< Ezra 10 >

1 Nígbà tí Esra ń gbàdúrà tí ó sì ń jẹ́wọ́, ti ó ń sọkún ti ó sì ń gbárayílẹ̀ níwájú ilé Ọlọ́run, ogunlọ́gọ̀ àwọn ọmọ Israẹli ọkùnrin, obìnrin àti àwọn ọmọdé pagbo yí i ká. Àwọn náà ń sọkún kíkorò.
ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା ଓ ସ୍ୱୀକାର, କ୍ରନ୍ଦନ ଓ ପ୍ରଣାମ କରିବା ସମୟରେ ଇସ୍ରାଏଲ ମଧ୍ୟରୁ ପୁରୁଷ ଓ ସ୍ତ୍ରୀ ଓ ବାଳକ ବାଳିକାର ଏକ ମହାସମାଜ ତାଙ୍କ ନିକଟରେ ଏକତ୍ରିତ ହୋଇଥିଲେ; କାରଣ ଲୋକମାନେ ଅତିଶୟ କ୍ରନ୍ଦନ କଲେ।
2 Nígbà náà ni Ṣekaniah ọmọ Jehieli, ọ̀kan lára ìran Elamu, sọ fún Esra pé, “Àwa ti jẹ́ aláìṣòótọ́ sí Ọlọ́run wa nípa fífẹ́ àwọn obìnrin àjèjì láàrín àwọn ènìyàn tí ó wà yí wa ká. Ṣùgbọ́n síbẹ̀ náà, ìrètí sì wà fún Israẹli
ଏଥିରେ ଏଲମ୍‍ର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନୀୟ ଏଜ୍ରାଙ୍କୁ ଉତ୍ତର କରି କହିଲା, “ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ; ତଥାପି ଏହି ବିଷୟରେ ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି।
3 Nísìnsinyìí, ẹ jẹ́ kí a dá májẹ̀mú níwájú Ọlọ́run wa láti lé àwọn obìnrin yìí àti àwọn ọmọ wọn lọ. Gẹ́gẹ́ bí ìmọ̀ràn Esra olúwa mi àti ti àwọn tí ó bẹ̀rù àṣẹ Olúwa Ọlọ́run wa. Ẹ jẹ́ kí a ṣe gẹ́gẹ́ bí òfin.
ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଓ ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ନିୟମ କରୁ; ଆଉ, ଏହା ବ୍ୟବସ୍ଥାନୁସାରେ କରାଯାଉ।
4 Dìde, nítorí, ọ̀rọ̀ tìrẹ ni èyí. Gbogbo wà yóò wá pẹ̀lú rẹ, mú ọkàn le kí o sì ṣe é.”
ଉଠନ୍ତୁ, କାରଣ ଆପଣଙ୍କ ଉପରେ ଏହି କାର୍ଯ୍ୟର ଭାର ଅଛି ଓ ଆମ୍ଭେମାନେ ଆପଣଙ୍କର ସହକାରୀ ଅଛୁ; ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ।”
5 Nígbà náà ni Esra dìde, ó sì fi àwọn aṣíwájú àlùfáà àti àwọn ọmọ Lefi àti gbogbo Israẹli sí abẹ́ ìbúra, láti ṣe ohun tí wọ́n dá lábàá. Wọ́n sì búra.
ଏଥିରେ ଏଜ୍ରା ଉଠି ଏହି ବାକ୍ୟାନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ଶପଥ କରାଇଲେ। ତହିଁରେ ସେମାନେ ଶପଥ କଲେ।
6 Nígbà náà ni Esra padà sẹ́yìn kúrò níwájú ilé Ọlọ́run, ó sì lọ sí iyàrá Jehohanani ọmọ Eliaṣibu. Nígbà tí ó wà níbẹ̀, kò jẹ oúnjẹ bẹ́ẹ̀ ni kò sì mu omi, nítorí ó sì ń káàánú fún àìṣòótọ́ àwọn ìgbèkùn.
