< Genesis 25 >
1 Abrahamu sì tún fẹ́ aya mìíràn, tí orúkọ rẹ̀ ń jẹ́ Ketura.
ଅବ୍ରହାମ କଟୂରା ନାମ୍ନୀ ଆଉ ଗୋଟିଏ ସ୍ତ୍ରୀ ବିବାହ କରିଥିଲେ।
2 Ó sì bí Simrani, Jokṣani, Medani, Midiani, Iṣbaki, àti Ṣua
ସେ ତାଙ୍କ ନିମନ୍ତେ ସିମ୍ରନ୍, ଯକ୍ଷନ୍, ମଦାନ୍, ମିଦୀୟନ, ଯିଶ୍ବକ ଓ ଶୂହ, ଏମାନଙ୍କୁ ଜନ୍ମ କଲା।
3 Jokṣani ni baba Ṣeba àti Dedani, àwọn ìran Dedani ni àwọn ara Asṣuri, Letusi àti Leumiti.
ସେହି ଯକ୍ଷନ୍ ଶିବା ଓ ଦଦାନକୁ ଜାତ କଲା। ଦଦାନ ଅଶୂରୀୟ ଓ ଲଟୂଶୀୟ ଓ ଲୀୟମ୍ମୀୟ ଲୋକମାନଙ୍କର ଆଦିପୁରୁଷ।
4 Àwọn ọmọ Midiani ni Efani, Eferi, Hanoku, Abida àti Eldaa. Gbogbo àwọn wọ̀nyí ni ìran Ketura.
ମିଦୀୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଓ ଅବୀଦ ଓ ଇଲଦାୟା; ଏସମସ୍ତେ କଟୂରାର ସନ୍ତାନ।
5 Abrahamu sì fi ohun gbogbo tí ó ní fún Isaaki.
ଏଥିଉତ୍ତାରେ ଅବ୍ରହାମ ଇସ୍ହାକକୁ ଆପଣାର ସର୍ବସ୍ୱ ଦେଲେ।
6 Ṣùgbọ́n kí Abrahamu tó kú, Abrahamu fún àwọn ọmọ tí àwọn àlè rẹ̀ bí fún un ní ẹ̀bùn, ó sì lé wọn jáde lọ fún Isaaki ọmọ rẹ sí ilẹ̀ ìlà-oòrùn.
ମାତ୍ର ଅବ୍ରହାମ ଉପପତ୍ନୀମାନଙ୍କ ସନ୍ତାନଗଣକୁ କିଛି କିଛି ଦେଇ ଆପଣା ଜୀବଦ୍ଦଶାରେ ଇସ୍ହାକ ନିକଟରୁ ସେମାନଙ୍କୁ ପୂର୍ବଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ।
7 Gbogbo àpapọ̀ ọdún tí Abrahamu lò láyé jẹ́ igba kan ó dín mẹ́ẹ̀ẹ́dọ́gbọ̀n.
ଅବ୍ରହାମଙ୍କର ଆୟୁର ପରିମାଣ ଶହେ ପଞ୍ଚସ୍ତରି ବର୍ଷ; ସେ ଏତେ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ।
8 Abrahamu sì kú ní ọjọ́ ogbó rẹ̀. Ó dàgbà, ó darúgbó kí ó tó kú. A sì sin ín sí ibojì àwọn ènìyàn rẹ̀.
ଏଥିଉତ୍ତାରେ ଅବ୍ରହାମ ଉତ୍ତମ ବୃଦ୍ଧାବସ୍ଥାରେ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲେ; ଆଉ, ପୂର୍ବରୁ ମୃତ୍ୟୁବରଣ କରିଥିବା ଆପଣା ପୂର୍ବପୁରୁଷଗଣ ସହିତ ଜଡିତ ହେଲେ।
9 Àwọn ọmọ rẹ̀, Isaaki àti Iṣmaeli sì sin ín sínú ihò àpáta ni Makpela ní ẹ̀gbẹ́ Mamre, ní oko Efroni ọmọ Sohari ará Hiti,
ଆଉ ତାଙ୍କର ପୁତ୍ର ଇସ୍ହାକ ଓ ଇଶ୍ମାୟେଲ ମମ୍ରିର ସମ୍ମୁଖରେ ହିତ୍ତୀୟ ସୋହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମକ୍ପେଲା ନାମକ ଗୁହାରେ ତାଙ୍କୁ କବର ଦେଲେ।
10 inú oko tí Abrahamu rà lọ́wọ́ ara Hiti yìí ni a sin Abrahamu àti Sara aya rẹ̀ sí.
