< Ezekiel 4 >
1 “Nísinsin yìí, ìwọ ọmọ ènìyàn, mú amọ̀ ṣíṣù kan, gbé e sí iwájú rẹ, kí o sì ya àwòrán ìlú Jerusalẹmu sí orí rẹ̀.
ଆହୁରି, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ଇଟା ନେଇ ଆପଣା ସମ୍ମୁଖରେ ରଖ ଓ ତହିଁ ଉପରେ ଏକ ନଗରର, ଅର୍ଥାତ୍, ଯିରୂଶାଲମର ଛବି ଅଙ୍କିତ କର;
2 Kí o sì dó tì í, kí o sì mọ ilé ìṣọ́ tì í, kí o sì mọ odi tì í, kí o sì gbé ogun sí i, kí o sì to òòlù yí i ká.
ଆଉ, ତାହା ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ବନ୍ଧ ବାନ୍ଧ; ମଧ୍ୟ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କର।
3 Kí o sì fi àwo irin kan ṣe ògiri láàrín rẹ̀ àti ìlú yìí, kí o sì kọjú sí i, a ó sì dó tì í, ìwọ yóò sì dó tì í. Èyí yóò jẹ́ àmì fún ilé Israẹli.
ପୁଣି, ଏକ ଖଣ୍ଡ ଲୁହାର କହ୍ରାଇ ନେଇ ତୁମ୍ଭର ଓ ନଗରର ମଧ୍ୟରେ ଲୌହ ପ୍ରାଚୀର ତୁଲ୍ୟ ତାହା ସ୍ଥାପନ କର; ଆଉ, ତୁମ୍ଭର ମୁଖ ତହିଁ ପ୍ରତି ରଖ, ତହିଁରେ ତାହା ଅବରୁଦ୍ଧ ହେବ ଓ ତୁମ୍ଭେ ତାହା ଅବରୋଧ କରି ତହିଁ ବିରୁଦ୍ଧରେ ରହିବ। ଏହା ଇସ୍ରାଏଲ ବଂଶ ପ୍ରତି ଏକ ଚିହ୍ନସ୍ୱରୂପ ହେବ।
4 “Lẹ́yìn èyí, lọ fi ẹ̀gbẹ́ òsì dùbúlẹ̀, kí o sì gbé ẹ̀ṣẹ̀ ilé Israẹli lé orí ara rẹ. Iye ọjọ́ tí ìwọ bá fi sùn náà ni ìwọ yóò fi ru ẹ̀ṣẹ̀ wọn.
ଆହୁରି, ତୁମ୍ଭେ ଆପଣା ବାମ ପାର୍ଶ୍ୱରେ ଶୟନ କରି ଇସ୍ରାଏଲ ବଂଶର ଅଧର୍ମ ତହିଁ ଉପରେ ରଖ, ତୁମ୍ଭେ ତହିଁ ଉପରେ ଶୟନ କରିବା ଦିନର ସଂଖ୍ୟାନୁସାରେ ସେମାନଙ୍କର ଅଧର୍ମ ବୋହିବ।
5 Nítorí mo fi iye ọdún tí wọ́n fi ṣẹ̀ fún ọ gẹ́gẹ́ bí iye ọjọ́ tí ìwọ yóò lò. Nítorí náà, ìwọ yóò ru ẹ̀ṣẹ̀ ilé Israẹli fún irinwó ọjọ́ ó dín mẹ́wàá.
କାରଣ ଆମ୍ଭେ ସେମାନଙ୍କର ଅଧର୍ମର ବର୍ଷ ତୁମ୍ଭ ପ୍ରତି କେତେକ ସଂଖ୍ୟକ ଦିନ, ଅର୍ଥାତ୍, ତିନି ଶହ ନବେ ଦିନ ହେବା ପାଇଁ ନିରୂପଣ କରିଅଛୁ; ଏହି ପ୍ରକାରେ ତୁମ୍ଭେ ଇସ୍ରାଏଲ ବଂଶର ଅଧର୍ମ ବୋହିବ।
6 “Tí o bá parí èyí, tún fi ẹ̀gbẹ́ ọ̀tún dùbúlẹ̀ kí o sì ru ẹ̀ṣẹ̀ ilé Juda fún ogójì ọjọ́, nítorí pé ọjọ́ kan ló dúró fún ọdún kan.
