< Ezekiel 40 >
1 Ní ọdún kẹẹdọ́gbọ̀n tí a ti wà ni oko ẹrú wa, ní ìbẹ̀rẹ̀ ọdún, ni oṣù kẹwàá ọdún kẹrìnlá lẹ́yìn ìṣubú ìlú ńlá náà ní ọjọ́ náà gan an ọwọ́ Olúwa ń bẹ̀ lára mi, òun sì mú mi lọ síbẹ̀.
ଆମ୍ଭମାନଙ୍କ ନିର୍ବାସନର ପଚିଶ ବର୍ଷରେ, ବର୍ଷର ଆରମ୍ଭରେ ମାସର ଦଶମ ଦିନରେ, ଅର୍ଥାତ୍, ନଗର ନିପାତିତ ହେଲା ଉତ୍ତାରେ ଚତୁର୍ଦ୍ଦଶ ବର୍ଷର ଉକ୍ତ ଦିବସରେ ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ଅଧିଷ୍ଠିତ ଥିଲା ଓ ସେ ମୋତେ ସେହି ସ୍ଥାନରେ ଉପସ୍ଥିତ କରାଇଲେ।
2 Nínú ìran Ọlọ́run, ó mú mí lọ sí ilẹ̀ Israẹli, ó sì gbé mi lọ sí orí òkè gíga fíofío. Ní ẹ̀gbẹ́ gúúsù ọ̀pọ̀ ilé tó wà níbẹ̀ dàbí ìlú ńlá.
ଈଶ୍ୱରୀୟ ଦର୍ଶନରେ ସେ ମୋତେ ଇସ୍ରାଏଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତରେ ବସାଇଲେ, ତହିଁ ଉପରେ, ଦକ୍ଷିଣ ଦିଗରେ ଗୋଟିଏ ନଗର ତୁଲ୍ୟ ଆକୃତି ଥିଲା।
3 Ó mú mi lọ síbẹ̀, mo sì rí ọkùnrin kan tí ìrírí rẹ̀ dàbí ìrí baba; ó dúró ni ẹnu-ọ̀nà pẹ̀lú okùn aṣọ ọ̀gbọ̀ funfun àti ọ̀pá ìwọnlẹ̀ ní ọwọ́ rẹ̀.
ସେ ମୋତେ ସେହି ସ୍ଥାନକୁ ନେଇଗଲେ, ଆଉ ଦେଖ, ସେଠାରେ ଏକ ପୁରୁଷ ଥିଲେ, ପିତ୍ତଳର ଆଭା ତୁଲ୍ୟ ତାଙ୍କର ଆଭା, ତାଙ୍କ ହସ୍ତରେ ଛଣପଟର ଏକ ରଜ୍ଜୁ ଓ ପରିମାପକ ଏକ ନଳ ଥିଲା ଓ ସେ ଦ୍ୱାରରେ ଠିଆ ହୋଇଥିଲେ।
4 Ọkùnrin náà sọ fún mi pé, “Ọmọ ènìyàn, wò pẹ̀lú ojú rẹ kí o sì gbọ́ pẹ̀lú etí rẹ, kí ó sì fi ara balẹ̀ sì gbogbo ohun tí mo máa fihàn ọ, nítorí ìdí nìyí tí a fi mú ọ wá síyìn-ín. Sọ gbogbo ohun tí ó bá rí fún ilé Israẹli.”
ଏଥିରେ ସେ ପୁରୁଷ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା ଯାହା ଦେଖାଇବା, ସେହି ସବୁ ତୁମ୍ଭେ ଆପଣା ଚକ୍ଷୁରେ ଦେଖ ଓ ଆପଣା କର୍ଣ୍ଣରେ ଶୁଣ ଓ ତହିଁରେ ମନୋନିବେଶ କର; କାରଣ ଆମ୍ଭେ ଯେପରି ସେହି ସବୁ ତୁମ୍ଭକୁ ଦେଖାଉ, ଏ ଅଭିପ୍ରାୟରେ ତୁମ୍ଭେ ଏଠାକୁ ଆନୀତ ହୋଇଅଛ; ତୁମ୍ଭେ ଯାହା ଯାହା ଦେଖିବ, ତାହାସବୁ ଇସ୍ରାଏଲ ବଂଶକୁ ଜ୍ଞାତ କରାଅ।”
5 Mo rí ògiri tí ó yí agbègbè ibi mí mọ̀ po. Gígùn ọ̀pá ìwọnlẹ̀ tí ó wà ní ọwọ́ ọkùnrin náà sì jẹ́ ìgbọ̀nwọ́ mẹ́fà, ọ̀kọ̀ọ̀kan sì jẹ́ ìgbọ̀nwọ́ kan àti ìlàsí mẹ́rin ẹsẹ̀ bàtà. Ó wọn ògiri náà; ó jẹ́ ìwọ̀nyí ọ̀pá náà ni nínípọn, ó sì jẹ́ ọ̀pá kan ní gíga.
