< Ezekiel 7 >
ଆହୁରି, ସଦାପ୍ରଭୁଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
2 “Ọmọ ènìyàn, báyìí ni Olúwa Olódùmarè wí sí ilé Israẹli: “‘Òpin! Òpin ti dé sí igun mẹ́rẹ̀ẹ̀rin ilẹ̀ náà!
“ହେ ମନୁଷ୍ୟ-ସନ୍ତାନ, ପ୍ରଭୁ, ସଦାପ୍ରଭୁ ଇସ୍ରାଏଲ ଦେଶ ପ୍ରତି କହନ୍ତି; ଅନ୍ତିମକାଳ, ଦେଶର ଚାରି କୋଣରେ ଅନ୍ତିମକାଳ ଉପସ୍ଥିତ ହୋଇଅଛି।
3 Òpin tí dé sí ọ báyìí, èmi yóò sì tú ìbínú mi jáde sí ọ, èmi yóò dájọ́ rẹ gẹ́gẹ́ bí ìwà rẹ, èmi yóò sì san án fún ọ gẹ́gẹ́ bí gbogbo ìwà ìríra rẹ.
ଏବେ ତୁମ୍ଭର ଅନ୍ତିମକାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ପ୍ରେରଣ କରିବା ଓ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା ଓ ତୁମ୍ଭର ଘୃଣାଯୋଗ୍ୟ ସକଳ କର୍ମର ଫଳ ତୁମ୍ଭ ଉପରେ ବର୍ତ୍ତାଇବା।
4 Ojú mi kò ní i dá ọ sì, bẹ́ẹ̀ ni èmi kì yóò ṣàánú; ṣùgbọ́n èmi yóò san án fún ọ gẹ́gẹ́ bí ọ̀nà rẹ àti gbogbo ìwà ìríra tó wà láàrín rẹ. Nígbà náà ní ẹ̀yin yóò mọ̀ pé èmi ni Olúwa.’
ଆମ୍ଭେ ତୁମ୍ଭ ପ୍ରତି ଚକ୍ଷୁଲଜ୍ଜା କରିବା ନାହିଁ, କିଅବା ଆମ୍ଭେ ଦୟା କରିବା ନାହିଁ; ମାତ୍ର ତୁମ୍ଭ ଆଚରଣର ଫଳ ଆମ୍ଭେ ତୁମ୍ଭ ଉପରେ ବର୍ତ୍ତାଇବା ଓ ତୁମ୍ଭର ଘୃଣାଯୋଗ୍ୟ କ୍ରିୟାସବୁ ତୁମ୍ଭ ମଧ୍ୟରେ ରହିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
5 “Èyí ni Olúwa Olódùmarè wí: “‘Ibi! Ibi kan ṣoṣo. Kíyèsi, ó bọ̀ ní orí rẹ!
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଅମଙ୍ଗଳ ହିଁ ଅମଙ୍ଗଳ; ଦେଖ, ତାହା ଆସୁଅଛି।
6 Òpin ti dé! Òpin ti dé! Ó ti dìde lòdì sí ọ. Kíyèsi, ó ti dé!
ଅନ୍ତିମକାଳ ଉପସ୍ଥିତ, ସେହି ଅନ୍ତିମକାଳ ଉପସ୍ଥିତ, ତାହା ତୁମ୍ଭ ବିରୁଦ୍ଧରେ ଜାଗି ଉଠୁଅଛି; ଦେଖ, ତାହା ଆସୁଅଛି।
7 Ìparun ti dé sórí rẹ, ìwọ tó ń gbé ní ilẹ̀ náà. Àkókò náà dé! Ọjọ́ wàhálà ti súnmọ́ etílé! Kì í ṣe ọjọ́ ariwo ayọ̀ lórí òkè.
ହେ ଦେଶ ନିବାସୀ ଲୋକ, ତୁମ୍ଭର ଶେଷ ବିଚାରାଜ୍ଞା ଉପସ୍ଥିତ, ସେହି ସମୟ ଉପସ୍ଥିତ, ସେହି ଦିନ ସନ୍ନିକଟ; ତାହା କୋଳାହଳର ଦିନ ଓ ପର୍ବତଗଣ ଉପରେ ଆନନ୍ଦ ଧ୍ୱନିର ଦିନ ନୁହେଁ।
8 Mo ṣetán láti tú ìbínú gbígbóná mi lé ọ lórí àti láti lo ìbínú mi lórí rẹ gẹ́gẹ́ bí gbogbo ọ̀nà rẹ, èmi yóò sì dá ọ lẹ́jọ́ gẹ́gẹ́ bí ọ̀nà rẹ àti gẹ́gẹ́ bí ìwà ìríra rẹ ni èmi yóò sì san án fún ọ.
