< Genesis 36 >
1 Wọ̀nyí ni ìran Esau, ẹni tí a ń pè ní Edomu.
ଏଷୌର ବଂଶାବଳୀ। ତାହାର ଅନ୍ୟତମ ନାମ ଇଦୋମ୍।
2 Nínú àwọn ọmọbìnrin Kenaani ni Esau ti fẹ́ àwọn ìyàwó rẹ̀: Adah ọmọbìnrin Eloni ará Hiti àti Oholibama, ọmọbìnrin Ana, ọmọ ọmọ Sibeoni ará Hifi.
ଏଷୌ କିଣାନୀୟମାନଙ୍କର ଦୁଇ କନ୍ୟାକୁ, ଅର୍ଥାତ୍, ହିତ୍ତୀୟ ଏଲୋନ୍ର କନ୍ୟା ଆଦାକୁ ଓ ଅନାର କନ୍ୟା ହିବ୍ବୀୟ ସିବୀୟୋନ୍ର ପୌତ୍ରୀ ଅହଲୀବାମାକୁ,
3 Ó sì tún fẹ́ Basemati ọmọ Iṣmaeli arábìnrin Nebaioti.
ତଦ୍ଭିନ୍ନ ନବାୟୋତ୍ର ଭଗିନୀକୁ, ଅର୍ଥାତ୍, ଇଶ୍ମାୟେଲର କନ୍ୟା ବାସମତ୍କୁ ବିବାହ କଲା।
4 Adah bí Elifasi fún Esau, Basemati sì bí Reueli,
ଏଥିଉତ୍ତାରେ ଏଷୌର ଔରସରେ ଆଦା ଇଲୀଫସ୍କୁ ଓ ବାସମତ୍ ରୁୟେଲକୁ ପ୍ରସବ କଲେ।
5 Oholibama pẹ̀lú sì bí Jeuṣi, Jalamu, àti Kora. Àwọn wọ̀nyí ni ọmọ tí Esau bí ní Kenaani.
ଆଉ ଅହଲୀବାମା, ଯିୟୂଶ୍, ଯାଲମ୍ ଓ କୋରହକୁ ପ୍ରସବ କଲା; ଏଷୌର ଏହି ସମସ୍ତ ସନ୍ତାନ କିଣାନ ଦେଶରେ ଜନ୍ମିଥିଲେ।
6 Esau sì mú àwọn aya rẹ̀, àwọn ọmọkùnrin rẹ̀, àwọn ọmọbìnrin rẹ̀ àti gbogbo àwọn ará ilé rẹ̀, àwọn ohun ọ̀sìn rẹ̀ àti àwọn ẹran ọ̀sìn mìíràn àti gbogbo ohun ìní mìíràn tí ó ní, ni Kenaani, ó sì kó lọ sí ilẹ̀ mìíràn, jìnà sí ibi tí Jakọbu arákùnrin rẹ̀ wà.
ଏଥିଉତ୍ତାରେ ଏଷୌ ଆପଣା ଭାର୍ଯ୍ୟାଗଣ ଓ ପୁତ୍ରକନ୍ୟାଗଣ ଓ ଗୃହସ୍ଥିତ ଅନ୍ୟାନ୍ୟ ସମସ୍ତ ଲୋକଙ୍କୁ, ପୁଣି, ଆପଣାର ସମସ୍ତ ପଶ୍ୱାଦି ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ଆପଣା ଭ୍ରାତା ଯାକୁବ ନିକଟରୁ ଅନ୍ୟ ଦେଶକୁ ପ୍ରସ୍ଥାନ କଲା।
7 Ohun ìní wọn pọ̀ ju èyí tí àwọn méjèèjì lè máa gbé ní ojú kan lọ. Ilẹ̀ tí wọ́n wà kò le gba àwọn méjèèjì nítorí àwọn ohun ọ̀sìn wọn.
