< Genesis 14 >
1 Ní àsìkò yìí ni Amrafeli ọba Ṣinari, Arioku ọba Ellasari, Kedorlaomeri ọba Elamu àti Tidali ọba Goyimu
ଏଥିଉତ୍ତାରେ ଶିନୀୟରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରୀୟୋକ୍ ରାଜା ଓ ଏଲମ୍ର କଦର୍ଲାୟୋମର ରାଜା ଓ ଗୋୟିମର ତିଦୀୟଲ୍ ରାଜାଙ୍କର ଅଧିକାର ସମୟରେ,
2 jáde lọ láti bá Bera ọba Sodomu, Birṣa ọba Gomorra, Ṣenabu ọba Adma, Ṣemeberi ọba Seboimu àti ọba Bela (èyí ni Soari) jagun.
ଏମାନେ ସଦୋମର ରାଜା ବିରା ଓ ହମୋରାର ରାଜା ବିର୍ଶା ଓ ଅଦ୍ମାର ରାଜା ଶିନାବ୍ ଓ ସବୋୟୀମର ରାଜା ଶିମେବର ଓ ବିଲାର, ଅର୍ଥାତ୍, ସୋୟରର ରାଜା ସହିତ ଯୁଦ୍ଧ କଲେ।
3 Gbogbo àwọn ọba wọ̀nyí ni ó kó ogun wọn jọ pọ̀ sí àfonífojì Siddimu (ti o túmọ̀ sí Òkun Iyọ̀).
ଏସମସ୍ତେ ସୀଦ୍ଦୀମ ପଦାରେ, ଅର୍ଥାତ୍, ଲବଣ ସମୁଦ୍ର ନିକଟରେ ଏକତ୍ର ହୋଇଥିଲେ।
4 Fún ọdún méjìlá gbáko ni wọ́n ti ń sin Kedorlaomeri bí ẹrú. Ṣùgbọ́n nígbà tí ó di ọdún kẹtàlá wọ́n ṣọ̀tẹ̀ sí i.
ଯେହେତୁ ସେମାନେ ବାର ବର୍ଷ ପର୍ଯ୍ୟନ୍ତ କଦର୍ଲାୟୋମର ରାଜାଙ୍କର ବଶୀଭୂତ ରହି ତ୍ରୟୋଦଶ ବର୍ଷରେ ତାଙ୍କର ବିଦ୍ରୋହୀ ହୋଇଥିଲେ,
5 Ní ọdún kẹrìnlá, ni Kedorlaomeri àti àwọn ọba tí wọ́n ti jọ ni májẹ̀mú àṣepọ̀ wá, wọ́n ṣígun, wọ́n sì ṣẹ́gun ará Refaimu ní Aṣteroti-Karnaimu, àwọn ará Susimu ni Hamu, àwọn ará Emimu ní pẹ̀tẹ́lẹ̀ Kiriataimu,
ଏହେତୁ ଚତୁର୍ଦ୍ଦଶ ବର୍ଷରେ କଦର୍ଲାୟୋମର ରାଜା ଓ ତାଙ୍କର ସହାୟ ରାଜାଗଣ ଆସି ଅସ୍ତରୋତ୍ କର୍ଣ୍ଣୟିମରେ ରଫାୟୀୟ ଲୋକମାନଙ୍କୁ ଓ ହମରେ ସୁଷୀୟ ଲୋକମାନଙ୍କୁ ଓ ଶାବୀ କିରୀୟାଥୟିମ୍ରେ ଏମୀୟ ଲୋକମାନଙ୍କୁ,
6 àti àwọn ará Hori ní orí òkè wọ̀n-ọn-nì Seiri, títí ó fi dé Eli-Parani ní etí ijù.
ଓ ପ୍ରାନ୍ତର ନିକଟସ୍ଥ ଏଲ-ପାରଣ ପର୍ଯ୍ୟନ୍ତ ସେୟୀର ପର୍ବତ ନିବାସୀ ହୋରୀୟ ଲୋକମାନଙ୍କୁ ଜୟ କଲେ।
7 Wọ́n sì tún yípadà lọ sí En-Miṣpati (ti o túmọ̀ sí Kadeṣi), wọ́n sì ṣẹ́gun gbogbo ilẹ̀ àwọn Amaleki, àti àwọn ará Amori tí ó tẹ̀dó sí Hasason Tamari pẹ̀lú.
