< Genesis 19 >

1 Ní àṣálẹ́, àwọn angẹli méjì sì wá sí ìlú Sodomu, Lọti sì jókòó ní ẹnu ibodè ìlú. Bí ó sì ti rí wọn, ó sì dìde láti pàdé wọn, ó kí wọn, ó sì foríbalẹ̀ fún wọn.
ଏଥିଉତ୍ତାରେ ସନ୍ଧ୍ୟା ବେଳେ ସେହି ଦୁଇ ସ୍ୱର୍ଗଦୂତ ସଦୋମରେ ଉପସ୍ଥିତ ହେଲେ; ସେତେବେଳେ ଲୋଟ ସଦୋମ ନଗରର ଦ୍ୱାରରେ ଉପବିଷ୍ଟ ଥିବାରୁ ସେମାନଙ୍କୁ ଦେଖି ସେମାନଙ୍କ ସହିତ ସାକ୍ଷାତ କରିବାକୁ ଉଠିଲା, ପୁଣି, ଭୂମିଷ୍ଠ ପ୍ରଣାମ କରି କହିଲା
2 Ó wí pé, “Ẹ̀yin olúwa mi, èmi bẹ̀ yín, ẹ yà sí ilé ìránṣẹ́ yín kí ẹ sì wẹ ẹsẹ̀ yín, kí n sì gbà yín lálejò, ẹ̀yin ó sì dìde ní kùtùkùtù òwúrọ̀ láti máa bá ìrìnàjò yín lọ.” Wọ́n sì wí pé, “Rárá o, àwa yóò dúró ní ìgboro ní òru òní.”
“ହେ ମୋହର ପ୍ରଭୁମାନେ, ମୁଁ ବିନୟ କରୁଅଛି, ଆଜି ରାତ୍ର ଆପଣମାନଙ୍କ ଏହି ଦାସର ଗୃହରେ ପଦାର୍ପଣ କରି ବାସ କରନ୍ତୁ ଓ ପାଦ ପ୍ରକ୍ଷାଳନ କରନ୍ତୁ; ତହୁଁ ସକାଳୁ ଉଠି ଯାତ୍ରା କରିବେ।” ତହିଁରେ ସେମାନେ କହିଲେ, “ନା; ଆମ୍ଭେମାନେ ଦାଣ୍ଡରେ ସମସ୍ତ ରାତ୍ରି କ୍ଷେପଣ କରିବୁ।”
3 Ṣùgbọ́n Lọti rọ̀ wọ́n gidigidi tó bẹ́ẹ̀ tí wọ́n gbà láti bá a lọ sì ilé. Ó sì ṣe àsè fún wọn, ó sì dín àkàrà aláìwú fún wọ́n, wọ́n sì jẹ.
ମାତ୍ର ଲୋଟ ଅତିଶୟ ବଳାଇବାରୁ ସେମାନେ ତାହା ସହିତ ଯାଇ ତାହାର ଘରେ ପ୍ରବେଶ କଲେ; ତହୁଁ ସେ ସେମାନଙ୍କର ପାଇଁ ତାଡ଼ିଶୂନ୍ୟ ରୁଟି ଆଦି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନ କଲେ।
4 Ṣùgbọ́n kí ó tó di pé wọ́n lọ sùn, àwọn ọkùnrin ìlú Sodomu tọmọdé tàgbà yí ilé náà ká.
ମାତ୍ର ସେମାନେ ଶୟନ କରିବା ପୂର୍ବେ ସେହି ନଗରର ଲୋକମାନେ, ଅର୍ଥାତ୍‍, ସଦୋମର ଯୁବାବୃଦ୍ଧାଦି ସମସ୍ତ ଲୋକ ଚାରିଆଡ଼ୁ ଆସି ତାହାର ଘର ଘେରିଲେ।