ଯେହେତୁ ସେମାନଙ୍କର ସମ୍ପତ୍ତି ପ୍ରଚୁର ଥିବାରୁ ସେମାନେ ଏକତ୍ର ବାସ କରି ପାରିଲେ ନାହିଁ, ପୁଣି, ସେମାନଙ୍କର ପଶ୍ୱାଦି ସକାଶୁ ସେହି ପ୍ରବାସ ସ୍ଥାନରେ ନିର୍ବାହ ଚଳିଲା ନାହିଁ।
8 Báyìí ni Esau (tí a tún mọ̀ sí Edomu) tẹ̀dó sí àwọn orílẹ̀-èdè olókè tí Seiri.
ଏହିରୂପେ ଏଷୌ ସେୟୀର ପର୍ବତରେ ବାସ କଲା; ସେହି ଏଷୌର ଅନ୍ୟତମ ନାମ ଇଦୋମ୍।
9 Èyí ni ìran Esau baba àwọn ará Edomu ní àwọn orílẹ̀-èdè olókè Seiri.
ଆଉ ସେୟୀର ପର୍ବତସ୍ଥ ଇଦୋମୀୟମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।
10 Wọ̀nyí ni orúkọ àwọn ọmọ Esau: Elifasi ọmọ Adah aya Esau àti Reueli, ọmọ Basemati tí í ṣe aya Esau pẹ̀lú.
ଏଷୌର ସନ୍ତାନମାନଙ୍କର ନାମ ଏହି। ଏଷୌର ଆଦା ନାମ୍ନୀ ଭାର୍ଯ୍ୟାର ପୁତ୍ର ଇଲୀଫସ୍ ଓ ବାସମତ୍ ନାମ୍ନୀ ଭାର୍ଯ୍ୟାର ପୁତ୍ର ରୁୟେଲ।
11 Àwọn ọmọ Elifasi ni ìwọ̀nyí: Temani, Omari, Sefi, Gatamu, àti Kenasi.
ପୁଣି, ଇଲୀଫସ୍ର ପୁତ୍ର ତୈମନ୍ ଓ ଓମାର୍ ଓ ସଫୋ ଓ ଗୟିତମ୍ ଓ କନସ୍।
12 Elifasi ọmọ Esau sì tún ní àlè tí a ń pè ní Timna pẹ̀lú, òun ló bí Amaleki fún un. Wọ̀nyí ni àwọn ọmọ ọmọ Adah aya Esau.
ପୁଣି, ଏଷୌର ପୁତ୍ର ଇଲୀଫସ୍ର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା, ସେ ଇଲୀଫସ୍ ଦ୍ଵାରା ଅମାଲେକକୁ ପ୍ରସବ କଲା; ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ।
13 Àwọn ọmọ Reueli: Nahati, Sera, Ṣamma àti Missa. Àwọn ni ọmọ ọmọ Basemati aya Esau.
ରୁୟେଲର ପୁତ୍ର ନହତ୍ ଓ ସେରହ ଓ ଶମ୍ମ ଓ ମିସା, ଏମାନେ ଏଷୌର ଭାର୍ଯ୍ୟା ବାସମତ୍ର ସନ୍ତାନ।
14 Wọ̀nyí ni àwọn ọmọ Oholibama ọmọbìnrin Ana ọmọ ọmọ Sibeoni: tí ó bí fún Esau: Jeuṣi, Jalamu àti Kora.
ପୁଣି, ସିବୀୟୋନ୍ର ପୌତ୍ରୀ ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ତାହାର ସନ୍ତାନ ଯିୟୂଶ୍ ଓ ଯାଲମ୍ ଓ କୋରହ।
15 Àwọn wọ̀nyí ni olórí nínú àwọn ọmọ Esau: àwọn ọmọ Elifasi, àkọ́bí Esau, Temani, Omari, Sefi, Kenasi,
ଏଷୌର ସନ୍ତାନମାନଙ୍କ ରାଜାବଳୀ। ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍, ତାହାର ପୁତ୍ର ରାଜା ତୈମନ୍ ଓ ରାଜା ଓମାର୍ ଓ ରାଜା ସଫୋ ଓ ରାଜା କନସ୍
16 Kora, Gatamu àti Amaleki. Àwọn wọ̀nyí ló jẹ́ olórí ìdílé tí ó ti ọ̀dọ̀ Elifasi ní Edomu wá, wọ́n jẹ́ ọmọ ọmọ Adah.
ଓ ରାଜା କୋରହ ଓ ରାଜା ଗୟିତମ୍ ଓ ରାଜା ଅମାଲେକ୍; ଇଦୋମ ଦେଶରେ ଇଲୀଫସ୍ ବଂଶୀୟ ଏହି ରାଜଗଣ ଆଦାର ସନ୍ତାନ ଥିଲେ।
17 Wọ̀nyí sì ni àwọn ọmọ Esau, ọmọ Rueli: Nahati olórí, Sera olórí, Ṣamma olórí, Missa olórí. Àwọn wọ̀nyí ló jẹ́ olórí ìdílé tí ó ti ọ̀dọ̀ Reueli jáde ní Edomu. Ọmọ ọmọ Basemati aya Esau ni wọ́n jẹ́.