ତହୁଁ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠି ଇଲୀୟାଶୀବର ପୁତ୍ର ଯିହୋହାନନ୍‍ର କୋଠରିକୁ ଗଲେ; ଆଉ, ସେଠାରେ ଉପସ୍ଥିତ ହୁଅନ୍ତେ, ରୁଟି ଭୋଜନ କି ଜଳ ପାନ କଲେ ନାହିଁ; କାରଣ ସେ ବନ୍ଦୀତ୍ୱର ଲୋକମାନଙ୍କ ସତ୍ୟ-ଲଙ୍ଘନ ସକାଶୁ ଶୋକ କରୁଥିଲେ।
7 Ìkéde kan jáde lọ jákèjádò Juda àti Jerusalẹmu fún gbogbo àwọn ìgbèkùn láti péjọ sí Jerusalẹmu.
ଏଥିଉତ୍ତାରେ ଲୋକମାନେ ଯିହୁଦା ଓ ଯିରୂଶାଲମର ସର୍ବତ୍ର ବନ୍ଦୀତ୍ୱର ସନ୍ତାନ ସମସ୍ତଙ୍କ ନିକଟରେ ଘୋଷଣା କରି କହିଲେ ଯେ, ସେମାନେ ଯିରୂଶାଲମରେ ଏକତ୍ରିତ ହେବେ;
8 Ẹnikẹ́ni tí ó ba kọ̀ láti jáde wá láàrín ọjọ́ mẹ́ta yóò pàdánù ohun ìní rẹ̀ ní ìbámu pẹ̀lú ìpinnu àwọn ìjòyè àti àwọn àgbàgbà, àti pé a ó lé òun fúnra rẹ̀ jáde kúrò láàrín ìpéjọpọ̀ àwọn ìgbèkùn.
ଆଉ, ଅଧିପତିମାନଙ୍କର ଓ ପ୍ରାଚୀନବର୍ଗର ମନ୍ତ୍ରଣାନୁସାରେ ଯେକେହି ତିନି ଦିନ ମଧ୍ୟରେ ଉପସ୍ଥିତ ହେବ ନାହିଁ, ତାହାର ସର୍ବସ୍ୱ ହରଣ କରାଯିବ ଓ ସେ ନିଜେ ବନ୍ଦୀତ୍ୱର ସମାଜରୁ ପୃଥକ କରାଯିବ।
9 Láàrín ọjọ́ mẹ́ta náà, gbogbo àwọn ọkùnrin Juda àti Benjamini tí péjọ sí Jerusalẹmu. Ní ogúnjọ́ oṣù kẹsànán, gbogbo àwọn ènìyàn jókòó sí ìta gbangba iwájú ilé Ọlọ́run, wọ́n wà nínú ìbànújẹ́ ńlá nítorí ọ̀ràn yìí, àti nítorí òjò púpọ̀ tó tì rọ̀.
ତହୁଁ ଯିହୁଦା ଓ ବିନ୍ୟାମୀନ୍‍ର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୂଶାଲମରେ ଏକତ୍ରିତ ହେଲେ, ସେହି ନବମ ମାସର ବିଂଶତିତମ ଦିନ ଥିଲା; ଆଉ, ସମଗ୍ର ଲୋକ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହେଉଥିଲେ।
10 Nígbà náà ni àlùfáà Esra dìde, ó sì wí fún wọn pé, “Ẹ̀yin ti ṣe àìṣòótọ́, ẹ ti fẹ́ obìnrin àjèjì, ẹ ti dá kún ẹ̀bi Israẹli.