ଏବେ ଆମ୍ଭେ ଅବିଳମ୍ବରେ ଆମ୍ଭର କୋପ ତୁମ୍ଭ ଉପରେ ଢାଳି ଦେବା ଓ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ସଫଳ କରିବା, ଆଉ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା; ଆମ୍ଭେ ତୁମ୍ଭର ଘୃଣାଯୋଗ୍ୟ ସକଳ କ୍ରିୟାର ଫଳ ତୁମ୍ଭ ଉପରେ ବର୍ତ୍ତାଇବା।
9 Ojú mi kò ní i dá ọ sí, Èmi kò sì ní wò ọ́ pẹ̀lú àánú; èmi yóò san án fún ọ gẹ́gẹ́ bí ọ̀nà rẹ àti fún gbogbo ìwà ìríra tí wà láàrín rẹ. “‘Nígbà náà ní ẹ o mọ̀ pé Èmi Olúwa lo kọlù yín.
ପୁଣି, ଆମ୍ଭେ ଚକ୍ଷୁଲଜ୍ଜା କରିବା ନାହିଁ; କିଅବା ଦୟା କରିବା ନାହିଁ; ଆମ୍ଭେ ତୁମ୍ଭର ଆଚରଣାନୁସାରେ ତୁମ୍ଭ ଉପରେ ଫଳ ବର୍ତ୍ତାଇବା ଓ ତୁମ୍ଭର ଘୃଣାଯୋଗ୍ୟ କ୍ରିୟାସକଳ ତୁମ୍ଭ ମଧ୍ୟରେ ରହିବ; ତହିଁରେ ଆମ୍ଭେ ସଦାପ୍ରଭୁ ଆଘାତ କରୁ, ଏହା ତୁମ୍ଭେମାନେ ଜାଣିବ।
10 “‘Ọjọ́ náà dé! Kíyèsi ó ti dé! Ìparun ti bú jáde, ọ̀pá ti tanná, ìgbéraga ti rúdí!
ଦେଖ, ସେହି ଦିନ, ଦେଖ, ତାହା ଆସୁଅଛି; ତୁମ୍ଭର ଶେଷ ବିଚାରାଜ୍ଞା ନିର୍ଗତ ହେଲା; ଯଷ୍ଟି ପୁଷ୍ପିତ ହୋଇଅଛି, ଅହଙ୍କାର ଅଙ୍କୁରିତ ହୋଇଅଛି।
11 Ìwà ipá ti di ọ̀pá ìwà búburú; ọ̀pá láti jẹ ẹni búburú ní ìyà. Kò sí nínú wọn tí yóò ṣẹ́kù, tàbí nínú ọ̀pọ̀lọpọ̀ wọn, kò sí nínú ọrọ̀ wọn, kò sí ohun tí ó ní iye.
ଦୌରାତ୍ମ୍ୟ ବଢ଼ି ଉଠି ଦୁଷ୍ଟତାରୂପ ଯଷ୍ଟି ହୋଇଅଛି; ସେମାନଙ୍କର କେହି କିଅବା ସେମାନଙ୍କର ଲୋକସମୂହ କିଅବା ସେମାନଙ୍କର ଧନ ରହିବ ନାହିଁ; ଅଥବା ସେମାନଙ୍କ ମଧ୍ୟରେ ଶ୍ରେଷ୍ଠତା ରହିବ ନାହିଁ।
12 Àkókò náà dé! Ọjọ́ náà ti dé! Kí òǹrajà má ṣe yọ̀, bẹ́ẹ̀ ni ki òǹtajà má ṣe ṣọ̀fọ̀; nítorí, ìbínú gbígbóná wà lórí gbogbo ènìyàn.