ଏଷୌର ପୁତ୍ର ରୁୟେଲର ସନ୍ତାନ ରାଜା ନହତ୍ ଓ ରାଜା ସେରହ ଓ ରାଜା ଶମ୍ମ ଓ ରାଜା ମିସା; ଇଦୋମ ଦେଶରେ ରୁୟେଲ ବଂଶୀୟ ଏହି ରାଜାମାନେ ଏଷୌର ଭାର୍ଯ୍ୟା ବାସମତ୍ର ସନ୍ତାନ ଥିଲେ।
18 Àwọn ọmọ Oholibama aya Esau: Jeuṣi, Jalamu, àti Kora, àwọn wọ̀nyí ló jẹ́ olórí ìdílé tí ó ti ọ̀dọ̀ Oholibama ọmọ Ana, ìyàwó Esau wá.
ପୁଣି, ଏଷୌର ଭାର୍ଯ୍ୟା ଅହଲୀବାମାର ସନ୍ତାନ ରାଜା ଯିୟୂଶ୍ ଓ ରାଜା ଯାଲମ୍ ଓ ରାଜା କୋରହ; ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ଏମାନେ ତାହାର ସନ୍ତାନ।
19 Àwọn wọ̀nyí ni ọmọ Esau (ti o túmọ̀ sí Edomu). Àwọn wọ̀nyí ni olórí wọn.
ଏମାନେ ଏଷୌର, ଅର୍ଥାତ୍, ଇଦୋମର ସନ୍ତାନ ଓ ଏମାନେ ସେମାନଙ୍କର ରାଜା।
20 Wọ̀nyí ni àwọn ọmọ Seiri ará Hori tí ó ń gbé ní ilẹ̀ náà: Lotani, Ṣobali, Sibeoni, Ana,
(ପୂର୍ବକାଳର) ସେହି ଦେଶ ନିବାସୀ ହୋରୀୟ ସେୟୀରର ସନ୍ତାନ ଲୋଟନ୍ ଓ ଶୋବଲ୍ ଓ ସିବୀୟୋନ୍ ଓ ଅନା
21 Diṣoni, Eseri, àti Diṣani, àwọn wọ̀nyí olórí ènìyàn Hori, àwọn ọmọ Seiri ni ilẹ̀ Edomu.
ଓ ଦିଶୋନ୍ ଓ ଏତ୍ସର ଓ ଦୀଶନ୍; ସେୟୀରର ଏହି ପୁତ୍ରଗଣ ଇଦୋମ ଦେଶର ହୋରୀୟ ବଂଶଜ ରାଜା ଥିଲେ।
22 Àwọn ọmọ Lotani: Hori àti Homamu: Timna sì ni arábìnrin Lotani.
ଲୋଟନ୍ର ପୁତ୍ର ହୋରି ଓ ହେମମ୍, ପୁଣି, ଲୋଟନ୍ର ତିମ୍ନା ନାମ୍ନୀ ଭଗିନୀ ଥିଲା।
23 Àwọn ọmọ Ṣobali: Alifani, Manahati, Ebali, Ṣefo àti Onamu.
ପୁଣି, ଶୋବଲ୍ର ପୁତ୍ରଗଣ ଅବଲନ୍ ଓ ମାନହତ୍ ଓ ଏବଲ୍ ଓ ଶଫୋ ଓ ଓନମ୍।
24 Àwọn ọmọ Sibeoni: Aiah àti Ana. Èyí ni Ana tí ó rí ìsun omi gbígbóná ní inú aginjù bí ó ti ń da àwọn kẹ́tẹ́kẹ́tẹ́ Ṣebeoni baba rẹ̀.