ତହିଁରେ ଏଜ୍ରା ଯାଜକ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସତ୍ୟ-ଲଙ୍ଘନ କରିଅଛ ଓ ଇସ୍ରାଏଲର ଦୋଷ ବଢ଼ାଇବା ପାଇଁ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛ।
11 Nísinsin yìí, ẹ jẹ́wọ́ níwájú Olúwa, Ọlọ́run àwọn baba yín, kí ẹ sì ṣe ìfẹ́ rẹ̀. Ẹ ya ara yín sọ́tọ̀ kúrò láàrín àwọn ènìyàn tí ó yí i yín ká àti láàrín àwọn ìyàwó àjèjì yín.”
ଏହେତୁ ଏବେ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ସ୍ୱୀକାର କର ଓ ତାହାଙ୍କର ସନ୍ତୋଷଜନକ କର୍ମ କର; ଆଉ, ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।”
12 Àpéjọpọ̀ ènìyàn náà sì dáhùn lóhùn rara pé, ohun tí ó sọ dára! A gbọdọ̀ ṣe bí o ti wí.
ସେତେବେଳେ ସମଗ୍ର ସମାଜ ଉତ୍ତର କରି ଉଚ୍ଚସ୍ୱରରେ କହିଲେ, “ଆପଣ ଆମ୍ଭମାନଙ୍କ ବିଷୟରେ ଯେପରି କହିଲେ, ଆମ୍ଭମାନଙ୍କୁ ସେପରି କରିବାକୁ ହେବ।
13 Ṣùgbọ́n ọ̀pọ̀ ni ó wà ni ibi yìí síbẹ̀ àkókò òjò ni; àwa kò sì lè dúró ní ìta. Yàtọ̀ sí èyí, a kò le è yanjú ọ̀rọ̀ yìí láàrín ọjọ́ kan tàbí ọjọ́ méjì, nítorí ẹ̀ṣẹ̀ wa pọ̀ jọjọ lórí àwọn nǹkan wọ̀nyí.
ମାତ୍ର ଲୋକ ଅନେକ ଓ ଏବେ ଭାରୀ ବୃଷ୍ଟି ସମୟ, ଆଉ ଆମ୍ଭେମାନେ ବାହାରେ ଠିଆ ହେବାକୁ ଅସମର୍ଥ, କିଅବା ଏହା ଏକ କି ଦୁଇ ଦିନର କାର୍ଯ୍ୟ ନୁହେଁ; ଯେଣୁ ଏହି ବିଷୟରେ ଆମ୍ଭେମାନେ ମହାଅପରାଧ କରିଅଛୁ।
14 Jẹ́ kí àwọn ìjòyè wa ṣojú fún gbogbo ìjọ ènìyàn, lẹ́yìn náà, jẹ́ kí ẹnìkọ̀ọ̀kan nínú àwọn ìlú wa tí ó ti fẹ́ obìnrin àjèjì wá ní àsìkò tí a yàn, pẹ̀lú àwọn àgbàgbà àti àwọn onídàájọ́ ìlú kọ̀ọ̀kan, títí ìbínú gíga Ọlọ́run wa lórí ọ̀rọ̀ yìí yóò fi kúrò ní orí wa.
ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏହି ବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ।”
15 Jonatani ọmọ Asaheli àti Jahseiah ọmọ Tikfa nìkan pẹ̀lú àtìlẹ́yìn Meṣullamu àti Ṣabbetai ará Lefi, ni wọ́n tako àbá yìí.
