< Ezekiel 47 >

1 Ọkùnrin náà mú mi padà lọ sí àbáwọlé tẹmpili náà, mo sì rí omi tí ó ń tú jáde láti abẹ́ ìloro tẹmpili náà sí apá ìhà ìlà-oòrùn (nítorí tẹmpili náà dojúkọ ìhà ìlà-oòrùn). Omi náà ń tú jáde sí ìsàlẹ̀ láti abẹ́, ní ìhà gúúsù tẹmpili náà, ní ìhà gúúsù pẹpẹ.
ଏଥିଉତ୍ତାରେ ସେ ମୋତେ ଫେରାଇ ଗୃହର ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ଗୃହ-ପ୍ରବେଶ ସ୍ଥାନର ତଳରୁ ଜଳ ନିର୍ଗତ ହୋଇ ପୂର୍ବ ଦିଗରେ ବହିଲା, କାରଣ ଗୃହର ଅଗ୍ରଭାଗ ପୂର୍ବାଭିମୁଖ ଥିଲା; ଆଉ, ସେହି ଜଳ ତଳରୁ ଗୃହର ଦକ୍ଷିଣ ପାର୍ଶ୍ୱ ଦେଇ ଯଜ୍ଞବେଦିର ଦକ୍ଷିଣ ଦିଗରେ ବହିଲା।
2 Ó wá mú mi gba ojú ọ̀nà àríwá jáde, ó sì mú mi yí ìta ojú ọ̀nà ìta tí ó dojúkọ ìhà ìlà-oòrùn, omi náà sì ń sàn láti ìhà gúúsù wá.
ତେବେ ସେ ମୋତେ ଉତ୍ତର ଦ୍ୱାରର ପଥ ଦେଇ ବାହାର କରାଇ ଆଣିଲେ, ଆଉ ବାହାର ପଥ ଦେଇ ବୁଲାଇ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ବାହାର ଦ୍ୱାରକୁ ନେଇଗଲେ; ଆଉ ଦେଖ, ସେହି ସ୍ଥାନରେ ଦକ୍ଷିଣ ପାର୍ଶ୍ୱରେ ଜଳ ବହୁଥିଲା।
3 Bí ọkùnrin náà ti lọ sí apá ìhà ìlà-oòrùn pẹ̀lú okùn wíwọ̀n nǹkan lọ́wọ́ rẹ̀, ó wọn ẹgbẹ̀rún ìgbọ̀nwọ́, ó sì mú mi gba ibi odò kan tí kò jì jù kókósẹ̀ lọ.
ସେହି ବ୍ୟକ୍ତି ଯେତେବେଳେ ପରିମାପକ ରଜ୍ଜୁ ଆପଣା ହସ୍ତରେ ଧରି ପୂର୍ବ ଆଡ଼େ ବାହାରିଲେ, ସେତେବେଳେ ସେ ଏକ ହଜାର ହାତ ମାପିଲେ, ପୁଣି, ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ବଳାଗଣ୍ଠି ପର୍ଯ୍ୟନ୍ତ ହେଲା।
4 Ó sì wọn ẹgbẹ̀rún ìgbọ̀nwọ́ mìíràn kúrò, ó sì mú mi gba ibi odò tí ó jì ní ìwọ̀n orúnkún. Ó tún wọn ẹgbẹ̀rún márùn-ún ìgbọ̀nwọ́ mìíràn kúrò, ó sì mú mi gba odò tí ó dé ìbàdí.