ଯେହେତୁ ଅବ୍ରହାମ ହିତ୍ତୀୟ ସନ୍ତାନମାନଙ୍କ ନିକଟରୁ ସେହି କ୍ଷେତ୍ର କ୍ରୟ କରିଥିଲେ। ସେହି ସ୍ଥାନରେ ଅବ୍ରହାମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ଦିଆଗଲା।
11 Lẹ́yìn ikú Abrahamu, Ọlọ́run sì bùkún fún Isaaki ọmọ rẹ̀, tí ó ń gbé nítòsí kànga Lahai-Roi ní ìgbà náà.
ଅବ୍ରହାମଙ୍କ ମୃତ୍ୟୁୁ ଉତ୍ତାରେ ପରମେଶ୍ୱର ତାଙ୍କର ପୁତ୍ର ଇସ୍ହାକଙ୍କୁ ଆଶୀର୍ବାଦ କଲେ; ପୁଣି, ଇସ୍ହାକ ବେର-ଲହୟ-ରୋୟୀ ନାମକ ସ୍ଥାନରେ ବସତି କଲେ।
12 Wọ̀nyí ni ìran Iṣmaeli, ọmọ Abrahamu ẹni tí Hagari ará Ejibiti, ọmọ ọ̀dọ̀ Sara bí fún un.
ସାରାର ଦାସୀ ମିସରୀୟା ହାଗାର ଅବ୍ରହାମଙ୍କ ନିମନ୍ତେ ଯାହାକୁ ପ୍ରସବ କରିଥିଲା, ଅବ୍ରହାମଙ୍କର ସେହି ପୁତ୍ର ଇଶ୍ମାୟେଲର ବଂଶାବଳୀ।
13 Wọ̀nyí ni orúkọ àwọn ọmọ Iṣmaeli bí a ṣe bí wọn, bẹ̀rẹ̀ láti orí: Nebaioti àkọ́bí, Kedari, Adbeeli, Mibsamu,
ନାମ ଓ ଗୋଷ୍ଠୀ ଅନୁସାରେ ଇଶ୍ମାୟେଲର ସନ୍ତାନମାନଙ୍କ ନାମ ଏହି। ଇଶ୍ମାୟେଲର ଜ୍ୟେଷ୍ଠ ପୁତ୍ର ନବାୟୋତ୍; ତାହା ଉତ୍ତାରେ କେଦାର ଓ ଅଦ୍ବେଲ ଓ ମିବ୍ସମ୍,
15 Hadadi, Tema, Jeturi, Nafiṣi, àti Kedema.
ଓ ହଦଦ୍ ଓ ତେମା ଓ ଯିଟୁର ଓ ନାଫୀଶ୍ ଓ କେଦମା।
16 Wọ̀nyí sì ni orúkọ àwọn ọmọ Iṣmaeli, wọ̀nyí ni orúkọ àwọn ọba méjìlá gẹ́gẹ́ bí ẹ̀yà wọn.
ଏହି ସମସ୍ତେ ଇଶ୍ମାୟେଲର ସନ୍ତାନ, ପୁଣି, ସେମାନଙ୍କ ନାମାନୁସାରେ ସେମାନଙ୍କର ଗ୍ରାମ ଓ ଛାଉଣି-ସ୍ଥାନ ଥିଲା; ଆଉ ସେମାନେ ଆପଣା ଆପଣା ଗୋତ୍ରାନୁସାରେ ଦ୍ୱାଦଶ ଅଧିପତି ଥିଲେ।
17 Àpapọ̀ ọdún tí Iṣmaeli lò láyé jẹ́ ẹ̀tàdínlógóje ọdún, a sì sin ín pẹ̀lú àwọn ènìyàn rẹ̀.
ଇଶ୍ମାୟେଲର ଆୟୁର ପରିମାଣ ଶହେ ସଇଁତିରିଶ ବର୍ଷ ଥିଲା; ତହୁଁ ସେ ପ୍ରାଣତ୍ୟାଗ କଲା; ଆଉ ସେ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲା।
18 Àwọn ìran rẹ̀ sì tẹ̀dó sí agbègbè Hafila títí tí ó fi dé Ṣuri, ní ẹ̀bá ààlà Ejibiti, bí ìwọ ti ń lọ sí ìhà Asiria. Ó sì kú níwájú àwọn arákùnrin rẹ̀ gbogbo.