ପୁଣି, ସେମାନେ ସେହି ସ୍ଥାନରୁ ବାହୁଡ଼ି ଐଣ୍ମିସ୍ପଟ୍, ଅର୍ଥାତ୍, କାଦେଶକୁ ଯାଇ ଅମାଲେକୀୟ ଲୋକମାନଙ୍କର ସମସ୍ତ ଦେଶ ଓ ହତ୍-ସସୋନ୍-ତାମର ନିବାସୀ ଇମୋରୀୟ ଲୋକମାନଙ୍କୁ ପରାସ୍ତ କଲେ।
8 Nígbà náà ni ọba Sodomu, ọba Gomorra, ọba Adma, ọba Seboimu àti ọba Bela (èyí ni Soari), kó àwọn ọmọ-ogun wọn, wọ́n sì pa ibùdó ogun wọn sí Àfonífojì Siddimu,
ଏହେତୁ ସଦୋମର ରାଜା ଓ ହମୋରାର ରାଜା ଓ ଅଦ୍ମାର ରାଜା ଓ ସବୋୟୀମର ରାଜା ଓ ବିଲାର, ଅର୍ଥାତ୍, ସୋୟରର ରାଜା, ଏହି ପାଞ୍ଚ ରାଜା ମିଳିତ ହୋଇ,
9 láti kojú ìjà sí Kedorlaomeri ọba Elamu, Tidali ọba Goyimu, Amrafeli ọba Ṣinari àti Arioku ọba Ellasari (ọba mẹ́rin kọjú ìjà sí ọba márùn-ún).
ଏଲମ୍ର କଦର୍ଲାୟୋମର ରାଜା ଓ ଗୋୟିମର ତିଦୀୟଲ୍ ରାଜା ଓ ଶିନୀୟରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରୀୟୋକ୍ ରାଜା, ଏହି ଚାରି ରାଜାଙ୍କ ସହିତ ସୀଦ୍ଦୀମ ପଦାରେ ଯୁଦ୍ଧ କରିବାକୁ ଲାଗିଲେ।
10 Àfonífojì Siddimu sì kún fún kòtò ọ̀dà ilẹ̀, nígbà tí ọba Sodomu àti ọba Gomorra sì sá, díẹ̀ nínú àwọn ọkùnrin ogun náà ṣubú sínú àwọn kòtò náà, àwọn tókù sì sálọ sì orí òkè.
ସେହି ସୀଦ୍ଦୀମ ପଦାରେ ମାଟିଆ ତୈଳର ଅନେକ ଖାତ ଥିଲା; ସଦୋମ ଓ ହମୋରାର ରାଜାଗଣ ପଳାଇ ଯାଉ ଯାଉ ତହିଁ ମଧ୍ୟରେ ପଡ଼ିଲେ, ପୁଣି, ଯେଉଁମାନେ ଅବଶିଷ୍ଟ ରହିଲେ, ସେମାନେ ପର୍ବତକୁ ପଳାଇଗଲେ।
11 Àwọn ọba mẹ́rẹ̀ẹ̀rin náà sì kó gbogbo ẹrù Sodomu àti Gomorra àti oúnjẹ wọn; wọ́n sì lọ.
ଏଥିନିମନ୍ତେ ସେମାନେ ସଦୋମ ଓ ହମୋରାର ସମସ୍ତ ସମ୍ପତ୍ତି ଓ ଭକ୍ଷ୍ୟଦ୍ରବ୍ୟ ଲୁଟି ନେଇ ପ୍ରସ୍ଥାନ କଲେ।
12 Wọ́n sì mú Lọti ọmọ arákùnrin Abramu tí ń gbé ní Sodomu àti gbogbo ohun ìní rẹ̀.
ପୁଣି, ଅବ୍ରାମଙ୍କର ପୁତୁରା ସଦୋମନିବାସୀ ଲୋଟଙ୍କୁ ଓ ତାଙ୍କର ସମସ୍ତ ସମ୍ପତ୍ତି ନେଇ ଚାଲିଗଲେ।
13 Ẹnìkan tí ó sá àsálà sì wá ròyìn fún Abramu, ará Heberu ni. Abramu sá ti tẹ̀dó sí ẹ̀gbẹ́ igi ńlá igbó Mamre ará Amori, arákùnrin Eṣkolu àti Aneri: àwọn ẹni tí ó ń bá Abramu ní àṣepọ̀.