5 Wọ́n pe Lọti pé, “Àwọn ọkùnrin tí ó wọ̀ sí ilé rẹ lálẹ́ yìí ń kọ́? Mú wọn jáde fún wa, kí a le ní ìbálòpọ̀ pẹ̀lú wọn.”
ପୁଣି, ଲୋଟକୁ ଡାକି କହିଲେ, “ଆଜି ରାତ୍ରିରେ ଯେଉଁ ମନୁଷ୍ୟମାନେ ତୁମ୍ଭ ଘରକୁ ଆସିଲେ, ସେମାନେ କାହାନ୍ତି? ସେମାନଙ୍କୁ ବାହାର କରି ଆମ୍ଭମାନଙ୍କ ପାଖକୁ ଆଣ। ଆମ୍ଭେମାନେ ସେମାନଙ୍କଠାରେ ଉପଗତ ହେବା।”
6 Lọti sì jáde láti pàdé wọn, ó sì ti ìlẹ̀kùn lẹ́yìn rẹ̀ bí ó ti jáde.
ତହିଁରେ ଲୋଟ ବାହାରକୁ ଆସି ଦ୍ୱାର ବନ୍ଦ କରି କହିଲା,
7 Ó sì wí pé, “Rárá, ẹ̀yin ará mi, ẹ má ṣe ṣe ohun búburú yìí,
“ହେ ଭାଇମାନେ, ମୁଁ ବିନୟ କରୁଅଛି, ଏପରି କୁବ୍ୟବହାର କର ନାହିଁ।
8 kíyèsi i, mo ní ọmọbìnrin méjì tí kò mọ ọkùnrin rí, ẹ jẹ́ kí n mú wọn tọ̀ yín wá kí ẹ sì ṣe ohun tí ẹ fẹ́ pẹ̀lú wọn. Ṣùgbọ́n ẹ má ṣe ṣe àwọn ọkùnrin wọ̀nyí ní ibi kan nítorí wọ́n wá wọ̀ lábẹ́ ààbò ní ilé mi.”
ଦେଖ, ପୁରୁଷ-ଅସ୍ପୃଷ୍ଟା ମୋହର ଦୁଇଟି କନ୍ୟା ଅଛନ୍ତି, ସେମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଆଣୁଅଛି, ତୁମ୍ଭମାନଙ୍କ ଦୃଷ୍ଟିରେ ଯାହା ଭଲ, ତାହା ସେମାନଙ୍କ ପ୍ରତି କର, ମାତ୍ର ସେହି ମନୁଷ୍ୟମାନଙ୍କ ପ୍ରତି କିଛି କର ନାହିଁ, କାରଣ ଏଥିନିମନ୍ତେ ସେମାନେ ମୋʼ ଛାତ ତଳେ ଆଶ୍ରୟ ନେଇଅଛନ୍ତି।”
9 Wọ́n sì wí fún pé, “Bì sẹ́yìn fún wa. Èyí yìí wá ṣe àtìpó láàrín wa, òun sì fẹ́ ṣe onídàájọ́! Aburú tí a ó fi ṣe ọ́ yóò pọ̀ ju tí wọn lọ.” Wọn rọ́ lu Lọti, wọ́n sì súnmọ́ ọn láti fọ́ ìlẹ̀kùn.
ସେତେବେଳେ ସେମାନେ କହିଲେ, “ଘୁଞ୍ଚି ଯା।” ପୁଣି କହିଲେ, “ଏ ଲୋକଟା ଆମ୍ଭମାନଙ୍କ ମଧ୍ୟରେ ପ୍ରବାସ କରିବାକୁ ଆସି ଆମ୍ଭମାନଙ୍କର ବିଚାରକର୍ତ୍ତା ହେବାକୁ ଚାହେଁ; ଏବେ ସେମାନଙ୍କଠାରୁ ତୋʼ ପ୍ରତି ଆହୁରି କୁବ୍ୟବହାର କରିବା।” ତହୁଁ ସେମାନେ ସେହି ମନୁଷ୍ୟ, ଅର୍ଥାତ୍‍, ଲୋଟ ପ୍ରତି ବଳ ପ୍ରୟୋଗ କରି କବାଟ ଭାଙ୍ଗିବାକୁ ଗଲେ।
10 Ṣùgbọ́n àwọn ọkùnrin náà nawọ́ fa Lọti wọlé, wọ́n sì ti ìlẹ̀kùn.
