ́tí àti olórí alásè ọba Ejibiti, tí a dè sínú túbú, lá àlá ní òru kan náà, àlá kọ̀ọ̀kan sì ní ìtumọ̀ tirẹ̀.
ଏଥିଉତ୍ତାରେ ମିସରୀୟ ରାଜାଙ୍କର ସେହି କାରାବଦ୍ଧ ପାନପାତ୍ରବାହକ ଓ ସୂପକାର ଦୁଇ ଜଣ ଏକ ରାତ୍ରିରେ ଦୁଇ ପ୍ରକାର ଅର୍ଥବିଶିଷ୍ଟ ଦୁଇ ସ୍ୱପ୍ନ ଦେଖିଲେ।
6 Nígbà tí Josẹfu dé ọ̀dọ̀ wọn ní òwúrọ̀ ọjọ́ kejì, ó ṣe àkíyèsí pé, inú wọn kò dùn.
ତହିଁରେ ଯୋଷେଫ ପ୍ରଭାତରେ ସେମାନଙ୍କ ନିକଟକୁ ଆସିବା ବେଳେ ସେମାନଙ୍କୁ ବିଷଣ୍ଣ ଦେଖିଲେ।
7 Ó sì bi àwọn ìjòyè Farao tí ó wà pẹ̀lú rẹ̀ nínú ìhámọ́, nínú ilé olúwa rẹ̀ léèrè pé, “Èéṣe tí ojú yín fi fàro bẹ́ẹ̀ ní òní, tí inú yín kò sì dùn?”
ତହୁଁ ଫାରୋଙ୍କର ଯେଉଁ ଭୃତ୍ୟମାନେ ତାଙ୍କ ସହିତ ତାଙ୍କ ପ୍ରଭୁର କାରାଗାରରେ ବନ୍ଦ ଥିଲେ, ସେମାନଙ୍କୁ ସେ ପଚାରିଲେ, “ଆଜି ତୁମ୍ଭମାନଙ୍କ ମୁଖ ବିଷଣ୍ଣ କାହିଁକି?”
8 Wọ́n wí pé, “Àwa méjèèjì ni a lá àlá, kò sì sí ẹni tí yóò túmọ̀ rẹ̀.” Josẹfu sì wí fún wọn pé, “Ọlọ́run nìkan ni ó ni ìtumọ̀. Ẹ sọ àwọn àlá yín fún mi.”
ସେମାନେ କହିଲେ, “ଆମ୍ଭେମାନେ ସ୍ୱପ୍ନ ଦେଖିଅଛୁ, ମାତ୍ର ତହିଁର ଅର୍ଥ କରିବାକୁ କେହି ନାହିଁ।” ତେବେ ଯୋଷେଫ ସେମାନଙ୍କୁ କହିଲେ, “ଅର୍ଥର ଜ୍ଞାନ କି ପରମେଶ୍ୱରଙ୍କର ଅଧୀନ ନୁହେଁ? ବିନୟ କରୁଅଛି, ତୁମ୍ଭମାନଙ୍କ ସ୍ୱପ୍ନ ମୋତେ କୁହ।”
9 Olórí agbọ́tí sì ṣọ́ àlá rẹ̀ fún Josẹfu, wí pé, “Ní ojú àlá mi, mo rí àjàrà kan (tí wọn ń fi èso rẹ̀ ṣe wáìnì) níwájú mi,
ତହୁଁ ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ଆପଣା ସ୍ୱପ୍ନ କଥା ପ୍ରକାଶ କରି କହିଲା, “ଦେଖ, ଗୋଟିଏ ଦ୍ରାକ୍ଷାଲତା ମୋʼ ସମ୍ମୁଖରେ ଥିଲା,
10 mo sì rí ẹ̀ka mẹ́ta lórí àjàrà náà, ó yọ ẹ̀ka tuntun, ó sì tanná, láìpẹ́, ó bẹ̀rẹ̀ sí ní í ní èso tí ó ti pọ́n.