ସେତେବେଳେ ଜଣେ ପଳାତକ ଏବ୍ରୀୟ ଅବ୍ରାମଙ୍କୁ ସମାଚାର ଦେଲା; ସେହି ସମୟରେ ଅବ୍ରାମ ଇଷ୍କୋଲର ଓ ଆନେର୍ର ଭ୍ରାତା ଇମୋରୀୟ ମମ୍ରିର ଅଲୋନ ବୃକ୍ଷ ମୂଳେ ବାସ କରୁଥିଲେ, ପୁଣି, ସେମାନେ ଅବ୍ରାମଙ୍କର ସହାୟ ଥିଲେ।
14 Nígbà tí Abramu gbọ́ wí pé, a di Lọti ní ìgbèkùn, ó kó àwọn ọmọ ọ̀dọ̀ rẹ̀ tí a bí sí ilẹ̀ rẹ̀ tí ó sì ti kọ́ ni ogun jíjà jáde, wọ́n jẹ́ okòó lé lọ́ọ̀dúnrún ó dín méjì ènìyàn, ó sì lépa wọn títí dé Dani.
ସେତେବେଳେ ଅବ୍ରାମ ଆପଣା ଜ୍ଞାତି ଧରା ହୋଇ ଯିବାର ସମାଚାର ଶୁଣିବା ମାତ୍ରକେ (ଯୁଦ୍ଧ ବିଦ୍ୟାରେ) ଶିକ୍ଷିତ ଆପଣା ଗୃହଜାତ ତିନି ଶହ ଅଠର ଜଣ ଲୋକଙ୍କୁ ସଙ୍ଗରେ ଘେନି ଶତ୍ରୁଗଣର ପଛେ ପଛେ ଦୌଡ଼ି ଦାନ୍ ନଗର ପର୍ଯ୍ୟନ୍ତ ଗଲେ।
15 Ní ọ̀gànjọ́ òru, Abramu pín àwọn ọmọ-ogun rẹ̀ sí méjì, ó sì kọlù wọ́n, ó sì ṣẹ́gun wọn, ó sì lé wọn títí dé Hoba tí ó wà ní apá òsì Damasku.
ଏଥିଉତ୍ତାରେ ସେ ଆପଣା ଦାସମାନଙ୍କୁ ଦୁଇ ଦଳ କରି ରାତ୍ରିକାଳରେ ଶତ୍ରୁମାନଙ୍କୁ ଆକ୍ରମଣ କଲେ, ପୁଣି, ଦମ୍ମେଶକର ଉତ୍ତରସ୍ଥିତ ହୋବା ପର୍ଯ୍ୟନ୍ତ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ।
16 Gbogbo ìkógun ni ó rí gbà padà àti ọmọ arákùnrin rẹ̀, Lọti pẹ̀lú ohun ìní rẹ̀, àti àwọn obìnrin pẹ̀lú àwọn ènìyàn tókù.
ଆଉ, ସବୁ ସମ୍ପତ୍ତି ଓ ଆପଣାର ଜ୍ଞାତି ଲୋଟ ଓ ତାଙ୍କର ସମ୍ପତ୍ତି, ପୁଣି, ସ୍ତ୍ରୀଗଣ ଓ ଲୋକସମୂହକୁ ବାହୁଡ଼ାଇ ଆଣିଲେ।
17 Nígbà tí Abramu ti ṣẹ́gun Kedorlaomeri àti àwọn ọba tí ó pẹ̀lú rẹ̀, ọba Sodomu lọ pàdé rẹ̀ ní àfonífojì Ṣafe (èyí ni àfonífojì Ọba).