ମାତ୍ର ସେହି ଦୁଇ ଜଣ ହସ୍ତ ବଢ଼ାଇ ଲୋଟକୁ ଗୃହ ମଧ୍ୟରେ ଆପଣାମାନଙ୍କ ନିକଟକୁ ଟାଣି ନେଇ ଦ୍ୱାର ବନ୍ଦ କଲେ।
11 Wọ́n sì bu ìfọ́jú lu àwọn ọkùnrin tí ó wà ní ẹnu-ọ̀nà ilé náà, àti èwe àti àgbà: wọ́n kò sì rí ẹnu-ọ̀nà mọ́.
ପୁଣି, ଦ୍ୱାର ନିକଟବର୍ତ୍ତୀ ସାନ ଓ ବଡ଼ ସମସ୍ତଙ୍କୁ ଅନ୍ଧ କରାଇଲେ; ତହିଁରେ ସେମାନେ ଦ୍ୱାର ଖୋଜୁ ଖୋଜୁ ପରିଶ୍ରାନ୍ତ ହେଲେ।
12 Àwọn ọkùnrin náà sì wí fún Lọti pé, “Ǹjẹ́ ó ní ẹlòmíràn ní ìlú yìí bí? Àna rẹ ọkùnrin, àwọn ọmọ rẹ lọ́kùnrin àti lóbìnrin, tàbí ẹnikẹ́ni tí ìwọ ní ní ìlú yìí, kó wọn jáde kúrò ní ibí yìí,
ଏଥିଉତ୍ତାରେ ସେହି ବ୍ୟକ୍ତିମାନେ ଲୋଟକୁ କହିଲେ, “ଏହି ସ୍ଥାନରେ ତୁମ୍ଭର ଆଉ କିଏ କିଏ ଅଛନ୍ତି? ଜୁଆଁଇ ଓ ତୁମ୍ଭର ପୁତ୍ରକନ୍ୟାଦି ଯେତେ ଲୋକ ଏହି ନଗରରେ ଅଛନ୍ତି, ସେ ସମସ୍ତଙ୍କୁ ଏହି ସ୍ଥାନରୁ ନେଇଯାଅ;
13 nítorí a ó pa ìlú yìí run, nítorí igbe iṣẹ́ búburú wọn ń dí púpọ̀ níwájú Olúwa, Olúwa sì rán wa láti pa á run.”
ଯେହେତୁ ଆମ୍ଭେମାନେ ଏହି ସ୍ଥାନ ଉଚ୍ଛିନ୍ନ କରିବା। ସଦାପ୍ରଭୁଙ୍କ ଛାମୁରେ ଏହି ନଗର ବିରୁଦ୍ଧରେ ମହାକ୍ରନ୍ଦନ ଉଠିଅଛି, ଏଣୁ ସଦାପ୍ରଭୁ ଏହି ନଗର ଉଚ୍ଛିନ୍ନ କରିବା ପାଇଁ ଆମ୍ଭମାନଙ୍କୁ ପଠାଇଅଛନ୍ତି।”
14 Nígbà náà ni Lọti jáde, ó sì wí fún àwọn àna rẹ̀ ọkùnrin tí ó ti bá jẹ́ ẹ̀jẹ́ láti fẹ́ àwọn ọmọ rẹ̀ pé, “Ẹ ṣe kánkán, kí ẹ jáde ní ìlú yìí, nítorí Olúwa fẹ́ pa ìlú yìí run!” Ṣùgbọ́n àwọn ọkọ ọmọ rẹ̀ wọ̀nyí rò pé àwàdà ló ń ṣe.
ତହୁଁ ଲୋଟ ବାହାରକୁ ଯାଇ ଆପଣା କନ୍ୟାମାନଙ୍କ ସହିତ ବିବାହ କରିବାକୁ ଉଦ୍ୟତ ଜୁଆଁଇମାନଙ୍କୁ କହିଲା, “ଉଠ, ଏଠାରୁ ବାହାର ହୁଅ, ସଦାପ୍ରଭୁ ଏହି ନଗର ଉଚ୍ଛିନ୍ନ କରିବେ,” ମାତ୍ର ଜୁଆଁଇମାନେ ତାହାକୁ ପରିହାସକ ପରି ମଣିଲେ।
15 Ní àfẹ̀mọ́júmọ́, àwọn angẹli náà rọ Lọti pé, “Ṣe wéré, mú aya rẹ àti àwọn ọmọbìnrin rẹ méjèèjì tí ó wà níhìn-ín, àìṣe bẹ́ẹ̀, ìwọ yóò parun pẹ̀lú ìlú yìí nígbà tí wọ́n bá ń jìyà ẹ̀ṣẹ̀ wọn.”