ପୁନର୍ବାର ସେ ଏକ ହଜାର ହାତ ମାପିଲେ ଓ ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ଆଣ୍ଠୁ ପର୍ଯ୍ୟନ୍ତ ହେଲା। ପୁନର୍ବାର ସେ ଏକ ହଜାର ହାତ ମାପିଲେ, ଜଳ ମଧ୍ୟଦେଇ ମୋତେ ଗମନ କରାଇଲେ, ଜଳ କଟି ପର୍ଯ୍ୟନ୍ତ ହେଲା।
5 Ó wọn ẹgbẹ̀rún ìgbọ̀nwọ́ mìíràn kúrò, ṣùgbọ́n nísinsin yìí odò tí ń kò lè kọjá rẹ̀ ni, nítorí pé odò tí ó kún, ó sì jì tó èyí tí wọ́n le lúwẹ̀ẹ́ nínú rẹ̀ odò tí ẹnikẹ́ni kò le dá kọjá ni.
ତହିଁ ଉତ୍ତାରେ ସେ ଏକ ହଜାର ହାତ ମାପିଲେ; ସେତେବେଳେ ତାହା ଗୋଟିଏ ନଦୀ ହେଲା, ମୁଁ ତହିଁ ମଧ୍ୟଦେଇ ଗମନ କରି ପାରିଲି ନାହିଁ, କାରଣ ଜଳ ବଢ଼ି ଉଠିଥିଲା, ତାହା ପହଁରିବା ଭଳି ଜଳ, ପାର ହେବାକୁ ଅଗମ୍ୟ ନଦୀ ହୋଇଥିଲା।
6 Ó bi mí léèrè pé, “Ọmọ ènìyàn, ǹjẹ́ o rí èyí?” Lẹ́yìn náà, ó mú mi padà sí etí odò.
ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଏହା ଦେଖିଲ?” ତହିଁରେ ସେ ମୋତେ ଫେରାଇ ନଦୀତୀରକୁ ଆଣିଲେ।
7 Nígbà tí mo dé ibẹ̀, mo rí ọ̀pọ̀lọpọ̀ igi ní ẹ̀gbẹ́ méjèèjì odò.
ମୁଁ ଫେରି ଆସିଲା ବେଳେ ଦେଖ, ନଦୀତୀରର ଏପାଖରେ ଓ ସେପାଖରେ ଅନେକ ଅନେକ ବୃକ୍ଷ ଥିଲା।
8 Ó sọ fún mi pé, “Odò yìí ń tú jáde sí ìhà ìlà-oòrùn, wọ́n sì ń sọ̀kalẹ̀ lọ sí pẹ̀tẹ́lẹ̀, wọ́n sì wọ inú Òkun lọ, a sì mú omi wọn láradá.
ତହିଁରେ ସେ ମୋତେ କହିଲେ, “ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି ଓ ତାହା ଗଡ଼ି ଆରବାକୁ ଯିବ; ଆଉ, ତାହା ସମୁଦ୍ର ଆଡ଼କୁ ଯିବ; ଯେଉଁ ଜଳସବୁ ନିର୍ଗତ ହେଲା, ତାହାସବୁ ସମୁଦ୍ରରେ ପ୍ରବେଶ କରିବ; ତହୁଁ ସେ ଜଳ ଉତ୍ତମ ହେବ।
9 Àwọn ohun alààyè tí ó ń rákò yóò máa gbé ní ibikíbi tí odò ti ń sàn. Ẹja yóò pọ̀ ni ọ̀pọ̀lọpọ̀, nítorí pé odò ń sàn síbẹ̀, ó sì mú kí omi iyọ̀ tutù nini; nítorí náà níbi tí omi ti ń sàn, gbogbo nǹkan ni yóò wà ni ààyè.
ପୁଣି, ଏହି ନଦୀସବୁ ଯେସକଳ ସ୍ଥାନ ଦେଇ ବହିବ, ସେସ୍ଥାନସ୍ଥିତ ବହୁସଂଖ୍ୟକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେହି ସ୍ଥାନରେ ଅପାର ମତ୍ସ୍ୟ ହେବେ; କାରଣ ଏହିସବୁ ଜଳ ସେସ୍ଥାନକୁ ଆସିଅଛି ଓ ସମୁଦ୍ରର ଜଳ ଉତ୍ତମ ହେବ, ଆଉ ଯେକୌଣସି ସ୍ଥାନ ଦେଇ ଏହି ନଦୀ ବହେ, ସେସ୍ଥାନର ସକଳ ହିଁ ସଞ୍ଜୀବିତ ହେବେ।
10 Àwọn apẹja yóò dúró ní etí bèbè odò; láti En-Gedi títí dé En-Eglaimu ààyè yóò wa láti tẹ́ àwọ̀n wọn sílẹ̀. Oríṣìíríṣìí ẹja ni yóò wà gẹ́gẹ́ bí ẹja omi Òkun ńlá.