ଆଉ ଦେଖ, ଗୃହର ବାହାରେ ଚତୁର୍ଦ୍ଦିଗରେ ଏକ ପ୍ରାଚୀର ଥିଲା ଓ ସେହି ପୁରୁଷଙ୍କ ହସ୍ତରେ ଏକ ପରିମାପକ ଦଣ୍ଡ ଥିଲା, ତାହା ଛଅ ହାତ ଦୀର୍ଘ, ପ୍ରତ୍ୟେକ ହାତ ଏକ ହାତ ଚାରି ଅଙ୍ଗୁଳି ପରିମିତ; ତହିଁରେ ସେ ଗୃହର ସ୍ଥୂଳତା ଏକ ହାତ ଓ ଉଚ୍ଚତା ଏକ ହାତ ମାପିଲେ।
6 Lẹ́yìn náà ni ó wá lọ sí ẹnu-ọ̀nà òde tí ó kọjú sí ìlà-oòrùn. Ó gun àtẹ̀gùn rẹ̀, o sì wọn ìloro ẹnu-ọ̀nà ilé; ó jẹ́ ọ̀pá kan ní jíjìn.
ଏଉତ୍ତାରେ ସେ ପୂର୍ବାଭିମୁଖ ଦ୍ୱାରକୁ ଆସି ତହିଁର ପାବଚ୍ଛ ଦେଇ ଉପରକୁ ଉଠିଲେ; ଆଉ, ଦ୍ୱାରର ସମ୍ମୁଖ ସ୍ଥାନର ପ୍ରସ୍ଥ ଏକ ହାତ ଓ ଅନ୍ୟ ସମ୍ମୁଖ ସ୍ଥାନର ପ୍ରସ୍ଥ ଏକ ହାତ ମାପିଲେ।
7 Yàrá kéékèèké sì jẹ ọ̀pá kan ni gígùn àti ọ̀pá kan ní ibú, ìgbéró ògiri àárín yàrá kéékèèké náà jẹ́ ìgbọ̀nwọ́ márùn-ún ni nínípọn. Ìloro ẹnu-ọ̀nà náà tí ó kángun sí àtẹ̀wọ ẹnu-ọ̀nà náà tó kọjú sì tẹmpili jẹ́ ọ̀pá kan ní jíjìn.
ପୁଣି, ପ୍ରତ୍ୟେକ କ୍ଷୁଦ୍ର କୋଠରି ଏକ ହାତ ଦୀର୍ଘ ଓ ଏକ ହାତ ପ୍ରସ୍ଥ ଥିଲା; ଆଉ, ପ୍ରତ୍ୟେକ କ୍ଷୁଦ୍ର କୋଠରିର ମଧ୍ୟରେ ପାଞ୍ଚ ପାଞ୍ଚ ହାତ ଛଡ଼ା ଥିଲା ଓ ଗୃହାଭିମୁଖ ଦ୍ୱାରର ବାରଣ୍ଡା ନିକଟସ୍ଥ ଦ୍ୱାରର ସମ୍ମୁଖ ସ୍ଥାନ ଏକ ହାତ ଥିଲା।
8 Lẹ́yìn náà, ó wọ̀n ògiri àbáwọlé ẹnu-ọ̀nà:
ଗୃହାଭିମୁଖ ଦ୍ୱାରର ବାରଣ୍ଡା ମଧ୍ୟ ସେ ଏକ ହାତ ମାପିଲେ।
9 Ó jẹ ìgbọ̀nwọ́ mẹ́jọ ní jíjìn àtẹ́rígbà rẹ̀ sì jẹ ìgbọ̀nwọ́ méjì ní nínípọn. Ògiri àbáwọlé ẹnu-ọ̀nà kọjú sí tẹmpili.
ତହୁଁ ସେ ଦ୍ୱାରର ବାରଣ୍ଡା ଆଠ ହାତ ମାପିଲେ ଓ ତହିଁର ଉପସ୍ତମ୍ଭସକଳ ଦୁଇ ହାତ ଥିଲା; ପୁଣି, ଦ୍ୱାରର ବାରଣ୍ଡା ଗୃହ ପ୍ରତି ଥିଲା।
10 Ní ẹnu-ọ̀nà ìlà-oòrùn ni àwọn yàrá kéékèèké mẹ́ta wà ní ẹ̀gbẹ́ kọ̀ọ̀kan: mẹ́tẹ̀ẹ̀ta kọ̀ jú sí ara wọn, ojú ìgbéró ògiri ni ẹ̀gbẹ́ kọ̀ọ̀kan jẹ́ bákan náà ní wíwọ̀n.
ଆଉ, ପୂର୍ବାଭିମୁଖ ଦ୍ୱାରର କ୍ଷୁଦ୍ର କୋଠରି ଏପାଖରେ ତିନି ଓ ସେପାଖରେ ତିନି ଥିଲା; ସେ ତିନିର ମାପ ଏକ ସମାନ ଥିଲା; ଆଉ, ଏପାଖ ଓ ସେପାଖ ସ୍ତମ୍ଭସବୁର ଏକ ସମାନ ମାପ ଥିଲା।
11 Lẹ́yìn náà ó wọn ìbú à bá wọ ẹnu-ọ̀nà náà; ó jẹ́ ìgbọ̀nwọ́ mẹ́wàá, gígùn rẹ̀ sì jẹ ìgbọ̀nwọ́ mẹ́tàlá.
ପୁଣି, ସେ ଦ୍ୱାରର ପ୍ରବେଶ ସ୍ଥାନର ପ୍ରସ୍ଥ ଦଶ ହାତ ଓ ଦ୍ୱାରର ଦୀର୍ଘତା ତେର ହାତ ମାପିଲେ,
12 Ní iwájú ọ̀kọ̀ọ̀kan yàrá kéékèèké kọ̀ọ̀kan ní ògiri tí gíga rẹ jẹ́ ìgbọ̀nwọ́ kan wà, ẹ̀gbẹ́ mẹ́rẹ̀ẹ̀rin àwọn yàrá kéékèèké sì jẹ́ ìgbọ̀nwọ́ mẹ́fà.