ସେହି ଦ୍ରାକ୍ଷାଲତାରେ ତିନି ଶାଖା ଥିଲା, ପୁଣି, ତାହା ପଲ୍ଲବିତ ହୁଅନ୍ତେ, ତହିଁରେ ଫୁଲ ଫୁଟିଲା, ଆଉ ସକଳ ପେଣ୍ଡାରେ ପେନ୍ଥା ପେନ୍ଥା ଅଙ୍ଗୁର ପାଚିଲା।
11 Ife Farao sì wà lọ́wọ́ mi, mo sì mú àwọn èso àjàrà náà, mo sì fún un sínú ife Farao, mo sì gbé ife náà fún Farao.”
ସେତେବେଳେ ମୋʼ ହସ୍ତରେ ଫାରୋଙ୍କର ପାନପାତ୍ର ଥିବାରୁ ସେହି ପାତ୍ରରେ ମୁଁ ସେହି ଦ୍ରାକ୍ଷାଫଳ ଘେନି ଚିପୁଡ଼ି ଫାରୋଙ୍କର ହସ୍ତରେ ସେହି ପାତ୍ର ଦେଲି।”
12 Josẹfu wí fún un pé, “Èyí ni ìtumọ̀ àlá rẹ. Ẹ̀ka mẹ́ta náà dúró fún ọjọ́ mẹ́ta.
ତହିଁରେ ଯୋଷେଫ ତାହାକୁ କହିଲେ, “ଏଥିର ଅର୍ଥ ଏହି; ସେହି ତିନି ଶାଖାରେ ତିନି ଦିନ ବୁଝାଏ।
13 Láàrín ọjọ́ mẹ́ta Farao yóò mú ọ jáde nínú ẹ̀wọ̀n padà sí ipò rẹ, ìwọ yóò sì tún máa gbé ọtí fún un, gẹ́gẹ́ bí ìṣe rẹ àtẹ̀yìnwá.
ତିନି ଦିନ ମଧ୍ୟରେ ଫାରୋ ତୁମ୍ଭର ମସ୍ତକ ଉଠାଇ ତୁମ୍ଭକୁ ନିଜ ପଦରେ ପୁନର୍ବାର ନିଯୁକ୍ତ କରିବେ; ତହିଁରେ ତୁମ୍ଭେ ପୂର୍ବ ପରି ପାନପାତ୍ରବାହକ ହୋଇ ପୁନର୍ବାର ଫାରୋଙ୍କର ହସ୍ତରେ ପାନପାତ୍ର ଦେବ।
14 Ṣùgbọ́n nígbà tí ohun gbogbo bá dára fún ọ, rántí mi kí o sì fi àánú hàn sí mi. Dárúkọ mi fún Farao, kí o sì mú mi jáde kúrò ní ìhín.
ମାତ୍ର ତୁମ୍ଭର ମଙ୍ଗଳ ହେଲେ, ମୋତେ ସ୍ମରଣ କରିବ, ପୁଣି, ମୋʼ ପ୍ରତି ଦୟା କରି ଫାରୋଙ୍କ ଛାମୁରେ ମୋʼ ବିଷୟ କହି ମୋତେ ଏହି କାରାଗାରରୁ ମୁକ୍ତ କରିବ।
15 Nítorí á jí mi gbé tà kúrò ní ilẹ̀ àwọn Heberu ni, àti pé níhìn-ín èmi kò ṣe ohunkóhun tí ó fi yẹ kí èmi wà ní ìhámọ́ bí mo ti wà yìí.”
କାରଣ ଏବ୍ରୀୟମାନଙ୍କ ଦେଶରୁ ଲୋକମାନେ ମୋତେ ନିତାନ୍ତ ଚୋରି କରି ଆଣିଅଛନ୍ତି; ପୁଣି, ଏହି ସ୍ଥାନରେ ମଧ୍ୟ ମୁଁ କିଛି କରି ନାହିଁ, ତଥାପି ସେମାନେ ମୋତେ ଏହି କାରାକୂପରେ ବନ୍ଦ କରିଅଛନ୍ତି।”
16 Nígbà tí olórí alásè rí i wí pé ìtumọ̀ tí Josẹfu fún àlá náà dára, ó wí fún Josẹfu pé, “Èmi pẹ̀lú lá àlá, mo ru agbọ̀n oúnjẹ mẹ́ta lórí.