ଆଉ, ତହିଁ ନିକଟରେ ମତ୍ସ୍ୟଧାରୀମାନେ ଠିଆ ହେବେ; ଐନଗଦୀଠାରୁ ଐନଇଗ୍ଳଇମ୍‍ ପର୍ଯ୍ୟନ୍ତ ଜାଲ ପ୍ରସାରିବାର ସ୍ଥାନ ହେବ ଓ ମତ୍ସ୍ୟସବୁ ସ୍ୱ ସ୍ୱ ଜାତି ଅନୁସାରେ ମହାସମୁଦ୍ରର ମତ୍ସ୍ୟନ୍ୟାୟ ସଂଖ୍ୟାରେ ଅତିଶୟ ହେବେ।
11 Ṣùgbọ́n ẹrẹ̀ àti àbàtà kò ní tòrò; àwa yóò fi wọn sílẹ̀ fún iyọ̀.
ମାତ୍ର ତହିଁର ପଙ୍କ ସ୍ଥାନ ଓ ଝିଲ ଭୂମିସକଳ ଉତ୍ତମ ହେବ ନାହିଁ; ସେହି ସବୁ ଲବଣ ପାଇଁ ସମର୍ପିତ ହେବ।
12 Àwọn igi eléso ní oríṣìíríṣìí ni yóò máa hù ní bèbè odò ní ìhà ìhín àti ní ìhà ọ̀hún. Ewé wọn kì yóò sì rọ, bẹ́ẹ̀ ní èso wọn kì yóò run, wọn yóò máa ṣe èso tuntun rẹ̀ ní oṣù nítorí pé omi láti ibi mímọ́ ń sàn sí wọn. Èso wọn yóò sì jẹ́ fún jíjẹ àti ewé wọn fún ìwòsàn.”
ଆଉ, ନଦୀ ନିକଟରେ ତହିଁର ତୀର ଉପରେ, ଏପାଖରେ ଓ ସେପାଖରେ ସର୍ବପ୍ରକାର ଭୋଜନାର୍ଥ ଫଳବୃକ୍ଷ ହେବ, ତହିଁର ପତ୍ର ମଳିନ ହେବ ନାହିଁ, କିଅବା ତହିଁର ଫଳର ଅଭାବ ହେବ ନାହିଁ; ସେହି ଜଳସବୁ ପବିତ୍ର ସ୍ଥାନରୁ ନିର୍ଗତ ହେବା ସକାଶୁ ବୃକ୍ଷ ପ୍ରତି ମାସ ନୂତନ ଫଳ ଫଳିବ ଓ ତହିଁର ଫଳ ଆହାରାର୍ଥେ ଓ ତହିଁର ପତ୍ର ଆରୋଗ୍ୟାର୍ଥେ ହେବ।”
13 Èyí yìí ní ohun tí Olúwa Olódùmarè wí: “Ìwọ̀nyí ni àwọn ààlà tí ìwọ yóò fi pín ilẹ̀ náà gẹ́gẹ́ bí ogún ìní ní àárín àwọn ẹ̀yà méjìlá Israẹli, pẹ̀lú ìpín méjì fún Josẹfu.