ପୁଣି, ସିବୀୟୋନ୍ର ପୁତ୍ର ଅୟା ଓ ଅନା; ଏହି ଅନା ଆପଣା ପିତା ସିବୀୟୋନ୍ର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କଲା।
25 Wọ̀nyí ni àwọn ọmọ Ana: Diṣoni àti Oholibama ọmọbìnrin Ana.
ସେହି ଅନାର ପୁତ୍ର ଦିଶୋନ୍ ଓ କନ୍ୟା ଅହଲୀବାମା।
26 Àwọn ọmọ Diṣoni ni: Hemdani, Eṣbani, Itrani àti Kerani.
ପୁଣି, ଦିଶୋନ୍ର ପୁତ୍ର ହିମ୍ଦନ୍ ଓ ଇଶବନ୍ ଓ ଯିତ୍ରନ୍ ଓ କରାନ୍।
27 Àwọn ọmọ Eseri: Bilhani, Saafani àti Akani.
ଏତ୍ସରର ପୁତ୍ର ବିଲ୍ହନ୍ ଓ ସାବନ୍ ଓ ଆକନ୍।
28 Àwọn ọmọ Diṣani ni: Usi àti Arani.
ପୁଣି, ଦୀଶନ୍ର ପୁତ୍ର ଊଷ୍ ଓ ଅରାନ୍।
29 Àwọn wọ̀nyí ni olórí ìdílé Hori: Lotani, Ṣobali, Sibeoni, Ana,
ହୋରୀୟ ବଂଶଜ ରାଜା ଏହି; ରାଜା ଲୋଟନ୍ ଓ ରାଜା ଶୋବଲ୍ ଓ ରାଜା ସିବୀୟୋନ୍ ଓ ରାଜା ଅନା
30 Diṣoni Eseri, àti Diṣani. Àwọn ni olórí ìdílé àwọn ará Hori gẹ́gẹ́ bí ìpín wọn ní ilẹ̀ Seiri.
ଓ ରାଜା ଦିଶୋନ୍ ଓ ରାଜା ଏତ୍ସର ଓ ରାଜା ଦୀଶନ୍। ଏମାନେ ସେୟୀର ଦେଶର ହୋରୀୟ ବଂଶଜ ରାଜା ଥିଲେ।
31 Àwọn wọ̀nyí ni ọba tí ó jẹ ní Edomu kí ó tó di pé ọba kankan jẹ lórí Israẹli:
ଆଉ, ଇସ୍ରାଏଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହି ରାଜାମାନେ ଇଦୋମ ଦେଶରେ ରାଜ୍ୟ କଲେ।
32 Bela ọmọ Beori jẹ ní Edomu. Orúkọ ìlú rẹ̀ ni Dinhaba.
ବିୟୋରର ବେଲା ନାମକ ପୁତ୍ର ଇଦୋମ୍ ଦେଶରେ ରାଜତ୍ୱ କଲା, ତାହାର ରାଜଧାନୀର ନାମ ଦିନ୍ହାବା।
33 Nígbà tí Bela kú, Jobabu ọmọ Sera ti Bosra sì jẹ ọba ní ipò rẹ̀.
ବେଲାର ମରଣ ଉତ୍ତାରେ, ତାହା ପଦରେ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍ ରାଜତ୍ୱ କଲା।
34 Nígbà tí Jobabu kú, Huṣamu láti ilẹ̀ Temani sì jẹ ọba ní ipò rẹ̀.
ପୁଣି, ଯୋବବ୍ର ମରଣ ଉତ୍ତାରେ ତୈମନ୍ ଦେଶୀୟ ହୂଶମ୍ ତାହା ପଦରେ ରାଜତ୍ୱ କଲା।
35 Nígbà tí Huṣamu kú, Hadadi ọmọ Bedadi tí ó kọlu Midiani ní ìgbẹ́ Moabu, ó sì jẹ ọba ní ipò rẹ̀. Orúkọ ìlú rẹ̀ ni Afiti.