ଏଥିଉତ୍ତାରେ ତାହାର ସନ୍ତାନମାନେ ହବୀଲା ଓ ମିସରର ପୂର୍ବସ୍ଥିତ ଶୂରଠାରୁ ଅଶୂରୀୟା ଦିଗରେ ବସତି କଲେ। ଏହିରୂପେ ସେ ଆପଣା ସମସ୍ତ ଭ୍ରାତୃଗଣର ସମ୍ମୁଖସ୍ଥ ବସତି ସ୍ଥାନ ପାଇଲା।
19 Wọ̀nyí ni ìtàn ìran Isaaki ọmọ Abrahamu. Abrahamu bí Isaaki.
ଅବ୍ରହାମଙ୍କର ପୁତ୍ର ଇସ୍ହାକଙ୍କର ବଂଶାବଳୀ। ଅବ୍ରହାମ ଇସ୍ହାକଙ୍କୁ ଜାତ କଲେ;
20 Nígbà tí Isaaki di ọmọ ogójì ọdún ni ó gbé Rebeka ọmọ Betueli ará Aramu ti Padani-Aramu tí í ṣe arábìnrin Labani ará Aramu ní ìyàwó.
ସେହି ଇସ୍ହାକ ଚାଳିଶ ବର୍ଷ ବୟସରେ ପଦ୍ଦନ୍ ଅରାମୀୟ ବଥୂୟେଲର କନ୍ୟା, ଅର୍ଥାତ୍, ଅରାମୀୟ ଲାବନର ଭଗିନୀ ରିବିକାକୁ ବିବାହ କଲେ।
21 Isaaki sì gbàdúrà sì Olúwa, nítorí aya rẹ̀ tí ó yàgàn, Olúwa sì gbọ́ àdúrà rẹ̀, Rebeka sì lóyún.
ଇସ୍ହାକଙ୍କର ସେହି ଭାର୍ଯ୍ୟା ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ; ତହିଁରେ ସଦାପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣନ୍ତେ, ତାହାର ଭାର୍ଯ୍ୟା ରିବିକା ଗର୍ଭବତୀ ହେଲା।
22 Àwọn ọmọ náà ń gbún ara wọn nínú rẹ̀, ó sì wí pé, “Èéṣe tí èyí ń ṣẹlẹ̀ sí mi,” ó sì lọ béèrè lọ́dọ̀ Olúwa.
ଏଥିଉତ୍ତାରେ ତାହାର ଗର୍ଭ ମଧ୍ୟରେ ଶିଶୁମାନେ ଛନ୍ଦାଛନ୍ଦି ହେବାରୁ, “ମୋହର ଏପରି କାହିଁକି ହେଲା? ଏପରି କି ହୋଇଥାଏ?” ଏହା ଭାବି ସେ ସଦାପ୍ରଭୁଙ୍କ ନିକଟକୁ ପଚାରିବା ପାଇଁ ଗଲା।
23 Olúwa sì wí fún un pé, “Orílẹ̀-èdè méjì ni ń bẹ nínú rẹ, irú ènìyàn méjì ni yóò yà láti inú rẹ; àwọn ènìyàn kan yóò jẹ́ alágbára ju èkejì lọ, ẹ̀gbọ́n ni yóò máa sin àbúrò.”
ତହିଁରେ ସଦାପ୍ରଭୁ ତାହାକୁ କହିଲେ, “ତୁମ୍ଭ ଗର୍ଭରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହେବେ; ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହେବ, ପୁଣି, ଜ୍ୟେଷ୍ଠ କନିଷ୍ଠର ସେବା କରିବ।”
24 Nígbà tí ó tó àkókò fún un láti bímọ, ìbejì ni ó wà nínú rẹ̀, ọkùnrin sì ni wọ́n.
ଏଥିଉତ୍ତାରେ ପ୍ରସବକାଳ ସମ୍ପୂର୍ଣ୍ଣ ହୁଅନ୍ତେ, ତାହାର ଗର୍ଭରୁ ଯାଆଁଳା ପୁତ୍ର ଜନ୍ମିଲେ।
25 Èyí tí ó kọ jáde jẹ́ ọmọ pupa, irun sì bo gbogbo ara rẹ̀ bí aṣọ onírun, nítorí náà, wọ́n pè é ní Esau.
ତାହାର ଜ୍ୟେଷ୍ଠ ରକ୍ତବର୍ଣ୍ଣ ଓ ସର୍ବାଙ୍ଗ ଲୋମଶ ବସ୍ତ୍ର ପରି ଥିଲା; ଏହେତୁ ତାହାର ନାମ ଏଷୌ ଦିଆଗଲା।
26 Lẹ́yìn èyí ni arákùnrin èkejì jáde wá, ọwọ́ rẹ̀ sì di Esau ni gìgísẹ̀ mú, nítorí náà ni wọn ṣe pe orúkọ rẹ ni Jakọbu. Ọmọ ọgọ́ta ọdún ni Isaaki, nígbà tí Rebeka bí wọn.