ଆଉ କ୍ଷୁଦ୍ର କୋଠରିସକଳର ସମ୍ମୁଖରେ, ଏପାଖରେ ଏକ ହାତ, ସେପାଖରେ ଏକ ହାତ ଧାର ଥିଲା ଓ ପ୍ରତ୍ୟେକ କ୍ଷୁଦ୍ର କୋଠରି ଏକ ପାଖରେ ଛଅ ହାତ, ଅନ୍ୟ ପାଖରେ ଛଅ ହାତ ଥିଲା।
13 Lẹ́yìn náà, ó wọn ẹnu-ọ̀nà láti òkè ẹ̀yìn ògiri yàrá kéékèèké kan títí dé òkè ìdojúkọ ọ̀kan; jíjìn sí ara wọn jẹ́ ìgbọ̀nwọ́ mẹ́ẹ̀ẹ́dọ́gbọ̀n láti odi kan tí ó ṣí sílẹ̀ sí ìdojúkọ ọ̀kan.
ପୁଣି, ସେ ଏକ କ୍ଷୁଦ୍ର କୋଠରିର ଛାତଠାରୁ ଅନ୍ୟ କ୍ଷୁଦ୍ର କୋଠରିର ଛାତ ପର୍ଯ୍ୟନ୍ତ ଦ୍ୱାରର ପ୍ରସ୍ଥ ପଚିଶ ହାତ ମାପିଲେ; ଦ୍ୱାର ସମ୍ମୁଖରେ ଦ୍ୱାର ଥିଲା।
14 Ó sí ṣe àtẹ́rígbà ọlọ́gọ́ta ìgbọ̀nwọ́, àní títí dé àtẹ́rígbà ògiri àgbàlá, yí ẹnu-ọ̀nà ká.
ଉପସ୍ତମ୍ଭସକଳ ମଧ୍ୟ ସେ ଷାଠିଏ ହାତ ମାପିଲେ; ପୁଣି, ପ୍ରାଙ୍ଗଣ ଉପସ୍ତମ୍ଭ ପର୍ଯ୍ୟନ୍ତ ଗଲା, ଚାରିଆଡ଼େ ଦ୍ୱାର ଥିଲା।
15 Láti iwájú ẹnu-ọ̀nà àbáwọlé títí dé ìparí yàrá kéékèèké náà àti àwọn ìgbéró ògiri nínú ẹnu-ọ̀nà ní a gbé dá jẹ́ àádọ́ta ìgbọ̀nwọ́.
ପୁଣି, ପ୍ରବେଶାର୍ଥକ ଦ୍ୱାରର ଅଗ୍ରଭାଗରୁ ଅନ୍ତରସ୍ଥ ବାରଣ୍ଡାର ଅଗ୍ରଭାଗ ପର୍ଯ୍ୟନ୍ତ ପଚାଶ ହାତ ଥିଲା।
16 Ni a tẹ nínú yíká; àwọn mẹ́tẹ̀ẹ̀ta náà ní fèrèsé tóóró tí ó wọ inú yíká. Àwọn ògiri wọn ní inú ni a fi pákó tẹ yíká láti ilẹ̀ dé òkè fèrèsé àti láti fèrèsé dé òrùlé.
ପୁଣି, ଦ୍ୱାର ଭିତରେ ଚାରିଆଡ଼େ କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭସକଳର ବନ୍ଦ ଜଳାକବାଟି ଥିଲା ଓ ମଣ୍ଡପସକଳରେ ମଧ୍ୟ ତଦ୍ରୂପ ଥିଲା, ଆଉ ଜଳାକବାଟିସବୁ ଭିତରେ ଚାରିଆଡ଼େ ଥିଲା ଓ ପ୍ରତ୍ୟେକ ଉପସ୍ତମ୍ଭ ଉପରେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା।
17 Lẹ́yìn náà ó mú mi lọ sí ojú òde àgbàlá. Níbẹ̀ mo rí yàrá díẹ̀ àti pèpéle tí a kọ́ yí àgbàlá ká; ọgbọ̀n yàrá wà lẹ́gbẹ̀ pèpéle náà.
ତହୁଁ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣିଲେ, ଆଉ ଦେଖ, ପ୍ରାଙ୍ଗଣର ଚାରିଆଡ଼େ କେତେକ କୋଠରି ଓ ନିର୍ମିତ ଚଟାଣ ଥିଲା; ସେହି ଚଟାଣ ଉପରେ ତିରିଶ କୋଠରି ଥିଲା।
18 O ṣe ààlà sí ẹ̀gbẹ́ àwọn ẹnu-ọ̀nà, ìbú rẹ̀ sì jẹ́ bákan náà pẹ̀lú gígùn rẹ̀: èyí jẹ́ pèpéle tí ìsàlẹ̀.
ପୁଣି, ସେହି ଚଟାଣ ଦ୍ୱାରସକଳର ପାର୍ଶ୍ୱରେ, ଦ୍ୱାରର ଦୀର୍ଘତାନୁସାରେ ଥିଲା, ଏହା ନିମ୍ନତର ଚଟାଣ।
19 Lẹ́yìn náà, o wọn jíjìnnà rẹ̀ láti inú ìsàlẹ̀ ẹnu-ọ̀nà títí dé àgbàlá tí inú; ó jẹ́ ọgọ́rùn-ún ìgbọ̀nwọ́ ni ìhà ìlà-oòrùn àti tí àríwá.