ଏହି କଥା ବିରୁଦ୍ଧରେ କେବଳ ଅସାହେଲର ପୁତ୍ର ଯୋନାଥନ ଓ ତିକ୍‍ବର ପୁତ୍ର ଯହସୀୟ ଉଠିଲେ, ଆଉ ମଶୁଲ୍ଲମ୍‍ ଓ ଲେବୀୟ ଶବ୍ବଥୟ ସେମାନଙ୍କର ସାହାଯ୍ୟ କଲେ।
16 Nígbà náà ni àwọn ìgbèkùn ṣe gẹ́gẹ́ bí wọ́n ṣe fi ẹnu kò sí. Àlùfáà Esra yan àwọn ọkùnrin tí wọ́n jẹ́ olórí àwọn ìdílé, ẹnìkọ̀ọ̀kan láti ìdílé kọ̀ọ̀kan, gbogbo wọn ni a sì mọ̀ pẹ̀lú orúkọ wọn. Ní ọjọ́ kìn-ín-ní oṣù kẹwàá, wọ́n jókòó láti ṣe àyẹ̀wò àwọn ẹjọ́ náà,
ମାତ୍ର ବନ୍ଦୀତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି, ଏଜ୍ରା ଯାଜକ ଓ ଆପଣା ଆପଣା ପିତୃବଂଶାନୁସାରେ ଓ ନାମାନୁସାରେ ନିର୍ଦ୍ଦିଷ୍ଟ ପିତୃବଂଶ-ପ୍ରଧାନ କେତେକ ଲୋକ ପୃଥକ କରାଗଲେ; ଆଉ, ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ।
17 ní ọjọ́ kìn-ín-ní, oṣù kìn-ín-ní ni wọn parí pẹ̀lú àwọn ènìyàn tí wọ́n fẹ́ àwọn obìnrin àjèjì.
ପୁଣି, ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ-ବିବାହକାରୀ ପୁରୁଷ ସମସ୍ତଙ୍କର ବିଚାର ସମାପ୍ତ କଲେ।
18 Lára ìran àwọn àlùfáà àwọn wọ̀nyí fẹ́ àwọn obìnrin àjèjì. Nínú ìran Jeṣua ọmọ Josadaki, àti àwọn arákùnrin rẹ: Maaseiah, Elieseri, Jaribi àti Gedaliah.
ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନେ ଏହି, ଯଥା, ଯୋଷାଦକର ପୁତ୍ର ଯେଶୂୟର ସନ୍ତାନଗଣ ଓ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲୀୟେଜର, ଯାରିବ ଓ ଗଦଲୀୟ।
19 Gbogbo wọn ni wọ́n ṣe ìpinnu láti lé àwọn ìyàwó wọn lọ, wọ́n sì fi àgbò kan láàrín agbo ẹran lélẹ̀ fún ẹ̀bi wọn gẹ́gẹ́ bí ọrẹ ẹ̀ṣẹ̀.
ଏମାନେ ଆପଣା ଆପଣା ଭାର୍ଯ୍ୟାକୁ ଦୂର କରିଦେବେ ବୋଲି ହସ୍ତ ଦେଲେ; ଆଉ, ଦୋଷୀ ହେବାରୁ ସେମାନେ ଆପଣା ଆପଣା ଦୋଷ ସକାଶେ ପଲରୁ ଏକ ଏକ ମେଷ ଉତ୍ସର୍ଗ କଲେ।
20 Nínú ìran Immeri: Hanani àti Sebadiah.
ଆଉ, ଇମ୍ମେରର ସନ୍ତାନମାନଙ୍କ ମଧ୍ୟରୁ ହନାନି ଓ ସବଦୀୟ
21 Nínú ìran Harimu: Maaseiah, Elijah, Ṣemaiah, Jehieli àti Ussiah.
ଓ ହାରୀମ୍‍‍ର ସନ୍ତାନମାନଙ୍କ ମଧ୍ୟରୁ ମାସେୟ, ଏଲୀୟ, ଶମୟୀୟ, ଯିହୀୟେଲ ଓ ଉଷୀୟ;
22 Nínú ìran Paṣuri: Elioenai, Maaseiah, Iṣmaeli, Netaneli, Josabadi àti Eleasa.
ଆଉ, ପଶ୍‍ହୂରର ସନ୍ତାନମାନଙ୍କ ମଧ୍ୟରୁ ଇଲୀୟୋଐନୟ, ମାସେୟ, ଇଶ୍ମାୟେଲ, ନଥନେଲ, ଯୋଷାବଦ୍‍ ଓ ଇଲୀୟାସା।