ଏହିରୂପେ ଅବ୍ରାମ କଦର୍ଲାୟୋମରକୁ ଓ ତାଙ୍କର ସହାୟ ରାଜାଗଣକୁ ଜୟ କରି ବାହୁଡ଼ିଲା ଉତ୍ତାରେ, ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍, ରାଜାର ପଦାକୁ ଗମନ କଲେ।
18 Melkisedeki ọba Salẹmu sì mú oúnjẹ àti ọtí wáìnì jáde wá. Òun ni àlùfáà Ọlọ́run Ọ̀gá-ògo.
ପୁଣି, ଶାଲେମ୍ର ରାଜା ମଲ୍କୀଷେଦକ ରୁଟି ଓ ଦ୍ରାକ୍ଷାରସ ଘେନି ଆସିଲେ; ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ;
19 Ó sì súre fún Abramu, wí pé, “Ìbùkún ni fún Abramu ti Ọlọ́run Ọ̀gá-ògo, Ẹni tí ó dá ọ̀run òun ayé.
ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, “ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ-ପାତ୍ର ହେଉନ୍ତୁ;
20 Ìbùkún sì ni fún Ọlọ́run Ọ̀gá-ògo jùlọ, tí ó fi àwọn ọ̀tá rẹ lé ọ lọ́wọ́.” Abramu sì fún un ní ìdámẹ́wàá ohun gbogbo.
ସର୍ବୋପରିସ୍ଥ ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲେ।” ସେତେବେଳେ (ଅବ୍ରାମ) ସବୁ ଦ୍ରବ୍ୟର ଦଶମାଂଶ ତାଙ୍କୁ ଦେଲେ।
21 Ọba Sodomu sì wí fún Abramu pé, “Kó àwọn ènìyàn mi fún mi, ṣùgbọ́n mú àwọn ẹrù fún ara rẹ.”
ଏଥିଉତ୍ତାରେ ସଦୋମର ରାଜା ଅବ୍ରାମଙ୍କୁ କହିଲେ, “ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ, ମାତ୍ର ମନୁଷ୍ୟ ସକଳ ଆମ୍ଭଙ୍କୁ ଦିଅ।”
22 Ṣùgbọ́n Abramu dá ọba Sodomu lóhùn pé, “Mo ti búra fún Olúwa, Ọlọ́run Ọ̀gá-ògo, tí ó dá ọ̀run àti ayé, mo sì ti gbọ́wọ́ sókè,
ତହିଁରେ ଅବ୍ରାମ ସଦୋମର ରାଜାକୁ ଉତ୍ତର କଲେ, “ମୁଁ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହସ୍ତ ଉଠାଇ କହିଅଛି ଯେ,
23 pé, èmi kì yóò mú láti fọ́nrán òwú títí dé okùn bàtà, àti pé, èmi kí yóò mú ohun kan tí ṣe tìrẹ, kí ìwọ kí ó má ba à wí pé, ‘Mo sọ Abramu di ọlọ́rọ̀.’
ମୁଁ ତୁମ୍ଭର କିଛି ନେବି ନାହିଁ, ଖଣ୍ଡିଏ ସୂତା କି ଜୋତାର ବନ୍ଧନୀ ହିଁ ନେବି ନାହିଁ; ପଛେ ଅବା ତୁମ୍ଭେ କହିବ, ‘ଆମ୍ଭେ ଅବ୍ରାମଙ୍କୁ ଧନବାନ କରିଅଛୁ।’
24 Èmi kì yóò gba ohunkóhun yàtọ̀ sí ohun tí àwọn ọkùnrin mi ti jẹ́, ṣùgbọ́n fi ìpín fún àwọn ọkùnrin tí ó bá mi lọ, Aneri, Eṣkolu àti Mamre. Jẹ́ kí wọn kí ó gba ìpín wọn.”
କେବଳ ମୋହର ଯୁବା ଲୋକମାନେ ଯାହା ଭୋଜନ କରିଅଛନ୍ତି, ତାହା ନେବି, ପୁଣି, ମୋହର ଯେଉଁ ସହାୟଗଣ ସଙ୍ଗରେ ଯାଇଥିଲେ, ସେମାନେ, ଅର୍ଥାତ୍, ଆନେର୍ ଓ ଇଷ୍କୋଲ ଓ ମମ୍ରି ଆପଣା ଆପଣା ପ୍ରାପ୍ତବ୍ୟ ଭାଗ ଗ୍ରହଣ କରନ୍ତୁ।”