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: “ତୁମ୍ଭେମାନେ ଇସ୍ରାଏଲ ବଂଶର ଦ୍ୱାଦଶ ଗୋଷ୍ଠୀର ଅନୁସାରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି; ଯୋଷେଫ ଏକରୁ ଅଧିକ ଅଂଶ ପାଇବ।
14 Ìwọ yóò pín ilẹ̀ náà déédé ní àárín wọn. Nítorí pé mo búra nípa nína ọwọ́ sókè láti fi fún àwọn baba ńlá yin, ilẹ̀ yìí yóò di ogún ìní yín.
ଆଉ, ତୁମ୍ଭମାନଙ୍କର ଏକ ଯେପରି, ଅନ୍ୟ ସେହିପରି, ତାହା ଉତ୍ତରାଧିକାର ରୂପେ ପାଇବ; ତଦ୍‍ବିଷୟରେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ତାହା ଦେବା ପାଇଁ ଆମ୍ଭେ ଆପଣା ହସ୍ତ ଉଠାଇଲୁ ଓ ଏହି ଦେଶ ଉତ୍ତରାଧିକାର ନିମନ୍ତେ ତୁମ୍ଭମାନଙ୍କର ହେବ।
15 “Èyí yìí ni yóò jẹ́ ààlà ilẹ̀ náà: “Ní ìhà àríwá yóò lọ láti omi Òkun ńlá ní ibi ọ̀nà Hetiloni gbà tí Hamati lọ sí Sedadi,
ପୁଣି, ଦେଶର ସୀମା ଏହି ହେବ; ଉତ୍ତର ଦିଗରେ, ହିତ୍‍ଲୋନ ପଥ ନିକଟସ୍ଥ ମହାସମୁଦ୍ରଠାରୁ ସଦାଦ୍‍ର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ;
16 Berota àti Sibraimu, èyí tí ó wà ní ààlà láàrín Damasku àti Hamati títí dé Hasari Hatikonu, èyí tí ó wà ní agbègbè Haurani.
ହମାତ୍‍, ବରୋଥା, ଦମ୍ମେଶକର ଓ ହମାତ୍‍ର ସୀମାର ମଧ୍ୟସ୍ଥିତ ସିବ୍ରୟିମ; ହୌରଣର ସୀମା ନିକଟସ୍ଥ ହତ୍‍ତ୍ସରହତ୍ତୀକୋନ୍‍।
17 Ààlà yóò fẹ̀ láti Òkun lọ sí Hasari Enanu, ní apá ààlà ti Damasku, pẹ̀lú ààlà tí Hamati lọ sí apá àríwá. Èyí ni yóò jẹ́ ààlà ní apá ìhà àríwá.
ପୁଣି, ସମୁଦ୍ରଠାରୁ ସୀମା ଦମ୍ମେଶକ ସୀମା ନିକଟସ୍ଥ ହତ୍‍ସର-ଐନନ୍‍ ହେବ, ଆଉ ଉତ୍ତର ଦିଗରେ ଉତ୍ତରରେ ହମାତ୍‍ର ସୀମା। ଏହା ଉତ୍ତର ସୀମା।
18 Ní ìhà ìlà-oòrùn ààlà yóò wá sí àárín Haurani àti Damasku, lọ sí apá Jordani láàrín Gileadi àti ilẹ̀ Israẹli, títí dé Òkun, àti títí dé Tamari. Èyí ní yóò jẹ́ ààlà ìlà-oòrùn.
ଆଉ, ପୂର୍ବ ଦିଗରେ ହୌରଣ, ଦମ୍ମେଶକ ଓ ଗିଲୀୟଦ, ଆଉ ଇସ୍ରାଏଲ ଦେଶର ମଧ୍ୟବର୍ତ୍ତୀ ଯର୍ଦ୍ଦନ ହେବ; ତୁମ୍ଭେମାନେ ଉତ୍ତର ସୀମାରୁ ପୂର୍ବ ସମୁଦ୍ର ପର୍ଯ୍ୟନ୍ତ ମାପିବ। ଏହା ପୂର୍ବ ସୀମା।
19 Ní ìhà gúúsù yóò lọ láti Tamari títí dé ibi omi Meriba Kadeṣi, lẹ́yìn náà ni ìhà Wadi tí Ejibiti lọ sí Òkun ńlá. Èyí ni yóò jẹ́ ààlà gúúsù.