ଆରଦିନ ପ୍ରଭାତ ହୁଅନ୍ତେ, ଦୂତମାନେ ଲୋଟକୁ ଚଞ୍ଚଳ କରାଇ କହିଲେ, “ଉଠ, ଆପଣାର ଭାର୍ଯ୍ୟା ଓ ଏହି ଯେଉଁ ଦୁଇ କନ୍ୟା ଏଠାରେ ଅଛନ୍ତି, ସେମାନଙ୍କୁ ଘେନିଯାଅ; ନୋହିଲେ ନଗରର ଦଣ୍ଡରେ ବିନଷ୍ଟ ହେବ।”
16 Nígbà tí ó ń jáfara, àwọn ọkùnrin náà nawọ́ mú un lọ́wọ́, wọ́n sì nawọ́ mú aya rẹ̀ náà lọ́wọ́ àti àwọn ọmọbìnrin rẹ̀ méjèèjì, wọ́n sì mú wọn jáde sẹ́yìn odi ìlú, nítorí Olúwa ṣàánú fún wọn.
ତଥାପି ସେ ବିଳମ୍ବ କଲା; ତହିଁରେ ତାହା ପ୍ରତି ସଦାପ୍ରଭୁଙ୍କର ଦୟା ସକାଶୁ ସେମାନେ ତାହାର ଓ ତାହା ଭାର୍ଯ୍ୟାର ଓ ଦୁଇ କନ୍ୟାଙ୍କର ହସ୍ତ ଧରି ସେମାନଙ୍କୁ ନଗରର ବାହାରେ ରଖିଲେ।
17 Ní kété tí wọ́n mú wọn jáde sẹ́yìn odi tán, ọ̀kan nínú wọn wí pé, “Sá àsálà fún ẹ̀mí rẹ! Má ṣe wo ẹ̀yìn rẹ, bẹ́ẹ̀ ni kí ìwọ kí ó má ṣe dúró ní gbogbo pẹ̀tẹ́lẹ̀! Sá àsálà lọ sí orí òkè, kí ìwọ ó má ba ṣègbé!”
ଏହିରୂପେ ସେମାନଙ୍କୁ ବାହାର କରି ଆଣିଲା ଉତ୍ତାରେ ସେମାନଙ୍କ ମଧ୍ୟରୁ ଜଣେ ଲୋଟକୁ କହିଲା, “ପ୍ରାଣରକ୍ଷା ନିମନ୍ତେ ପଳାଅ; ପଛଆଡ଼କୁ ଦୃଷ୍ଟି କର ନାହିଁ ଓ ଏହି ସମସ୍ତ ପ୍ରାନ୍ତର ମଧ୍ୟରେ ହେଁ ରୁହ ନାହିଁ; ପର୍ବତକୁ ପଳାଇ ଯାଅ; ନୋହିଲେ ବିନଷ୍ଟ ହେବ।”
18 Ṣùgbọ́n Lọti wí fún wọn pé, “Rárá, ẹ̀yin Olúwa mi, ẹ jọ̀wọ́!
ତହିଁରେ ଲୋଟ ଉତ୍ତର କଲା, “ହେ ମୋହର ପ୍ରଭୋ, ଏପରି ନ ହେଉ;
19 Nígbà tí ìránṣẹ́ rẹ ti rí ojúrere rẹ, tí o sì ti fi àánú rẹ hàn nípa gbígba ẹ̀mí mi là, èmi kò le è sálọ sórí òkè, kí búburú yìí má ba à lé mi bá, kí n sì kú.