ତେବେ ସେ ନିମ୍ନତର ଦ୍ୱାରର ଅଗ୍ରଭାଗଠାରୁ ଭିତର ପ୍ରାଙ୍ଗଣର ଅଗ୍ରଭାଗ ପର୍ଯ୍ୟନ୍ତ ବାହାର ପ୍ରସ୍ଥ ମାପିଲେ, ପୂର୍ବ ଓ ଉତ୍ତର ଉଭୟ ଦିଗରେ ଏକ ଶହ ହାତ।
20 Lẹ́yìn náà, ó wọn gígùn àti ibú ẹnu-ọ̀nà tí ó dojúkọ àríwá, à bá wọ àgbàlá.
ପୁଣି, ସେ ବାହାର ପ୍ରାଙ୍ଗଣର ଉତ୍ତରାଭିମୁଖ ଦ୍ୱାରର ଦୀର୍ଘତା ଓ ପ୍ରସ୍ଥ ମାପିଲେ।
21 Àwọn yàrá kéékèèké rẹ̀ mẹ́ta ni ẹ̀gbẹ́ kọ̀ọ̀kan ìgbéró ògiri rẹ̀ àti àbáwọlé ẹnu-ọ̀nà jẹ́ bákan náà ni wíwọ̀n gẹ́gẹ́ bí àwọn tí ẹnu-ọ̀nà àkọ́kọ́. Ó jẹ́ àádọ́ta ìgbọ̀nwọ́ ni gígùn, ó sì jẹ́ ìgbọ̀nwọ́ mẹ́ẹ̀ẹ́dọ́gbọ̀n ni ìbú.
ଆଉ, ତହିଁର ଏକ ପାର୍ଶ୍ୱରେ ତିନି, ଅନ୍ୟ ପାର୍ଶ୍ୱରେ ତିନି କ୍ଷୁଦ୍ର କୋଠରି ଓ ତହିଁର ଉପସ୍ତମ୍ଭ ଓ ମଣ୍ଡପସକଳର ପରିମାଣ ପ୍ରଥମ ଦ୍ୱାରର ପରିମାଣ ତୁଲ୍ୟ, ଅର୍ଥାତ୍, ତହିଁର ଦୀର୍ଘତା ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।
22 Ojú ihò rẹ̀, àbáwọlé ẹnu-ọ̀nà rẹ̀ àti igi ọ̀pẹ tí í ṣe ọ̀ṣọ́ rẹ̀ ni wọn kàn gẹ́gẹ́ bí tí àwọn ẹnu-ọ̀nà tí ó dojúkọ ìlà-oòrùn. Àtẹ̀gùn méje ní ó dé ibẹ̀, pẹ̀lú àbáwọlé ẹnu-ọ̀nà òdìkejì wọn.
ପୁଣି, ତହିଁର ଜଳାକବାଟି, ମଣ୍ଡପ ଓ ଖର୍ଜ୍ଜୁର ବୃକ୍ଷର ଆକୃତିସକଳ ପୂର୍ବାଭିମୁଖ ଦ୍ୱାରର ପରିମାଣାନୁସାରେ ଥିଲା; ଲୋକମାନେ ସାତ ପାହାଚ ଦେଇ ତହିଁ ଉପରକୁ ଗଲେ ଓ ତହିଁର ମଣ୍ଡପ ତହିଁ ସମ୍ମୁଖରେ ଥିଲା।
23 Ẹnu-ọ̀nà kan sí àgbàlá ti inú ni ìdojúkọ ẹnu-ọ̀nà àríwá, gẹ́gẹ́ bí o ṣe wà ní ìlà-oòrùn. Ó wọ́n láti ẹnu-ọ̀nà sí ìdojúkọ ọ̀kan; ó jẹ́ ọgọ́rùn-ún ìgbọ̀nwọ́.
ଆଉ, ଉତ୍ତର ଓ ପୂର୍ବ ଦୁଇଆଡ଼େ, ଅନ୍ୟ ଦ୍ୱାରର ସମ୍ମୁଖରେ ଭିତର ପ୍ରାଙ୍ଗଣକୁ ଗୋଟିଏ ଦ୍ୱାର ଥିଲା; ପୁଣି, ସେ ଏକ ଦ୍ୱାରଠାରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ ଏକ ଶହ ହାତ ମାପିଲେ।
24 Lẹ́yìn náà, o mú mi lọ sí ìhà gúúsù, mo sì rí ẹnu-ọ̀nà tí ó dojúkọ gúúsù. Ó wọn àtẹ́rígbà àti ògiri àbáwọlé ẹnu-ọ̀nà, wọ́n jẹ́ bákan náà bí ti àwọn tí o kù.