ପୁନର୍ବାର ତୁମ୍ଭେ ସେହି ସକଳ ଦିନ ସମାପ୍ତ କଲା ଉତ୍ତାରେ ଆପଣା ଡାହାଣ ପାର୍ଶ୍ୱରେ ଶୟନ କରି ଯିହୁଦା ବଂଶର ଅଧର୍ମ ବୋହିବ; ଚାଳିଶ ବର୍ଷର ଏକ ଏକ ବର୍ଷକୁ ଆମ୍ଭେ ତୁମ୍ଭ ପାଇଁ ଏକ ଏକ ଦିନ କରି ନିରୂପଣ କରିଅଛୁ।
7 Ìwọ dojúkọ ìgbógunti Jerusalẹmu, na ọwọ́ rẹ sí i, kí o sì sọ àsọtẹ́lẹ̀ nípa ìlú náà.
ଆଉ, ତୁମ୍ଭେ ଆପଣା ବାହୁ ଅନାବୃତ କରି ଯିରୂଶାଲମର ସୈନ୍ୟ ବେଷ୍ଟନ ପ୍ରତି ମୁଖ ରଖିବ ଓ ତହିଁ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବ।
8 Èmi yóò dè ọ́ ní okùn dé bi pé ìwọ kò ní í le yírapadà láti ìhà ọ̀tún sí ìhà òsì títí tí ọjọ́ ìgbóguntì rẹ yóò fi pé.
ପୁଣି, ଦେଖ, ଆମ୍ଭେ ତୁମ୍ଭକୁ ରଜ୍ଜୁରେ ବାନ୍ଧୁଅଛୁ, ଏଣୁ ତୁମ୍ଭେ ତୁମ୍ଭର ଅବରୋଧର ଦିନ ସମାପ୍ତ ନ କରିବା ପର୍ଯ୍ୟନ୍ତ ଏ ପାର୍ଶ୍ୱରୁ ସେ ପାର୍ଶ୍ୱକୁ ଲେଉଟିବ ନାହିଁ।
9 “Mú alikama, ọkà bàbà àti barle, erèé àti lẹntili, jéró àti ẹwẹ; fi àwọn nǹkan wọ̀nyí ṣe àkàrà tí ìwọ yóò máa jẹ nígbà tí ìwọ bá dùbúlẹ̀ fún irinwó ọjọ́ ó dín mẹ́wàá.
ଆହୁରି, ତୁମ୍ଭେ ଆପଣା ପାଇଁ ଗହମ, ଯବ, ଶିମ, ମସୁର, କାଙ୍ଗୁ ଓ ଜହ୍ନା ନେଇ ଗୋଟିଏ ପାତ୍ରରେ ରଖି ତହିଁରୁ ରୁଟି ପ୍ରସ୍ତୁତ କର; ତୁମ୍ଭେ ଯେଉଁ ତିନି ଶହ ନବେ ଦିନ ଆପଣା ପାର୍ଶ୍ୱରେ ଶୟନ କରିବ, ସେହି ଦିନର ସଂଖ୍ୟାନୁସାରେ ତାହା ଭୋଜନ କରିବ।
10 Wọn òsùwọ̀n ogún ṣékélì oúnjẹ tí ìwọ yóò máa jẹ lójoojúmọ́ kí o sì máa jẹ ẹ́ ní àkókò tí a ti yà sọ́tọ̀.
ପୁଣି, ତୁମ୍ଭେ ଯେଉଁ ଖାଦ୍ୟ ଭୋଜନ କରିବ, ତାହା ପରିମାଣରେ ଏକ ଏକ ଦିନକୁ କୋଡ଼ିଏ ଶେକଲ ଲେଖାଏଁ ହେବ; ତୁମ୍ଭେ ସମୟକୁ ସମୟ ତାହା ଭୋଜନ କରିବ।
11 Bákan náà, wọn ìdámẹ́fà omi, kí ìwọ ó sì máa mú ní àkókò tí a yà sọ́tọ̀.
ଆଉ, ତୁମ୍ଭେ ପରିମାଣ ଅନୁସାରେ ଏକ ହୀନ୍ର ଷଷ୍ଠାଂଶ ଜଳ ପାନ କରିବ; ତୁମ୍ଭେ ସମୟକୁ ସମୟ ତାହା ପାନ କରିବ।
12 Ìwọ yóò sì jẹ ẹ́ bí àkàrà barle; dín in ní ojú àwọn ènìyàn, ìgbẹ́ ènìyàn ni kí o fi dáná rẹ.”
ପୁଣି, ତୁମ୍ଭେ ସେହି ଖାଦ୍ୟଦ୍ରବ୍ୟ ଯବ ପିଷ୍ଟକ ପରି ଭୋଜନ କରିବ ଓ ସେମାନଙ୍କ ସାକ୍ଷାତରେ ମନୁଷ୍ୟର ବିଷ୍ଠା ଦ୍ୱାରା ତାହା ପାକ କରିବ!”