23 Lára àwọn ọmọ Lefi: Josabadi, Ṣimei, Kelaiah (èyí tí í ṣe Kelita), Petahiah, Juda àti Elieseri.
ଆଉ, ଲେବୀୟମାନଙ୍କ ମଧ୍ୟରୁ ଯୋଷାବଦ୍‍ ଓ ଶିମୀୟି ଓ କଲାୟ, ଏହାକୁ କଲିଟ କହନ୍ତି, ପଥାହୀୟ, ଯିହୁଦା ଓ ଇଲୀୟେଜର;
24 Nínú àwọn akọrin: Eliaṣibu. Nínú àwọn aṣọ́nà: Ṣallumu, Telemu àti Uri.
ଆଉ, ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ; ଦ୍ୱାରପାଳମାନଙ୍କ ମଧ୍ୟରୁ ଶଲ୍ଲୁମ୍‍ ଓ ଟେଲମ୍‍ ଓ ଊରି।
25 Àti lára àwọn ọmọ Israẹli tókù. Nínú ìran Paroṣi: Ramiah, Issiah, Malkiah, Mijamini, Eleasari, Malkiah àti Benaiah.
ଇସ୍ରାଏଲ ମଧ୍ୟରେ ପରିୟୋଶର ସନ୍ତାନମାନଙ୍କ ମଧ୍ୟରୁ ରମୀୟ, ଯିଷୀୟ, ମଲ୍‍କୀୟ, ମିୟାମୀନ୍‍, ଇଲୀୟାସର, ମଲ୍‍କୀୟ ଓ ବନାୟ।
26 Nínú ìran Elamu: Mattaniah, Sekariah, Jehieli, Abdi, Jerimoti àti Elijah.
ଆଉ, ଏଲମ୍‍ର ସନ୍ତାନଗଣ ମଧ୍ୟରୁ ମତ୍ତନୀୟ, ଜିଖରୀୟ ଓ ଯିହୀୟେଲ ଓ ଅବ୍‍ଦି ଓ ଯେରେମୋତ୍‍ ଓ ଏଲୀୟ।
27 Nínú àwọn ìran Sattu: Elioenai, Eliaṣibu, Mattaniah, Jerimoti, Sabadi àti Asisa.
ଆଉ, ସତ୍ତୂର ସନ୍ତାନଗଣ ମଧ୍ୟରୁ ଇଲୀୟୋଐନୟ, ଇଲୀୟାଶୀବ ଓ ମତ୍ତନୀୟ ଓ ଯେରେମୋତ୍‍ ଓ ସାବଦ୍‍ ଓ ଅସୀସା
28 Nínú àwọn ìran Bebai: Jehohanani, Hananiah, Sabbai àti Atlai.
ଓ ବେବୟର ସନ୍ତାନଗଣ ମଧ୍ୟରୁ ଯିହୋହାନନ୍‍, ହନାନୀୟ, ସବ୍ବେୟ, ଅତ୍ତଲୟ;