ଏଥିଉତ୍ତାରେ ସେ ମୋତେ ଦକ୍ଷିଣ ଦିଗକୁ ନେଇଗଲେ, ଆଉ ଦେଖ, ଦକ୍ଷିଣ ଆଡ଼େ ଏକ ଦ୍ୱାର ଥିଲା; ଆଉ, ସେ ଉପରୋକ୍ତ ପରିମାଣାନୁସାରେ ତହିଁର ଉପସ୍ତମ୍ଭ ଓ ମଣ୍ଡପସକଳ ପରିମାଣ କଲେ।
25 Ẹnu-ọ̀nà àti àbáwọlé ẹnu-ọ̀nà ni ojú ihò tóóró yí po, gẹ́gẹ́ bí ojú ihò ti àwọn tókù. Ó jẹ́ àádọ́ta ìgbọ̀nwọ́ ní gígùn àti ìgbọ̀nwọ́ mẹ́ẹ̀ẹ́dọ́gbọ̀n ní ìbú.
ପୁଣି, ତହିଁରେ ଓ ତହିଁର ମଣ୍ଡପସକଳର ଚାରିଆଡ଼େ ପୂର୍ବୋକ୍ତ ଜଳାକବାଟି ପରି ଜଳାକବାଟି ଥିଲା; ଦୀର୍ଘତା ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।
26 Àtẹ̀gùn méje ní ń bẹ láti bá gun òkè rẹ̀, àti àwọn ìloro rẹ̀ sì ń bẹ níwájú wọn; Ó ní igi ọ̀pẹ tí a fi ṣe ọ̀ṣọ́ rẹ̀ ni ojú ìgbéró ògiri ní ẹ̀gbẹ́ kọ̀ọ̀kan.
ତହିଁ ଉପରକୁ ଯିବା ପାଇଁ ସାତୋଟି ପାବଚ୍ଛ ଥିଲା ଓ ତହିଁର ମଣ୍ଡପ ତହିଁ ସମ୍ମୁଖରେ ଥିଲା; ପୁଣି, ତହିଁର ଉପସ୍ତମ୍ଭସକଳର ଏପାଖରେ ସେପାଖରେ ଏକ ଏକ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା।
27 Àgbàlá ti inú náà ní ẹnu-ọ̀nà yìí sí ẹnu-ọ̀nà ìta ni ìhà gúúsù; o jẹ́ ọgọ́rùn-ún ìgbọ̀nwọ́.
ଆଉ, ଦକ୍ଷିଣ ଆଡ଼ ଭିତର ପ୍ରାଙ୍ଗଣକୁ ଏକ ଦ୍ୱାର ଥିଲା; ତହୁଁ ସେ ଦକ୍ଷିଣ ଆଡ଼ର ଏକ ଦ୍ୱାରଠାରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ ଏକ ଶହ ହାତ ମାପିଲେ।
28 Lẹ́yìn náà, o mú mi lọ sí àgbàlá ti inú láti ẹnu-ọ̀nà gúúsù, ó ní ìwọ̀n kan náà ẹnu-ọ̀nà gúúsù; ó ní ìwọ̀n kan náà pẹ̀lú àwọn tí ó kù.
ଏଉତ୍ତାରେ ସେ ମୋତେ ଦକ୍ଷିଣ ଦ୍ୱାର ଦେଇ ଭିତର ପ୍ରାଙ୍ଗଣକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ଦକ୍ଷିଣ ଦ୍ୱାର ମାପିଲେ;
29 Àwọn yàrá kéékèèké rẹ̀, àwọn ìgbéró ògiri rẹ̀ àti àbáwọlé ẹnu-ọ̀nà jẹ́ bákan náà pẹ̀lú àwọn tí ó kù. Ẹnu-ọ̀nà náà àti àbáwọlé ẹnu-ọ̀nà rẹ̀ ní ihò ní ẹ̀gbẹ́ rẹ̀ gbogbo.
ଆଉ, ତହିଁର କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭ ଓ ମଣ୍ଡପସକଳ ସେହି ପରିମାଣାନୁସାରେ ମାପିଲେ; ଆଉ, ତହିଁରେ ଓ ତହିଁର ମଣ୍ଡପରେ ଚାରିଆଡ଼େ ଜଳାକବାଟି ଥିଲା; ତାହା ପଚାଶ ହାତ ଦୀର୍ଘ ଓ ପଚିଶ ହାତ ପ୍ରସ୍ଥ ଥିଲା।
30 (Àwọn àbáwọlé ẹnu-ọ̀nà tí ó yí àgbàlá po jẹ́ ìgbọ̀nwọ́ mẹ́ẹ̀ẹ́dọ́gbọ̀n ni ìbú àti ìgbọ̀nwọ́ márùn-ún ni jíjìn).
ପୁଣି, ତହିଁର ଚାରିଆଡ଼େ ପଚିଶ ହାତ ଦୀର୍ଘ ପାଞ୍ଚ ହାତ ପ୍ରସ୍ଥ ମଣ୍ଡପ ଥିଲା।
31 Àtẹ̀wọ ẹnu-ọ̀nà rẹ̀ tí ó dojúkọ ògiri àgbàlá tí ìta, igi ọ̀pẹ ṣe ọ̀ṣọ́ sí àwọn àtẹ́rígbà rẹ̀, àtẹ̀gùn mẹ́jọ ní ó lọ sì òkè sí i.