13 Olúwa sọ pé, “Báyìí ni àwọn ọmọ Israẹli yóò jẹ oúnjẹ àìmọ́ láàrín àwọn orílẹ̀-èdè tí èmi yóò lé wọn lọ.”
ପୁଣି, ସଦାପ୍ରଭୁ କହିଲେ, “ଆମ୍ଭେ ଇସ୍ରାଏଲର ସନ୍ତାନଗଣକୁ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟକୁ ତଡ଼ିଦେବା, ସେମାନଙ୍କ ମଧ୍ୟରେ ସେମାନେ ଏହି ପ୍ରକାରେ ଆପଣା ଆପଣା ଅଶୁଚି ରୁଟି ଖାଇବେ।”
14 Nígbà náà ni mo wí pé, “Háà! Kò rí bẹ́ẹ̀ Olúwa Olódùmarè! Láti ìgbà èwe mi di ìsinsin yìí èmi kò tí ì sọ ara mi di aláìmọ́ rí. Èmi kò tí ì jẹ ohun tó kú fúnra rẹ̀ tàbí èyí tí ẹranko búburú fàya pẹ́rẹpẹ̀rẹ. Bẹ́ẹ̀ ni ẹran àìmọ́ kan kò tí ì wọ ẹnu mi rí.”
ସେତେବେଳେ ମୁଁ କହିଲି, “ଆହା, ପ୍ରଭୋ ସଦାପ୍ରଭୋ! ଦେଖ, ମୋର ପ୍ରାଣ ଅଶୁଚି ହୋଇ ନାହିଁ, ମୁଁ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ସ୍ୱୟଂମୃତ କିଅବା ପଶୁ ଦ୍ୱାରା ବିଦୀର୍ଣ୍ଣ କିଛି ହିଁ ଭୋଜନ କରି ନାହିଁ; ଅଥବା ଘୃଣାଯୋଗ୍ୟ ମାଂସ ମୋʼ ମୁଖରେ ପ୍ରବେଶ କରି ନାହିଁ!”
15 Nígbà náà ló wí fún mi pé, “Wò ó, Èmi ó fún ọ ní ìgbẹ́ màlúù dípò ìgbẹ́ ènìyàn. Èmi yóò mú ki ó dín àkàrà rẹ lórí ìgbẹ́ màlúù dípò ìgbẹ́ ènìyàn.”
ତହିଁରେ ସେ ମୋତେ କହିଲେ, “ଦେଖ, ଆମ୍ଭେ ମନୁଷ୍ୟର ବିଷ୍ଠା ବଦଳେ ଗୋମୟ ତୁମ୍ଭକୁ ଦେଲୁ, ଆଉ ତୁମ୍ଭେ ତହିଁ ଉପରେ ଆପଣା ରୁଟି ପାକ କରିବ।”
16 Ó sì tún sọ fún mi pé, “Ọmọ ènìyàn, èmi yóò dáwọ́ ìpèsè oúnjẹ dúró ní Jerusalẹmu. Ní pípín ni àwọn ènìyàn yóò máa pín oúnjẹ jẹ pẹ̀lú ìfọkànsọ́nà bẹ́ẹ̀ gẹ́gẹ́ ni wọn yóò máa mu omi pẹ̀lú ìdààmú,
ଆହୁରି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଦେଖ, ଆମ୍ଭେ ଯିରୂଶାଲମରେ ଅନ୍ନରୂପ ଯଷ୍ଟି ଭାଙ୍ଗିବା, ତହିଁରେ ଲୋକମାନେ ସୀମିତ ପରିମାଣ ଅନ୍ନ ଯତ୍ନ ସହ ଭୋଜନ କରିବେ ଓ ସୀମିତ ପରିମାଣ ଜଳ ଭୟରେ ପାନ କରିବେ;
17 nítorí pé oúnjẹ àti omi yóò wọ́n. Wọn yóò máa wo ara wọn pẹ̀lú ìyanu, èmi yóò sì jẹ́ kí wọ́n ṣọ̀fọ̀ nítorí ẹ̀ṣẹ̀ wọn.
ତହିଁରେ ଅନ୍ନ ଓ ଜଳର ଅଭାବରେ ସେମାନେ ପରସ୍ପର ପ୍ରତି ବିସ୍ମୟାପନ୍ନ ହୋଇ ଆପଣା ଆପଣା ଅଧର୍ମରେ କ୍ଷୀଣ ହେବେ।”