ତହିଁ ଉତ୍ତାରେ ଏଷୌର ପାଦମୂଳ ଧରି ତାହାର ଭ୍ରାତା ଭୂମିଷ୍ଠ ହେଲା; ଏଥିପାଇଁ ତାହାର ନାମ ଯାକୁବ ଦିଆଗଲା। ଇସ୍ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜାତ ହେଲେ।
27 Àwọn ọmọkùnrin náà sì dàgbà. Esau sì di ọlọ́gbọ́n ọdẹ, ẹni tí ó fẹ́ràn àti máa dúró ní oko. Jakọbu sì jẹ́ ènìyàn jẹ́ẹ́jẹ́ tí ó ń gbé láàrín ìlú.
ଏଥିଉତ୍ତାରେ ବାଳକମାନେ ବଢ଼ିଲା ଉତ୍ତାରେ ଏଷୌ ମୃଗୟାନିପୁଣ ଓ ବନବିହାରୀ ହେଲା; ପୁଣି, ଯାକୁବ ମୃଦୁ ମନୁଷ୍ୟ ଓ ତମ୍ବୁବାସୀ ହେଲା।
28 Isaaki, ẹni tí ó fẹ́ràn ẹran igbó fẹ́ràn Esau nítorí ẹran igbó tí Esau máa ń pa, ṣùgbọ́n Rebeka fẹ́ràn Jakọbu.
ଇସ୍ହାକ ମୃଗୟା ମାଂସ ଅତି ସୁସ୍ୱାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲା।
29 Ní ọjọ́ kan, Jakọbu sì pa ìpẹ̀tẹ̀, Esau sì ti igbó ọdẹ dé, ó sì ti rẹ̀ ẹ́.
ଏକ ଦିନ ଯାକୁବ ଡାଲି ରାନ୍ଧୁଥିଲା, ସେହି ସମୟରେ ଏଷୌ କ୍ଳାନ୍ତ ହୋଇ କ୍ଷେତ୍ରରୁ ଆସିଲା;
30 Esau wí fún Jakọbu pé, “Èmí bẹ̀ ọ, fi ìpẹ̀tẹ̀ rẹ pupa n nì bọ́ mi, nítorí tí ó rẹ̀ mí gidigidi.” (Nítorí náà ni a ṣe ń pe orúkọ rẹ̀ ní Edomu.)
ତହୁଁ ସେ ଯାକୁବକୁ କହିଲା, “ମୁଁ କ୍ଳାନ୍ତ ହୋଇଅଛି, ବିନୟ କରେ, ସେହି ରଙ୍ଗା ଡାଲି ଦେଇ ଭୋଜନ କରାଅ,” ଏହି ନିମନ୍ତେ ତାହାର ନାମ ଇଦୋମ୍ (ରଙ୍ଗା) ଖ୍ୟାତ ହେଲା।
31 Jakọbu dáhùn pé, “Kò burú, ṣùgbọ́n kọ́kọ́ ta ogún ìbí rẹ fún mi ná.”
ସେତେବେଳେ ଯାକୁବ କହିଲା, “ଆଜି ତୁମ୍ଭେ ମୋତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟ କର।”
32 Esau sì dáhùn pé, “Wò ó mo ti fẹ́rẹ kú, àǹfààní kín sì ni ogún ìbí jẹ́ fún mi?”
ଏଷୌ ଉତ୍ତର କଲା, “ଦେଖ, ମୁଁ ମଲା ପରି, ଜ୍ୟେଷ୍ଠାଧିକାରରେ ମୋର କି ଲାଭ?”
33 Ṣùgbọ́n, Jakọbu dáhùn pé, “Kọ́kọ́ búra fún mi pé tèmi ni ogún ìbí náà yóò jẹ́.” Báyìí ni Esau búra tí ó sì gbé ogún ìbí rẹ̀ tà fún Jakọbu.
ଯାକୁବ କହିଲା, “ତୁମ୍ଭେ ଆଜି ମୋʼ ନିକଟରେ ଶପଥ କର,” ତହିଁରେ ସେ ତାହା ନିକଟରେ ଶପଥ କଲା। ଏହିରୂପେ ସେ ଆପଣା ଜ୍ୟେଷ୍ଠାଧିକାର ଯାକୁବକୁ ବିକ୍ରୟ କରିଦେଲା।
34 Nígbà náà ni Jakọbu fi àkàrà àti ìpẹ̀tẹ̀ lẹntili fún Esau. Ó sì jẹ, ó sì mu, ó sì bá tirẹ̀ lọ. Báyìí ni Esau gan ogún ìbí rẹ̀.
ତହୁଁ ଯାକୁବ ଏଷୌକୁ ରୁଟି ଓ ରନ୍ଧା ମସୁର ଡାଲି ଦିଅନ୍ତେ, ସେ ଭୋଜନପାନ କରି ଉଠିଗଲା। ଏହିରୂପେ ଏଷୌ ଆପଣା ଜ୍ୟେଷ୍ଠାଧିକାର ତୁଚ୍ଛଜ୍ଞାନ କଲା।