ଆଉ, ତହିଁର ମଣ୍ଡପସକଳ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା ଓ ତହିଁର ଉପସ୍ତମ୍ଭସକଳର ଉପରେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା; ଆଉ, ତହିଁ ଉପରକୁ ଯିବା ପାଇଁ ଆଠଟି ପାବଚ୍ଛ ଥିଲା।
32 Lẹ́yìn náà, ó mú mi lọ sí àgbàlá tí inú ni ìhà ìlà-oòrùn, ó sì wọn ẹnu-ọ̀nà; ó ní ìwọ̀n kan náà pẹ̀lú àwọn tí ó kù.
ଏଥିଉତ୍ତାରେ ସେ ମୋତେ ପୂର୍ବ ଦିଗର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣ ଅନୁସାରେ ଦ୍ୱାର ମାପିଲେ।
33 Àwọn yàrá kéékèèké rẹ̀, ìgbéró ògiri rẹ̀ àti àbáwọlé ẹnu-ọ̀nà rẹ̀ ní ìwọ̀n kan náà pẹ̀lú àwọn tí ó kù. Ẹnu-ọ̀nà náà àti àbáwọlé ẹnu-ọ̀nà ni ihò yí po. Ó jẹ́ àádọ́ta ìgbọ̀nwọ́ ni ìbú.
ଆଉ, ତହିଁର କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭ ଓ ମଣ୍ଡପସକଳ ସେହି ପରିମାଣାନୁସାରେ ମାପିଲେ; ପୁଣି, ତହିଁରେ ଓ ତହିଁର ମଣ୍ଡପସକଳର ଚାରିଆଡ଼େ ଜଳାକବାଟି ଥିଲା; ତାହା ଦୀର୍ଘରେ ପଚାଶ ହାତ ଓ ପ୍ରସ୍ଥରେ ପଚିଶ ହାତ।
34 Àbáwọlé ẹnu-ọ̀nà rẹ̀ dojúkọ ògiri àgbàlá tí ìta; àwọn igi ọ̀pẹ ṣe ọ̀ṣọ́ sí àtẹ́rígbà ní ẹ̀gbẹ́ méjèèjì, àtẹ̀gùn mẹ́jọ sì lọ sókè rẹ̀.
ଆଉ, ତହିଁର ମଣ୍ଡପସକଳ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା ଓ ତହିଁର ଉପସ୍ତମ୍ଭସକଳର ଏପାଖେ ସେପାଖେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା; ପୁଣି, ତହିଁ ଉପରକୁ ଯିବା ପାଇଁ ଆଠଟି ପାବଚ୍ଛ ଥିଲା।
35 Gẹ́gẹ́ bí àwọn yàrá kéékèèké rẹ̀ ṣe rí. Àwọn ìgbéró ògiri rẹ̀ àti àbáwọlé ẹnu-ọ̀nà, ó sì ní àwọn ihò yí i po. O jẹ́ àádọ́ta ìgbọ̀nwọ́ ní gígùn àti ìgbọ̀nwọ́ mẹ́ẹ̀ẹ́dọ́gbọ̀n ní ìbú.
ତହୁଁ ସେ ମୋତେ ଉତ୍ତର ଦ୍ୱାରକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ତାହା ମାପିଲେ;
36 Àwọn yàrá ẹ̀ṣọ́ rẹ̀ àwọn ògiri òpó rẹ̀ àti ìloro rẹ̀, àti fèrèsé rẹ̀ yíká: gígùn rẹ̀ àádọ́ta ìgbọ̀nwọ́, àti ìbú rẹ̀ ìgbọ̀nwọ́ mẹ́ẹ̀ẹ́dọ́gbọ̀n.
ତହିଁର କ୍ଷୁଦ୍ର କୋଠରି, ଉପସ୍ତମ୍ଭ ଓ ମଣ୍ଡପସକଳ ମାପିଲେ; ଆଉ, ତହିଁରେ ଚାରିଆଡ଼େ ଜଳାକବାଟି ଥିଲା; ତାହା ଦୀର୍ଘରେ ପଚାଶ ହାତ ଓ ପ୍ରସ୍ଥରେ ପଚିଶ ହାତ।
37 Àbáwọlé ẹnu-ọ̀nà rẹ̀ dojúkọ ògiri àgbàlá ìta; àwọn igi ọ̀pẹ ṣe ọ̀ṣọ́ sí àwọn àtẹ́rígbà rẹ̀ ni ẹ̀gbẹ́ méjèèjì, àtẹ̀gùn mẹ́jọ ní ó so mọ́ ọn lókè.
ପୁଣି, ତହିଁର ଉପସ୍ତମ୍ଭସକଳ ତାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା; ଆଉ, ସେହି ଉପସ୍ତମ୍ଭସକଳର ଉପରେ ଏପାଖେ ସେପାଖେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା; ପୁଣି, ତହିଁ ଉପରକୁ ଯିବା ପାଇଁ ଆଠଟି ପାବଚ୍ଛ ଥିଲା।
38 Yàrá kan pẹ̀lú ìlẹ̀kùn wà ní ẹ̀gbẹ́ ògiri àbáwọlé ẹnu-ọ̀nà ní ọ̀kọ̀ọ̀kan ẹnu-ọ̀nà inú, níbi tí wọn tí ń fọ àwọn ẹbọ sísun.