ସମୟ ଉପସ୍ଥିତ ହେଲା, ଦିନ ନିକଟବର୍ତ୍ତୀ ହେଉଅଛି; କ୍ରୟକାରୀ ଆନନ୍ଦ ନ କରୁ ଓ ବିକ୍ରୟକାରୀ ଶୋକ ନ କରୁ; କାରଣ ସେହି ସ୍ଥାନର ସମସ୍ତ ଲୋକସମୂହ ଉପରେ କୋପ ଉପସ୍ଥିତ।
13 Nítorí pé òǹtajà kì yóò rí gbà padà dúkìá èyí tó tà níwọ̀n ìgbà ti àwọn méjèèjì bá wà láààyè. Nítorí ìran tó kan gbogbo ènìyàn yìí kò ní yí padà. Nítorí ẹ̀ṣẹ̀ wọn, kò sí ọ̀kan nínú wọn tí yóò gba ara rẹ̀ là.
ଯେହେତୁ ସେମାନେ ଜୀବିତ ଥିଲେ ହେଁ ବିକ୍ରୟକାରୀ ବିକ୍ରୀତ ଅଧିକାରକୁ ଫେରିଯିବ ନାହିଁ; କାରଣ ଏହି ଦର୍ଶନ ସେହି ସ୍ଥାନସ୍ଥ ସମୁଦାୟ ଲୋକସମୂହ ବିଷୟକ ଅଟେ, କେହି ଫେରିଯିବେ ନାହିଁ; ପୁଣି, ଆପଣା ଜୀବନର ଅଧର୍ମରେ କେହି ଆପଣାକୁ ସବଳ କରିବେ ନାହିଁ।
14 “‘Wọ́n ti fọn ìpè ogun, tí wọ́n sì pèsè ohun gbogbo sílẹ̀, ṣùgbọ́n kò sí ẹni tí yóò lọ ojú ogun, nítorí ìbínú gbígbóná mi ti wà lórí gbogbo ènìyàn.
ସେମାନେ ତୂରୀ ବଜାଇ ସବୁ ପ୍ରସ୍ତୁତ କରିଅଛନ୍ତି; ମାତ୍ର କେହି ଯୁଦ୍ଧକୁ ଯାଏ ନାହିଁ; କାରଣ ସେହି ସ୍ଥାନର ସମସ୍ତ ଲୋକସମୂହ ଉପରେ ଆମ୍ଭର କୋପ ଅଛି।
15 Idà wà ní ìta, àjàkálẹ̀-ààrùn àti ìyàn wà nílé, idà yóò pa ẹni tó bá wà ní orílẹ̀-èdè, àjàkálẹ̀-ààrùn àti ìyàn yóò pa ẹni tó bá wà ní ìlú.
ବାହାରେ ଖଡ୍ଗ, ଭିତରେ ମହାମାରୀ ଓ ଦୁର୍ଭିକ୍ଷ ଅଛି; ଯେଉଁ ଲୋକ କ୍ଷେତ୍ରରେ ଅଛି, ସେ ଖଡ୍ଗରେ ମରିବ ଓ ଯେ ନଗର ମଧ୍ୟରେ ଅଛି, ଦୁର୍ଭିକ୍ଷ ଓ ମହାମାରୀ ତାକୁ ଗ୍ରାସ କରିବ।
16 Gbogbo àwọn tí ó bọ́ nínú wọn yóò sálà, wọn yóò sì wà lórí òkè. Bí i àdàbà inú àfonífojì, gbogbo wọn yóò máa ṣọ̀fọ̀, olúkúlùkù nítorí àìṣedéédéé rẹ̀.
ମାତ୍ର ସେମାନଙ୍କ ମଧ୍ୟରୁ ଯେଉଁମାନେ ପଳାନ୍ତି, ସେମାନେ ରକ୍ଷା ପାଇବେ ଓ ଉପତ୍ୟକାର ଘୁଘୁ ପରି ପର୍ବତରେ ସମସ୍ତେ ବିଳାପ କରିବେ, ପ୍ରତ୍ୟେକେ ଆପଣା ଆପଣା ଅଧର୍ମ ହେତୁ ବିଳାପ କରିବେ।