ଏବେ ଏହି ଦାସ ପ୍ରତି ଅନୁଗ୍ରହ ଓ ମହାଦୟା କରି ପ୍ରାଣରକ୍ଷା କଲେ; ମୁଁ ପର୍ବତକୁ ପଳାଇ ଯାଇ ନ ପାରେ; କେଜାଣି ବିପଦ ଘଟିଲେ ମରିଯିବି।
20 Wò ó, ìlú kékeré kan nìyí ní tòsí láti sá sí: jẹ́ kí n sálọ síbẹ̀, ìlú kékeré ha kọ́? Ẹ̀mí mi yóò sì yè.”
ଦେଖନ୍ତୁ, ପଳାଇ ଯିବାକୁ ସେହି ନଗର ନିକଟବର୍ତ୍ତୀ, ତାହା କ୍ଷୁଦ୍ର; ସେହି ସ୍ଥାନକୁ ପଳାଇବାକୁ ଆଜ୍ଞା କରନ୍ତୁ, ତହିଁରେ ମୋହର ପ୍ରାଣ ବଞ୍ଚିବ; ତାହା କି କ୍ଷୁଦ୍ର ନୁହେଁ?”
21 Ó sì wí fún un pé, “Ó dára, mo gba ẹ̀bẹ̀ rẹ. Èmi kì yóò run ìlú náà tí ìwọ sọ̀rọ̀ rẹ̀.
ତହୁଁ ସେ କହିଲେ, “ଭଲ, ଆମ୍ଭେ ଏ ବିଷୟରେ ତୁମ୍ଭ ପ୍ରତି ଅନୁଗ୍ରହ କରି, ସେହି ଯେଉଁ ନଗରର କଥା ତୁମ୍ଭେ କହିଲ, ତାହା ଉତ୍ପାଟନ କରିବା ନାହିଁ।
22 Tètè! Sálọ síbẹ̀, nítorí èmi kò le ṣe ohun kan àyàfi tí ó bá dé ibẹ̀.” (ìdí nìyí tí a fi ń pe ìlú náà ní Soari).
ତୁମ୍ଭେ ଶୀଘ୍ର ସେହି ସ୍ଥାନକୁ ପଳାଅ, ଯେହେତୁ ତୁମ୍ଭେ ସେଠାରେ ଉପସ୍ଥିତ ନ ହେଲେ, ଆମ୍ଭେ କିଛି କରି ନ ପାରୁ।” ଏଣୁ ସେହି ସ୍ଥାନର ନାମ ସୋୟର ହେଲା।
23 Nígbà tí Lọti yóò fi dé ìlú Soari, oòrùn ti yọ.
ଏଥିଉତ୍ତାରେ ଦେଶରେ ସୂର୍ଯ୍ୟୋଦୟ ହୁଅନ୍ତେ, ଲୋଟ ସୋୟରରେ ପ୍ରବେଶ କଲା।
24 Nígbà náà ni Olúwa rọ̀jò iná àti sulfuru sórí Sodomu àti Gomorra láti ọ̀run lọ́dọ̀ Olúwa wá.
ତେବେ ସଦାପ୍ରଭୁ ଆକାଶରୁ ସଦାପ୍ରଭୁଙ୍କ ନିକଟରୁ ସଦୋମ ଓ ହମୋରା ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କରି
25 Báyìí ni ó run àwọn ìlú náà àti gbogbo ilẹ̀ pẹ̀tẹ́lẹ̀, pẹ̀lú gbogbo àwọn tí ó wà ní ìlú ńlá ńlá wọ̀n-ọn-nì àti ohun gbogbo tí ó hù jáde nílẹ̀.
ସେହି ସମୁଦାୟ ନଗର ଓ ପ୍ରାନ୍ତର ଓ ତନ୍ମଧ୍ୟସ୍ଥିତ ଲୋକ ଓ ସେହି ଭୂମିରେ ଜାତ ସକଳ ପଦାର୍ଥ ଉତ୍ପାଟନ କଲେ।
26 Ṣùgbọ́n aya Lọti bojú wo ẹ̀yìn, ó sì di ọ̀wọ́n iyọ̀.
ସେହି ସମୟରେ ଲୋଟର ଭାର୍ଯ୍ୟା ପଛଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲା।
27 Ní kùtùkùtù òwúrọ̀ ọjọ́ kejì, Abrahamu sì dìde ó sì padà lọ sí ibi tí ó gbé dúró níwájú Olúwa.
ଆଉ ଅବ୍ରହାମ ପ୍ରଭାତରୁ ଉଠି ପୂର୍ବେ ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଛାମୁରେ ଠିଆ ହୋଇଥିଲେ, ସେହି ସ୍ଥାନରେ ଉପସ୍ଥିତ ହୋଇ
28 Ó sì wo ìhà Sodomu àti Gomorra àti àwọn ilẹ̀ pẹ̀tẹ́lẹ̀ wọ̀n-ọn-nì, ó sì rí èéfín tí ń ti ibẹ̀ jáde bí èéfín iná ìléru.