ଆଉ, ଦକ୍ଷିଣ ଦିଗରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍‍-କାଦେଶସ୍ଥ ଜଳ, ମିସରର ସ୍ରୋତୋମାର୍ଗ ଓ ମହାସମୁଦ୍ର ପର୍ଯ୍ୟନ୍ତ ହେବ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା।
20 Ní ìhà ìwọ̀-oòrùn, Òkun ńlá ni yóò jẹ́ ààlà títí dé ibi kan ni òdìkejì lẹ́bàá Hamati. Èyí yìí ni yóò jẹ ààlà ìhà ìwọ̀-oòrùn.
ପୁଣି, ଦକ୍ଷିଣ ସୀମାଠାରୁ ହମାତ୍‍ର ସମ୍ମୁଖ ସ୍ଥାନ ପର୍ଯ୍ୟନ୍ତ ମହାସମୁଦ୍ର ପଶ୍ଚିମ ସୀମା ହେବ। ଏହା ପଶ୍ଚିମ ସୀମା।
21 “Ìwọ ní láti pín ilẹ̀ yìí ní àárín ara yín gẹ́gẹ́ bí àwọn ẹ̀yà Israẹli.
ଏହିରୂପେ ତୁମ୍ଭେମାନେ ଇସ୍ରାଏଲର ଗୋଷ୍ଠୀ ଅନୁସାରେ ଆପଣାମାନଙ୍କ ମଧ୍ୟରେ ଏହି ଦେଶ ବିଭାଗ କରିବ।
22 Ìwọ yóò pín gẹ́gẹ́ bí ìní fún ara yín àti fún àwọn àjèjì tí ó ń gbé ní àárín yín tí ó sì ní àwọn ọmọ. Ìwọ yóò sì ṣe sí wọn gẹ́gẹ́ bí ọmọ ìbílẹ̀ àwọn ará Israẹli; papọ̀ mọ́ yin ni kí ẹ pín ìní fún wọn ní àárín àwọn ẹ̀yà Israẹli.
ପୁଣି, ତୁମ୍ଭେମାନେ ଆପଣାମାନଙ୍କର ଓ ଯେଉଁ ବିଦେଶୀ ଲୋକମାନେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସ କରନ୍ତି ଓ ତୁମ୍ଭମାନଙ୍କ ମଧ୍ୟରେ ସନ୍ତାନସନ୍ତତି ଉତ୍ପନ୍ନ କରିବେ, ସେମାନଙ୍କର ଉତ୍ତରାଧିକାର ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ; ଆଉ, ସେମାନେ ତୁମ୍ଭମାନଙ୍କ ପ୍ରତି ଇସ୍ରାଏଲ-ସନ୍ତାନଗଣର ମଧ୍ୟରେ ଗୃହଜାତ ସନ୍ତାନଗଣର ତୁଲ୍ୟ ହେବେ; ସେମାନେ ତୁମ୍ଭମାନଙ୍କର ସହିତ ଇସ୍ରାଏଲର ଗୋଷ୍ଠୀଗଣ ମଧ୍ୟରେ ଉତ୍ତରାଧିକାର ପ୍ରାପ୍ତ ହେବେ।
23 Ní àárín gbogbo ẹ̀yà tí àwọn àlejò ń gbé; wọn gbọdọ̀ fi ìní tirẹ̀ fún un,” ní Olúwa Olódùmarè wí.
ଆଉ, ବିଦେଶୀୟ ଲୋକ ଯେଉଁ ଗୋଷ୍ଠୀ ମଧ୍ୟରେ ପ୍ରବାସ କରେ, ସେହି ସ୍ଥାନରେ ତୁମ୍ଭେମାନେ ତାହାକୁ ଅଧିକାର ଦେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।

< Ezekiel 47 >