ହୂଶମ୍ର ମରଣ ଉତ୍ତାରେ, ବଦଦର ପୁତ୍ର ଯେ ହଦଦ୍ ମୋୟାବ କ୍ଷେତ୍ରରେ ମିଦୀୟନକୁ ଜୟ କଲା, ସେ ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ଅବୀତ୍।
36 Nígbà tí Hadadi sì kú, Samla láti Masreka, ó sì jẹ ọba ní ipò rẹ̀.
ହଦଦ୍ର ମରଣ ଉତ୍ତାରେ ମସ୍ରେକା ନିବାସୀ ସମ୍ଳ ତାହା ପଦରେ ରାଜତ୍ୱ କଲା।
37 Samla sì kú, Saulu ti Rehoboti, létí odò sì jẹ ọba ní ipò rẹ̀.
ପୁଣି, ସମ୍ଳର ମରଣ ଉତ୍ତାରେ (ଫରାତ୍) ନଦୀର ନିକଟସ୍ଥ ରହୋବୋତ୍ ନିବାସୀ ଶୌଲ ତାହା ପଦରେ ରାଜତ୍ୱ କଲା।
38 Nígbà tí Saulu kú, Baali-Hanani ọmọ Akbori jẹ ọba ní ipò rẹ̀.
ଶୌଲର ମରଣ ଉତ୍ତାରେ, ଅକ୍ବୋରର ପୁତ୍ର ବାଲ୍ହାନନ୍ ତାହା ପଦରେ ରାଜତ୍ୱ କଲା।
39 Nígbà tí Baali-Hanani ọmọ Akbori kú, Hadadi ni ó jẹ ọba ní ipò rẹ̀. Orúkọ ìlú rẹ̀ ni Pau, orúkọ ìyàwó sì ni Mehetabeeli ọmọbìnrin Matiredi, ọmọbìnrin Mesahabu.
ପୁଣି, ଅକ୍ବୋରର ପୁତ୍ର ବାଲ୍ହାନନ୍ର ମରଣ ଉତ୍ତାରେ, ହଦର ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ପାଉ ଓ ତାହାର ଭାର୍ଯ୍ୟାର ନାମ ମହେଟବେଲ ଥିଲା; ସେ ମଟ୍ରେଦର ପୁତ୍ରୀ ଓ ମେଷାହବର ପୌତ୍ରୀ।
40 Àwọn wọ̀nyí ni orúkọ àwọn baálẹ̀ tí ó ti ọ̀dọ̀ Esau jáde wá, ní orúkọ ìdílé wọn, bí ìpínlẹ̀ wọn ti rí: baálẹ̀ Timna, baálẹ̀ Alfa, baálẹ̀ Jeteti.
ଏଷୌଠାରୁ ଉତ୍ପନ୍ନ, ପୁଣି, ଗୋଷ୍ଠୀ ଓ ସ୍ଥାନ ଓ ନାମ ଭେଦାନୁସାରେ ଯେଉଁ ଯେଉଁ ରାଜା ଥିଲେ, ସେମାନଙ୍କ ନାମାବଳୀ; ଯଥା, ରାଜା ତିମ୍ନା ଓ ରାଜା ଅଳ୍ବା ଓ ରାଜା ଯିଥେତ୍।
41 Baálẹ̀ Oholibama, baálẹ̀ Ela, baálẹ̀ Pinoni,
ଓ ରାଜା ଅହଲୀବାମା ଓ ରାଜା ଏଲା ଓ ରାଜା ପୀନୋନ୍
42 baálẹ̀ Kenasi, baálẹ̀ Temani, baálẹ̀ Mibsari,
ଓ ରାଜା କନସ୍ ଓ ରାଜା ତୈମନ୍ ଓ ରାଜା ମିବ୍ସର୍
43 Magdieli, àti Iramu. Àwọn wọ̀nyí ni baálẹ̀ Edomu, gẹ́gẹ́ bí wọn ti tẹ̀dó sí ilẹ̀ tí wọ́n gbà. Èyí ni Esau baba àwọn ará Edomu.
ଓ ରାଜା ମଗ୍ଦୀୟେଲ ଓ ରାଜା ଈରମ୍; ଏମାନେ ଆପଣା ଆପଣା ଅଧିକୃତ ଦେଶରେ ବସତି ସ୍ଥାନାନୁସାରେ ଇଦୋମର ରାଜଗଣ ଥିଲେ। ଇଦୋମୀୟମାନଙ୍କ ଆଦିପୁରୁଷ ଏଷୌର ବୃତ୍ତାନ୍ତ ସମାପ୍ତ।