ସଦୋମ ଓ ହମୋରା ଓ ପ୍ରାନ୍ତରସ୍ଥ ସମସ୍ତ ଅଞ୍ଚଳ ପ୍ରତି ଅନାନ୍ତେ, ସେହି ଦେଶରୁ ଭାଟିର ଧୂମ ତୁଲ୍ୟ ଧୂମ ଉଠିବାର ଦେଖିଲେ।
29 Ọlọ́run sì rántí Abrahamu, nígbà tí ó run ìlú pẹ̀tẹ́lẹ̀ wọ̀n-ọn-nì tan, ó sì mú Lọti jáde kúrò láàrín ìparun náà, tí ó kọlu ìlú tí Lọti ti gbé.
ଏହିରୂପେ ସେହି ପ୍ରାନ୍ତରସ୍ଥିତ ସମସ୍ତ ନଗରର ବିନାଶ ସମୟରେ ପରମେଶ୍ୱର ଅବ୍ରହାମଙ୍କୁ ସ୍ମରଣ କଲେ, ପୁଣି, ଲୋଟ ଯେଉଁ ଯେଉଁ ନଗରରେ ବାସ କରିଥିଲା, ସେହି ସେହି ନଗରର ଉତ୍ପାଟନ ସମୟରେ ଉତ୍ପାଟନ ମଧ୍ୟରୁ ଲୋଟକୁ ବାହାର କଲେ।
30 Lọti àti àwọn ọmọ rẹ̀ obìnrin méjèèjì sì kúrò ní Soari, wọ́n sì ń lọ gbé ní orí òkè ní inú ihò àpáta, nítorí ó bẹ̀rù láti gbé ní ìlú Soari.
ଏଥିଉତ୍ତାରେ ଲୋଟ ସୋୟରରେ ବାସ କରିବାକୁ ଭୟ କରି ସେଠାରୁ ବାହାରି ଆପଣାର ଦୁଇ କନ୍ୟାଙ୍କୁ ଘେନି ପର୍ବତରେ ବାସ କଲା; ତହିଁରେ ସେ ଓ ତାହାର ଦୁଇ କନ୍ୟା ଗିରି କନ୍ଦରରେ ବାସ କଲେ।
31 Ní ọjọ́ kan, èyí ẹ̀gbọ́n sọ fún àbúrò rẹ̀ pé, “Baba wa ti dàgbà, kò sì sí ọkùnrin kankan ní agbègbè yìí tí ìbá bá wa lòpọ̀, bí ìṣe gbogbo ayé.
ଏଥିଉତ୍ତାରେ ତାହାର ଜ୍ୟେଷ୍ଠା କନ୍ୟା କନିଷ୍ଠାକୁ କହିଲା, “ଆମ୍ଭମାନଙ୍କର ପିତା ବୃଦ୍ଧ, ପୁଣି, ସଂସାରର ବ୍ୟବହାରାନୁସାରେ ଆମ୍ଭମାନଙ୍କର ସହବାସ କରିବାକୁ ଏ ଦେଶରେ ତ କୌଣସି ପୁରୁଷ ନାହିଁ।
32 Wá, jẹ́ kí a mú baba wa mu ọtí yó, kí ó ba à le bá wa lòpọ̀, kí àwa kí ó lè bí ọmọ, kí ìran wa má ba à parẹ́.”
ଆସ, ଆମ୍ଭେମାନେ ପିତାଙ୍କୁ ଦ୍ରାକ୍ଷାରସ ପାନ କରାଇ ପିତାଙ୍କ ବଂଶ ରକ୍ଷା ନିମିତ୍ତ ତାଙ୍କ ସଙ୍ଗେ ଶୟନ କରିବା।”
33 Ní òru ọjọ́ náà, wọ́n rọ baba wọn ní ọtí yó. Èyí ẹ̀gbọ́n sì wọlé tọ̀ ọ́, ó sì bá a lòpọ̀, baba wọn kò mọ̀ ìgbà tí ó sùn ti òun àti ìgbà tí ó dìde.