17 Gbogbo ọwọ́ yóò rọ, gbogbo orúnkún yóò di aláìlágbára bí omi.
ସମସ୍ତଙ୍କର ହସ୍ତ ଦୁର୍ବଳ ହେବ, ସମସ୍ତଙ୍କର ଆଣ୍ଠୁ ଜଳ ପରି ଦୁର୍ବଳ ହେବ।
18 Wọn yóò wọ aṣọ ọ̀fọ̀, ẹ̀rù yóò sì bò wọ́n mọ́lẹ̀, ìtìjú yóò mù wọn, wọn yóò sì fá irun wọn.
ମଧ୍ୟ ସେମାନେ କଟିଦେଶରେ ଚଟବସ୍ତ୍ର ବାନ୍ଧିବେ ଓ ମହାଶଙ୍କା ସେମାନଙ୍କୁ ଆଚ୍ଛନ୍ନ କରିବ; ଆଉ, ସମସ୍ତଙ୍କ ମୁଖ ଲଜ୍ଜିତ ହେବ ଓ ସମସ୍ତଙ୍କର ମସ୍ତକ ଟାଙ୍ଗରା ହେବ।
19 “‘Wọn yóò dà fàdákà wọn sí ojú pópó, wúrà wọn yóò sì dàbí èérí fàdákà àti wúrà wọn kò ní le gbà wọ́n ní ọjọ́ ìbínú gbígbóná Olúwa. Wọn kò ní le jẹun tẹ́ ra wọn lọ́rùn tàbí kí wọn kún ikùn wọn pẹ̀lú oúnjẹ nítorí pé ó ti di ohun ìkọ̀sẹ̀ fún wọn.
ସେମାନେ ଆପଣା ଆପଣା ରୂପା ଦାଣ୍ଡରେ ପକାଇଦେବେ ଓ ସେମାନଙ୍କର ସୁନା ଅଶୁଚି ବସ୍ତୁ ତୁଲ୍ୟ ହେବ; ସଦାପ୍ରଭୁଙ୍କ କୋପର ଦିନରେ ସେମାନଙ୍କର ରୂପା ଓ ସୁନା ସେମାନଙ୍କୁ ରକ୍ଷା କରି ପାରିବ ନାହିଁ; ତାହା ସେମାନଙ୍କ ପ୍ରାଣକୁ ତୃପ୍ତ କିଅବା ଉଦର ପୂର୍ଣ୍ଣ କରିବ ନାହିଁ; କାରଣ ତାହା ହିଁ ସେମାନଙ୍କର ଅଧର୍ମଜନକ ବିଘ୍ନ ହୋଇଅଛି।
20 Wọ́n ń ṣe ìgbéraga pẹ̀lú ohun ọ̀ṣọ́ wọn tí ó lẹ́wà, wọn sì ti fi ṣe òrìṣà, wọn sì tún ya àwòrán ìríra wọn níbẹ̀. Nítorí náà, èmi yóò sọ àwọn nǹkan wọ̀nyí di aláìmọ́ fún wọn.
ସେ ଆପଣାର ଶୋଭାରୂପ ଅଳଙ୍କାର ମହତ୍ତ୍ୱରେ ସ୍ଥାପନ କଲେ; ମାତ୍ର ସେମାନେ ତହିଁ ମଧ୍ୟରେ ଆପଣାମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ପ୍ରତିମାଗଣ ନିର୍ମାଣ କଲେ; ଏହେତୁ ଆମ୍ଭେ ତାହା ସେମାନଙ୍କ ପ୍ରତି ଅଶୁଚି ବସ୍ତୁ ସ୍ୱରୂପ କରିଅଛୁ।
21 Èmi yóò sì fi àwọn nǹkan wọ̀nyí ṣe ìjẹ fún àjèjì àti ìkógun fún àwọn ènìyàn búburú ayé, wọn yóò sì sọ ọ́ di aláìmọ́.
ପୁଣି, ଆମ୍ଭେ ତାହା ମୃଗୟା ସ୍ୱରୂପେ ବିଦେଶୀମାନଙ୍କର ଓ ଲୁଟିତ ଦ୍ରବ୍ୟ ସ୍ୱରୂପେ ପୃଥିବୀର ଦୁଷ୍ଟମାନଙ୍କ ହସ୍ତରେ ସମର୍ପଣ କରିବା; ତହିଁରେ ସେମାନେ ତାହା ଅପବିତ୍ର କରିବେ।
22 Èmi yóò gbójú mi kúrò lára wọn, àwọn ọlọ́ṣà yóò sì sọ ibi ìṣúra mi di aláìmọ́; àwọn ọlọ́ṣà yóò wọ inú rẹ̀, wọn yóò sì bà á jẹ́.