ପୁଣି, ଦ୍ୱାରମାନର ନିକଟସ୍ଥ ଉପସ୍ତମ୍ଭସକଳର ପାଖରେ ଦ୍ୱାରବିଶିଷ୍ଟ ଏକ କୋଠରି ଥିଲା; ସେଠାରେ ସେମାନେ ହୋମବଳି ଧୌତ କଲେ
39 Ní àbáwọlé ẹnu-ọ̀nà tí ẹnu-ọ̀nà ni tẹmpili méjì wà ní ẹ̀gbẹ́ kọ̀ọ̀kan, lórí èyí tí a ti ń pa ọrẹ ẹbọ sísun, ẹbọ ẹ̀ṣẹ̀ àti ẹbọ ẹ̀bi ẹ̀ṣẹ̀.
ଆଉ, ତହିଁ ଉପରେ ହୋମାର୍ଥକ, ପାପାର୍ଥକ ଓ ଦୋଷାର୍ଥକ ବଳି ବଧ କରିବା ପାଇଁ ଦ୍ୱାର ବାରଣ୍ଡାର ଏପାଖରେ ଦୁଇ ମେଜ ଓ ସେପାଖରେ ଦୁଇ ମେଜ ଥିଲା।
40 Ní ẹ̀gbẹ́ ògiri ìta àtẹ̀wọ ẹnu-ọ̀nà tí ẹnu-ọ̀nà, tí ó súnmọ́ àwọn àtẹ̀gùn ní àbáwọlé tí ẹnu-ọ̀nà àríwá ni tẹmpili méjì wà, ní ẹ̀gbẹ́ kejì tí àtẹ̀gùn ní tẹmpili méjì wà.
ପୁଣି, ଦ୍ୱାରର ପାର୍ଶ୍ୱରେ ବାହାରେ ଓ ଉତ୍ତର ଦ୍ୱାର ଉପରକୁ ଯିବାର ପ୍ରବେଶ ସ୍ଥାନ ନିକଟରେ ଏପାଖରେ ଦୁଇ ମେଜ ଥିଲା ଓ ଦ୍ୱାର ବାରଣ୍ଡାର ସେପାଖରେ ଦୁଇ ମେଜ ଥିଲା;
41 Nítorí náà, tẹmpili mẹ́rin ni ó wà ní ẹ̀gbẹ́ kan ẹnu-ọ̀nà, mẹ́rin sì wà ní ẹ̀gbẹ́ kejì tẹmpili, mẹ́jọ ni gbogbo rẹ̀ lórí èyí ni a ti ń pa ohun ìrúbọ.
ଦ୍ୱାର ପାର୍ଶ୍ୱର ଏପାଖରେ ଚାରି ମେଜ, ସେପାଖରେ ଚାରି ମେଜ ଥିଲା; ଏହିରୂପେ ଆଠ ମେଜ ଥିଲା, ତହିଁ ଉପରେ ବଳି ବଧ କରାଗଲା।
42 Tẹmpili mẹ́rin tí à fi òkúta ṣe lọ́ṣọ̀ọ́ sì tún wà fún ẹbọ sísun, ọ̀kọ̀ọ̀kan jẹ́ ìgbọ̀nwọ́ kan àti ààbọ̀ ni gígùn, ìgbọ̀nwọ́ kan àti ààbọ̀ ní ìbú àti ìgbọ̀nwọ́ kan ni gíga. Ní orí rẹ̀ ni a kó àwọn ohun èlò fún pípa, ọrẹ ẹbọ sísun àti àwọn ìrúbọ tí ó kù sí.
ଆଉ, ହୋମବଳି ନିମନ୍ତେ କଟା ପ୍ରସ୍ତରର ଚାରି ମେଜ ଥିଲା, ତହିଁର ଦୀର୍ଘତା ଦେଢ଼ ହାତ ଓ ପ୍ରସ୍ଥ ଦେଢ଼ ହାତ ଓ ଉଚ୍ଚ ଏକ ହାତ; ତହିଁ ଉପରେ ହୋମ ଓ ପ୍ରାୟଶ୍ଚିତ୍ତାର୍ଥକ ବଳି ବଧ କରିବାର ଅସ୍ତ୍ର ରଖାଗଲା।
43 Ìlọ́po méjì ohun èlò bí àmúga tí o ní ìwọ̀ tí ọ̀kọ̀ọ̀kan jẹ́ ìbú ọwọ́ ní gígùn, ni a so mọ́ ara ògiri yíká. Àwọn tẹmpili náà wa fún ẹran ohun ìrúbọ.
ପୁଣି, ଚାରି ଅଙ୍ଗୁଳି ଦୀର୍ଘ ଆଙ୍କୁଡ଼ିମାନ ଭିତର ଚାରିଆଡ଼େ ଲଗା ହୋଇଥିଲା; ଆଉ, ମେଜମାନର ଉପରେ ଉପହାରାର୍ଥକ ମାଂସ ରଖାଗଲା।
44 Lẹ́yìn náà ó wọn àgbàlá, ó jẹ́ ọgọ́rùn-ún ìgbọ̀nwọ́ ní gígùn, ó sì jẹ́ ọgọ́rùn-ún ìgbọ̀nwọ́ ní ìbú. Pẹpẹ sì wà ní iwájú tẹmpili.