ତହୁଁ ସେହି ରାତ୍ରରେ ସେମାନେ ଆପଣା ପିତାଙ୍କୁ ଦ୍ରାକ୍ଷାରସ ପାନ କରାନ୍ତେ, ଜ୍ୟେଷ୍ଠା କନ୍ୟା ଉଠିଯାଇ ପିତା ସଙ୍ଗେ ଶୟନ କଲା; ମାତ୍ର ତାହାର ଶୟନ କରିବାର ଓ ଉଠିଯିବାର ଲୋଟ ଜାଣି ପାରିଲା ନାହିଁ।
34 Ní ọjọ́ kejì èyí ẹ̀gbọ́n wí fún àbúrò rẹ̀ pé, “Ní àná mo sùn ti baba mi. Jẹ́ kí a tún wọlé tọ̀ ọ́, kí a lè ní irú-ọmọ láti ọ̀dọ̀ baba wa.”
ଆରଦିନ ସେହି ଜ୍ୟେଷ୍ଠା କନ୍ୟା କନିଷ୍ଠାକୁ କହିଲା, “ଦେଖ, ମୁଁ ଗତ ରାତ୍ର ପିତାଙ୍କ ସଙ୍ଗରେ ଶୟନ କଲି, ଆସ, ଆଜି ରାତ୍ର ମଧ୍ୟ ପିତାଙ୍କୁ ଦ୍ରାକ୍ଷାରସ ପାନ କରାଉ; ତହୁଁ ତୁମ୍ଭେ ଯାଇ ପିତାଙ୍କ ବଂଶ ରକ୍ଷାର୍ଥେ ତାଙ୍କ ସଙ୍ଗେ ଶୟନ କର।”
35 Bẹ́ẹ̀ ni wọ́n tún fún baba wọn ní ọtí mu yó ni alẹ́ ọjọ́ náà, èyí àbúrò náà sì wọlé tọ̀ ọ́ lọ, ó sì bá a lòpọ̀, kò sì tún mọ ìgbà tí ó wọlé sùn ti òun tàbí ìgbà tí ó dìde.
ତହିଁରେ ସେମାନେ ସେହି ରାତ୍ରିରେ ମଧ୍ୟ ପିତାଙ୍କୁ ଦ୍ରାକ୍ଷାରସ ପାନ କରାନ୍ତେ, କନିଷ୍ଠା କନ୍ୟା ଉଠି ତାହା ସଙ୍ଗେ ଶୟନ କଲା; ମାତ୍ର ତାହାର ଶୟନ କରିବାର ଓ ଉଠିଯିବାର ଲୋଟ ଜାଣି ପାରିଲା ନାହିଁ।
36 Àwọn ọmọbìnrin Lọti méjèèjì sì lóyún fún baba wọn.
ଏହିରୂପେ ଲୋଟର ଦୁଇ କନ୍ୟା ଆପଣା ପିତା ଦ୍ୱାରା ଗର୍ଭବତୀ ହେଲେ।
37 Èyí ẹ̀gbọ́n sì bí ọmọkùnrin, ó sì pe orúkọ rẹ̀ ní Moabu. Òun ni baba ńlá àwọn ará Moabu lónìí.
ଏଥିଉତ୍ତାରେ ଜ୍ୟେଷ୍ଠା କନ୍ୟା ପୁତ୍ର ପ୍ରସବ କରି ତାହାର ନାମ ମୋୟାବ ଦେଲା; ସେ ବର୍ତ୍ତମାନ କାଳର ମୋୟାବୀୟ ଲୋକମାନଙ୍କର ଆଦିପିତା।
38 Èyí àbúrò náà sì bí ọmọkùnrin, ó sì pe orúkọ rẹ̀ ní Bene-Ami. Òun ni baba ńlá àwọn ará Ammoni lónìí.
ପୁଣି, କନିଷ୍ଠା କନ୍ୟା ପୁତ୍ର ପ୍ରସବ କରି ତାହାର ନାମ ବିନ-ଅମ୍ମି ଦେଲା; ସେ ବର୍ତ୍ତମାନ କାଳର ଅମ୍ମୋନୀୟ ଲୋକମାନଙ୍କର ଆଦିପିତା।

< Genesis 19 >