ତହିଁରେ ସେ ଉତ୍ତମ ଅର୍ଥ କଲେ, ପ୍ରଧାନ ସୂପକାର ଏହା ଦେଖି ଯୋଷେଫଙ୍କୁ କହିଲା, “ମୁଁ ମଧ୍ୟ ସ୍ୱପ୍ନ ଦେଖିଅଛି; ଦେଖ, ମୋʼ ମସ୍ତକ ଉପରେ ଶୁକ୍ଳ ପିଷ୍ଟକର ତିନୋଟି ଡାଲା।
17 Nínú agbọ̀n tí ó wà lókè, onírúurú oúnjẹ ló wà níbẹ̀ fún Farao, ṣùgbọ́n àwọn ẹyẹ sì ń ṣà wọ́n jẹ láti inú apẹ̀rẹ̀ náà tí ó wà lórí mi.”
ସର୍ବଉପର ଡାଲାରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ପକ୍ୱାନ୍ନ ଥିଲା; ଆଉ ପକ୍ଷୀଗଣ ଆସି ମୋର ମସ୍ତକରେ ଥିବା ଡାଲାରୁ ତାହା ଘେନି ଖାଇଲେ।”
18 Josẹfu dáhùn, “Èyí ni ìtumọ̀ àlá rẹ. Agbọ̀n mẹ́ta náà túmọ̀ sí ọjọ́ mẹ́ta.
ସେତେବେଳେ ଯୋଷେଫ ଉତ୍ତର କଲେ, “ଏଥିର ଅର୍ଥ ଏହି, ସେହି ତିନି ଡାଲାରେ ତିନି ଦିନ ବୁଝାଏ।
19 Láàrín ọjọ́ mẹ́ta, Farao yóò tú ọ sílẹ̀, yóò sì bẹ́ orí rẹ, yóò sì gbé ara rẹ kọ́ sí orí igi. Àwọn ẹyẹ yóò sì jẹ ara rẹ.”
ତିନି ଦିନ ମଧ୍ୟରେ ଫାରୋ ତୁମ୍ଭ ଶରୀରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ, ପୁଣି, ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ।”
20 Ọjọ́ kẹta sì jẹ́ ọjọ́ ìbí Farao, ó sì ṣe àsè fún gbogbo àwọn ìjòyè e rẹ̀. Ó sì mú olórí agbọ́tí àti olórí alásè jáde kúrò nínú ẹ̀wọ̀n.
ଏଥିଉତ୍ତାରେ ତୃତୀୟ ଦିନରେ ଫାରୋଙ୍କର ଜନ୍ମ ଦିନ ଉପସ୍ଥିତ ହେବାରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତରେ ପ୍ରଧାନ ପାନପାତ୍ର ବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ।
21 Ó dá olórí agbọ́tí padà sí ipò tí ó wà tẹ́lẹ̀, kí ó ba à le máa fi ago lé Farao ní ọwọ́,
ପୁଣି, ଯୋଷେଫଙ୍କର କଥିତ ଅର୍ଥାନୁସାରେ ଫାରୋ ପ୍ରଧାନ ପାନପାତ୍ର ବାହାକକୁ ତାହାର ନିଜ ପଦରେ ପୁନର୍ବାର ନିଯୁକ୍ତ କଲେ; ତହିଁରେ ସେ ଫାରୋଙ୍କର ହସ୍ତରେ ପାନପାତ୍ର ଦେବାକୁ ଲାଗିଲା।
22 ṣùgbọ́n, ó so olórí alásè kọ́ sórí igi, gẹ́gẹ́ bí Josẹfu ti sọ fún wọn nínú ìtumọ̀ rẹ̀ sí àlá wọn.
ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷରେ ଟଙ୍ଗାଇଲେ;
23 Ṣùgbọ́n, olórí agbọ́tí kò rántí Josẹfu mọ́, kò tilẹ̀ ronú nípa rẹ̀.
ତଥାପି, ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ସ୍ମରଣ କଲା ନାହିଁ, ମାତ୍ର ତାଙ୍କୁ ପାସୋରି ଗଲା।

< Genesis 40 >