ଆଉ, ଭିତର ଦ୍ୱାରର ବାହାରେ ଭିତର ପ୍ରାଙ୍ଗଣରେ ଗାୟକମାନଙ୍କ ପାଇଁ କୋଠରି ଥିଲା, ସେହି ସବୁ ଉତ୍ତର ଦ୍ୱାରର ପାର୍ଶ୍ୱସ୍ଥିତ ଓ ସେହି ସବୁର ମୁଖ ଦକ୍ଷିଣ ପ୍ରତି ଥିଲା; ପୂର୍ବ-ଦ୍ୱାରର ପାର୍ଶ୍ୱସ୍ଥିତ ଗୋଟିଏ କୋଠରିର ମୁଖ ଉତ୍ତର ପ୍ରତି ଥିଲା।
45 Ó sì wí fún mi pé, “Yàrá yìí, tí iwájú rẹ̀ wà níhà gúúsù, wà fún àwọn àlùfáà, àwọn ti n bojútó ilé náà.
ପୁଣି, ସେ ମୋତେ କହିଲେ, “ଏହି ଦକ୍ଷିଣାଭିମୁଖ କୋଠରିଗୃହର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି।
46 Iyàrá ti iwájú rẹ̀ ti o wà níhà àríwá, wà fún àwọn àlùfáà, àwọn ti ń bojútó pẹpẹ náà, àwọn wọ̀nyí ni àwọn ọmọ Sadoku nínú àwọn ọmọ Lefi, tí wọ́n ń súnmọ́ Olúwa láti ṣe ìránṣẹ́ fún un.”
ଆଉ, ଯେଉଁ କୋଠରିର ମୁଖ ଉତ୍ତର ଆଡ଼େ ଅଛି, ତାହା ଯଜ୍ଞବେଦିର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି; ଏମାନେ ସାଦୋକର ସନ୍ତାନ, ଲେବୀର ସନ୍ତାନଗଣ ମଧ୍ୟରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ତାହାଙ୍କ ନିକଟକୁ ଆସନ୍ତି।”
47 Ó sì wọn àgbàlá náà, ọgọ́rùn-ún ìgbọ̀nwọ́ ni gígùn, ọgọ́rùn-ún ìgbọ̀nwọ́ ni ìbú, igun mẹ́rin lọ́gbọọgba, àti pẹpẹ ti ń bẹ níwájú ilé náà.
ଏଉତ୍ତାରେ ସେ ପ୍ରାଙ୍ଗଣ ମାପିଲେ, ତାହା ଏକ ଶହ ହାତ ଦୀର୍ଘ, ଏକ ଶହ ହାତ ପ୍ରସ୍ଥ, ଚାରିଆଡ଼େ ଏକ ସମାନ ଥିଲା ଓ ଗୃହ ସମ୍ମୁଖରେ ଯଜ୍ଞବେଦି ଥିଲା।
48 Ó mú mi lọ sí àbáwọlé ẹnu-ọ̀nà tẹmpili, ó sì wọn àwọn àtẹ́rígbà àbáwọlé ẹnu-ọ̀nà; wọ́n jẹ́ ìgbọ̀nwọ́ márùn-ún ní ìbú, ẹ̀gbẹ́ méjèèjì rẹ̀. Fífẹ̀ àbáwọlé jẹ́ ìgbọ̀nwọ́ mẹ́rìnlá, ìgbéró àwọn ògiri náà jẹ́ ìgbọ̀nwọ́ mẹ́ta ní ìbú ní ẹ̀gbẹ́ ògiri méjèèjì.
ତେବେ ସେ ମୋତେ ଗୃହର ବାରଣ୍ଡାକୁ ଆଣି ବାରଣ୍ଡାରେ ସ୍ଥିତ ପ୍ରତ୍ୟେକ ଉପସ୍ତମ୍ଭ ମାପିଲେ, ସେ ପ୍ରତ୍ୟେକ ଏପାଖେ ପାଞ୍ଚ ହାତ, ସେପାଖେ ପାଞ୍ଚ ହାତ; ପୁଣି, ଦ୍ୱାରର ପ୍ରସ୍ଥ ଏପାଖେ ତିନି ହାତ, ସେପାଖେ ତିନି ହାତ ଥିଲା।
49 Àtẹ̀wọ ẹnu-ọ̀nà jẹ́ ogún ìgbọ̀nwọ́ ní ìbú, àti ìgbọ̀nwọ́ méjìlá láti iwájú dé ẹ̀yìn. Láti ara àtẹ̀gùn ní a ti ń dé ibẹ̀ àwọn òpó sì wà ni ẹ̀gbẹ́ ògiri kọ̀ọ̀kan àwọn àtẹ́rígbà náà.
ବାରଣ୍ଡାର ଦୀର୍ଘ କୋଡ଼ିଏ ହାତ; ତହିଁର ପ୍ରସ୍ଥ ଏଗାର ହାତ ଓ ପାବଚ୍ଛ ଦେଇ ଲୋକମାନେ ଉପରକୁ ଗଲେ, ଆଉ ଉପସ୍ତମ୍ଭମାନଙ୍କ ନିକଟରେ ଏପାଖେ ଏକ ଓ ସେପାଖେ ଏକ ସ୍ତମ୍ଭ ଥିଲା।