ଆହୁରି, ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଫେରାଇବା, ତହିଁରେ ସେମାନେ ଆମ୍ଭର ନିଭୃତ ସ୍ଥାନ ଅପବିତ୍ର କରିବେ; ଆଉ, ଡକାୟତମାନେ ତହିଁ ମଧ୍ୟରେ ପ୍ରବେଶ କରି ତାହା ଅପବିତ୍ର କରିବେ।
23 “‘Rọ ẹ̀wọ̀n irin! Nítorí pé ilẹ̀ náà kún fún ẹ̀ṣẹ̀ ìtàjẹ̀ sílẹ̀, ìlú náà sí kún fún ìwà ipá.
ଶିକୁଳି ପ୍ରସ୍ତୁତ କର; କାରଣ ରକ୍ତପାତରୂପ ଅପରାଧରେ ଦେଶ ପରିପୂର୍ଣ୍ଣ ଓ ଦୌରାତ୍ମ୍ୟରେ ନଗର ପରିପୂର୍ଣ୍ଣ ଅଟେ।
24 Èmi yóò mú kí orílẹ̀-èdè ti ó búburú jùlọ láti jogún ilé wọn. Èmi yóò sì fi òpin sí ìgbéraga àwọn alágbára, ibi mímọ́ wọn yóò sì di bíbàjẹ́.
ଏଥିପାଇଁ ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଦୁଷ୍ଟତମ ଲୋକଙ୍କୁ ଆଣିବା, ତହିଁରେ ସେମାନେ ଏମାନଙ୍କର ଗୃହସବୁ ଅଧିକାର କରିବେ; ମଧ୍ୟ ଆମ୍ଭେ ବଳବାନମାନଙ୍କର ଦର୍ପ ଚୂର୍ଣ୍ଣ କରିବା; ତହିଁରେ ସେମାନଙ୍କର ପବିତ୍ର ସ୍ଥାନସବୁ ଅପବିତ୍ର ହେବ।
25 Nígbà tí ìpayà bá dé, wọn yóò wá àlàáfíà, lórí asán.
ବିନାଶ ଆସୁଅଛି; ସେମାନେ ଶାନ୍ତି ଅନ୍ଵେଷଣ କରିବେ; ପୁଣି, କିଛି ପାଇବେ ନାହିଁ।
26 Wàhálà lórí wàhálà yóò dé, ìdágìrì lórí ìdágìrì. Nígbà náà ni wọn yóò wá ìran lọ́dọ̀ wòlíì, ṣùgbọ́n ẹ̀kọ́ òfin yóò parun lọ́dọ̀ àlùfáà, bẹ́ẹ̀ ni ìmọ̀ràn yóò ṣègbé lọ́dọ̀ àwọn àgbàgbà.
ବିପଦ ଉପରେ ବିପଦ ଘଟିବ ଓ ଜନରବ ଉପରେ ଜନରବ ହେବ; ତହିଁରେ ସେମାନେ ଭବିଷ୍ୟଦ୍ବକ୍ତାର ନିକଟରେ ଦର୍ଶନର ଚେଷ୍ଟା କରିବେ; ମାତ୍ର ଯାଜକର ବ୍ୟବସ୍ଥା-ଜ୍ଞାନ ଓ ପ୍ରାଚୀନ ଲୋକମାନଙ୍କର ପରାମର୍ଶ ଲୋପ ପାଇବ।
27 Ọba yóò ṣọ̀fọ̀, ọmọ-aládé yóò wà láìní ìrètí, ọwọ́ àwọn ènìyàn ilẹ̀ náà yóò wárìrì. Èmi yóò ṣe é fún wọn gẹ́gẹ́ bí ìṣe wọn, èmi yóò ṣe ìdájọ́ wọn gẹ́gẹ́ bí ìgbékalẹ̀ wọn. Nígbà náà ni wọn yóò mọ̀ pé èmi ní Olúwa.’”
ରାଜା ଶୋକ କରିବ ଓ ଅଧିପତି ଉତ୍ସନ୍ନତାରୂପ ବସ୍ତ୍ରରେ ପରିହିତ ହେବ ଓ ଦେଶସ୍ଥ ଲୋକମାନଙ୍କର ହସ୍ତ କମ୍ପିତ ହେବ; ଆମ୍ଭେ ସେମାନଙ୍କର ଆଚରଣାନୁସାରେ ସେମାନଙ୍କ ପ୍ରତି ବ୍ୟବହାର କରିବା ଓ ସେମାନଙ୍କର ଯୋଗ୍ୟତାନୁସାରେ ସେମାନଙ୍କର ବିଚାର କରିବା, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”