29 Nínú àwọn ìran Bani: Meṣullamu, Malluki, Adaiah, Jaṣubu, Ṣeali àti Jerimoti.
ଆଉ, ବାନିର ସନ୍ତାନଗଣ ମଧ୍ୟରୁ ମଶୁଲ୍ଲମ୍‍, ମଲ୍ଲୁକ ଓ ଅଦାୟା, ଯାଶୂବ ଓ ଶାଲ, ଯିରେମୋତ୍‍।
30 Nínú àwọn Pahati-Moabu: Adma, Kelali, Benaiah, Maaseiah, Mattaniah, Besaleli, Binnui àti Manase.
ଆଉ, ପହତ୍‍-ମୋୟାବର ସନ୍ତାନଗଣ ମଧ୍ୟରୁ ଅଦନ୍‍ ଓ କଲାଲ, ବନାୟ, ମାସେୟ, ମତ୍ତନୀୟ, ବତ୍ସଲେଲ ଓ ବିନ୍ନୁୟି ଓ ମନଃଶି;
31 Nínú àwọn ìran Harimu: Elieseri, Iṣiah, Malkiah àti Ṣemaiah, Simeoni,
ଆଉ, ହାରୀମ୍‍‍ର ସନ୍ତାନଗଣ ମଧ୍ୟରୁ ଇଲୀୟେଜର, ଯିଶୀୟ, ମଲ୍‍କୀୟ, ଶମୟୀୟ, ଶିମୀୟୋନ;
32 Benjamini, Malluki àti Ṣemariah.
ବିନ୍ୟାମୀନ୍, ମଲ୍ଲୁକ, ଶେମରୀୟ;
33 Nínú àwọn ìran Haṣumu: Mattenai, Mattatta, Sabadi, Elifaleti, Jeremai, Manase àti Ṣimei.
ହଶୂମର ସନ୍ତାନଗଣ ମଧ୍ୟରୁ ମତ୍ତନୟ, ମତ୍ତତ୍ତ, ସାବଦ୍‍, ଇଲୀଫେଲଟ୍‍, ଯିରେମୟ, ମନଃଶି, ଶିମୀୟି;
34 Nínú àwọn ìran Bani: Maadai, Amramu, Ueli,
ବାନିର ସନ୍ତାନଗଣ ମଧ୍ୟରୁ ମାଦୟ, ଅମ୍ରାମ୍‍ ଓ ଉୟେଲ;
35 Benaiah, Bediah, Keluhi
ବନାୟ, ବେଦୀୟା, କଲୂହୂ;
36 Faniah, Meremoti, Eliaṣibu,
ବନୀୟ, ମରେମୋତ୍‍, ଇଲୀୟାଶୀବ;
37 Mattaniah, Mattenai àti Jaasu.
ମତ୍ତନୀୟ, ମତ୍ତନୟ ଓ ଯାଶୟ;
38 Àti Bani, àti Binnui: Ṣimei,
ଆଉ, ବାନି ଓ ବିନ୍ନୁୟି, ଶିମୀୟି;
39 Ṣelemiah, Natani, Adaiah,
ଶେଲିମୀୟ ଓ ନାଥନ ଓ ଅଦାୟା;
40 Maknadebai, Sasai, Ṣarai,
ମଗ୍ନଦ୍‍ବୟ, ଶାଶୟ, ଶାରୟ;
41 Asareeli, Ṣelemiah, Ṣemariah,
ଅସରେଲ୍‍ ଓ ଶେଲିମୀୟ, ଶେମରୀୟ;
42 Ṣallumu, Amariah àti Josẹfu.
ଶଲ୍ଲୁମ୍‍, ଅମରୀୟ, ଯୋଷେଫ।
43 Nínú àwọn ìran Nebo: Jeieli, Mattitiah, Sabadi, Sebina, Jaddai, Joẹli àti Benaiah.
ନବୋର ସନ୍ତାନଗଣ ମଧ୍ୟରୁ ଯିୟୀୟେଲ୍‍, ମତ୍ତଥୀୟ, ସାବଦ୍‍, ସବୀନଃ, ଯଦ୍ଦୋୟ ଓ ଯୋୟେଲ, ବନାୟ;
44 Gbogbo àwọn wọ̀nyí ló fẹ́ obìnrin àjèjì, àwọn mìíràn nínú wọn sì bi ọmọ ní ipasẹ̀ àwọn ìyàwó wọ̀nyí.
ଏସମସ୍ତେ ଅନ୍ୟ ଦେଶୀୟା ଭାର୍ଯ୍ୟା ଗ୍ରହଣ କରିଥିଲେ; ଆଉ, ସେହି ଭାର୍ଯ୍ୟାମାନଙ୍କଠାରୁ କାହାରି କାହାରି ସନ୍ତାନସନ୍ତତି ଜାତ ହୋଇଥିଲେ।

< Ezra 10 >